• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

fani
'ଫୋନି' ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ସରକାରୀସ୍ତରରେ ସବୁ ପ୍ରସ୍ତୁତି ସରିଛି। ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୧୨ ଆଇଏଏସ୍ ଓ ୧୧ଜଣ ଆଇପିଏସ୍‌ ଦାୟିତ୍ୱରେ ଅଛନ୍ତି। ୨ ତାରିଖ ସଂଧ୍ୟା ସୁଦ୍ଧା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବାକୁ ପ୍ରସ୍ତୁତି ଚାଲିଛି। ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଆନୁସଙ୍ଗିକ ସାମଗ୍ରୀ ଧରି  ୧୮ଟି ଓଡ୍ରାଫ୍ ଟିମ୍ ମୁକାବିଲା ପାଇଁ ବାହାରି ସାରିଥିବା ବେଳେ ଉଭୟ ଓଡ଼ିଶା […]

  • Saturday, 17 July 2021
FACE
ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାର ୩ଟି ଚେହେରା !

ପ୍ୟାରିସ୍ : ଜେରୋମ ହେମନ ନାମକ ଏହି ବ୍ୟକ୍ତି ଜଣକ ଏବେ ଖୁବ୍‌ ଚର୍ଚ୍ଚାରେ। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ମୁହଁ ଗୋଟିଏ, କିନ୍ତୁ ସେଥିରେ ଆପଣ ୩ଟି ଚେହେରା ଦେଖିପାରିବେ। ପୁରା ଘଟଣାର ରହସ୍ୟ ଏବେ ଜାଣନ୍ତୁ। ଜେରୋମ୍‌ ଏକ ବିରଳ ରୋଗର ଶିକାର ହୋଇଛନ୍ତି। ଫଳରେ ବାରମ୍ବାର ତାଙ୍କ ମୁହଁରେ ଟ୍ୟୁମର ହେଉଛି। ସେଥିପାଇଁ ସେ ଫେସ୍‌ ଟ୍ରାନ୍ସପ୍ଲାଣ୍ଟ କରୁଛନ୍ତି। ଏବେ ସୁଦ୍ଧା […]

puri cy
ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଲ୍ୟାଣ୍ଡଫଲ କରିବ ‘ଫୋନି’

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଆସନ୍ତା ୩ ତାରିଖ ଅପରାହ୍ଣରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ଉଦୟଗିରି ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଜଏଣ୍ଟ ଟାଇଫୁନ୍ ଓ୍ୱାର୍ଣ୍ଣିଂ ସେଣ୍ଟର JTWC। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ। ‘ଫୋନି’ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ବୋଲି କହିଛି JTWC। ଆଜି ରାତି ୮ଟା ସୁଦ୍ଧା ହୋଇଥିବା […]

  • Saturday, 17 July 2021
cyclone
‘ଫୋନି’କୁ ନେଇ ଛାନିଆ ଉପକୂଳ ଜିଲ୍ଲାବାସୀ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫୋନିକୁ ନେଇ ଉପକୂଳ ଜିଲ୍ଲାବାସୀ ଛାନିଆ ହୋଇପଡ଼ିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାରେ ଯେପରି କ୍ଷୟକ୍ଷତିର ପରିମାଣ କମ୍ ହେବ, ସେନେଇ ଆଗୁଆ ସତର୍କ ହେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଆଲର୍ଟ କରାଯିବା ସହ ଆଜି ସୁଦ୍ଧା ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବାତ୍ୟାରେ ଯେପରି […]

  • Saturday, 17 July 2021
fani-0--2
କାୟା ବଢାଇ ଉପକୂଳକୁ ମୁହାଁଇଛି ସାମୁଦ୍ରିକ ଝଡ଼ 'ଫୋନି'

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଛି। ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ଏବେ ଉତ୍ତର ପଶ୍ଚିମ […]

  • Saturday, 17 July 2021
fani
ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର : ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଚେନ୍ନାଇ ଠାରୁ ବଙ୍ଗୋପସାଗରରେ ୮୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୧ ତାରିଖରୁ ଦିଗ ପରିବର୍ତ୍ତନ କରି ଓଡିଶା ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି। ଏବେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଭେରି ସିଭିୟର୍ ସାଇକ୍ଲୋନିକ […]

  • Saturday, 17 July 2021
water
ଖରା ଆରମ୍ଭରୁ ଦେଖାଦେଲାଣି ପାନୀୟ ଜଳ ସମସ୍ୟା

କୋରାପୁଟ/ଗଜପତି/ତେଲକୋଇ : ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ, ପାଣି ମୁନ୍ଦାଏ ଲାଗି ଦୁଇ କିଲୋମିଟର ଯାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ। ଗଜପତି ଜିଲ୍ଲା ଅନ୍ତରବା ପଂଚାତୟର ଆମ୍ବଗାଁରରେ ଏମିତି ଅବସ୍ଥା। ଖରା ଆରମ୍ଭରୁ ଗାଁରେ ଥିବା ଦୁଇ ଦୁଇ ସାନିଟାରି ୱେଲ୍‌ରେ ପାଣି ଶୁଖି ଯାଇଥିବାର ଲୋକେ ଅପରିଷ୍କାର ପାଣିକୁ ଛାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେବଳ ପାନୀୟ ଜଳ ନୁହେଁ ଗାଁକୁ ରାସ୍ତା ନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା […]

  • Saturday, 17 July 2021
toilet
କଅଁଳା ଶିଶୁକନ୍ୟାକୁ ପାଇଖାନାରେ ଫିଙ୍ଗିଲା ରାକ୍ଷସୀ ମା

କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ? କିଏ ସେ ନିର୍ଦ୍ଦୟ ବାପ-ମା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ। ପୂରା ଘଟଣାଟି ଏହିପରି – କ୍ଲିନିକ୍‌ର ପାଇଖାନାଟି ଜାମ୍‌ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ […]

atm
ଏବେବି ଦେଶରେ ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍‌। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ। ବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ […]

aiims
ଏମ୍‌ସ୍‌ରୁ ଧରାପଡିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍‌ସ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍‌ସ୍‌ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି। ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍‌ ଖୁରାମ୍‌ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ […]

divyanka
ବିବାହ ପରେ କମିନି କ୍ରେଜ୍‌, ଏବେ ବି ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଫଲୋଅର୍ସ

ମୁମ୍ବାଇ: ବିବାହ ପରେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ ବୋଲି ଆମେ ଭାବିଥାଉ। ମାତ୍ର ଏଭଳି ଧାରଣାକୁ କିଛି ଅଭିନେତ୍ରୀ ବଦଳାଇବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଟେଲିଭିଜନ୍‌ ଦୁନିଆର ଛୋଟ ପରଦାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ସେମାନଙ୍କ ରେକର୍ଡ ବଜାୟ ରଖିଛନ୍ତି। ଏବେବି ସେମାନଙ୍କୁ ନେଇ ଚର୍ଚ୍ଚା କିଛି କମ୍‌ ନୁହେଁ। ସେମାନଙ୍କୁ ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ପ୍ରଶଂସକ ଫଲୋ କରୁଥିବା ସହ […]

love
୫୦ ବର୍ଷୀୟା ବିଧବା ମହିଳା କଲେ ପ୍ରେମ ବିବାହ

ନୂଆଦିଲ୍ଲୀ : ପ୍ରେମ କୌଣସି ବାଧା କି ବନ୍ଧନ ମାନି ନଥାଏ। ଏହା କୌଣସି ସ୍ଥାନ କାଳ ପାତ୍ର ମଧ୍ୟ ଦେଖିନଥାଏ। ପ୍ରେମ ଚିର ଶ୍ୱାଶ୍ୱତ ଓ ସତ୍ୟ। ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା। କେତେବେଳେ କାହାକୁ ପ୍ରେମ ହୋଇଯାଏ, ଏହାକେହି ଜାଣିପାରନ୍ତି ନାହିଁ। ଏହା କଳ କଲ୍ଲୋଳିନୀ ନଦୀ ପରି ହୃଦୟରୁ ହୃଦୟକୁ ବହିଯାଇଥାଏ। ଏମିତି ଏକ ନିଚ୍ଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି। କୋମଲା ନାମକ ଜଣେ ବିଧବା ମହିଳା ସମାଜ , […]

  • Saturday, 17 July 2021
tv
ଟିଭିରେ କ'ଣ ଦେଖୁଛନ୍ତି ଆପଣ, ଜାଣି ପାରିବେ ସରକାର

ନୂଆଦିଲ୍ଲୀ : ଏଣିକି ଆପଣ ଘରେ ବସି ଟିଭିରେ କ’ଣ ସବୁ ଦେଖୁଛନ୍ତି ତା’ ଉପରେ କଡ଼ା ନଜର ରଖିବେ ସରକାର। ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସ୍ୟାଟେଲାଇଟ୍‌ ସର୍ଭିସ ପ୍ରୋଭାଇଡର ଦ୍ୱାରା ସେଟ୍‌ଅପ୍‌ ବକ୍ସରେ ଏକ ଚିପ୍‌ ଖଞ୍ଜିବାକୁ ଯାଉଛି। ଯାହା ସରକାରଙ୍କୁ ଆପଣ ଦେଖୁଥିବା ଚ୍ୟାନେଲ୍‌ ବିଷୟରେ ଖବର ଦେବ ଅର୍ଥାତ ଚିପ୍‌ ଦ୍ୱାରା ଟ୍ରାକିଂ କରି ସରକାର ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି। ଖବର ଅନୁସାରେ ଟେଲିଭିଜନ ଉପରେ କଡ଼ା ନଜର ରଖିବାକୁ […]

  • Saturday, 17 July 2021
app
ଆଉ ବଜ୍ରପାତକୁ ଭୟ ନାହିଁ !  ବିଜୁଳି ମାରିବା ପୂର୍ବରୁ ସୂଚନା ଦେବ ଏହି ମୋବାଇଲ୍‌ ଆପ୍‌

ଏବେ ଦିନକୁ ଦିନ ବିଜୁଳି ଓ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏବେ ଏକ ନୂଆ ମୋବାଇଲ୍ ଆପ୍‌ ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ହେଲା, ବିଜୁଳି ମାରିବା ପୂର୍ବରୁ ଏହି ଆପ୍‌ ଆପଣଙ୍କୁ ସତର୍କ ସୂଚନା ଦେଇଦେବ। ସୂଚନା ଅନୁସାରେ ପ୍ରତି ବର୍ଷ କର୍ଣ୍ଣାଟକରେ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ବିଜୁଳି ଘଡ଼ଘଡ଼ି ମାରିବା ଯୋଗୁଁହୋଇଥାଏ। ଗତ ୯ବର୍ଷରେ […]

pregnat
ଠିଆ ହୋଇ ଗୀତ ଗାଇ ନପାରିବାରୁ ଗୁଳି ଚୋଟରେ ପ୍ରାଣ ହରାଇଲେ ଗର୍ଭବତୀ

ଛଅ ମାସର ଛୁଆକୁ ଗର୍ଭରେ ଧରି ଷ୍ଟେଜ୍‌ରେ ଗୀତ ଗାଉଥିବା ମହିଳାଙ୍କୁ ଶେଷରେ ଗୁଳି ଚୋଟରେ ଟଳିବାକୁ ପଡ଼ିଛି। ତାଙ୍କର ଦୋଷ ହେଉଛି ସେ ଠିଆ ହୋଇ ଗୀତ ଗାଇ ପାରି ନ ଥିଲେ। ଏଭଳି ଏକ ଅଭାବନୀୟ, ଅବିଶ୍ୱସନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ପାକିସ୍ତାନରେ। ଏହି ଘଟଣା ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପାକିସ୍ତାନ ପୁଲିସ୍‌ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ଗିରଫ କରିଛି। ସୂଚନା ଅନୁସାରେ,  ଏପ୍ରିଲ୍‌୧୦ତାରିଖ ସନ୍ଧ୍ୟାରେ ସିନ୍ଧ୍‌ ଅନ୍ତର୍ଗତ ଲାର୍କାଣ […]

wonder kid
ଅଜବ ନୁହେଁ ସତ : ବାପା-ମା’ଙ୍କ ମୃତ୍ୟୁର ୪ବର୍ଷ ପରେ ଜନ୍ମ ହେଲା ଶିଶୁ

ନୂଆଦିଲ୍ଲୀ: ଚୀନରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଘଟଣାଟି ଅଜବ ଲାଗୁଥିଲେ ବି ସତ। ମୃତ୍ୟୁର ଚାରି ବର୍ଷ ପରେ ଚୀନ୍ ଦମ୍ପତିଙ୍କ ଭ୍ରୁଣରୁ ଜନ୍ମ ନେଇଛି ଏକ ଶିଶୁ, ନାଁ ତିଏନ୍ତିଆନ୍ ।  ତିଏନ୍ତିଆନର ମାତା-ପିତା ୪ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ୪ବର୍ଷ ପରେ ଏହି ଶିଶୁ ଜନ୍ମ ହୋଇଛି । ପୁରା ଘଟଣା ଏହିପରି – ତାୟନ୍ତିୟନଙ୍କ ବାପା […]

trishanit
ଅଷ୍ଟମ ଫେଲ୍‌ ଯୁବକ ସାଇବର ସିକ୍ୟୁରିଟି କମ୍ପାନୀ ସିଇଓ

କୁହାଯାଏ ନିଜର ରୁଚି ଓ ଇଚ୍ଛା ଅନୁଯାୟୀ କାମ କଲେ ସଫଳତା ନିଶ୍ଚୟ ମିଳିଥାଏ। ଏମିତି ଏକ ଉଦାହରଣ ହେଉଛନ୍ତି ତ୍ରିଶନୀତ ଅରୋରା। ଆଜି ସାରା ବିଶ୍ୱରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ସେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲ୍‌ ଡ୍ରପ୍‌ ଆଉଟ୍‌  ତ୍ରିଶନୀତ ଆଜି ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ। ଏପରିକି ଫୋର୍ବସର ଏସିଆ ୩୦ ଅଣ୍ଡର ୩୦ ଲିଷ୍ଟରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ତ୍ରିଶନୀତ । ତ୍ରିଶନୀତଙ୍କ ଜୀବନରେ କେମିତି […]

moon
ଚନ୍ଦ୍ରରେ ବି ହୁଏ ଭୂମିକମ୍ପ ; ଯାହା ପୃଥିବୀ ଠାରୁ ବି ଭୟଙ୍କର

ଚନ୍ଦ୍ରପୃଷ୍ଠରେ ଜନବସତି ଦିଗରେ ଏକ ବଡ଼ ସମସ୍ୟା ଉପୁଜାଇପାରେ ଚନ୍ଦ୍ରକମ୍ପ ବା ଚନ୍ଦ୍ର ପୃଷ୍ଠରେ ଆସୁଥିବା ଭୂମିକମ୍ପ । ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ଆମ ଠାରୁ ୩୮୪୪୦୦ କିଲୋମିଟର ଦୂରରେ ଥିବା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଆସୁଥିବା ଭୂମିକମ୍ପ ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର […]

driver
ଲଟେରି ବଦଳେଇଦେଲା ଭାଗ୍ୟ : ଡ୍ରାଇଭରରୁ ପାଲଟିଗଲେ କୋଟିପତି

ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]

olx
ରାଜଧାନୀରେ ଟେଷ୍ଟ ଡ୍ରାଇଭ ନାଁରେ ଗାଡ଼ି ଚୋରାଚାଲାଣ

ଭୁବନେଶ୍ୱର : ଆପଣଙ୍କ ଗାଡ଼ିକୁ ବିକ୍ରି ପାଇଁ OLXରେ କୌଣସି ବିଜ୍ଞାପନ ଦେଇଛନ୍ତି କି ? ଯଦି ହଁ, ତେବେ ସାବଧାନ। କାରଣ ଟେଷ୍ଟ ଡ୍ରାଇଭ୍ ନାଁରେ ଆପଣଙ୍କ ଗାଡ଼ିକୁ କରାଯାଇପାରେ ହରଣଚାଲ୍। ଆଖି ସାମ୍ନାରେ ଆପଣଙ୍କ ଗାଡ଼ିକୁ ଧରି ଛୁ ମାରିପାରନ୍ତି ଲୁଟେରା। ଏମିତି ଜଣେ ଲୁଟେରା, ଯାହାର ନାଁ ଏସ୍.ଅମିତ୍‌ ପାତ୍ର। ଘର ଗଞ୍ଜାମ ଜିଲ୍ଲାରେ। ଶିକ୍ଷାଗତ ଯୋଗ୍ୟତା ମାତ୍ର ମାଟ୍ରିକ୍ ପାସ୍। ବୈଷୟିକ ଜ୍ଞାନକୌଶଳ ନଥିଲେ ବି ସେ କିନ୍ତୁ ମାହିର୍ ଗାଡ଼ି […]

  • Friday, 16 July 2021
bride
ବିବାହ ବେଦୀରୁ ଉଠି ନବବଧୂ କଲେ ଅସୁସ୍ଥଙ୍କ ଚିକିତ୍ସା

ରାଜଗାଙ୍ଗପୁର( ଗୌତମ  ମିଶ୍ର) : କର୍ତ୍ତବ୍ୟ ଆଗ, ବାକି ସବୁ ପଛ। ଯାହାର ସଦ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲାଠୋପଡ଼ାରେ। ବିବାହ ବେଦୀରୁ ଉଠି ନବବଧୂ ମେଡିକାଲକୁ ଯାଇ ରୋଗୀଙ୍କ ଚିକିତ୍ସା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଏପ୍ରିଲ ୧୯ ତାରିଖରେ ରାଜଗାଙ୍ଗପୁର ବ୍ଳକର ଲାଠୋପଡାରେ ଚାଲିଥିଲା ବିବାହ ଉତ୍ସବ। ଯେଉଁଥିରେ ନବବଧୂ ସାଜିଥିଲେ ପ୍ରେମିକା ଲାକ୍ରା। ସେ ପେଶାରେ ଜଣେ ନର୍ସ। ବାହାଘର ପାଇଁ ପୁରା […]

  • Friday, 16 July 2021
naxal
ଭୋଟ୍ ପୂର୍ବରୁ ରକ୍ତମୁଖା ଲାଲ୍‌ବାହିନୀ

କନ୍ଧମାଳ : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବଡ଼ ଧରଣର ଲାଲ୍ ହିଂସା। କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଛାପଡ଼ାରେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଫିରିଙ୍ଗିଆରେ ପୋଲିଂ ପାର୍ଟିଙ୍କ ଗାଡ଼ି ଜାଳିଦେଲେ ଲାଲବାହିନୀ। ଏହି ଦୁଇଟି ଘଟଣା ପରେ ମାଓ ଇଲାକାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୋଟ୍ ପୂର୍ବରୁ କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି। […]

  • Friday, 16 July 2021
wa
ଜଳ ଯନ୍ତ୍ରଣାରୁ ମିଳୁନି ମୁକ୍ତି

ବାରିପଦା (ମାଣିକଲାଲ୍ ପାଣି)/ଯାଜପୁର (ଗୁଲାମ୍ ଗସ୍‌) :  ସରକାର ପରେ ସରକାର ପରିବର୍ତ୍ତନ ହେଉଛନ୍ତି। ହେଲେ ଟୋପାଏ ପାଣି ପାଇଁ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ କିନ୍ତୁ ପରିବର୍ତ୍ତନ ଆସିପାରୁନି। ଅନ୍ୟାନ୍ୟ କଥା ଛାଡନ୍ତୁ, ପିଇବା ପାଣି ଭଳି ମୌଳିକ ସୁବିଧା ସେମାନଙ୍କୁ ମିଳୁପାରୁନି ବର୍ଷ ବର୍ଷ ଧରି। ଆଜି ବି ନଈ, ନାଳ, କୁଅ, ପୋଖରୀ ପାଣି ପିଇ ଜୀବନ ଧାରଣ କରିବାକୁ ପଡ଼ୁଛି ଗାଁ ଲୋକଙ୍କୁ। ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ […]

  • Friday, 16 July 2021
water
ପାଣି ନାହିଁ ତ ଭୋଟ୍ ନାହିଁ : ନେତାଙ୍କୁ ପାନେ ଚଖେଇବାକୁ ପଣ କଲେ ଲୋକେ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ)/ଉଦଳା(ମାନସ ପାଣି) : ପାଣି ନାହିଁ ତ ଭୋଟ୍ ନାହିଁ। ଏଥର ନିର୍ବାଚନରେ ଏମିତି ପଣ କରିଛନ୍ତି ଢେଙ୍କାନାଳ କୁଶୁପଦା ଓ ଉଦଳା ଝରଣାସାହି ଗାଁ ଲୋକେ। ନକରିବେ ବା କାହିଁକି। ଭୋଟ୍ ବେଳ ଆସିଗଲେ ସ୍ୱଚ୍ଛ ପିଇବା ପାଣି ମୁନ୍ଦେ ଯୋଗାଇବାକୁ କହି ନେତା କେତେ ଭେଳିକି ଦେଖାନ୍ତି, ହେଲେ ଭୋଟ୍ ସରିଗଲେ ପ୍ରତିଶ୍ରୁତି ସହ ଉଭାନ୍ ହୋଇଯାନ୍ତି। କେମିତି ପାଣି ଟୋପେ ପାଇଁ ଡହ ଡହ ଖରାରେ ଦହଗଞ୍ଜ ହେଉଛନ୍ତି ଲୋକେ, […]

  • Friday, 16 July 2021
leopard
ଯନ୍ତା ଭିତରେ ଫଶିଥିବା ସାଥୀଙ୍କୁ ରାତିସାରା ଜଗି ରହିଲା ମାଈ ଚିତା, ଦେଖନ୍ତୁ ଭିଡ଼ିଓ

ଗୁଜରାଟ: ଗୁଜରାଟ ତାପି ଜିଲ୍ଲା ବାଲୋଡ ଅଞ୍ଚଳର ଚିତାବାଘ ଯୋଡ଼ାକୁ ନେଇ ଚର୍ଚ୍ଚା। ଏହି ଚିତାବାଘ ଯୋଡ଼ା ଜନବସତିକୁ ପଶି ଆସିଥିବାରୁ ସେମାନଙ୍କୁ ଧରିବାକୁ ଯନ୍ତା ବସାଯାଇଥିଲା।  ଗୋଟିଏ ଜନ୍ତୁ ତ ଧରା ପଡ଼ିଲା, କିନ୍ତୁ ସେଠାରେ ଥିବା କ୍ୟାମେରାରେ କଏଦ୍ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତାଜୁବ। ଦୁଇ ଚିତାବାଘ ମଧ୍ୟରେ ପ୍ରେମ।  ପିଞ୍ଜରା ଭିତରେ ଅଛି ଅଣ୍ଡିରା ଚିତାବାଘ।  ପିଞ୍ଜରା ବାହାରେ ତାକୁ ଅପେକ୍ଷା କରି ରହିଛି ମାଈ ଚିତାବାଘ।  ଯନ୍ତାରୁ ପ୍ରେମିକକୁ […]