• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

bihar
ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼

ବିହାର : ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼। ଗାଁର ଏକ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ବିଫଳ ପ୍ରେମିକ। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ,କେମିତି ଯୁବତୀଙ୍କୁ ବନ୍ଧା ହୋଇଛି। ତା ପରେ ଅଭିଯୁକ୍ତ ଓ ତାର ସଂପର୍କୀୟମାନେ ତାଙ୍କୁ ମାଡ଼ ମାରୁଛନ୍ତି। ବିହାରର ପଶ୍ଚିମ ଚମ୍ପାରନ ବାଘା ଅଞ୍ଚଳରେ ଏହି ଘଟଣା ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପାଖରେ ବହୁ […]

  • Saturday, 17 July 2021
death zone
ଡେଥ ଜୋନ୍ ମାଉଣ୍ଟ ଏଭରେଷ୍ଟ ; ୬୦ ବର୍ଷରେ ପ୍ରାଣ ହରାଇଲେଣି ୩ଶହରୁ ଅଧିକ ପର୍ବତାରୋହୀ

ଭୁବନେଶ୍ୱର : ଏଭରେଷ୍ଟ ଶୃଙ୍ଗ ଯେ ଖାଲି ଦୁଃସାହସର ପ୍ରତୀକ ତାନୁହେଁ ଡେଥ୍ ଜୋନ୍ ଭାବେ ବି ପରିଚିତ। ଏଭରେଷ୍ଟ ଆରୋହଣରେ ଯାଇ ଗତ ୬୦ ବର୍ଷରେ ପ୍ରାଣ ହରାଇଲେଣି ୩ଶହରୁ ଅଧିକ ପର୍ବତାରୋହୀ। କେବଳ ଚଳିତ ସିଜିନ୍‌ରେ ଗଲାଣି ୧୧ରୁ ଅଧିକ ଜୀବନ। କେମିତି ରହିଛି ପାଦେ ପାଦେ ବିପଦ, ତାକୁ ନେଇ ଏହି ରିପୋର୍ଟ। ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ପାଦ ରଖିବାର ଦୁର୍ବାର ଇଚ୍ଛା। କିନ୍ତୁ ପାଦେ ପାଦେ ଭୟ, ପାଦେ ପାଦେ ମୃତ୍ୟୁର […]

  • Saturday, 17 July 2021
calling-1
ବିନା ସିମ୍‌ରେ ମୋବାଇଲ୍‌ କଲିଂ

ନୂଆଦିଲ୍ଲୀ : ବେଳେବେଳେ ଏମିତି ହୁଏ କୌଣସି ସ୍ଥାନରେ ମୋବାଇଲ୍‌ର ସିଗ୍‌ନାଲ୍‌ ବା ନେଟୱର୍କ କାମ କରେନି, ଫଳରେ ଆପଣ କାହା ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ବହୁତ ଅସୁବିଧାରେ ପଡିଯାଆନ୍ତି। ଜରୁରୀ କାର୍ଯ୍ୟ ଥିଲେ ଚିନ୍ତା ବଢିଯାଏ। ଏବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏହାର ଏକ ସମାଧାନ ମିଳିଯାଇଛି। ଆପଣ ଘର ହେଉ ବା ଅଫିସ୍‌ ଯେଉଁଠି ଥିଲେ ବି ୱାଇ-ଫାଇ, ବ୍ରଡବ୍ୟାଣ୍ଡ ସହ କନେକ୍ଟ ହୋଇ ମୋବାଇଲ୍‌ ହେଉ ବା ଲ୍ୟାଣ୍ଡଲାଇନ୍‌ […]

pratap
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନଶୈଳୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ଅତି ଆପଣାର ମନେକରି କିଏ ତାଙ୍କୁ ଡାକେ ପ୍ରତାପ ନନା, ତ ପୁଣି କିଏ କହେ ସେ ଜଣେ ସନ୍ଥ ପୁରୁଷ। ଓଡ଼ିଶାର ମୋଦି ଭାବେ ଜଣାଶୁଣା ପ୍ରତାପ ଷଡ଼ଙ୍ଗୀଙ୍କୁ ଅସଲ ମୋଦି ବି ଦେଇଛନ୍ତି ପୁରସ୍କାର। କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ବାଲେଶ୍ୱର ସାଂସଦ। ଯାହାଙ୍କ ଜୀବନଶୈଳୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ନୂଆଣିଆ ଚାଳ ଘର ହେଲେ କଣ ହେଲା, ଭିତରେ ଥରେ ଆଖି ବୁଲାଇ ଆଣିଲେ କେଉଁ ସାଧନାର ପୀଠଠୁ […]

  • Saturday, 17 July 2021
ହୃଦୟ ଜିଣିଲେ ଓଡ଼ିଶାର ମୋଦି

ଭୁବନେଶ୍ୱର : ପ୍ରତାପ ଷଡ଼ଙ୍ଗୀ ସୋଶାଲ ମିଡ଼ିଆରେ ଲୋକପ୍ରିୟ ସେତେବେଳେ ପାଲଟିଥିଲେ, ଯେତେବେଳେ ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ବ୍ୟାଗ୍‌ ପ୍ୟାକ୍‌ କରି ଦିଲ୍ଲୀ ବାହାରିବାର କିଛି ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ପ୍ରତାପ ଷଡ଼ଙ୍ଗୀ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲେ ,ଗୁରୁବାର ଦିନ ରାଷ୍ଟ୍ରପତି ଭବନରେ ମୋଦି କ୍ୟାବିନେଟ୍‌ରେ ଶପଥ ଗ୍ରହଣ ସମୟରେ। ସେଠାରେ ଉପସ୍ଥିତ ସମସ୍ତ ଅତିଥି ଓ ସାଂସଦମାନେ ତାଙ୍କର ବ୍ୟକ୍ତିତ୍ୱରେ ଆତ୍ମବିଭୋର ହୋଇଯାଇଥିଲେ ଏବଂ କରତାଳି ଦେଇ ସ୍ୱାଗତ […]

  • Saturday, 17 July 2021
sushama
ମୋଦି-୨ ସରକାରରୁ କେଉଁ ହେଭିୱେଟ୍‌ ବାଦ୍‌ ପଡିଲେ , ପଢ଼ନ୍ତୁ

ନୂଆଦିଲ୍ଲୀ : ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି-୨ ସରକାର। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି-୨ ସରକାରରେ ମୋଟ ୫୭ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ତେବେ ଗତ ମୋଦି ସରକାରରେ ଥିବା ୭ ହେଭିୱେଟ୍‌ ଏଥିରୁ ବାଦ୍‌ ପଡ଼ିଛନ୍ତି। ସେମାନେ ହେଲେ ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ସୁରେଶ ପ୍ରଭୁ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଜୟନ୍ତ ସିହ୍ନା, […]

  • Saturday, 17 July 2021
building-toilet
ଭେଟନ୍ତୁ ‘ସ୍ୱଚ୍ଛତା ଅଭିଯାନ’ର ସବୁଠୁ ବୟସ୍କା ବିନ୍ଧାଣୀଙ୍କୁ

ଶ୍ରୀନଗର: ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆମ ଦେଶର ଗାଁ ଗହଳିରେ ସ୍ୱଚ୍ଛତା ସାତ ସପନ। ଏବେ ବି ଖୋଲା ପଡ଼ିଆ, ରାସ୍ତାର ଦୁଇ କଡ଼େ, ରେଳ ଲାଇ‌ନ୍‌ରେ ଲୋକେ ଶୌଚ କରୁଛନ୍ତି। ହେଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଉଦ୍ଧମପୁରର ଜଣେ ବୃଦ୍ଧାଙ୍କର ଉଦ୍ୟମ ଏକ ନୂଆ ଆଶା ସୃଷ୍ଟି କରିଛି। ତାଙ୍କ ନାଁ ହେଉଛି ରାକ୍ଷୀ। ୮୭ ବର୍ଷର ଏହି ବୃଦ୍ଧା ନିଜ ହାତରେ ତିଆରି କରିଛନ୍ତି ଶୌଚାଳୟ। ସ୍ୱଚ୍ଛତା ମନ୍ତ୍ରରେ ଉଦବୁଦ୍ଧ […]

  • Saturday, 17 July 2021
pratap-pramila
ରାଜ୍ୟର ୨ ନିର୍ବାଚିତ ଏମ୍‌ପିଙ୍କୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା

ଭୁବନେଶ୍ୱର : ଗଣତନ୍ତ୍ରର ମନ୍ଦିର, ଦେଶର ସବୁଠୁ ବଡ଼ ପଞ୍ଚାୟତ ପାଇଁ ଜନତା ନେତା ବାଛି ସାରିଛନ୍ତି। ଦିନକ ପରେ ନୂଆ ସରକାର ଆସିବ। ଶପଥ ନେବେ ସାଂସଦ। ହେଲେ ଏ ଭିତରେ ଓଡ଼ିଶାର ଜନତା ପାର୍ଲାମେଣ୍ଟଙ୍କୁ ଏମିତି ଦୁଇଜଣ ପ୍ରତିନିଧିଙ୍କୁ ପଠାଇଛନ୍ତି, ଯାହାଙ୍କୁ ନେଇ ସାରା ଗଣମାଧ୍ୟମରେ ଚର୍ଚ୍ଚା।  ଆସନ୍ତୁ ଜାଣିବା ଏଇ ଦୁଇ ସାଂସଦଙ୍କୁ। ଜଣେ ହେଲେ ପ୍ରତାପ ଷଡ଼ଙ୍ଗୀ। ଦେଶର ସବୁଠୁ ବଡ଼ ପଞ୍ଚାୟତରେ ସବୁଠୁ ଶେଷ ବ୍ୟକ୍ତିର ସ୍ୱର। ଯାହାଙ୍କ ପାଇଁ ସମାଜସେବା, […]

  • Saturday, 17 July 2021
bjd successor
ନବୀନଙ୍କ ଉତ୍ତରାଧିକାରୀ କିଏ ?

ଭୁବନେଶ୍ୱର : ବିଜେଡିର ଭବିଷ୍ୟତ କିଏ ? କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? ପଂଚମ ଥର କ୍ଷମତାକୁ ଫେରିବା ପରେ ବିଜେଡିକୁ ଭବିଷ୍ୟତ ଚିନ୍ତା। ଆଗକୁ ଦଳର ମଙ୍ଗ କାହା ହାତରେ ରହିବ ? କିଛିଦିନ ହେଲା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ଦଳ ସମ୍ଭାଳିବେ ବୋଲି ଚର୍ଚ୍ଚା ଜୋର୍ ହେଉଥିଲା। ଏମିତିକି ନବୀନ ବିଜେପୁର ଆସନ ରଖି ହିଜିଂଳି ଛାଡ଼ିବେ ଓ ସେଇଠୁ ଅରୁଣ ଲଢ଼ିବେ ବୋଲି ଖବର ପ୍ରସାରିତ ହୋଇଥିଲା। ହେଲେ ଏସବୁ […]

  • Saturday, 17 July 2021
paradeep
ପାରାଦୀପ ବନ୍ଦରରେ ରେକର୍ଡ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଜାହାଜ ଚଳାଚଳ କରିଛି। ନିଜର ପୁରୁଣା ରେକର୍ଡକୁ ନିଜେ ଭାଙ୍ଗିଛି ପାରାଦୀପ ବନ୍ଦର। ଏଠାରେ ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ କରିଛି। ୧୦ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିବା ବେଳେ ୯ଟି ପ୍ରସ୍ଥାନ କରିଛି। ୩ଟି ଜାହାଜକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୮ଟି ସହାୟକ ଜାହାଜ ମଧ୍ୟ ଚଳାଚଳ କରିଛି। ସୋମବାର ସକାଳ ୭ଟାରୁ ମଙ୍ଗଳବାର ସକାଳ ୭ଟା ମଧ୍ୟରେ ଏହି ରେକର୍ଡ […]

  • Saturday, 17 July 2021
l
କାଳବୈଶାଖୀର ତାଣ୍ଡବ ପରେ ବଢ଼ିଲା ପାଣି ଓ ବିଜୁଳି କଷ୍ଟ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ) : ସୀମା ଟପିଲାଣି ତାତି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ପ୍ରଥମେ ଫୋନି ଓ ତାପରେ କାଳବୈଶାଖୀ। ଲୋକଙ୍କ ସମସ୍ୟାକୁ ଯେମିତି କରିଦେଇଛି ଦ୍ୱିଗୁଣିତ। ନା ବିଜୁଳି ମିଳୁଛି ନା ଜଳଯୋଗାଣ ହୋଇପାରୁଛି। ଫୋନିର ଦୁଃଖ ଟିକେ ପୁରୁଣା ନହେଉଣୁ କାଳବୈଶାଖୀର ତାଣ୍ଡବ ଦେଇଯାଇଛି ବିଜୁଳି କଷ୍ଟ। ବିଭାଗର ଖାମଖିଆଲି ନୀତି ଯୋଗୁ ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ବିଜୁଳି ନଥିବାରୁ ଜଳଯୋଗାଣ ବ୍ୟବସ୍ଥା ବି ବନ୍ଦ। ଏଭଳି ଅବସ୍ଥାରେ ନାହିଁ […]

  • Saturday, 17 July 2021
fire
ସୁରଟ ଅଗ୍ନିକାଣ୍ଡ ପରେ ତତ୍ପର ରାଜ୍ୟ ଅଗ୍ନିଶମ ବିଭାଗ

ଭୁବନେଶ୍ୱର /କଟକ /ବ୍ରହ୍ମପୁର :ତିନି ଦିନ ତଳେ ସାରାଦେଶକୁ ଦୋହଲାଇ ଦେଇଥିଲା ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା। ଆଖିରୁ ପଲକ ଛଡ଼ାଇ ନେଇଥିଲା ୪ ମହଲା ଉପରୁ ଛାତ୍ରଛାତ୍ରୀ ଜୀବନ ବିକଳରେ ତଳକୁ ଡେଇଁବାର ଦୃଶ୍ୟ। ତେବେ ଏହି ଅଘଟଣ ପରେ ତତ୍ପରତା ପ୍ରକାଶ କରିଛି ରାଜ୍ୟ ଅଗ୍ନିଶମ ବିଭାଗ। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକର ୨୨ଟି କୋଚିଂ ସେଣ୍ଟର୍‌ରେ ଚଢ଼ାଉ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତନ୍ନତନ୍ନ ଯାଞ୍ଚ କରିଛି ୨୨ଟି ଟିମ୍। […]

  • Saturday, 17 July 2021
adhar
ସିମ୍ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ : ମୋବାଇଲ ସିମ୍ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସବୁ ଟେଲିକମ୍ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଧାର ବଦଳରେ ବିକଳ୍ପ ପରିଚୟ ପ୍ରମାଣ ଭାବେ ଡ୍ରାଇଭିଂ ଲାଇସେନସ, ପାସପୋର୍ଟ ଓ ଭୋଟ୍ ପରିଚୟ ପତ୍ରକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ତୁରନ୍ତ ଲାଗୁ କରିବା ଲାଗି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ […]

mother son
ପୁଅ ସହ ମାଟ୍ରିକ୍ ପାସ୍‌ କଲେ ମାଆ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ) : ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନେ ସବୁକିଛି ପ୍ରତିବନ୍ଧକ। ଏକଥାକୁ ପ୍ରମାଣିତ କରିଦେଖାଇଛନ୍ତି ଜଣେ ମହିଳା। ମାଲକାନଗିରି ଜିଲ୍ଲା ତରଲାକୋଟା ଗାଁର ବାସନ୍ତୀ ମୁଦୁଲି। ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଯାଇଛି ବୟସର ପ୍ରତିବନ୍ଧକ। ନିଜ ପୁଅ ସହ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପେଶାରେ ଜଣେ ଅଙ୍ଗନବାଡ଼ି କର୍ମୀ ,ବାସନ୍ତୀ। ମାତ୍ର ଅଳ୍ପ ବୟସରେ ବିବାହ, ଆଉ ତାପରେ ପାଠପଢାରେ ଲାଗିଯାଇଥିଲା ଡୋରି। […]

  • Saturday, 17 July 2021
nb
୨୯ରେ ୫ମ ଇନିଂସ ଆରମ୍ଭ କରିବେ ନବୀନ

ଭୁବନେଶ୍ୱର : ୨୯ରେ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଇନିଂସ ଆରମ୍ଭ କରିବେ ନବୀନ। ଆଜି ଦଳୀୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ନବୀନଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ଦଳର ଦମଦାର ବିଜୟ ଲାଗି ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ନବୀନ ବିଧାୟକମାନଙ୍କୁ ଗୁରୁମନ୍ତ୍ର ବି ଦେଇଛନ୍ତି। ୫ମ ଥର କ୍ଷମତାକୁ ଆସିଥିବାରୁ ଲୋକଙ୍କ ବିଶ୍ୱାସ ଜିତି ସେବା କରିବାକୁ ପରାମର୍ଶ ଦେଇଛନ୍ତି। ତାସହ ସରଳ ରହି […]

  • Saturday, 17 July 2021
plane
ବିମାନରେ ଯାତ୍ରୀଙ୍କୁ ମିଳିବ ମୋବାଇଲ ଓ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ : ବିମାନରେ ଯାତ୍ରୀଙ୍କୁ ମିଳିବ ଫୋନରେ କଥାହେବା ସହ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ସୁଯୋଗ। ବିମାନରେ ଯାତ୍ରୀଙ୍କୁ ଫୋନ ସେବା ନେଇ ଟେଲିକମ ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗ୍‌ନାଲ ନିଷ୍ପତ୍ତି। ଫଳରେ ଘରୋଇ କିମ୍ବା ବିଦେଶୀ ବିମାନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। ଯାତ୍ରୀମାନେ ମୋବାଇଲ ଫୋନରେ କଥା ହୋଇପାରିବା ସହ ଇଣ୍ଟନରେଟ ବ୍ୟବହାର କରିପାରିବେ। ବିମାନ ୩ ହଜାର ମିଟର ଉପରେ ଉଡାଣ ଆରମ୍ଭ କଲେ ଯାତ୍ରୀଙ୍କୁ ଏହି […]

mm
ନିଆରା ବିବାହ ; ୨ ଅନାଥ କନ୍ୟାଙ୍କୁ ବିବାହ ଦେଲେ ଆଶ୍ରମ ଲୋକେ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ) : ଏମିତି ଏକ ବିବାହ, ଯେଉଁଠି ନାହିଁ ଜାନି ଜାତକ କି ଯୌତୁକ, ଅଛି ଈଶ୍ୱରଙ୍କ ଆର୍ଶୀବାଦ ସହ ଗୁରୁ ଗୁରୁଜନଙ୍କ ସ୍ନେହ ଶ୍ରଦ୍ଧା। ବୁଝାମଣାକୁ ସମ୍ମତି ଦେବା ସହ ସମ୍ପର୍କ ସ୍ଥାପନର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ  ଗ୍ରାମରେ। ଏଠାକାର କମଳା ବେନ ମେହଟା କନ୍ୟାଶ୍ରମରେ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ହୋଇଛି ଅନାଥଙ୍କ ଲାଗି ବିବାହ ଉତ୍ସବ। ବୈଦିକ ରୀତିନୀତିରେ ବାହା ଘର […]

  • Saturday, 17 July 2021
nira
ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଂଜନ

ଭୁବନେଶ୍ୱର : ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଂଜନ ପଟ୍ଟନାୟକ। ଇସ୍ତଫା ନେଇ ପ୍ରେସ୍‌ମିଟ୍‌ରେ ଘୋଷଣା କଲେ। ରାଜ୍ୟ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି ନିରଂଜନ। ତେବେ ନିରଂଜନ ପଟ୍ଟନାୟକ ଏହି ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ପାଖକୁ ପଠାଇ ଦେଇଛନ୍ତି। ନିରଂଜନ କହିଛନ୍ତି,“ ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ। […]

  • Saturday, 17 July 2021
bansidhar panda
ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ତଥା ଓଡ଼ିଶାର ହଜାର ହଜାର ଲୋକଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇ ଦେଇଥିବା ଏହି ବିଶିଷ୍ଟ ବିନ୍ଧାଣୀଙ୍କ ଆବର୍ତ୍ତମାନକୁ ଆଜି ଗୋଟିଏ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଟ୍ୱିଟ୍ ମାଧ୍ୟମରେ ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ […]

  • Saturday, 17 July 2021
car
ଥଣ୍ଡା ପାଇଁ କାର୍‌ ଉପରେ ଗୋବର ଲେପନ କଲେ ମହିଳା

ଅହମ୍ମଦାବାଦ : ଚାରିଆଡେ ଏବେ ଅସହ୍ୟ ତାତି। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। କିନ୍ତୁ ଅହମ୍ମଦାବାଦରେ ଜଣେ ମହିଳା ଗରମରୁ ରକ୍ଷା ପାଇବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ନିଜ କାର ଉପରେ ଗୋବର ଲେପନ କରି ଚର୍ଚ୍ଚାକୁ ଆସିଛନ୍ତି। ଏହାଦ୍ୱାରା ଗାଡ଼ି ଚଳାଇବା ବେଳେ ଅସହ୍ୟ ଗରମରୁ ତ୍ରାହି ମିଳିପାରିବ ବୋଲି ସେ କହିଛନ୍ତି। ଗତକାଲି ଅହମ୍ମଦାବାଦରେ ତାପମାତ୍ରା ୪୫ଡ଼ିଗ୍ରୀ ପାର୍‌ ହୋଇଥିବା ବେଳେ ମହିଳା […]

  • Saturday, 17 July 2021
kantei
ଫୋନି ତାଣ୍ଡବରେ ବିପନ୍ନଙ୍କ ସୁଧୁରୁଛି ଅବସ୍ଥା

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବାତ୍ୟା ଫୋନିରେ ସର୍ବସ୍ୱ ହରାଇବା ପରେ ଏବେ ନିଜ ଭିଟାମାଟି ଉପରେ ମୁଣ୍ଡ ଗୁଞ୍ଜିବାକୁ ପୁଣି ଆରମ୍ଭ ହେଲାଣି ସଂଘର୍ଷ। ଚାଳ ଛପର ଉଡିଯିବା ପରେ ସେଥିରୁ ବଞ୍ଚି ଯାଇଥିବା କେଇ ଖଣ୍ଡ ପୁରୁଣା ବାଉଁଶକୁ ଯୋଡ଼ି ସଂସାର ଗଢ଼ିବାକୁ ଚେଷ୍ଟା କରୁଛନ୍ତି ପୁରୀ ବ୍ରହ୍ମଗିରି ବ୍ଲକ୍‌ କଣ୍ଟିଆ ଗାଁର ଶ୍ୟାମ ଦାସ। କେବଳ ସେ ନୁହଁନ୍ତି, ମୁଣ୍ଡ ଉପରେ ଛାଇ ଟିକିଏ ଯୋଗାଡ଼ କରିବାରେ ବ୍ୟସ୍ତ ଏ ଗାଁର […]

  • Saturday, 17 July 2021
free
ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଗାଁ ଯୁବକ ଯୁବତୀଙ୍କ ନିଆରା ପ୍ରୟାସ

ପଟ୍ଟାମୁଣ୍ଡାଇ( ପ୍ରବୀର କୁମାର ନାୟକ) : ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଗାଁ ଯୁବକ ଯୁବତୀଙ୍କ ନିଆରା ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ବ୍ଲକ୍ ବଳଭଦ୍ରପୁର ଗ୍ରାମରେ ଗ୍ରୀଷ୍ମ ଛୁଟିରେ ପିଲାମାନଙ୍କ ପାଇଁ ଖୋଲିଛି ଗ୍ରୀଷ୍ମାବକାଶ ପାଠଶାଳା। ଶିକ୍ଷା, ସଂସ୍କାର , ପ୍ରଗତି। ଏହି ୩ଟି ବିଷୟକୁ ଆଧାର କରି ଗ୍ରୀଷ୍ମ ଛୁଟିରେ ପିଲାଙ୍କୁ ଦିଆଯାଉଛି ଫ୍ରି କୋଚିଂ। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାମାନଙ୍କୁ ଗ୍ରୀଷ୍ମାବକାଶ ପାଠଶାଳାରେ ପାଠ ପଢାଉଛନ୍ତି ଗାଁର ଶିକ୍ଷିତ ଯୁବକ ଯୁବତୀ। ବିନା […]

  • Saturday, 17 July 2021
modi ladoo-1
ବିଜୟ ଉତ୍ସବ ପାଳନ ପ୍ରସ୍ତୁତିରେ ବିଜେପି ; ବଣ୍ଟା ହେବ ‘ମୋଦି ଲଡୁ’

ମୁମ୍ବାଇ : ବିଜେପି ଶିବିରରେ ଖୁସି ଲହରି। ଏକ୍‌ଜିଟ୍ ପୋଲରେ ମୋଦି ସରକାର ପୁଣି ଥରେ ଦିଲ୍ଲୀ ଗାଦି ଦଖଲ କରୁଥିବାର ଆକଳନ ପରେ ବିଜେପି ଶିବିରରେ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି। ୨୩ ତାରିଖରେ ଫଳାଫଳ ଆସିବା ପରେ କେମିତି ବିଜୟ ଉତ୍ସବ ପାଳନ ହେବ, ସେଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଉ ଏଥିପାଇଁ ତିଆରି ହେଉଛି ଲଡ଼ୁ। ଜଣେ ବିଜେପି କର୍ମୀଙ୍କ କହିବାନୁସାରେ , ପ୍ରଥମେ ସେମାନେ ଦେଢ଼ ହଜାର କିଲୋ ଲଡ଼ୁ ତିଆରି ପାଇଁ […]

  • Saturday, 17 July 2021
dibya
ସ୍ୱଦେଶ ଫେରିଲେ ଦିବ୍ୟରଂଜନ

ଭୁବନେଶ୍ୱର : ୩ ମାସ ପରେ ପୁଅକୁ ଫେରି ପାଇବା ପରେ ପରିବାରରେ ଖୁସିର ଲହରୀ। ବାପା, ମା ଓ ଭାଇବନ୍ଧଙ୍କୁ ପାଖରେ ପାଇ ଦିବ୍ୟରଂଜନଙ୍କ ମନରେ ଅନେକ ଖୁସି। କେବଳ ଦିବ୍ୟରଂଜନ ନୁହେଁ,ଦୁବାଇରେ ଅଟକ ଥିବା ଅନ୍ୟ ୭ ସଦସ୍ୟ ମଧ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉଦ୍ୟମ ପରେ ଏମାନେ ସ୍ୱଦେଶ ଫେରିଛନ୍ତି।ଦିବ୍ୟରଂଜନଙ୍କ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କୁ ଉଭୟ ସାଂସଦ […]

  • Saturday, 17 July 2021
airstrike
ଅବହେଳିତ ମୟୁରଭଞ୍ଜର ଅମର୍ଦ୍ଦା ଏୟାରଷ୍ଟ୍ରିପ

ମୟୁରଭଞ୍ଜ : ୯ ଶହ ଏକର ଅଞ୍ଚଳ। ୧୧ ହଜାର୍ ଫୁଟ୍ ବା ସାଢ଼େ ୩ କିଲୋମିଟରର ରନ୍‌ୱେ। ଏ ହେଉଛି ମୟୁରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍। ଏହାକୁ ଏସିଆର ସର୍ବବୃହତ୍ ଏୟାରଷ୍ଟ୍ରିପ୍ କୁହାଯାଉଥିଲା। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ। ଚାରିଆଡ଼େ ବଣବୁଦା ଓ ଉଇହୁଙ୍କାରେ ଭର୍ତ୍ତି ଦିଶୁଛି ତ କେବଳ ରନ୍‌ୱେର ଏଇ ୧ ନମ୍ବର ଲ୍ୟାଣ୍ଡିଂ ଜୋନ୍ ଓ ଗୋଟିଏ ବଙ୍କର୍  କୁହାଯାଏ। ୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହାକୁ ଜାପାନ […]