ଭୁବନେଶ୍ୱର : ରାଜଧାନୀରେ ପ୍ରେମ, ପ୍ରତାରଣାର ଚର୍ଚ୍ଚିତ କାହାଣୀ । ପ୍ରେମିକାଙ୍କ ମେହେନ୍ଦୀ ଉତ୍ସବରେ ଉଭା ହୋଇଛନ୍ତି ପ୍ରେମିକ। ଆଉ ଜିଦି କରିଛନ୍ତି ନିଜର ସ୍ତ୍ରୀଙ୍କୁ ସାଥିରେ ନେଇ ଯିବାକୁ । ଯାହାଙ୍କୁ ସେ କୋର୍ଟ ମ୍ୟାରେଜ୍ କରିଥିଲେ । ଯୁବକଙ୍କ ନାଁ ରାକେଶ ବାରିକ । ରାକେଶଙ୍କ କହିବା କଥା, ୨୦୧୨ରେ ବ୍ୟାଙ୍କିଂ କୋଚିଂ ପାଇଁ ଅନୁଗୁଳରୁ ଭୁବନେଶ୍ୱର ଆସିଥିଲେ ରମେଶ। ଏହି ସମୟରେ ସଂପୃକ୍ତ ଯୁବତୀଙ୍କ ସହ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପରେ […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାଜ୍ୟରେ ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବାପାଇଁ ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ମୋ ସରକାର ଜରିଆରେ ରାଜ୍ୟ ସରକାର ୫ଟି ଲାଗୁ କରିଛନ୍ତି। ଅଥଚ ଏତେ ପରେବି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ନିଜେ ପୁଲିସ ବିଭାଗରେ ଦୀର୍ଘଦିନ ଚାକିରୀ କରି ଏସ.ପି. ଭାବେ ଅବସର ଗ୍ରହଣ କରି ନ୍ୟାୟ ପାଇବାରୁ ବଞ୍ଚିତ ହେବାପରେ ପୁଲସ ଓ ବିଭିନ୍ନ ବିଭାଗରରେ […]
ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି। ଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା […]
ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍ଭିଡିଭି)ରେ ଫିରୋଜ୍ ଖାନ୍ ନାମକ ଜଣେ ମୁସ୍ଲିମ୍ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଫଟୋକୁ ଟ୍ୱିଟ୍ କରି ଏହା କେଉଁ ସ୍ଥାନ ବୋଲି ପଚାରିଥିଲେ? ଆଉ ଲେଖିଥିଲେ, ମୁଁ ଅନେକ ସ୍ଥାନ ଯାତ୍ରା କରିଥିଲେ ମଧ୍ୟ ଓଡ଼ିଶାର ସୌନ୍ଦର୍ଯ୍ୟ ମୋତେ ସଦାବେଳେ ବିମୋହିତ କରେ। ଏହାର କେଇ ଘଣ୍ଟା ପରେ ପୁଣି ଟ୍ୱିଟ୍ କରି ଏହା ଜୟପୁର-ମାଲକାନଗିରି ରାସ୍ତାର ଦୃଶ୍ୟ ବୋଲି ନବୀନ ସ୍ପଷ୍ଟ କରିଥିଲେ। ତେବେ ମାଲକାନଗିରି ଠାରୁ ୬୦ କିଲୋମିଟର ଦୂରରେ ପଡ଼ୁଥିବା ଏଭଳି ମନଲୋଭା ସ୍ଥାନ […]
ସୋନପୁର( ରବିନ୍ଦ୍ର ହୋତା) : ଚୋରା ପୀରତିରୁ ହେଲେ ଜୀବନ ସାଥି । ଲୁଚା ପ୍ରେମ ଲୁଚି ପାରିଲାନି । ହୋଇଗଲା ପ୍ରଘଟ । ଆଉ ଶେଷ ପରିଣତି ହେଲା ବାହାଘର । ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେଂଝିରିଆପାଲି ଗାଁରେ। ସୂଚନା ମୁତାବକ , ସନ୍ତୋଷିନୀ କ୍ଷେତୀ ନାମକ ଜଣେ ମହିଳାଙ୍କ ସ୍ୱାମୀ ଗତ ୬ମାସ ତଳେ ମୃତ୍ୟୁ ବରଣ କରିଥିଲେ। ପାଖରେ ଥିବା ତାଙ୍କର ଦୁଇ ପୁଅ ( […]
ଆଜିକାଲି ବଡ଼ ବଡ଼ ବିଲଡିଂ , ଆପାର୍ଟମେଣ୍ଟ, ଅଫିସ୍ ଓ ଡାକ୍ତରଖାନା ଆଦିରେ ଲିଫ୍ଟ ବହୁଳ ବ୍ୟବହାର ହେଉଥିବାର ଦେଖାଯାଏ । ପାହାଚରେ ଯିବା ପରିବର୍ତ୍ତେ ଅନେକ ଲିଫ୍ଟରେ ଯିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଏହି ସବୁ ଲିଫ୍ଟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ । ଠିକ୍ରେ କାମ ବି କରେନି । ଆଉ ଏହାକୁ ନେଇ ଅନେକ ଦୁର୍ଘଟଣା ବି ଘଟେ । ଲିଫ୍ଟରେ ଫସି ଜୀବନ ବି ଚାଲିଯିବାର ଖବର ଆସେ […]
ଅଯୋଧ୍ୟା : ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଲାଣି। ସମସ୍ତେ ଶୀତବସ୍ତ୍ର ସଂଗ୍ରହରେ ବ୍ୟସ୍ତ। ଆଉ ଏହାରି ଭିତରେ ଅଯୋଧ୍ୟାର ପୌର ପାଳିକା ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଶୀତ ପ୍ରକୋପରୁ ଗାଈମାନଙ୍କୁ ସୁରକ୍ଷା ଦେବାକୁ ଭିନ୍ନ ପଦକ୍ଷେପ ଉଠାଇଛନ୍ତି । କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବେ। ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍ […]
ରାଉରକେଲା (ପବନ ତିୱାରୀ ) : ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ ; ତା ମନରେ ଆତ୍ମନିର୍ଭରଶୀଳ ହେବାର ପ୍ରବଳ ଇଚ୍ଛାଶକ୍ତି ଜାତ ହୁଏ। କୌଣସି କାମ ତା ପାଇଁ ଅସମ୍ଭବ ହୁଏନା । ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ମହିଳା ହୋଇ ବି ସେ ପରାଜୟକୁ ଜୟ କରି ପାଲଟି ଯାଇଛନ୍ତି ଜଣେ ଅପରାଜିତା […]
ଭୁବନେଶ୍ୱର : ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି। ପୁରୁଷ ବେକାର କ୍ଷେତ୍ରରେ ସାରା ଦେଶରେ ନମ୍ବର ଓ୍ୱାନ ଓଡ଼ିଶା। ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ଆସିଛି ଏଭଳି ଉଦ୍ବେଗଜନକ ତଥ୍ୟ । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସ ରିପୋର୍ଟ କହୁଛି ଜାତୀୟ ହାରକୁ ବହୁ ପଛରେ ପକାଇ ପୁରୁଷ ବେକାର କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନ […]
ଆଳି( ବନମାଳି ସାହୁ)/ ଆନନ୍ଦପୁର (ମୁନା ସିଂହ) : ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଜୀବନର ଅପରାହ୍ନରେ ପାଦ ଦେଲେଣି, ତଥାପି ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ସେହି ଦୁଇଜଣ ଦିବ୍ୟାଙ୍ଗ ମହିଳା ହେଲେ ଆନନ୍ଦପୁର ଅଞ୍ଚଳର ଭାମା ଅପା ଏବଂ ଆଳି କଳସପୁର ଗାଁର ଉର୍ବଶୀ ଦାଶ। ପିଲା ଦିନରୁ ଦୁହେଁ ଦିବ୍ୟାଙ୍ଗ , ହେଲେ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଜି ସମାଜରେ ଦେଇଛି ତାଙ୍କୁ ନୂଆ ପରିଚୟ। […]
ସମସ୍ତଙ୍କ ଜୀବନରେ ସବୁଠୁ ବଡ଼ ଚିନ୍ତା ହୋଇଥାଏ , ବାହାଘର ଖର୍ଚ୍ଚର ବୋଝ । ଏହା ମଣିଷକୁ ଅର୍ଥଶୂନ୍ୟ କରିଦିଏ । ଯେତେ ଟଙ୍କା ସଂଚୟ କରି ରଖିଥିଲେ ବି ତାହା କମ୍ ପଡ଼ିଯାଏ । ଯଦି ଆପଣ ଏହି ସମୟରେ ଟିକେ ସାବଧାନ ହୋଇ ସବୁ ଆୟୋଜନ କରିବେ ତ ଆପଣଙ୍କ ଉପରେ ଅର୍ଥର ବୋଝ ବେଶୀ ପଡ଼ିବ ନାହିଁ । ଆସନ୍ତୁ ଜାଣିବା କେମିତି ବିବାହର ଇନଭେଷ୍ଟମେଣ୍ଟକୁ କମ୍ କରିପାରିବା। ୧ -ୱେଡିଂ ହଲ୍ର […]
ଭୁବନେଶ୍ୱର : ହେଡିଂ ପଢ଼ି ଟିକେ ଅଡୁଆ ଲାଗୁଥିବ। ଜାଣିବାକୁ ଇଚ୍ଛା ହେଉଥିବ, କଂଗ୍ରେସ କର୍ମୀଙ୍କ ବେକରେ ପରିବା ମାଳ ପଡ଼ିଲା କାହିଁକି? କଥାଟା ଜାଣିଲେ ମଜା ଲାଗିବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ‘ଭାରତ ବଞ୍ଚାଅ ସମାବେଶ’। ଖୁସିର କଥା ଯେ, ବାଦବିବାଦ ଭୁଲି ଏଥିରେ ଦଳର ସବୁ ବରିଷ୍ଠ ନେତା ଏକାଠି ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରଡି କରିଥିଲେ। ତେବେ ଏଠି କିଛି କିଛି ଦୃଶ୍ୟ ଲୋକଙ୍କ […]
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଅସଲି ବିରୋଧୀ ଦଳ କିଏ ? ବିଜେପି ନା କଂଗ୍ରେସ? ଆପଣ ଭାବୁଥିବେ, ୨୦୧୯ ନିର୍ବାଚନ ସରି, ସରକାର ଗଠନ ହୋଇ ବିରୋଧୀ ଦଳ ବି ଘୋଷଣା ହୋଇସାରିଛି କେବେଠୁ। ବିଧାନସଭା ବି ଚାଲିଲାଣି, କିନ୍ତୁ ଏ ପ୍ରଶ୍ନର ଉତ୍ତର ଏବେବି ଆମ ପାଖରେ ନାହିଁ । ବାସ୍ତବରେ ୨୦୧୯ ନିର୍ବାଚନ ବେଳୁ ହିଁ ଏହି ପ୍ରଶ୍ନ ଓଡ଼ିଶାବାସୀଙ୍କ ଭିତରେ ଗୁଂଜରଣ ହୋଇଚାଲିଛି। ବିଧାନସଭାରେ ୨୩ ଜଣ ବିଧାୟକଙ୍କ ସହ ବିଜେପି […]
କଟକ : ମହାବାତ୍ୟା ମୁହଁରୁ ଆସି ‘ଯଶୋଦା’ କୋଳରେ ବଢ଼ିଲା। ନୂଆ ଜୀବନ ପାଇଲା। ଆଉ ଆଜି ତାର ଜୀବନର ମହାନ ଖୁସିକୁ ପାଇଛି ଅନ୍ନପୂର୍ଣ୍ଣା। ପୂର୍ଣ୍ଣ ହୋଇଛି ତା’ର କୁଆଁରୀ ମନର ସ୍ୱପ୍ନ। ପାଇଛି ତା’ର ସାତ ଜନମର ସାଥୀ। ଆଉ ତାକୁ ପୂରା କରିଛି କଟକ ରାଣୀହାଟ ସ୍ଥିତ ‘ଯଶୋଦା ସଦନ’। ବାହାଘର ପାଇଁ ସଜେଇ ହୋଇଛି ପୂରା ପରିବେଶ। ରଙ୍ଗୀନ ଆଲୋକମାଳା ସହ ବିଭିନ୍ନ ଫୁଲରେ କରାଯାଇଛି ସାଜସଜା। ମଣ୍ଡପରେ ବସିଛନ୍ତି ବର-କନ୍ୟା। […]
ଭୁବନେଶ୍ୱର : ଜୀବନକୁ ପାଣି ଛଡ଼ାଇ ଅଗ୍ନିଶମ ବାହିନୀର ଦମ୍ଦାର ଅପରେସନ୍ । ଶହେ ଫୁଟରୁ ଅଧିକ ଉଚ୍ଚତାରୁ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁର ସୁବୋଧ ବାରିକ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଳି ବ୍ଲକ୍ ମହୁରେ ପୋଷ୍ଟାଲ କର୍ମଚାରୀ ଥିଲେ ସୁବୋଧ । କିନ୍ତୁ ଗତ କିଛି ବର୍ଷ ହେଲା ମାନସିକ ରୋଗର ଚିକିତ୍ସା ପାଇଁ ମେଡ଼ିସିନ୍ ଖାଉଥିଲେ । ତାଭିତରେ କୌଣସି କାରଣରୁ ଚାକିରିରେ ଅସୁବିଧା ଉପୁଜିବା ପରେ ପୋଷ୍ଟାଲ୍ […]
କେରଳ : କୁହାଯାଏ ସବୁ ସଂପର୍କଠୁ ନିଆରା ପତି-ପତ୍ନୀଙ୍କ ସଂପର୍କ। ଯେଉଁଠି ବିଶ୍ୱାସର ନୀଡ଼ରେ ବସା ବାନ୍ଧିଥାନ୍ତି ଦୁଇ ମନ ଓ ପ୍ରାଣ। ପ୍ରୀତି ଓ ପ୍ରତିଶ୍ରୁତିର ରଙ୍ଗରେ ରଙ୍ଗାୟିତ ହୋଇଥାଏ ସାତଜନମର ସଂପର୍କ । ଜଣେ ଅନୁଭବ କରିପାରେ ଆଉ ଏକ ଦେହ ଓ ହୃଦୟର କଷ୍ଟ । ସେଇଥିପାଇଁ ସବୁଠୁ ପବିତ୍ର ଓ ସୁନ୍ଦର ଏହି ସମ୍ୱନ୍ଧ। ଏମିତି ଏକ ସ୍ୱାମୀ-ସ୍ତ୍ରୀ ସଂପର୍କର ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାନ୍ ଇବ୍ରାହିମ୍ […]
କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତ […]
ନୂଆଦିଲ୍ଲୀ : ମାଡ଼ି ଆସୁଛି ସମୁଦ୍ର । ପ୍ରତି ବର୍ଷ ୧ ଦଶମିକ ୭୭ ମିଲିମିଟର୍ ସମୁଦ୍ର ଜଳ ପତ୍ତନ ବଢୁଛି। ଭାରତର ଉପକୂଳରେ ଗତ ୫୦ ବର୍ଷରେ ସମୁଦ୍ରର ଜଳସ୍ତର ୮ ଦଶମିକ ୫ ସେଣ୍ଟିମିଟର ବଢ଼ିଛି। ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ। ଦେଶର ୧୦ଟି ବନ୍ଦରରେ ଗତ ୫୦ ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ […]
ବାଲେଶ୍ୱର (ରଶ୍ମୀରଞ୍ଜ ଦାସ) : ଆଜିକାଲି ଦୁନିଆରେ ବୁଢା ବାପାମାଆ ନିଜ ପିଲାଙ୍କ ପାଇଁ ସତେ ଯେମିତି ଅଲୋଡା ହୋଇପଡିଛନ୍ତି। ନିଜ ସ୍ତ୍ରୀ ଓ ପିଲାଛୁଆଙ୍କ କଥା ବୁଝୁଥିବା ବେଳେ ବାପାମାଆ ବୁଢ଼ା ହେବା ପରେ ସତେ ଯେମିତି ପିଲାଙ୍କ ପାଇଁ ଅଲୋଡ଼ା ହୋଇପଡୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ। ପାରାଲିସିସ୍ରେ ପୀଡିତ ଜଣେ ବୃଦ୍ଧଙ୍କୁ ପରିତ୍ତ୍ୟକ୍ତ ଘରେ ଛାଡିଦେଇଛି ତାଙ୍କ ପୁଅ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଆଶାଥିଲା […]
ଯାଜପୁର( ଅଭୟ ପତି) : ଗୋଟିଏ କି ଦୁଇଟି ନୁହେଁ ତିନି ତିନିଟି ବିବାହ। ପ୍ରଥମ ସ୍ତ୍ରୀଠୁ ଛାଡ଼ପତ୍ର ଓ ଦ୍ୱିତୀୟ ସ୍ତ୍ରୀକୁ ଛାଡ଼ି ପଳାଇବା ପରେ ଏବେ ତୃତୀୟ ବିବାହ କରୁଛନ୍ତ । ଯାଜପୁର ପାଣିକୋଇଲି ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଇମ୍ରାନ୍ ଖାନ୍ ନାମକ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଠୁ ଛାଡ଼ପତ୍ର ପରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ବିବାହର କିଛି ମାସ ପରେ ସ୍ତ୍ରୀକୁ […]
ଭଦ୍ରକ( ପାର୍ଥସାରଥୀ ନାୟକ) : ନିଜେ ସେନାରେ ଯୋଗ ଦେଇ ମାଟି ମାଆର ସେବା କରୁଛନ୍ତି। ଲକ୍ଷ୍ୟ ରଖିଛନ୍ତି ତାଙ୍କ ଅଞ୍ଚଳର ପ୍ରତି ପରିବାରରୁ ଜଣେ ଜଣେ ସୈନିକ ବାହାରନ୍ତୁ । କେହି ଯୁବକ ଯେମିତି ବେକାର ନ ରୁହନ୍ତୁ। ସେ ହେଉଛନ୍ତି ଭଦ୍ରକ ତିହିଡ଼ି ବ୍ଲକ୍ର ସେନା କର୍ମଚାରୀ ଜ୍ୟୋତିର୍ମୟ ପାଣ୍ଡବ । ଯାହାଙ୍କଠୁ ପ୍ରଶିକ୍ଷଣ ନେଇ ୨୫ରୁ ଅଧିକ ଯୁବକ ସେନାରେ ଚାକିରି ବି କରି ସାରିଲେଣି । ଜ୍ୟୋତିର୍ମୟ ପାଣ୍ଡବ ନିଜେ ଆଇଟିବିପିର […]
କୋରାପୁଟ : ସ୍ମୃତି ଅଭୁଲା। ଆଉ ତାକୁ ସାଉଣ୍ଟିଲେ ସେ ପୁଣି ହୋଇଯାଏ ସତେଜ। ଆଖି ଆଗରେ ନାଚିଯାଏ ସେଇ ହଜିଲା ଅତୀତ। କେତେବେଳେ ସେ ଅମାନିଆଁ ନଈ ତ କେତେବେଳେ ମନଲୋଭା ଜହ୍ନରାତି। ସ୍ମୃତି ଏମିତି ଏକ ବନ୍ଧନ, ଯାହା ଥରେ ବାନ୍ଧିଦେଲେ ଆଉ ଛାଡ଼େ ନାହିଁ । ଖାସ୍ ସେଇଥି ପାଇଁ ତ ଅତୀତର ସ୍ମୃତିକୁ ମନେପକାଇ ଓଡ଼ିଶାକୁ ଆସିଛନ୍ତି ଲଣ୍ଡନର ଦମ୍ପତି। ୬୯ ବର୍ଷ ତଳର ଲମ୍ବା ସ୍ମୃତି । ଯାହା ତାଙ୍କୁ […]
ବ୍ରହ୍ମପୁର : ନିଜ ଗାଁର ଚେହେରା ବଦଳାଇ ଦେଲେ ଦୁଇ କଲେଜ ପଢୁଆ ଝିଅ। ଅଳିଆ ଆବର୍ଜନାରେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏହି ଚେହେରାକୁ ବଦଳାଇବା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଦୁଇ କଲେଜ ଝିଅ । ନିଜେ ଝାଡ଼ୁ ଧରି ଗାଁରେ ସଫାସୁତରା କରୁଛନ୍ତି। ସେମାନଙ୍କ କାମରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟମାନେ ବି ଏବେ ନିଜ ଆଖପାଖ ଅଞ୍ଚଳ ସଫାସୁତୁରା ରଖୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର କୃପାସିନ୍ଧୁପଲ୍ଲୀର ଦୁଇ କଲେଜ […]
କଟକ : ପାନ ଖାଇଲେ ଧୂଆଁ ବାହାରୁଛି। ଖାଲି ଧୂଆଁ ନୁହେଁ ନିଆଁ ବି ବାହାରୁଛି। ପାଟି ବି ନାଲି ପଡ଼ୁଛି। ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ମଧ୍ୟ। ଭାବୁଥିବେ ଇଏ କେମିତି କା ପାନ। ହଁ ଆମେ କହୁଛୁ କଟକ ଐତିହାସିକ ବାଲିଯାତ୍ରାର କଥା। ଏଠାରେ ହିଁ ମିଳୁଛି ଏହି ନିଆରା ପାନ। ଲୋକେ ବାଲି ଯାତ୍ରାରେ ବୁଲାବୁଲିର ମଜା ନେବା ସହ ଏହି ନିଆରା ପାନର ମଜା ନେଉଛନ୍ତି। ଯାହାକୁ କୁହାଯାଉଛି ବନାରସ ପାନ। […]