• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

gurupriya
କାମ ସରିବାର ଦେଢ଼ମାସ ପରେ ବି କାହିଁକି ଉଦ୍‌ଘାଟନ ହେଉନି ଗୁରୁପ୍ରିୟା

ମାଲକାନଗିରି/ଚିତ୍ରକୋଣ୍ଡା: ବାରମ୍ବାର ଡେଡ୍ ଲାଇନ ଟପିବା ପରେ ଶେଷରେ କାମ ସରିଛି। ହେଲେ ସରି ନାହିଁ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତୀକ୍ଷା। ଏବେ ରାଜନୀତିର ଚକ୍ରବ୍ୟୁହରେ ଯେମିତି ଫସି ଯାଇଛି ଗୁରୁପ୍ରିୟା ସେତୁ ଉଦ୍‌ଘାଟନ । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଫଟୋ ଛାଡ଼ି ଖୁବ୍ ଶୀଘ୍ର ସେତୁ ଉଦ୍‌ଘାଟନ ହେବ ବୋଲି ଜଣାଇଥିଲେ। କାମ ସରିବାର ଦେଢମାସରୁ ଅଧିକ ସମୟ ବିତି ଯାଇଥିଲେ ବି ମୁଖ୍ୟମନ୍ତ୍ରୀ କାହିଁକି ସେତୁ ଉଦ୍‌ଘାଟନ କରୁନାହାନ୍ତି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। […]

  • Monday, 19 July 2021
KIIT image
କିଟ୍ ଓ କିସ୍ ବିରୋଧରେ ଜମି ହଡ଼ପର ଆଉ ଏକ ସାଂଘାତିକ ଅଭିଯୋଗ

 ଭୁବନେଶ୍ୱର: କିଟ୍ ଓ କିସ୍ ବିରୋଧରେ ଜମି ହଡ଼ପର ଆଉ ଏକ ସାଂଘାତିକ ଅଭିଯୋଗ । ଜଣେ ଆଦିବାସୀଙ୍କ ଜମିକୁ ବି ଜବରଦଖଲ କରିବାକୁ ପଛାଇନାହାନ୍ତି କିଟ୍ କର୍ତ୍ତୃପକ୍ଷ । ପୂର୍ବରୁ ବି ଏ ସଂସ୍ଥା ନାଁରେ ଜମି ହଡପ ଅଭିଯୋଗର ତାଲିକା ବେଶ୍ ଲମ୍ବା । ଏତେସବୁ ଘଟଣା ପରେ ବି ସରକାର କାହିଁକି ନିରବଦ୍ରଷ୍ଟା ତାକୁ ନେଇ ଉଠିଛି ପ୍ରଶ୍ନ । ପଢ଼ନ୍ତୁ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟ… ମୌଜା- ପଥରଗାଡ଼ିଆ,  ଖତିଆନ୍  ନମ୍ବର- ୪୫୫, […]

  • Monday, 19 July 2021
robo3
ଖାଦ୍ୟ ପରଷିବେ ଚମ୍ପା, ଚମେଲି ; ଭୁବନେଶ୍ୱରରେ ଜାପାନର ଅନୁଭୂତି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜାପାନର ଅନୁଭୂତି। ଜାପାନ ଭଳି ଭୁବନେଶ୍ୱରରେ ରେଷ୍ଟୁରାଣ୍ଟରେ ମଧ୍ୟ ଖାଦ୍ୟ ପରଷିବେ ରୋବର୍ଟ। ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଥିବା ରୋବୋ ସେଫ୍। ରେଷ୍ଟୁରାଣ୍ଟରେ ଗ୍ରାହକ ପାଇବେ ରୋବୋ ୱେଟର ଚମ୍ପା ଓ ଚମେଲିର ସାନିଧ୍ୟ। ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ରୋବୋ ସେଫ୍‌ ରେଷ୍ଟୁରାଣ୍ଟ। ଏଠି ଦେଖିବାକୁ ମିଳିବ ରୋବୋ ୱେଟର। ରେଷ୍ଟୁରାଣ୍ଟ ଭିତରେ ପ୍ରବେଶ କରିବା ମାତ୍ରେ ଅନ୍ୟ ରେଷ୍ଟୁରାଣ୍ଟ ଭଳି ଏଠି ଆପଣ ମେନୁ ଦେଖି ଅର୍ଡର ନେବେ ଓ […]

  • Monday, 19 July 2021
loba village
ପ୍ରହସନ ପାଲଟିଛି ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଣ

ପାରଳାଖେମୁଣ୍ଡି: ସରକାରଙ୍କ ହିସାବରେ ଦେଶର ସବୁ ଗାଁରେ ପହଂଚି ସାରିଛି ବିଜୁଳି। ହେଲେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଲୋବା ଗାଁର ବିପିଏଲ ପରିବାର ପାଖରେ ପହଂଚି ପାରିନି ବିଜୁଳି। ଫଳରେ ଏଠିକାର ଲୋକଙ୍କର ଡିବିରି ଆଲୁଅରେ ହିଁ ଜୀବନ ବିତୁଛି। ଏହି ଗାଁ’କୁ ଦେଖିଲେ ଲାଗୁଛି ଯେମିତି ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରତିଶ୍ରୁତି ପ୍ରହସନ ପାଲଟିଛି । ଗାଁରେ ରହୁଥିବା […]

  • Monday, 19 July 2021
school in temple
ସର୍ବଶିକ୍ଷା ଅଭିଯାନକୁ ଉପହାସ: ମନ୍ଦିର ବେଢ଼ାରେ ଚାଲିଛି ସ୍କୁଲ

ସାଲେପୁର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ତିନି ବର୍ଷ ହେଲାଣି ମନ୍ଦିର ବେଢାରେ ଚାଲିଛି ବିଦ୍ୟାଳୟ। ସ୍କୁଲ ପାଇଁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ଜାଗା ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଫଳରେ ଅନେକ ସମସ୍ୟା ଦେଇ ପାଠ ପଢୁଛନ୍ତି ପିଲାଏ। ଏ ହେଉଛି କଟକ ଜିଲ୍ଲା କିଶୋର ନଗର ତହସିଲ ମୁର୍କୁଣ୍ଡି ଗାଁର ବାଣେଶ୍ୱର ମହାଦେବଙ୍କ ମନ୍ଦିର । ଏହି ମନ୍ଦିରର ବେଢ଼ାରେ ଚାଲିଛି ସ୍କୁଲ। ସ୍କୁଲର ନାମ ଫଳକ […]

  • Monday, 19 July 2021
food1
ପ୍ଲାଷ୍ଟିକ୍‌ ବଦଳରେ ମିଳୁଛି ମାଗଣା ଖାଦ୍ୟ

ଅମ୍ୱିକାପୁର : ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଏବେ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି ସାରା ଦେଶରେ ।  ବ୍ୟକ୍ତିଗତ ଭାବେ ସମସ୍ତେ ଏ ଦିଗରେ ସଚେତନ ହେବା ପାଇଁ ସରକାରୀ ଓ ବେସରକାରୀ ପଦକ୍ଷେପ ନିଆଯାଇଛି। ଆଉ ଏ ଦିଗରେ ସ୍ୱତନ୍ତ୍ର ପ୍ରଚେଷ୍ଟା ଆରମ୍ଭ କରିଛି ଛତିଶଗଡ଼। ରାଜ୍ୟର ଅମ୍ୱିକାପୁର ଜିଲ୍ଲାରେ ଏକ ଗାର୍ବେଜ କାଫେର ଶୁଭାରମ୍ଭ ହୋଇଛି।  ଏହି କାଫେରେ ଲୋକେ ପ୍ଲାଷ୍ଟିକ୍‌ ଦେଇ ମାଗଣା ଖାଦ୍ୟ ପାଇପାରିବେ।  ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍‌ […]

  • Monday, 19 July 2021
ram dev
ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି। ଲଣ୍ଡନ ବିଶ୍ୱ ପ୍ରସିଦ୍ଧ ମାଡେମ୍ ତୁସାଡ୍ ମ୍ୟୁଜିୟମରେ ନିର୍ମାଣ ହେବ ରାମଦେବ ୱାକ୍ସ ମୂର୍ତ୍ତି। ଏନେଇ ଲଣ୍ଡନରେ ପହଞ୍ଚିଛନ୍ତି ଯୋଗଗୁରୁ। ପ୍ରତିମୂର୍ତ୍ତି ପାଇଁ ସବୁ ମାପଚୁପ୍ ନେଇଛନ୍ତି ମ୍ୟୁଜିୟମ୍ ଅଧିକାରୀ। ଏହି ଅବସରରେ ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଛନ୍ତି ରାମଦେବ। ବିଶ୍ୱରେ ଯୋଗକୁ ନୂତନ ଦିଶା ଦେବାରେ ଏହା ସହାୟକ ହେବ। ଲୋକେ ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ରାମଦେବ। ମାଡେମ୍ […]

  • Monday, 19 July 2021
army officer
ପରକୀୟା ପ୍ରୀତିର ଭୟଙ୍କର ପରିଣତି

ନୂଆଦିଲ୍ଲୀ : ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ‘ରୁସ୍ତମ’ର କାହାଣୀ ଥିଲା। ଯେଉଁଠି ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି କେମିତି ଅନ୍ୟ ଜଣଙ୍କ ଜୀବନ ନେଉଛନ୍ତି ଜଣେ ସେନା ଅଧିକାରୀ। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ। ହେଲେ ଏଠି କିନ୍ତୁ ଚିତ୍ର ଅଲଗା। ବିବାହ ପାଇଁ ରାଜି ନହେବାରୁ ସେନା ଅଧିକାରୀଙ୍କ ମଡେଲ୍ ପତ୍ନୀଙ୍କୁ ଅନ୍ୟ ଜଣେ ସେନା ଅଧିକାରୀ କରିଛନ୍ତି ହତ୍ୟା । […]

  • Monday, 19 July 2021
anchhal
ଚା'ବାଲା ଝିଅ ଚଳାଇବେ ଯୁଦ୍ଧ ବିମାନ

ଭୋପାଳ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବାରମ୍ବାର ବିଫଳତା ପରେ ବି ଯିଏ ମନକୁ ଦୃଢ କରି ସଫଳତାର ସ୍ୱପ୍ନ ଦେଖିଥାଏ, ଶେଷରେ ସେହିଁ ବିଜୟୀ ହୋଇଥାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି।  ଥରେ ନୁହେଁ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର  ବାୟୁସେନାର ପରୀକ୍ଷାରେ ଅସଫଳ ହୋଇ ମଧ୍ୟ ସେ ହାର ମାନି ନଥିଲେ। ଆଉ ଶେଷରେ ଆକାଶରେ ଉଡିବା ସ୍ୱପ୍ନକୁ ସେ ସାକାର କରି ଦେଖାଇଥିଲେ। […]

  • Monday, 19 July 2021
ac
ସର୍ବନିମ୍ନ ଏସି ତାପମାତ୍ରା ରହିବ ୨୪ ଡିଗ୍ରୀ ସେଲସିୟସ୍ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏସି ଜରିଆରେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରୁ କମ୍ ରଖି ହେବ ନାହିଁ । ଅର୍ଥାତ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ ହିଁ ରହିବ। ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।  ବିଜୁଳି ଖର୍ଚ୍ଚ କମ୍‌ କରିବାକୁ ଏଭଳି ପ୍ରସ୍ତାବ ଦିଆଯାଇଛି। ଏସି ରଖିଥିବା ଅଧିକାଂଶ ଲୋକେ ଘର ଓ ଅଫିସର ସର୍ବନିମ୍ନ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ସେଲସିୟସରୁ କମ୍ ରଖୁଛନ୍ତି। ଏପରିକି ବେଳେ ବେଳେ ୧୫-୧୬ ଡିଗ୍ରୀ […]

  • Monday, 19 July 2021
saudi-2
କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି

ସାଉଦି ଆରବ : ସାଉଦି ଆରବରେ ନୂଆ ଯୁଗର ଆରମ୍ଭ। କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି। ଜୁନ୨୩ ର ରାତି ସେମାନଙ୍କ ପାଇଁ ଏକ ଐତିହାସିକ ରାତି। ଏହି ରାତିରୁ ନିଜେ ନିଜେ କାର୍ ଡ୍ରାଇଭିଂ କରି ପାରିଛନ୍ତି ସାଉଦି ଆରବର ମହିଳା। କାରରେ ଯିବାକୁ ଡ୍ରାଇଭର ଦରକାର ନାହିଁ କି ସାଙ୍ଗରେ ପରିବାରର ଅନ୍ୟ ପୁରୁଷ ମଧ୍ୟ ଯିବା ଦରକାର ନାହିଁ। ଏହି ମହିଳାଙ୍କୁ ଲାଗୁଛି ସତେ ଯେମିତି ସେମାନେ ସ୍ୱାଧୀନତା ପାଇଛନ୍ତି। ପାଲଟିଛନ୍ତି […]

  • Monday, 19 July 2021
disability
ଜନ୍ମରୁ ଦିବ୍ୟାଙ୍ଗ, ହେଲେ ନିଜର ସୁଲଳିତ କଣ୍ଠରେ ଜିତିଛନ୍ତି ହୃଦୟ

ଚାନ୍ଦବାଲି( ବାସୁଦେବ ଦାସ) : ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏହି ଶାରୀରିକ ଅକ୍ଷମତା। ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରିବା ସହ ସାଉଁଣ୍ଟିଛନ୍ତି ଅନେକ ପୁରସ୍କାର ଓ ମାନପତ୍ର। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡିର ଦୁଇ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ସୁଦାମ ଓ ଶ୍ରୀଧର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶଗଡିଆ ଗାଁର ଜନ୍ମରୁ ଦିବ୍ୟାଙ୍ଗ ସୁଦାମ ନାୟକ। ସେ […]

  • Monday, 19 July 2021
hotel3
ଆକାଶରେ ବସି ଖାଇବାକୁ ଇଚ୍ଛା ଅଛି କି ? ଏହି ହୋଟେଲ୍‌ ଏମିତି ସୁବିଧା ଦେଉଛି

ନୋଏଡ଼ା : ନୋଏଡ଼ାରେ ଏମିତି ଏକ ହୋଟେଲ୍‌ ଖୋଲିଛି , ଯାହାକି ଏଠି ଖାଇବାର ମଜା ନିଆରା। ଲୋକେ ମଧ୍ୟ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବହୁତ ପସନ୍ଦ କରିଛନ୍ତି। ଏହି ହୋଟେଲ୍‌ ଲୋକମାନଙ୍କୁ ଭୂମି ଠାରୁ ୧୬୦ ଫୁଟ ଉଚ୍ଚରେ ଖାଦ୍ୟ ଖାଇବାକୁ ଦେଉଛି।  ଦୁଃସାହସିକତା କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ହୋଟେଲ୍‌ଟି ଏବେ ଖୁବ୍‌  ଲୋକପ୍ରିୟ ପାଲଟିଛି। ଯେଉଁ ଲୋକମାନେ ଏବେ ସୁଧା ସ୍ଲାଇଡିଂ ଓ ସୁଇଙ୍ଗରେ ଆନନ୍ଦ ଉପଭୋଗ କରିଥିଲେ, ସେମାନେ […]

  • Monday, 19 July 2021
laxmi
୫ ପ୍ରାଣୀ କୁଟୁମ୍ବ ପାଳୁଛି ୧୭ ବର୍ଷୀୟ ଝିଅ

କୋରାପୁଟ (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ । ଦୁର୍ଗମ କୋରାପୁଟ ଜିଲ୍ଲା ଖୁଡ଼ିଗୁଡ଼ା ଗାଁର ୧୭ ବର୍ଷର ଝିଅ ଲକ୍ଷ୍ମୀ ଉପରେ ଏବେ ଚାରି ଚାରିଟି କୁନି ଭାଇ ଭଉଣୀଙ୍କ ଲାଳନ ପାଳନର ଦାୟିତ୍ୱ। ଏହା ସାଙ୍ଗକୁ […]

  • Monday, 19 July 2021
abhi-isro copy
କନ୍ଧମାଳର ଅଭିମନ୍ୟୁ ଇସ୍ରୋର ବୈଜ୍ଞାନିକ

କନ୍ଧମାଳ : କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ ମନୋବଳ ଆଗରେ ହାରମାନେ ସବୁ ପ୍ରତିବନ୍ଧକ।  ଏକଥାକୁ ପ୍ରମାଣିତ କରି ଦେଖେଇଛନ୍ତି ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଅନେକ ସଫଳ ବ୍ୟକ୍ତିତ୍ୱ। ଏହିପରି ଜଣେ ଦୃଢ଼ମନା ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସିମ୍ବାଲି ଗାଁର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ। ଯିଏକି ଏବେ ଇସ୍ରୋର ରକେଟ୍‌ ୱିଙ୍ଗରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଇସ୍ରୋରେ ବୈଜ୍ଞାନିକ ଅଭମନ୍ୟୁ । ଗାଁରୁ ଇସ୍ରୋକୁ ଯାତ୍ରା […]

  • Monday, 19 July 2021
KILLER
ସିରିଏଲ୍ କିଲର ବୋହୂ , ଶାଶୂ ଘରର ଛଅ ଜଣଙ୍କୁ କରିଛି ହତ୍ୟା

କେରଳ : କଥାରେ ଅଛି ଘରକୁ ସ୍ୱର୍ଗ କରିଦିଏ ବୋହୂ। ଏମିତି ଜଣେ ବୋହୂର କାରନାମା ପଦାକୁ ଆସିଛି ଶୁଣିଲେ ଛାତି ଥରି ଉଠିବ। ବୋହୂ ସାଜିଛି ସିରିଏଲ୍‌ କିଲର। ୧୪ ବର୍ଷରେ ଶାଶୂ ଘରର ଛଅ ଛଅ ଜଣଙ୍କୁ ଯୋଜନାବଦ୍ଧ ହତ୍ୟା କରି ରାସ୍ତାରୁ ହଟାଇ ଦେଇଛି। ଆଉ ଏହି ତାଲିକାରେ ଅଛନ୍ତି ଖୋଦ୍ ସ୍ୱାମୀ, ଶାଶୂ, ଶ୍ୱଶୂରଙ୍କ ସହ ଜଣେ ବର୍ଷକର ନିଷ୍ପାପ ଶିଶୁ। କେରଳ କୋଝିକୋଡ୍‌ରୁ ସାମ୍ନାକୁ ଆସିଥିବା ଏ ଲୋମଟାଙ୍କୁରା ଘଟଣା […]

  • Monday, 19 July 2021
jio
ଗ୍ରାହକଙ୍କୁ ଜିଓ ଦେଲା ଝଟ୍‌କା

ନୂଆଦିଲ୍ଲୀ :  ମୋବାଇଲ୍ ଉପଭୋକ୍ତାଙ୍କୁ ଝଟ୍‌କା ଦେଲା ଜିଓ ନେଟ୍ଓ୍ୱାର୍କ । ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଗଣିବାକୁ ପଡ଼ିବ ଟଙ୍କା। ଗ୍ରାହକଙ୍କୁ ମିନିଟ୍‌କୁ  ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ଅର୍ଥାତ୍‌ ଆସନ୍ତା କାଲିଠୁ ଜିଓର ନୂଆ ଦର ଲାଗୁ ନେଇ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୂଚନା। ଟ୍ରାଇର ନୂଆ ନିୟମ ଯୋଗୁଁ ଜିଓର ୧୩, ୫୦୦ କୋଟି କ୍ଷତି ହୋଇଛି। ଏଣୁ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ(IUC)କୁ କୋଟି କୋଟି […]

  • Monday, 19 July 2021
ଜଳଖିଆରେ ଚୁଟି ପଡିଥିବା ଦେଖି ପତ୍ନୀଙ୍କୁ ଲଣ୍ଡା କଲେ ସ୍ୱାମୀ !

ଢାକା : ଜଳଖିଆରେ ଚୁଟି ପଡିଥିବା ଦେଖି ଜଣେ  ବଙ୍ଗୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ସହ କରିଛନ୍ତି ଅଜବ କାଣ୍ଡ। ପତ୍ନୀଙ୍କର ମୁଣ୍ଡକୁ ସଂପୂର୍ଣ୍ଣ ଲଣ୍ଡା କରିଦେଇଛନ୍ତି । ଆଉ ଏହି ଘଟଣାରେ ବାଂଲାଦେଶ ପୁଲିସ୍‌ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ।  ଜୟପୁରହାଟ ଠାରେ ଚଢ଼ଉ କରି ପୁଲିସ୍‌ ଅଭିଯୁକ୍ତ ବବୁଲ ମଣ୍ଡଳଙ୍କୁ ଗିରଫ କରିଛନ୍ତି। ଗାଁ ଲୋକଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ୍‌ କହିବା ଅନୁଯାୟୀ, ପତ୍ନୀଙ୍କ ପ୍ରସ୍ତୁତ ସକାଳ ଜଳଖିଆରେ […]

  • Monday, 19 July 2021
bamura
ଗାନ୍ଧୀଜୀଙ୍କ ଅନୁଗୁଳ କନେକ୍ସନ...

ଅନୁଗୁଳ( ବିରଜା ଦାସ) : ଅହିଂସାର ପୂଜାରୀଙ୍କ ଅନୁଗୁଳ କନେକ୍ସନ୍। ଜାତିର ଜନକ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ନିବାରଣ ପାଇଁ ଯାତ୍ରା କରୁଥିବା ବେଳେ ୧୯୩୪ ମସିହା ମେ ୫ ଓ ୬ ତାରିଖରେ ଅନୁଗୁଳ ଓ ବାମୁରରେ ଅବସ୍ଥାନ କରିଥିଲେ। ସେଠାରେ ଆୟୋଜନ କରିଥିଲେ ଏକ ସଭା। ଲକ୍ଷ୍ୟ ଥିଲା, ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉତ୍ତୋଳନ ସହ ସ୍ୱାଧୀନତା ଆନ୍ଦୋଳନ ପାଇଁ ଜନଜାଗରଣ ସୃଷ୍ଟି କରିବା। ଝାରସୁଗୁଡ଼ା ଓ ସମ୍ବଲପୁରର କାର୍ଯ୍ୟକ୍ରମ ସାରିବା ପରେ ଗାନ୍ଧୀ […]

  • Monday, 19 July 2021
oldage3
ପରିଣତ ବସୟରେ ଆଶ୍ରାବାଡ଼ି କିଏ ? ଆଶ୍ରୟ ଖୋଜୁଛନ୍ତି ବାପା

ଭଞ୍ଜନଗର/ ଭୁବନେଶ୍ୱର : ବୃଦ୍ଧ ଯେ ବ୍ୟାଧି ନୁହେଁ ,ଏକ ଅବସ୍ଥା। ବୋଧହୁଏ ସେକଥା ବୁଝିବାକୁ ନାରାଜ ପକ୍ଷାଘାତରେ ଆକ୍ରାନ୍ତ ବୃନ୍ଦାବନଙ୍କ ପୁଅ-ବୋହୂ। ତା ହୋଇନଥିଲେ ଆଜି ଆଶ୍ରୟ ଟିକେ ପାଇଁ ବାର ଦୁଆରେ ଏମିତି ହୀନସ୍ତା ହେଉନଥାନ୍ତେ। ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ରତନପୁରର ବୃନ୍ଦାବନ ଗୌଡ଼ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ଯେଉଁ ପରିଣତ ବୟସରେ ଜନ୍ମକଲା ପୁଅ ଓ ବୋହୂ ଜୀବନ୍ତ ଆଶ୍ରାବାଡ଼ି ଭଳି ତାଙ୍କୁ ସାହାରା ହେବାର ସ୍ୱପ୍ନ ଦେଖିଥିଲେ ,ସେମାନେ କିନ୍ତୁ […]

  • Monday, 19 July 2021
santosh
ସନ୍ତୋଷଙ୍କୁ କିଏ ହେବ ସାହାରା ? ଦୁର୍ଘଟଣା ଦେଇଗଲା ଦାରୁଣ ଦୁଃଖ

ଗୁଣପୁର ( ଇନ୍ଦ୍ରଜିତ୍ କୁମାର ପଣ୍ଡା) : ମନରେ ଥିଲା ଅସୁମାରୀ ସ୍ୱପ୍ନ। ସୁନ୍ଦର ଭବିଷ୍ୟତ ହାତ ଠାରି ଆଗକୁ ଆଗକୁ ଡାକୁଥିଲା । ହେଲେ ଭାଗ୍ୟ ଯେ ଏମିତି ଦାଉ ସାଧିବ କିଏ ଜାଣିଥିଲା। ସମୟ ଯେ ଏତେ ନିର୍ଦ୍ଦୟ ହୋଇପାରେ ସନ୍ତୋଷ ଶବରଙ୍କୁ ଜଣାନଥିଲା। ଘଟଣା ଥିଲା ଏମିତି। ଟ୍ରେନ୍‌ରେ ଗୁଣପୁରରୁ କାଶୀନଗର କଲେଜ୍ ଯାଉଥିଲେ ସନ୍ତୋଷ।  ଟ୍ରେନ୍‌ରୁ ଓହ୍ଲାଇବାବେଳେ ଟ୍ରେନ୍ ତଳେ ପଡି ଯାଇଥିଲେ ସେ । ସୌଭାଗ୍ୟବଶତଃ ଜୀବନ ସିନା ବଞ୍ଚି […]

  • Monday, 19 July 2021
relation
ବାଲକୋନିରେ ପ୍ରେମ ନେଇଗଲା ଜୀବନ

ନୂଆଦିଲ୍ଲୀ : ସମ୍ଭୋଗ ନେଲା ଜୀବନ । ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପତି-ପତ୍ନୀ ଘରର ୩ୟ ମହଲାରେ ଦୈହିକ ସଂପର୍କରେ ଲିପ୍ତ ଥିଲେ । ଉଭୟ ଏଥିରେ ଏତେ ମାତ୍ରାରେ ହଜିଯାଇଥିଲେ ଯେ, ଶେଷରେ ପରିଣାମ ଭୟଙ୍କର ହୋଇଗଲା। ସେହି ୩ୟ ମହଲା ବାଲକୋନିରୁ ପଡ଼ି ଚାଲିଗଲା ଦମ୍ପତିଙ୍କ ଜୀବନ । ସୂଚନା ମୁତାବକ, ମହିଳା ଜଣକର ବୟସ ୨୮ ବର୍ଷ ହୋଇଥିବା ବେଳେ ପୁରୁଷ ଜଣକର ବୟସ ୩୫ […]

  • Monday, 19 July 2021
naveen-dharmendra
ଖସିଲେ ନବୀନ, ଉଠିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଖସିଲେ ନବୀନ, ଉଠିଲେ ଧର୍ମେନ୍ଦ୍ର। ୨୦୧୯ ବର୍ଷ ପାଇଁ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ପ୍ରକାଶ ପାଇଥିବା ଶହେ ଜଣ ମୋଷ୍ଟ ପାଓ୍ୱାରଫୁଲ୍ ଇଣ୍ଡିଆନ୍ ବା ସବୁଠୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ନବୀନଙ୍କ ରାଙ୍କ ହ୍ରାସ ପାଇଥିଲାବେଳେ ଧର୍ମେନ୍ଦ୍ରଙ୍କ ସ୍ଥାନ ଉପରକୁ ଉଠିଛି। ଏହି ସଂସ୍ଥା ୨୦୧୮ରେ ନବୀନଙ୍କୁ ୩୦ତମ ସ୍ଥାନରେ ରଖିଥିବା ବେଳେ ଏଥର ନବୀନ ଏଥିରୁ ୯ଟି ସ୍ଥାନ ଖସି ୩୯ତମ ସ୍ଥାନରେ ରହିଛନ୍ତି। ସେହିପରି ଧର୍ମେନ୍ଦ୍ର ୩୨ ତମ ସ୍ଥାନରୁ […]

  • Monday, 19 July 2021
lata-modi
ଲତା ଦିଦି, ପ୍ରଣାମ ! ମୁଁ ନରେନ୍ଦ୍ର ମୋଦି କହୁଛି

ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଗତକାଲି ଥିଲା ତାଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବା ପୂର୍ବରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଯାହା କଥାବାର୍ତ୍ତା ହୋଇଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କୀ ବାତ୍‌’ରେ ଶୁଣିବାକୁ ମିଳିଥିଲା। ତା’ହେଲେ ପଢ଼ନ୍ତୁ ସେମାନଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ। ମୋଦି: ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦି କହୁଛି । ଲତା: ପ୍ରଣାମ! […]

  • Monday, 19 July 2021
std4
ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ

ତେଲକୋଇ (ଚିନ୍ମୟ କୁମାର ସାହୁ) : ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ। ଗୋଟିଏ ଶ୍ରେଣୀରେ ନୁହେଁ, ବିଦ୍ୟାଳରେ ଥିବା ୮ଟି ଶ୍ରେଣୀର ଦୃଶ୍ୟ ପ୍ରାୟ ଏକାଭଳି। ତେବେ କାହିଁକି ଏଭଳି ଅବସ୍ଥା ? ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିକ୍ଷକରେ ଚାଲିଛି କେନ୍ଦୁଝର ଜିଲ୍ଲା ବେଣିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସେ ବି ଆଠଟି ଶ୍ରେଣୀର ୯୯ ଛାତ୍ରଛାତ୍ରୀଙ୍କୁ ନେଇ  ୪ ମାସ ହେଲା ଚାଲିଛି ଏଭଳି […]

  • Monday, 19 July 2021