ନୂଆଦିଲ୍ଲୀ : ସୋଶାଲ ମିଡିଆ ଆଜିର ସମୟରେ ବହୁତ ଲୋକପ୍ରିୟ ପାଲଟିଛି। ପୁରା ବିଶ୍ୱକୁ ଗୋଟିଏ ସ୍ଥାନରେ କେନ୍ଦ୍ରିତ କରିରଖିଛି। ଆମ ଚାରିପାଖରେ ଯାହା ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ତାହା ଖୁବ୍ ଶୀଘ୍ର ଭାଇରାଲ୍ ହେଇଛି। ଏମିତି ଆପଣ ଅନେକ ଭାଇରାଲ୍ ଭିଡ଼ିଓ ଦେଖିଥିବେ । ଯାହାକି ଅନେକଙ୍କ ଜୀବନକୁ ବଦଳେଇ ଦେଇଛି । ଏହାର ସବୁଠୁ ବଡ଼ ଉଦାହରଣ ରାନୁ ମଣ୍ଡଳ । ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କର ‘ଏକ ପ୍ୟାର୍ କା ନଗମା […]
ଆଳି( ବନମାଳୀ ସାହୁ) : ସମାଜରେ ଏମିତି ଅନେକ ଲୋକ ଅଛନ୍ତି , ଯେଉଁଠି ବି ଥିଲେ, ଯେତେ ପ୍ରତିଷ୍ଠିତ ହୋଇଥିଲେ ବି ନିଜ ଗାଁ ମାଟି ପ୍ରତି କର୍ତ୍ତବ୍ୟକୁ ଭୁଲି ପାରନ୍ତିନି । ସେମିତି ଜଣେ ହେଲେ କେନ୍ଦ୍ରାପଡ଼ା ସାଳିଅଞ୍ଚ ଗାଁର ଡାକ୍ତର ସହଦେବ ସ୍ୱାଇଁ। ସୁଦୂର ଲଣ୍ଡନରେ ଡାକ୍ତରୀ ପେଶା ହେଲେ ଛୁଟି ମିଳିବାକ୍ଷଣି ଚାଲି ଆସନ୍ତି ନିଜ ଗାଁକୁ । ମାଗଣାରେ ରୋଗୀସେବା କରନ୍ତି । ନିଜେ ପାଠ ପଢିଥିବା ପ୍ରାଥମିକ ବିଦ୍ୟାଳୟର […]
ସୋନଭଦ୍ରା : ଗୋଟିଏ ଲିଟର କ୍ଷୀର ଖାଇଲେ ୮୧ ଜଣ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଚୋପାନ ଅଂଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର ଅଭିଯୋଗ କରିବାପରେ ଆରମ୍ଭ ହୋଇଛି ତନାଘନା। ଅଭିଯୋଗ ଅନୁଯାୟୀ, ଚୋପାନ ଅଂଚଳର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ପାଠ ପଢି ହୋଇଥିଲେ ଇଂଜିନିୟର। ଏବେ କିନ୍ତୁ ଚାକିରି ଛାଡି ତିଆରି କରୁଛନ୍ତି ପଞ୍ଜୁରୀ। ଏହି ବ୍ୟବସାୟରେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ଆତ୍ମସନ୍ତୋଷ ଲାଭ କରୁଛନ୍ତି ସୌମ୍ୟରଞ୍ଜନ ମଲ୍ଲିକ । ପଶୁପକ୍ଷୀଙ୍କ ପ୍ରତି ପ୍ରେମ ଆଜି ବଞ୍ଚିବା ପାଇଁ ଯୋଗାଇ ଦେଇଛି ନୂଆ ରାହା । ଢେଙ୍କାନାଳ ଗେଙ୍ଗୁଟିଆ ଗାଁର ଇଂଜିନିୟର ସୌମ୍ୟରଞ୍ଜନ ମଲ୍ଲିକ ମେକାନିକାଲ ଇଂଜିନିୟରିଂରେ ବିଟେକ୍ ପାଠ ସାରି ଚାକିରି କରୁଥିଲେ ସୌମ୍ୟ । […]
ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଜିଓ ଆଣିଛି ସବୁଛି ଶସ୍ତା ପ୍ଲାନ୍ । ରିଲିଏନ୍ସ ଜିଓ ଫାଇବର ୟୁଜର୍ସଙ୍କ ପାଇଁ କଂପାନୀ ଏକ ନୂଆ ପ୍ଲାନ୍ ଲଂଚ କରିଛି । ୩୫୧ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୫୦ ଜିବି ଡାଟା ଏବଂ ଅସୀମିତ ଫ୍ରି କଲିଂ । ଜିଓ ଫାଇବରର ଲଂଚ ପୂର୍ବରୁ ୟୁଜର୍ସଙ୍କ ମଧ୍ୟରେ ଉତ୍ସାହ ଥିଲା । କିନ୍ତୁ ଯେତେବେଳେ କମର୍ସିଆଲ୍ ଲଂଚ ହେଲା , ଗ୍ରାହକ ସେତେ ପସନ୍ଦ କଲେନାହିଁ […]
କଟକ (ବିବର୍ତ୍ତନ ପଣ୍ଡା ): ପ୍ରଶାସନିକ ବ୍ୟବସ୍ଥାରେ କୁଢ କୁଢ ଯୋଜନା। ହେଲେ ଆଜି ବି ଏହି ଯୋଜନାରୁ ଅନେକ ଦୂରରେ ବହୁ ଯୋଗ୍ୟ ହିତାଧିକାରୀ । ପ୍ରଶାସନିକ ଦୃଷ୍ଟିର ଅଭାବ ଅବା ଅବହେଳା ଆଜି ଲୋକଙ୍କୁ ଯୋଜନାରୁ ବଞ୍ଚିତ କରୁଛି। ଦପ୍ତରକୁ ବର୍ଷ ବର୍ଷ ଦୌଡ଼ିଲେ ବି ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି ଏହି ହିତାଧିକାରୀ । ଏମିତି ଏକ ଉଦାହରଣ କଟକରେ ଦେଖିବାକୁ ମିଳିଛି। ନିକଟରେ ଚାଲଗଲେ ସ୍ତ୍ରୀ । ଏବେ ତିନି ପ୍ରାଣୀଙ୍କୁ […]
ଭୁବନେଶ୍ୱର : ରାଜଧାନୀରେ ପ୍ରେମ, ପ୍ରତାରଣାର ଚର୍ଚ୍ଚିତ କାହାଣୀ । ପ୍ରେମିକାଙ୍କ ମେହେନ୍ଦୀ ଉତ୍ସବରେ ଉଭା ହୋଇଛନ୍ତି ପ୍ରେମିକ। ଆଉ ଜିଦି କରିଛନ୍ତି ନିଜର ସ୍ତ୍ରୀଙ୍କୁ ସାଥିରେ ନେଇ ଯିବାକୁ । ଯାହାଙ୍କୁ ସେ କୋର୍ଟ ମ୍ୟାରେଜ୍ କରିଥିଲେ । ଯୁବକଙ୍କ ନାଁ ରାକେଶ ବାରିକ । ରାକେଶଙ୍କ କହିବା କଥା, ୨୦୧୨ରେ ବ୍ୟାଙ୍କିଂ କୋଚିଂ ପାଇଁ ଅନୁଗୁଳରୁ ଭୁବନେଶ୍ୱର ଆସିଥିଲେ ରମେଶ। ଏହି ସମୟରେ ସଂପୃକ୍ତ ଯୁବତୀଙ୍କ ସହ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପରେ […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାଜ୍ୟରେ ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବାପାଇଁ ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ମୋ ସରକାର ଜରିଆରେ ରାଜ୍ୟ ସରକାର ୫ଟି ଲାଗୁ କରିଛନ୍ତି। ଅଥଚ ଏତେ ପରେବି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ନିଜେ ପୁଲିସ ବିଭାଗରେ ଦୀର୍ଘଦିନ ଚାକିରୀ କରି ଏସ.ପି. ଭାବେ ଅବସର ଗ୍ରହଣ କରି ନ୍ୟାୟ ପାଇବାରୁ ବଞ୍ଚିତ ହେବାପରେ ପୁଲସ ଓ ବିଭିନ୍ନ ବିଭାଗରରେ […]
ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି। ଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା […]
ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍ଭିଡିଭି)ରେ ଫିରୋଜ୍ ଖାନ୍ ନାମକ ଜଣେ ମୁସ୍ଲିମ୍ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଫଟୋକୁ ଟ୍ୱିଟ୍ କରି ଏହା କେଉଁ ସ୍ଥାନ ବୋଲି ପଚାରିଥିଲେ? ଆଉ ଲେଖିଥିଲେ, ମୁଁ ଅନେକ ସ୍ଥାନ ଯାତ୍ରା କରିଥିଲେ ମଧ୍ୟ ଓଡ଼ିଶାର ସୌନ୍ଦର୍ଯ୍ୟ ମୋତେ ସଦାବେଳେ ବିମୋହିତ କରେ। ଏହାର କେଇ ଘଣ୍ଟା ପରେ ପୁଣି ଟ୍ୱିଟ୍ କରି ଏହା ଜୟପୁର-ମାଲକାନଗିରି ରାସ୍ତାର ଦୃଶ୍ୟ ବୋଲି ନବୀନ ସ୍ପଷ୍ଟ କରିଥିଲେ। ତେବେ ମାଲକାନଗିରି ଠାରୁ ୬୦ କିଲୋମିଟର ଦୂରରେ ପଡ଼ୁଥିବା ଏଭଳି ମନଲୋଭା ସ୍ଥାନ […]
ସୋନପୁର( ରବିନ୍ଦ୍ର ହୋତା) : ଚୋରା ପୀରତିରୁ ହେଲେ ଜୀବନ ସାଥି । ଲୁଚା ପ୍ରେମ ଲୁଚି ପାରିଲାନି । ହୋଇଗଲା ପ୍ରଘଟ । ଆଉ ଶେଷ ପରିଣତି ହେଲା ବାହାଘର । ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେଂଝିରିଆପାଲି ଗାଁରେ। ସୂଚନା ମୁତାବକ , ସନ୍ତୋଷିନୀ କ୍ଷେତୀ ନାମକ ଜଣେ ମହିଳାଙ୍କ ସ୍ୱାମୀ ଗତ ୬ମାସ ତଳେ ମୃତ୍ୟୁ ବରଣ କରିଥିଲେ। ପାଖରେ ଥିବା ତାଙ୍କର ଦୁଇ ପୁଅ ( […]
ଆଜିକାଲି ବଡ଼ ବଡ଼ ବିଲଡିଂ , ଆପାର୍ଟମେଣ୍ଟ, ଅଫିସ୍ ଓ ଡାକ୍ତରଖାନା ଆଦିରେ ଲିଫ୍ଟ ବହୁଳ ବ୍ୟବହାର ହେଉଥିବାର ଦେଖାଯାଏ । ପାହାଚରେ ଯିବା ପରିବର୍ତ୍ତେ ଅନେକ ଲିଫ୍ଟରେ ଯିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଏହି ସବୁ ଲିଫ୍ଟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ । ଠିକ୍ରେ କାମ ବି କରେନି । ଆଉ ଏହାକୁ ନେଇ ଅନେକ ଦୁର୍ଘଟଣା ବି ଘଟେ । ଲିଫ୍ଟରେ ଫସି ଜୀବନ ବି ଚାଲିଯିବାର ଖବର ଆସେ […]
ଅଯୋଧ୍ୟା : ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଲାଣି। ସମସ୍ତେ ଶୀତବସ୍ତ୍ର ସଂଗ୍ରହରେ ବ୍ୟସ୍ତ। ଆଉ ଏହାରି ଭିତରେ ଅଯୋଧ୍ୟାର ପୌର ପାଳିକା ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଶୀତ ପ୍ରକୋପରୁ ଗାଈମାନଙ୍କୁ ସୁରକ୍ଷା ଦେବାକୁ ଭିନ୍ନ ପଦକ୍ଷେପ ଉଠାଇଛନ୍ତି । କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବେ। ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍ […]
ରାଉରକେଲା (ପବନ ତିୱାରୀ ) : ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ ; ତା ମନରେ ଆତ୍ମନିର୍ଭରଶୀଳ ହେବାର ପ୍ରବଳ ଇଚ୍ଛାଶକ୍ତି ଜାତ ହୁଏ। କୌଣସି କାମ ତା ପାଇଁ ଅସମ୍ଭବ ହୁଏନା । ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ମହିଳା ହୋଇ ବି ସେ ପରାଜୟକୁ ଜୟ କରି ପାଲଟି ଯାଇଛନ୍ତି ଜଣେ ଅପରାଜିତା […]
ଭୁବନେଶ୍ୱର : ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି। ପୁରୁଷ ବେକାର କ୍ଷେତ୍ରରେ ସାରା ଦେଶରେ ନମ୍ବର ଓ୍ୱାନ ଓଡ଼ିଶା। ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ଆସିଛି ଏଭଳି ଉଦ୍ବେଗଜନକ ତଥ୍ୟ । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସ ରିପୋର୍ଟ କହୁଛି ଜାତୀୟ ହାରକୁ ବହୁ ପଛରେ ପକାଇ ପୁରୁଷ ବେକାର କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନ […]
ଆଳି( ବନମାଳି ସାହୁ)/ ଆନନ୍ଦପୁର (ମୁନା ସିଂହ) : ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଜୀବନର ଅପରାହ୍ନରେ ପାଦ ଦେଲେଣି, ତଥାପି ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ସେହି ଦୁଇଜଣ ଦିବ୍ୟାଙ୍ଗ ମହିଳା ହେଲେ ଆନନ୍ଦପୁର ଅଞ୍ଚଳର ଭାମା ଅପା ଏବଂ ଆଳି କଳସପୁର ଗାଁର ଉର୍ବଶୀ ଦାଶ। ପିଲା ଦିନରୁ ଦୁହେଁ ଦିବ୍ୟାଙ୍ଗ , ହେଲେ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଜି ସମାଜରେ ଦେଇଛି ତାଙ୍କୁ ନୂଆ ପରିଚୟ। […]
ସମସ୍ତଙ୍କ ଜୀବନରେ ସବୁଠୁ ବଡ଼ ଚିନ୍ତା ହୋଇଥାଏ , ବାହାଘର ଖର୍ଚ୍ଚର ବୋଝ । ଏହା ମଣିଷକୁ ଅର୍ଥଶୂନ୍ୟ କରିଦିଏ । ଯେତେ ଟଙ୍କା ସଂଚୟ କରି ରଖିଥିଲେ ବି ତାହା କମ୍ ପଡ଼ିଯାଏ । ଯଦି ଆପଣ ଏହି ସମୟରେ ଟିକେ ସାବଧାନ ହୋଇ ସବୁ ଆୟୋଜନ କରିବେ ତ ଆପଣଙ୍କ ଉପରେ ଅର୍ଥର ବୋଝ ବେଶୀ ପଡ଼ିବ ନାହିଁ । ଆସନ୍ତୁ ଜାଣିବା କେମିତି ବିବାହର ଇନଭେଷ୍ଟମେଣ୍ଟକୁ କମ୍ କରିପାରିବା। ୧ -ୱେଡିଂ ହଲ୍ର […]
ଭୁବନେଶ୍ୱର : ହେଡିଂ ପଢ଼ି ଟିକେ ଅଡୁଆ ଲାଗୁଥିବ। ଜାଣିବାକୁ ଇଚ୍ଛା ହେଉଥିବ, କଂଗ୍ରେସ କର୍ମୀଙ୍କ ବେକରେ ପରିବା ମାଳ ପଡ଼ିଲା କାହିଁକି? କଥାଟା ଜାଣିଲେ ମଜା ଲାଗିବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ‘ଭାରତ ବଞ୍ଚାଅ ସମାବେଶ’। ଖୁସିର କଥା ଯେ, ବାଦବିବାଦ ଭୁଲି ଏଥିରେ ଦଳର ସବୁ ବରିଷ୍ଠ ନେତା ଏକାଠି ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରଡି କରିଥିଲେ। ତେବେ ଏଠି କିଛି କିଛି ଦୃଶ୍ୟ ଲୋକଙ୍କ […]
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଅସଲି ବିରୋଧୀ ଦଳ କିଏ ? ବିଜେପି ନା କଂଗ୍ରେସ? ଆପଣ ଭାବୁଥିବେ, ୨୦୧୯ ନିର୍ବାଚନ ସରି, ସରକାର ଗଠନ ହୋଇ ବିରୋଧୀ ଦଳ ବି ଘୋଷଣା ହୋଇସାରିଛି କେବେଠୁ। ବିଧାନସଭା ବି ଚାଲିଲାଣି, କିନ୍ତୁ ଏ ପ୍ରଶ୍ନର ଉତ୍ତର ଏବେବି ଆମ ପାଖରେ ନାହିଁ । ବାସ୍ତବରେ ୨୦୧୯ ନିର୍ବାଚନ ବେଳୁ ହିଁ ଏହି ପ୍ରଶ୍ନ ଓଡ଼ିଶାବାସୀଙ୍କ ଭିତରେ ଗୁଂଜରଣ ହୋଇଚାଲିଛି। ବିଧାନସଭାରେ ୨୩ ଜଣ ବିଧାୟକଙ୍କ ସହ ବିଜେପି […]
କଟକ : ମହାବାତ୍ୟା ମୁହଁରୁ ଆସି ‘ଯଶୋଦା’ କୋଳରେ ବଢ଼ିଲା। ନୂଆ ଜୀବନ ପାଇଲା। ଆଉ ଆଜି ତାର ଜୀବନର ମହାନ ଖୁସିକୁ ପାଇଛି ଅନ୍ନପୂର୍ଣ୍ଣା। ପୂର୍ଣ୍ଣ ହୋଇଛି ତା’ର କୁଆଁରୀ ମନର ସ୍ୱପ୍ନ। ପାଇଛି ତା’ର ସାତ ଜନମର ସାଥୀ। ଆଉ ତାକୁ ପୂରା କରିଛି କଟକ ରାଣୀହାଟ ସ୍ଥିତ ‘ଯଶୋଦା ସଦନ’। ବାହାଘର ପାଇଁ ସଜେଇ ହୋଇଛି ପୂରା ପରିବେଶ। ରଙ୍ଗୀନ ଆଲୋକମାଳା ସହ ବିଭିନ୍ନ ଫୁଲରେ କରାଯାଇଛି ସାଜସଜା। ମଣ୍ଡପରେ ବସିଛନ୍ତି ବର-କନ୍ୟା। […]
ଭୁବନେଶ୍ୱର : ଜୀବନକୁ ପାଣି ଛଡ଼ାଇ ଅଗ୍ନିଶମ ବାହିନୀର ଦମ୍ଦାର ଅପରେସନ୍ । ଶହେ ଫୁଟରୁ ଅଧିକ ଉଚ୍ଚତାରୁ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁର ସୁବୋଧ ବାରିକ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଳି ବ୍ଲକ୍ ମହୁରେ ପୋଷ୍ଟାଲ କର୍ମଚାରୀ ଥିଲେ ସୁବୋଧ । କିନ୍ତୁ ଗତ କିଛି ବର୍ଷ ହେଲା ମାନସିକ ରୋଗର ଚିକିତ୍ସା ପାଇଁ ମେଡ଼ିସିନ୍ ଖାଉଥିଲେ । ତାଭିତରେ କୌଣସି କାରଣରୁ ଚାକିରିରେ ଅସୁବିଧା ଉପୁଜିବା ପରେ ପୋଷ୍ଟାଲ୍ […]
କେରଳ : କୁହାଯାଏ ସବୁ ସଂପର୍କଠୁ ନିଆରା ପତି-ପତ୍ନୀଙ୍କ ସଂପର୍କ। ଯେଉଁଠି ବିଶ୍ୱାସର ନୀଡ଼ରେ ବସା ବାନ୍ଧିଥାନ୍ତି ଦୁଇ ମନ ଓ ପ୍ରାଣ। ପ୍ରୀତି ଓ ପ୍ରତିଶ୍ରୁତିର ରଙ୍ଗରେ ରଙ୍ଗାୟିତ ହୋଇଥାଏ ସାତଜନମର ସଂପର୍କ । ଜଣେ ଅନୁଭବ କରିପାରେ ଆଉ ଏକ ଦେହ ଓ ହୃଦୟର କଷ୍ଟ । ସେଇଥିପାଇଁ ସବୁଠୁ ପବିତ୍ର ଓ ସୁନ୍ଦର ଏହି ସମ୍ୱନ୍ଧ। ଏମିତି ଏକ ସ୍ୱାମୀ-ସ୍ତ୍ରୀ ସଂପର୍କର ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାନ୍ ଇବ୍ରାହିମ୍ […]
କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତ […]
ନୂଆଦିଲ୍ଲୀ : ମାଡ଼ି ଆସୁଛି ସମୁଦ୍ର । ପ୍ରତି ବର୍ଷ ୧ ଦଶମିକ ୭୭ ମିଲିମିଟର୍ ସମୁଦ୍ର ଜଳ ପତ୍ତନ ବଢୁଛି। ଭାରତର ଉପକୂଳରେ ଗତ ୫୦ ବର୍ଷରେ ସମୁଦ୍ରର ଜଳସ୍ତର ୮ ଦଶମିକ ୫ ସେଣ୍ଟିମିଟର ବଢ଼ିଛି। ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ। ଦେଶର ୧୦ଟି ବନ୍ଦରରେ ଗତ ୫୦ ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ […]