• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

anu
ସାଂସଦ ଅନୁଭବଙ୍କ ବ୍ୟବହାରକୁ ନେଇ ସୋଶାଲ୍‌ ମିଡିଆରେ ଝଡ଼

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ଓଟିଭି ପ୍ରତିନିଧି ମନୋଜ କୁମାର ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଶେଷ କରି ସାଂସଦଙ୍କ ଔଦ୍ଧତ୍ୟ ଆଚରଣକୁ ନେଇ ସୋଶାଲ ମିଡିଆରେ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ସାମ୍ବାଦିକମାନେ ଉଭୟ ଫେସ୍‌ବୁକ୍‌ ଓ ଟ୍ୱିଟରରେ ନିଜ ପ୍ରତିକ୍ରୀୟା ରଖି ଅନୁଭବଙ୍କ ବ୍ୟବହାର ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଭିନ୍ନ ଭିନ୍ନ ଗଣମାଧ୍ୟମରେ କାମ କଲେ ମଧ୍ୟ ସାମ୍ବାଦିକମାନେ ଅନୁଭବଙ୍କ […]

  • Monday, 19 July 2021
son
ବାପା ମଧ୍ୟ ପ୍ରଦେଶ ପୁଅ ଭୋପାଳ

ଭୋପାଳ :  ଆଜିକାଲି  ଅଜବ ଧରଣର ଘଟଣା ସବୁ ଦେଖିବାକୁ ମିଳୁଛି । ଯାହା କି ଅନେକ ସମୟରେ ଆଶ୍ଚର୍ଯ୍ୟକର ମନେହୁଏ ।  ଭୋପାଳରେ ଏମିତି ଏକ ଭିନ୍ନ ଧରଣର ଖବର ସାମନାକୁ ଆସିଛି । ବାପା ରାଜ୍ୟ ପୁଅ ରାଜଧାନୀ । ଯାହାକୁ ନେଇ ଚର୍ଚ୍ଚା ।  ଆପଣଙ୍କୁ ନିଶ୍ଚୟ ଅଡୁଆ ଅଡୁଆ ଲାଗୁଥିବ ।  ଏଥର ଆସନ୍ତୁ ପୁରା ଖବରକୁ ଯିବା । ସୂଚନା ମୁତାବକ, ଭୋପାଳରେ ଜଣେ ଲୋକଙ୍କ ନାଁ  ରହିଛି ମଧ୍ୟ […]

  • Monday, 19 July 2021
hot odisha
ଓଡ଼ିଶାକୁ ମାଡି ଆସୁଛି ବିପଦ ! ଭୟାବହ ହୋଇପାରେ ପରିସ୍ଥିତି

ଭୁବନେଶ୍ୱର : ମାଡି ଆସୁଛି ବିପଦ। ଭୟାବହ ହୋଇପାରେ ପରିସ୍ଥିତି । ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱରୁ ତାପମାତ୍ରା ଲଗାତର ବଢ଼ୁଛି। ଯଦି ପୃଥିବୀର ତାତିକୁ କମା ନ ଯିବ, ତେବେ ଜୀବନ ଉପରେ ତା’ର ସିଧାସଳଖ ପ୍ରଭାବକୁ ରୋକାଯାଇ ପାରିବ ନାହିଁ। ଏକବିଂଶ ଶତାବ୍ଦୀ ଶେଷ ବେଳକୁ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ପାଲଟିବ ଓଡ଼ିଶା। ପରିବେଶ ସୁରକ୍ଷା ପ୍ରତି ଯଦି ଆମେ ସଜାଗ ନହେବା ତେବେ ଏଭଳି ସ୍ଥିତି […]

  • Monday, 19 July 2021
suraj
ଓଡ଼ିଆ ପୁଅର ମହତ ଦାନ ; ମରି ବି ସେ ଅମର

ସୁରତ( ଶୈଳେଶ ଚମ୍ପାନେରିଆ) : ଗୋଟିଏ ପଟେ ଲିଭି ଲିଭି ଆସୁଥିଲା ଜୀବନ ଦୀପ। ସରି ଆସୁଥିଲା ବାକି ଆୟୂଷ । ହେଲେ ସେହି ଘଡ଼ିସନ୍ଧି ମୂହୁର୍ତ୍ତରେ ଗୋଟିଏ ଓଡ଼ିଆ ପରିବାରଙ୍କ ବଡ଼ ନିଷ୍ପତ୍ତି ବଦଳାଇ ଦେଲା ସବୁକିଛି। ଆସନ୍ନ ମୃତ୍ୟୁମୁଖରେ ପଡ଼ିଥିବା ଭେଣ୍ଡିଆ ପୁଅର ହୃତ୍‌ପିଣ୍ଡକୁ ଦେଇ ଜୀବନ ବଞ୍ଚାଇଦେଇଛନ୍ତି ସେମାନେ । ଏଭଳି ମହାନ କାମ କରିଛନ୍ତି ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାର। କେବଳ ହୃତ୍‌ପିଣ୍ଡ ନୁହେଁ, ପୁଅର ଆଖି, […]

  • Monday, 19 July 2021
animal lover
ପଶୁପ୍ରେମୀ ଅଭିପ୍‌ସା ; ବୁଲା ପଶୁଙ୍କ ସାହା ଭରସା

କଟକ : ପଶୁ ପ୍ରେମରେ ରେଭେନ୍ସା ଛାତ୍ରୀ । ଅସହାୟ ପଶୁ ଓ ପକ୍ଷୀଙ୍କୁ ଦେଖିଲେ ବିଚଳିତ ହୋଇପଡ଼େ କଟକ ବାଦାମବାଡ଼ି ଲେବର କଲୋନିର ରହୁଥିବା ଅଭିପ୍ସା ମିଶ୍ରଙ୍କ ମନ।  ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଛାତ୍ରୀ ଜଣକ ଏବେ ଅସହାୟ ବୁଲା ପଶୁମାନଙ୍କ ସାହା ଭରସା ପାଲଟି ଯାଇଛନ୍ତି। ପଞ୍ଚମ ଶ୍ରେଣୀରୁ ଆରମ୍ଭ ହୁଏ ଅଭିପ୍ସାଙ୍କ ପଶୁଙ୍କ ପ୍ରତି ଆଦର। ସ୍ନେହ ଓ ଭଲପାଇବାର ଏହି ଧାରା ଆଜି ଯାଏ ଜାରି ରହିଛି […]

  • Monday, 19 July 2021
swag
ଆତ୍ମବିଶ୍ୱାସ ଦେଲା ନୂଆ ଜୀବନ : କ୍ୟାନସର ପୀଡିତଙ୍କ ପାଇଁ ପାଲଟିଲେ ପ୍ରେରଣା

କଟକ(ଦେବାଶିଷ ମହାନ୍ତି) : ମୃତ୍ୟୁ ବିଜୟୀ ବାଳିକା ସ୍ୱାଗତିକା।  ମୃତ୍ୟୁ ଅତି ନିକଟରେ ଥାଇ ବି ତାଙ୍କୁ ଛୁଇଁ ପାରିନି।  ଜିଇଁବାର ଜିଦ୍‌ ଆଗରେ ହାରି ଯାଇଛି କାଳ। କଟକ ବିଡ଼ାନାସୀର ସ୍ୱାଗତିକା ଆଚାର୍ଯ୍ୟ।  ଆଇନ ଛାତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରୁଥିବା ବେଳେ ହଠାତ ତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା କ୍ୟାନସର ସହ।  ୨୦୧୭ରେ ସେ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଓ ପରେ ମୁମ୍ବାଇର ଟାଟା […]

  • Monday, 19 July 2021
h
ମନର ବଳ ଆଗରେ ହାର୍‌ ମାନିଛି ବୟସ ; ପରିଣତ ବୟସରେ କମିନି ଦୌଡ଼ିବା ନିଶା

ରାଉରକେଲା (ପବନ ତିୱାରୀ ) : ବଦଳୁଛି ଲୋକଙ୍କ ଲାଇଫ ଷ୍ଟାଇଲ । ଆଜିକାଲି ପରିବର୍ତ୍ତିତ ସମାଜରେ ସମସ୍ତେ ନିଜକୁ ଫିଟ୍ ରଖିବାକୁ କେତେ କଣ ନ କରୁଛନ୍ତି। ତେବେ ଆଜି ଆମେ ଏମିତି ଜଣେ ବୃଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କ ଆଗରେ ବୟସ ହାର୍ ମାରିଛି। ହୋଇପାରେ ଜାତୀୟ ବା ଅନ୍ତଜାତୀୟ ସ୍ତରରେ ସେ ପୁରସ୍କୃତ ହୋଇନାହାନ୍ତି, କିନ୍ତୁ ଦୌଡିବାର ଝୁଙ୍କ୍ ପାଇଁ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଳାରେ ଲୋକେ  ତାଙ୍କୁ ବେଶ ଭଲ ଭାବେ […]

  • Monday, 19 July 2021
ww
ଗୋଶାଳାରେ ତିଆରି ହେଉଛି ଗୋବର କାଠ

କଟକ : ଶବଦାହ ପାଇଁ କିଛି ସ୍ଥାନରେ ଇଲେକ୍ଟ୍ରି ଓ ଗ୍ୟାସ୍ ଚୁଲାର ବ୍ୟବହାର ହେଉଥିଲେ ମଧ୍ୟ, ଅଧିକାଂଶ ସ୍ଥାନରେ ଏବେବି ଲୋଡ଼ା ପଡ଼ୁଛି ପାରମ୍ପରିକ ଜାଳେଣି କାଠର । କିନ୍ତୁ ଧୀରେଧୀରେ କାଠର ଅଭାବ ଦେଖାଦେଉଛି ଓ ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି। କିନ୍ତୁ କଟକର ଏକ ଗୋଶାଳାର ଦାବି, ଜାଳେଣି କାଠର ଯେତେ ଅଭାବ ହେଲେ ବି ଆଦୌ ଚିନ୍ତା ନାହିଁ। କାରଣ ସେମାନେ ତିଆରି କରୁଛନ୍ତି ଏହାର ଏକ ସୁନ୍ଦର, ସୁଲଭ ତଥା […]

  • Monday, 19 July 2021
aabash
ବାହା ନହୋଇ ବିଧବା ; ପଦାରେ ପଡ଼ିଲା ଆବାସ କେଳେଙ୍କାରୀ

ଚାନ୍ଦବାଲି / ନିମାପଡ଼ା : ଆବାସ ହଡ଼ପ ପାଇଁ ନୂଆ ତରିକା। ଯୁବତୀ ସାଜିଲେ ବିଧବା।  ଭଦ୍ରକ ନରେନ୍ଦ୍ରପୁରରେ ହୋଇଛି ଏମିତି କେଳଙ୍କାରୀ ।  ନରେନ୍ଦ୍ରପୁରର ନିବେଦିତା ବେହେରା ପଢୁଛନ୍ତି କଲେଜରେ,  ହେଲେ ନିବେଦିତାଙ୍କୁ ବିଧବା ଦେଖାଇ ତାଙ୍କ ନାଁରେ ମଂଜୁର ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର। ମଂଜୁର ହୋଇଥିବା ୧ ଲକ୍ଷ ୨୦ ହଜାରରୁ ୨୦ ହଜାର ଟଙ୍କା ମିଳିସାରିଛି। ପ୍ରକୃତ ହିତାଧିକାରୀଙ୍କ ନାଁ ଆବାସ ଯୋଜନାରେ ସାମିଲ ହୋଇପାରୁ ନଥିବା ବେଳେ ଅଯୋଗ୍ୟଙ୍କ […]

  • Monday, 19 July 2021
vlcsnap-error804
ସାବଧାନ! ମାତିଛନ୍ତି ଏଟିଏମ୍‌ ଲୁଟେରା

ରାଉରକେଲା: ସାବଧାନ ଅାପଣଙ୍କୁ ପିଛା କରୁଛନ୍ତି ଏଟିଏମ୍ ଲୁଟେରା। କେବେ ବି, କୌଣସି ସମୟରେ ଅାପଣଙ୍କ ବ୍ୟାଙ୍କ ଅାକାଉଣ୍ଟରେ କଳାକନା ବୁଲାଇ ଦେଇପାରନ୍ତି ଦୁର୍ବୃତ୍ତ। ରାଉରକେଲା ହକିଛକରେ ଏମିତି ଏଟିଏମ୍ ଡକାୟତି ଯୋଜନା ବେଳେ ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ। ଅାଉ ଜବତ କରିଛି ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ସହ ୧୬ଟି ମୋବାଇଲ୍, ବିଭିନ୍ନ ବ୍ୟାଙ୍କର ୯୫ଟି ଏଟିଏମ୍ କାର୍ଡ, ୧୧ଟି ବ୍ଲାଙ୍କ୍ ଏଟିଏମ୍ କାର୍ଡ, ୩ଟି ସ୍କିମର ମ୍ୟାସିନ୍, ୨ଟି […]

  • Monday, 19 July 2021
vlcsnap-error952
କୋଟିଆବାସୀଙ୍କ ପ୍ରଶ୍ନ: ମିଛ ଦର୍ପଣ ଦେଖାଉ ନାହାନ୍ତି ତ ରାଜ୍ୟ ସରକାର ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅାନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଅା ପଞ୍ଚାୟତ । କିଛି ଦିନର ନିରବତା ପରେ ଅାନ୍ଧ୍ର ପ୍ରଶାସନ ପୁଣି ସେଠି ଅାରମ୍ଭ କଲାଣି ଉନ୍ନୟନମୂଳକ କାମ। ତେଣେ କିନ୍ତୁ ଓଡ଼ିଶା ସରକାରଙ୍କ ଘୋଷଣା ମୁତାବକ ୧୫୦ କୋଟି ଟଙ୍କାର ଉନ୍ନୟନମୂଳକ କାମରୁ ଗୋଟିଏ ବି ଅାରମ୍ଭ ହୋଇନି। ଯାହାକୁ ନେଇ ତେଜିଛି ରାଜନୀତି। କୋଟିଅାବାସୀଙ୍କ ମନରେ ପ୍ରଶ୍ନ, ସରକାର ବିକାଶର ମିଛ ଦର୍ପଣ ଦେଖାଉ ନାହାନ୍ତି ତ? ଅାନ୍ଧ୍ରର ଦାଦାଗିରି ପରେ ୬ମାସ […]

  • Monday, 19 July 2021
vlcsnap-error247
୧୭ ଦିନ ଭିତରେ ପୋଲିସ ଫାଇଲ କଲା ଚାର୍ଜସିଟ୍‌

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଗରୁଡ଼ବସା ଗାଁରେ ଗତ ୧୫ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସର ଚାର୍ଜସିଟ। ମାତ୍ର ୧୭ ଦିନ ଭିତରେ ପୋଲିସ ଚାର୍ଜସିଟ କରି ଅଭିଯୁକ୍ତକୁ ଦଣ୍ଡ ଦେବାପାଇଁ  ଏକ ବଡ ପଦକ୍ଷେପ ନେଇଛି। ସାମ୍ବାଦିକ ସମ୍ମିଳନୀ କରି ମୟୁରଭଂଜ ଏସପି ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଡିଏନଏ ରିପୋର୍ଟ,ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ବିରୋଧରେ ୧୭ ଦିନରେ ଏହି […]

  • Monday, 19 July 2021
vlcsnap-error322
ସାଇକେଲ ବନିଲା ସୋଲାର ସାଇକେଲ

ଭଦ୍ରକ: ଆର୍ଥିକ ଅଭାବରୁ ସୃଷ୍ଟି ହେଲା ସୁଯୋଗ । ବାଇକ୍ ନ ଥିବାରୁ ସାଇକେଲକୁ ବନାଇଲେ ଅଟୋମେଟେଡ୍ ସୋଲାର ସାଇକେଲ। ନିଜର ଜ୍ଞାନ ଏବଂ ପରିଶ୍ରମ ବଳରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କୁଲଣା ଗାଁର ରାକେଶ ନାୟକ ତିଆରି କରଛନ୍ତି ଏହି ସୋଲାର ସାଇକେଲ। ଏକ ବ୍ୟାଟେରୀ, ମୋଟର ଏବଂ ସୋଲାର ପ୍ୟାନେଲ ସାହାଯ୍ୟରେ ତିଆରି ହୋଇଥିବା ଏହି ସାଇକେଲର ଘଣ୍ଟା ପ୍ରତି ବେଗ ରହିଛି ୩୦ କିଲୋମିଟର। ସବୁଠାରୁ ବଡକଥା ହେଲା ଏହା ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି […]

  • Monday, 19 July 2021
sleeping_couple_graphic
ଭୁଲ୍‌ ହୋଇଗଲା ଭଲ ପାଇବା ; ସହିପାରିଲାନି ସମାଜ

କୋରାପୁଟ : ପ୍ରେମ ଯେବେ ହୁଏ ମନ ଖୋଜେ ମନକୁ , ହୃଦୟ ବାନ୍ଧେ ହୃଦୟକୁ । ପ୍ରେମୀ ଯୁଗଳ ନିଜ ନିଜ ଭିତରେ ନୁଆ ଦୁନିଆ ଗଢ଼ନ୍ତି। ସେଥିରେ ହସନ୍ତି ଆଉ ସେଥିରେ ବି କାନ୍ଦନ୍ତି। ତାହା ହିଁ ଉଭୟଙ୍କ ପାଇଁ ପ୍ରେମ ଦୁନିଆଁ । ହେଲେ ସବୁ ପ୍ରେମ କଣ ସଫଳ ହୁଏ ? ପ୍ରେମିକ କଣ ତାର ପ୍ରେମିକାକୁ ପାଏ ? ହଁ ,କିଛି ପ୍ରେମ ଲେଖା ହୁଏ ଖୁସିର ଲେଖନୀରେ ,ଆଉ […]

  • Monday, 19 July 2021
mumbai2
ବୁଡିଯିବ କି ମୁମ୍ବାଇ ?

ଆରବସାଗର ଗର୍ଭରେ ଲୀନ ହେବ କି ମହାନଗର ମୁମ୍ବାଇ ? ସଦ୍ୟ ପ୍ରକାଶିତ ଏକ ରିସର୍ଚ୍ଚ ପେପରରେ ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି। ଆମେରିକାର ନ୍ୟୁଜର୍ସି ସ୍ଥିତ କ୍ଲାଇମେଟ୍‌ ସେଣ୍ଟ୍ରାଲ ନାମକ ଏକ ସଂସ୍ଥା ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁସାରେ ,୧୫ କୋଟିରୁ ଅଧିକ ଲୋକ ଏବେ ସମୁଦ୍ର ତଟବର୍ତ୍ତୀ ଯେଉଁ ଅଞ୍ଚଳରେ  ବସବାସ କରୁଛନ୍ତି ୨୦୫୦ ବେଳକୁ ତାହା  ଜଳମଗ୍ନ ହେବ। ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ଯେଭଳି ଭାବେ ସମୁଦ୍ର ପତ୍ତନ […]

  • Monday, 19 July 2021
vlcsnap-error281
ଜଳ ନିଷ୍କାସନ ନାଳ ଅବରୋଧ: ଶହ ଶହ ଚାଷ ଜମି ଜଳମଗ୍ନ

ଭଦ୍ରକ: ସେପଟେ ଲଗାଣ ବର୍ଷା ଆଉ ଏପଟେ ଜଳ ନିଷ୍କାସନ ନାଳ ଅବରୋଧ । ବନ୍ୟା ନ ଆସୁଣୁ ବନ୍ୟା ପ୍ରାୟ ପରିସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇନପାରି ଶହ ଶହ ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଧାନ ତଳି ଓ ବୁଣା ଜମି ନଷ୍ଟ ହୋଇଯାଇଛି। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଭଦ୍ରକ ଜିଲ୍ଲା କେଦାରପୁର ପଂଚାୟତର ସେରପୁର ଗାଁର ଚାଷୀ। ଅଭିଯୋଗ ଅନୁସାରେ ଧାମରାବନ୍ଦର ରେଳପଥ ନିର୍ମାଣ ଲାଗି ଜଳ […]

  • Monday, 19 July 2021
vlcsnap-error054
ଫୁଲବାଣୀ ଓ ନବରଂଗପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଫୁଲବାଣୀ: କେବଳ ରାସ୍ତା ନୁହେଁ, ବିଭିନ୍ନ ୱାର୍ଡ, ସାହି ଏବଂ ବସ୍ତିରେ ଗଦା ହେଉଛି କୁଢ଼ କୁଢ଼ ମଇଳା। ଦୀର୍ଘ ଦିନ ହେଲା ମଇଳା ସଫା କରାଯାଉନଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ପୌରପାଳିକା ଅଞ୍ଚଳର । ଅଭିଯୋଗ ଅନୁସାରେ, ସହରର ୧୩ଟି ଯାକ ୱାର୍ଡରେ ପୌରପାଳିକା ପକ୍ଷରୁ ସଫେଇ କରାଯାଉନଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି। ଏପରିକି ଏନେଇ ପୌରାଧ୍ୟକ୍ଷଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। […]

  • Monday, 19 July 2021
dama
ଶୋକରେ ସକୁନି , ସରୁନି ଦୁଃଖ... ମଞ୍ଚ ଖୋଜୁଛନ୍ତି ଦାମ

ଭୁବନେଶ୍ୱର : ଦୁର୍ଯ୍ୟୋଧନ କ’ଣ ମଲାଣି । ଦୁର୍ଯୋଧନ ପରା ଉରୁଭଙ୍ଗ ହୋଇ ମାନସରୋବରରେ ପଡ଼ିଛି। ଦୁର୍ଯ୍ୟୋଧନ ମରିବ। କୁରୁ ବଂଶ ସମୂଳେ ଧ୍ୱଂସ ହେବ। ତା’ପରେ ଶକୁନି ଶାନ୍ତି ପାଇବ ନା।… ଇଏ ହେଉଛି ସେଇ ଦୁର୍ଦ୍ଦାନ୍ତ ଯାତ୍ର ଭିଲେନ୍‌ ଦାମ ପଣ୍ଡାଙ୍କ ଛାତି ଥରା ଡାଏଲଗ୍‌। ଯାହାଙ୍କ ଭୟଙ୍କର ଚରିତ୍ରରେ ଥରହର ହୁଏ ନିଃଶବ୍ଦ ରାତିର ଯାତ୍ରା ପେଣ୍ଡାଲ୍‌। ଯାହାଙ୍କ ଭୟଙ୍କର ଡାଏଲଗ୍‌ରେ ଚମକିପଡ଼ି ଛାତିରେ ଛେପ ପକାଇଥା’ନ୍ତି ନାଟକରେ ମଜି ଯାଇଥିବା ଦର୍ଶକେ। […]

  • Monday, 19 July 2021
rain ---1
ବୁଡିଲା ରାଜଧାନୀ

ଭୁବନେଶ୍ୱର : ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର। ରାଜଧାନୀର ପ୍ରମୁଖ ରାସ୍ତା ସହ ଜଳମଗ୍ନ ହୋଇପଡିଥିଲା ଅନେକ ତଳିଆ ଅଞ୍ଚଳ। ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ପଥରବନ୍ଧ ବସ୍ତି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ଲୋକଙ୍କ ଘରେ ପାଣି ପଶିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ। ରାସ୍ତାରେ ପାଣି ଜମି ରହିଥିବାରୁ ଠପ୍ ହୋଇ ପଡିଥିଲା ଟ୍ରାଫିକ୍ ବ୍ୟବସ୍ଥା। କିଲୋମିଟର ଧରି ଅଟକି ରହିଥିଲା ଗାଡି। ନୟାପଲ୍ଲୀ ବେହେରା ସାହିରେ ପ୍ରାୟ ଚାଲୁଥିଲା […]

  • Monday, 19 July 2021
tiktok
ଆଇଏସ୍‌ଆଇର ଆକାଉଣ୍ଟକୁ ହଟେଇଲା ଟିକ୍‌ଟକ୍‌

ବେଜିଂ : ଆତଙ୍କବାଦୀ ପ୍ରଚାର ଉଦ୍ଦିଷ୍ଟ ଭିଡ଼ିଓକୁ ନେଇ ଲୋକପ୍ରିୟ ସୋଶାଲ ମିଡିଆ ଆପ୍‌ ଟିକ୍‌ଟକ୍‌ ଉଠାଇଛି ଏକ ଦୃଢ଼ ପଦକ୍ଷେପ । ନିଜ ପ୍ଲାଟ୍‌ଫର୍ମରୁ କିଛି ଆଇଏସ୍‌ଆଇ ଭିଡ଼ିଓକୁ ହଟାଇଦେଇଛି। ‘ଦ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ର ସୂଚନା ମୁତାବକ ୨୪ଟି ଆଇଏସ୍‌ଆଇ ଆକାଉଣ୍ଟକୁ ଚିହ୍ନଟ କରି ଏହି ଭିଡ଼ିଓ ସବୁ ହଟେଇ ଦେଇଛି ଟିକ୍‌ଟକ୍‌ କଂପାନୀ। ଏହି ଆକାଉଣ୍ଟରେ ଯେଉଁ ସବୁ ଭିଡ଼ିଓ ପୋଷ୍ଟ ହେଉଥିଲା , ତାର ମୂଳ ଲକ୍ଷ୍ୟ ଥିଲା ଫଲୋୟରସ୍‌  ବଢ଼ାଇବା […]

  • Monday, 19 July 2021
REX
ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

ଲକ୍ଷ୍ନୌ: ନିର୍ବାଚନ ଆସିବା ମାତ୍ରେ ଖୋଜାପଡ଼େ ସେଲିବ୍ରେଟି ରିଟର୍ଣ୍ଣିଂ ଅଫିସର ରୀନା ଦ୍ୱିବେଦୀଙ୍କୁ। ପୂର୍ବରୁ ହଳଦିଆ ଶାଢ଼ୀରେ ଲୋକସଭା ନିର୍ବାଚନ ସମୟରେ ଚର୍ଚ୍ଚାରେ ଥିବା ଏହି ପିଡବ୍ଲୁଡି ଅଧିକାରୀଙ୍କର ଇଭିଏମ୍‌ ସହ ଫଟୋ ବିଭିନ୍ନ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ସୋମବାର ଉତ୍ତର ପ୍ରଦେଶର ଏକ ଉପନିର୍ବାଚନରେ ତାଙ୍କୁ ଏକ ଗୋଲାପୀ ଶାଢ଼ୀରେ ଦେଖିବାକୁ ମିଳିଛି। ସେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟର କ୍ରିଷ୍ଣାନଗର ଠାରେ ଇଲେକ୍ସନ୍‌ ଡ୍ୟୁଟିରେ ଯୋଗ ଦେଇଥିଲେ। ଗୋଲାପୀ ଏବଂ ଗୋଲଡେନ୍‌ ରଙ୍ଗ ମିଶା ଶାଢ଼ୀରେ […]

  • Monday, 19 July 2021
kandhamal
୨୫ ବର୍ଷ ପରେ ପୁଅକୁ ଫେରି ପାଇଲେ ମାଆ, ଜାଣନ୍ତୁ କେମିତି...

କନ୍ଧମାଳ: ଦୀର୍ଘ ୨୫ ବର୍ଷ ପରେ ମାଆ-ପୁଅଙ୍କ ମିଳନ, ଭାଇ-ଭାଇର ମିଳନ ଓ ଭାଇ-ଭଉଣୀର ମିଳନ। ଆଉ ଘରେ ଖେଳିଯାଇଛି ଉତ୍ସବର ମାହୋଲ।  ଦିନେ ଘରୁ ରାଗି ଯାଇ ଚାଲିଯାଇଥିଲେ, ଆଉ ଏତେ ବର୍ଷ ପରେ ପୁଣି ଘରକୁ ଫେରିଲେ। ଯାହକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ନାହିଁନଥିବା ଖୁସି। ପୁଅକୁ ପାଖରେ ପାଇ ମାଆ ହୋଇଛି ଆତ୍ମବିଭୋର। ନିଜ ପଣତ କାନିରେ ପୋଛି ଦେଇ ତାକୁ ନିଜ ହାତରେ ଖୁଆଇ ଦେଉଛି। ସାନ ଭାଇ ଓ […]

  • Monday, 19 July 2021
dada -1
ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ସୌରଭ ଗାଙ୍ଗୁଲି ନିଜର ପିଲାବେଳର ସାଙ୍ଗ ଡୋନା ଗାଙ୍ଗୁଲିକୁ ଭଲ ପାଉଥିଲେ । ଡୋନାଙ୍କୁ ଦେଖିବା ପାଇଁ  ସୌରଭ ତାଙ୍କର ସ୍କୁଲ ଚାରିପଟେ ବୁଲୁଥିଲେ । ପ୍ରଥମେ ଦୁଇଜଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭଲ ଥିଲା, ଦୁଇ ପରିବାର ଏକ ବିଜ୍‌ନେସ୍‌ ପାର୍ଟନର ବି ଥିଲେ । କିନ୍ତୁ କିଛି କାରଣରୁ ଦୁଇ ପରିବାର ଭିତରେ ଫାଟ ସୃଷ୍ଟି ହେଲା। ଉଭୟ ପରିବାର ଭିତରେ ସଂପର୍କ ଭାଙ୍ଗିଗଲା । ଗୋଟିଏ ବାଉଣ୍ଡରୀ ଭିତରେ ଥାଇ ବି କେହି […]

  • Monday, 19 July 2021
ସବୁ ଦିନିଆ ରାସ୍ତା
ବିକଶିତ ଓଡ଼ିଶାର ନଗ୍ନ ଚିତ୍ର : ଜଙ୍ଗଲ ଘେରା ଗାଁ, ବର୍ଷା ହେଲେ ବାହ୍ୟଜଗତରୁ ବିଛିନ୍ନ

ଚିତ୍ରକୋଣ୍ଡା: ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି। କିନ୍ତୁ ଏହା ଲୋକମାନଙ୍କ ପାଖରେ ନ ପହଞ୍ଚି ଯୋଜନ ଦୂରରେ ରହିଯାଉଛି। ଏବେ ବି ବିକାଶ ଯେମିତି ଲୋକଙ୍କ ପାଇଁ ସାତ ସପନ ହୋଇ ରହିଛି। ସେମିତି ଏକ ଗାଁ ହେଉଛ ଚିତ୍ରକୋଣ୍ଡା ବ୍ଲକର ରଲେଗାଡ଼ ପଞ୍ଚାୟତ । ଏଠି ସରକାରଙ୍କ ସମସ୍ତ ଯୋଜନା ସତରେ ଅପହଞ୍ଚ ହୋଇଛି । ପଢ଼ନ୍ତୁ ରଲେଗାଡରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। […]

  • Monday, 19 July 2021
girls school
ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ଜୟପୁର : ରାଜସ୍ଥାନ ସରକାରଙ୍କର ଅଜବ ପଦକ୍ଷେପ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକ ପଢ଼ାଇପାରିବେନି। ସରକାରୀ ସ୍କୁଲରେ ବାଳିକାଙ୍କ ସହ ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା ଏପରି ଭିନ୍ନ ନିଷ୍ପତ୍ତି ନେଇଛନ୍ତି।  ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ବାଳିକା ବିଦ୍ୟାଳୟ ଗୁଡିକରେ ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ପ୍ରବେଶ ନାହିଁ । ଏହି ଶିକ୍ଷକଙ୍କ ସ୍ଥାନରେ ମହିଳା ଶିକ୍ଷକଙ୍କୁ […]

  • Monday, 19 July 2021