• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

data plan
୩୦୦ଟଙ୍କାରୁ କମ୍‌ରେ ପ୍ରତିଦିନ ୨ଜିବିର ଭଲ ଡାଟା ପ୍ଲାନ୍‌, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ଟେଲିକମ୍‌ କଂପାନୀଗୁଡ଼ିକ ନିକଟରେ ନୂଆ ତାରିଫ୍‌ ପ୍ଲାନ୍‌ ଆଣିଛନ୍ତି । ଯାହା କି ପୂର୍ବର ପ୍ଲାନ୍‌ ଅପେକ୍ଷା ମହଙ୍ଗା । ବର୍ତ୍ତମାନ ସମୟରେ ଏୟାରଟେଲ୍‌, ଭୋଡ଼ାଫୋନ୍‌-ଆଇଡ଼ିଆ,ନିଜର ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲିଂର ଫାଇଦା ଗ୍ରାହକଙ୍କୁ ଦେଉଛନ୍ତି । କିନ୍ତୁ ରିଲାଏନ୍ସ ଜିଓ ନିଜର ପ୍ଲାନ୍‌ରେ ଗ୍ରାହକଙ୍କୁ ଜିଓ -ଟୁ –ଜିଓ ଫ୍ରି ଭଏସ୍‌ କଲିଂର ଫାଇଦା ଦେଉଛି । ଅନ୍ୟ ନେଟୱର୍କକୁ କଲ୍‌ ପାଇଁ ନନ୍‌ଜିଓ FUP ମିନିଟ୍‌ସ ଦେଇଛି କଂପାନୀ । ଆମେ ଆପଣଙ୍କୁ […]

  • Monday, 19 July 2021
refugee
ଉତ୍ସାହିତ ଶରଣାର୍ଥି ପରିବାର ; ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା ’

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ସାହିତ ଶରଣାର୍ଥି ପରିବାର। ତାଙ୍କ ନବଜାତ ଶିଶୁକନ୍ୟାର ନାଁ ରଖିଥିଲେ ‘ନାଗରିକତା’। ଦିଲ୍ଲୀର ମଜନୁ-କା-ଟିଲା ଅଞ୍ଚଳରେ ବସବାସ କରୁଥିବା ଏଇ ଶରଣାର୍ଥୀ ପରିବାରକୁ ଭେଟିଥିଲା ଓଟିଭି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସେହି ଶିଶୁର ନାମ ଉଲ୍ଲେଖ୍ୟ କରିଥିଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ଶରଣାର୍ଥୀଙ୍କ ଶିବିରରେ ଉତ୍ସାହ । ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା’ #CitizenshipAmmendmentAct pic.twitter.com/ST3BFLbUeE — ଓଟିଭି (@otvkhabar) December […]

  • Monday, 19 July 2021
police
ଘର ଭିତରୁ ମିଳିଲା ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତାଙ୍କ ମୃଦଦେହ !

ବେଙ୍ଗାଲୁରୁ : ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ଜି.ନନଜୁନ୍ଦନଙ୍କ ମୃତଦେହ ମିଳିଛି । ସେ ରହୁଥିବା ନିଜର ବେଙ୍ଗାଲୁରୁ ସ୍ଥିତ ବାସ ଭବନରୁ ଗତ ଶନିବାର ଦିନ ତାଙ୍କର ଶବ ଉଦ୍ଧାର ହୋଇଛି । ପୁଲିସ୍‌ର ସୂଚନା ମୁତାବକ , ଜି.ନନଜୁନ୍ଦନଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଡେକାନ ହେରାଲ୍‌ଡର ସୂଚନାନୁସାରେ,  ଜି.ନନଜୁନ୍ଦନ ଜଣେ ଜଣାଶୁଣା ଟ୍ରାନ୍ସଲେଟର । ସେ ତାଙ୍କର ବାସ ଭବନରେ ଏକା ରହୁଥିଲେ […]

  • Monday, 19 July 2021
eco village
ବିଦେଶର ମୋଟା ଅଙ୍କର ଟଙ୍କା ନୁହେଁ, ଗାଁ ମାଟିରେ ଥିଲା ତାଙ୍କର ଏହି ସ୍ୱପ୍ନ

ବିନିକା : ବାକ୍ ଶକ୍ତି ସିନା ନାହିଁ, କିନ୍ତୁ ମନରେ ସ୍ୱପ୍ନ ଢେର । ଆଉ ତାକୁ ସାକାର କରିବାକୁ ସେ ତିଆରି କରିଛନ୍ତି ଏହି ଇକୋ ଭିଲେଜ୍। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା । ମହାନଦୀ କୂଳରେ ଏହି ଇକୋ ଭିଲେଜର ଦୃଶ୍ୟ ଖୁବ୍‌ ମନୋରମ ସାଜିଛି। ପ୍ରକୃତିର କୋଳରେ ପ୍ରକୃତି ସହ ମିଶି କାମ କରୁଛନ୍ତି, ଚଳୁଛନ୍ତି ଶିବାଜୀ। ରାତି ପାହିଲେ ହାତରେ କୋଡି କୋଦାଳ […]

  • Monday, 19 July 2021
std
ଇ-ସାଇକେଲ୍‌ ତିଆରି କଲେ ଦୁଇ ସ୍କୁଲ୍‌ ଛାତ୍ର

ବ୍ରହ୍ମପୁର (ଜଗନ୍ନାଥ ସାହୁ) : କମ ଖର୍ଚ୍ଚରେ ଇ-ସାଇକେଲ। କିଛି ନୂଆ କରିବାକୁ ଯାଇ ଏଭଳି ଏକ ସାଇକେଲର ଉଦ୍ଭାବନ କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ର। ଘର ଠାରୁ ସ୍କୁଲ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂରରେ ଥିବାବେଳେ ଏହାର ସମାଧାନ କରିବାକୁ ଯାଇ ଛାତ୍ରମାନେ ଏହି ପ୍ରୟାସ କରିଛନ୍ତି। ସ୍କୁଲର ଶିକ୍ଷୟିତ୍ରୀଙ୍କ ପରାମର୍ଶ ନେଇ ତିଆରି କରିଛନ୍ତି ଇ-ସାଇକେଲ୍। ଗଞ୍ଜାମ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଏହି ସାଇକେଲ ପ୍ରଦର୍ଶିତ ହୋଇଛି। ବେଗୁନିଆପଡ଼ା […]

  • Monday, 19 July 2021
electric
ଖତ ଖାଉଛି ବିଦ୍ୟୁତ୍‌ ଉପକରଣ

ଉଦଳା: ଖତ ଖାଉଛି ବିଦ୍ୟୁତ୍‌ ଉପକରଣ। ଅଚଳ ହୋଇ ପଡ଼ରହିଛି ଇଲେକ୍‌ଟ୍ରିକ୍‌ ଟାୱାର ସହ ଟ୍ରାନ୍ସଫର୍ମର। ୨୦୧୨ ମସିହାରେ କପ୍ତିପଦା ବ୍ଲକର ୮ ପଞ୍ଚାୟତବାସୀଙ୍କ ଲୋ ଭୋଲଟେଜ ସମସ୍ୟା ଦୂର ଲାଗି ଏଠାରେ ସବ୍‌ ଷ୍ଟେସନ ନିର୍ମାଣ ହୋଇଥିଲା। ହେଲେ ଏଯାଏଁ କାର୍ଯ୍ୟକାରୀ ହୋଇପାରୁନାହିଁ। ସେପଟେ ସବ୍ ଷ୍ଟେସନର ଘରଗୁଡ଼ିକର କାନ୍ଥ ଫାଟି ଆଁ କଲାଣି। ଏହି ସବ୍‌ ଷ୍ଟେସନ ନିର୍ମାଣ ଲାଗି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ପ୍ରଶାସନିକ ଉଦାସିନତା ଯୋଗୁଁ ଏହା […]

  • Monday, 19 July 2021
girl
ବିନା ଆଙ୍ଗୁଠିରେ ଆଇଫୋନ୍‌ ଚଳାଉଛନ୍ତି ଯୁବତୀ  !

ସବାନା : ଫୋନ୍‌କୁ ଅନ୍‌ଲକ୍‌ କରିବା ପାଇଁ ଆପଣ ଅନେକ ଉପାୟ ଜାଣିଥିବେ। ସୋଶାଲ୍‌ ମିଡ଼ିଆ ଆପ୍‌ରେ ଏଥିପାଇଁ ଅନେକ ପ୍ରକାରର ଭିଡ଼ିଓ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାରର ମୋବାଇଲ୍‌କୁ ଅନ୍‌ଲକ୍‌ କରିବାର ଉପାୟ କୁହାଯାଇଛି। ହେଲେ ଆପଣ ଏହି ଯୁବତୀଙ୍କ ମୋବାଇଲ୍‌ ଖୋଲିବାର ତରିକାକୁ ଦେଖିବେ ତ ଆପଣ ନାକ ଟେକିବେ। କିଛି ମସୟ ପାଇଁ ଆପଣ ଆଶ୍ଚର୍ଯ୍ୟରେ ଚାହିଁବେ ଯେ ସେ ଯୁବତୀ ଜଣକ ଏମିତି କାହିଁକି କରୁଛନ୍ତି। ଏହି ଟିକ୍‌ଟକ୍‌ ଭିଡ଼ିଓକୁ ଦେଖିଲେ […]

  • Monday, 19 July 2021
yas--2
ଗୁପଚୁପ୍ ବିକାଳିରୁ କ୍ରିକେଟର ...ଆଇପିଏଲ୍‌ରେ ଦାମ୍‌ ତାଙ୍କର ୨.୪୦ କୋଟି

ନୂଆଦିଲ୍ଲୀ: ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ମଣିଷ ଅସମ୍ଭବକୁ ବି ସମ୍ଭବ କରିପାରେ । ଯାହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଆଉ ଏବେ ଏମିତି ଜଣେ ହେଲେ ମୁମ୍ବାଇର ଯୁବ କ୍ରିକେଟର୍ ଯଶସ୍ୱୀ ଜୈସୱାଲ। ଯାହାଙ୍କୁ ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ କିଣିଛି। ତାଙ୍କର ବେସ୍ ପ୍ରାଇସ୍ ୮୦ଲକ୍ଷ ଟଙ୍କା ଥିଲା। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ୮୦ ଟଙ୍କା ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୧.୯ […]

  • Monday, 19 July 2021
aparajita
ଅପରାଜିତାକୁ ଆଦରି ନେଲେ ବିଦେଶୀ ଦମ୍ପତି

ଭଦ୍ରକ : ଆଜିଠୁ ପର ହୋଇଗଲା ଅପରାଜିତା । ବାତ୍ସଲ୍ୟ ଅନୁଷ୍ଠାନର ଅନ୍ତେବାସୀଙ୍କ ହୃଦୟ ଦୁଃଖରେ ଫାଟି ପଡୁଛି । ତା’ ଠାରୁ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାତ୍ସଲ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ। ତେବେ ଅପରାଜିତାର ଭଲ ପାଇଁ ସେମାନେ ମମତାକୁ ଉତ୍ସର୍ଗ କରିଛନ୍ତି । ଅପରାଜିତା ଭଲରେ ବଡ଼ ହୋଇ ଭଲ ମଣିଷଟିଏ ହେଉ ସେଇ ଅାଶାରେ ସମସ୍ତ ମୋହ ମାୟା ତୁଟାଇ ଅପରାଜିତାକୁ ଟେକି ଦେଇଛନ୍ତି ବିଦେଶୀ ଦମ୍ପତ୍ତିଙ୍କ ହାତରେ । ଆଜିଠୁ […]

  • Monday, 19 July 2021
onion
ଅଜବ ଅଫର ; ମୋବାଇଲ କିଣିଲେ ପିଆଜ ମାଗଣା !

ବାଲେଶ୍ୱର : ବାଲେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଜବ ଅଫର । ମୋବାଇଲ କିଣିଲେ ମାଗଣା ମିଳୁଛି ପିଆଜ । ଗୋଟିଏ ନୂଆ ମୋବାଇଲ କିଣିଲେ ଗ୍ରାହକଙ୍କୁ ବ୍ୟବସାୟୀ ଦୁଇ କିଲୋ ପିଆଜ ଦେଉଛନ୍ତି । ବଜାରରେ ପିଆଜର ଦର ଦେଢଶହ ଟଙ୍କା ପାଖାପାଖି ହୋଇଥିବାବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀ ଏଭଳି ଅଫର ଦେଉଛନ୍ତି। ଉଲ୍ଲେଖନୀୟ ଯେ, ପିଆଜର ଆକାଶ ଛୁଆଁ ଦରକୁ ନେଇ ଲୋକେ ପିଆଜକୁ ନେଇ ଭିଡ଼ାଭିଡ଼ି। ରୋଷେଇ ଘରୁ ନେଇ ହୋଟେଲ […]

  • Monday, 19 July 2021
wife burn
ରାତି ଭୋଜନରେ ପ୍ଲେଟ୍‌ରେ କମି ଗଲା ମଟନ୍‌ , ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ !

ମୁମ୍ୱାଇ :  ସମାଜରେ ନାରୀ ନିର୍ଯାତନାର ମାତ୍ରା କେତେ ଯେ ବଢ଼ି ଚାଲିଛି , ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ,ଯାହାକି ଏ ସଭ୍ୟ ସମାଜ ପାଇଁ ନିଶ୍ଚୟ ଚିନ୍ତାର ବିଷୟ ।  ନଭି ମୁମ୍ୱାଇର ଜୁହି କମୋଠେ ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା । ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସ୍ୱାମୀ ସାଜିଲା ନିର୍ଦ୍ଦୟ । ଖାଇବାରେ ମଟନର ଛୋଟ ଖଣ୍ଡ ଖାଇବାକୁ ଦେଲେ ବୋଲି ସ୍ୱାମୀ […]

  • Monday, 19 July 2021
vlcsnap-error745
ନା ଲାଗିଛି ମେସିନ୍, ନା ମୋଟର; କିନ୍ତୁ ଗାଁକୁ ହେଉଛି ଜଳଯୋଗାଣ, ପଢ଼ନ୍ତୁ କେମିତି

ବାଲିଗୁଡ଼ା: ପାଣି ପାଇଁ ସବୁ ଦିନ ହନ୍ତସନ୍ତ ହେଉଥିଲେ । ଗାଁର ଗରିବ ଗୁରୁବାଙ୍କ କଥା ପ୍ରଶାସନର ଏକ କାନରେ ପଶି ସେ କାନରେ ବାହାରିଯାଉଥିଲା । ଶେଷରେ ଗାଁ ଲୋକ ଏମିତି କାମ କଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ସାବାସ୍ କହିବ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍କକ ନିସ୍କି ଗ୍ରାମବାସୀଙ୍କୁ । ଦେଶୀ ଜ୍ଞାନ କୌଶଳରେ ଗାଁରେ ପାଣି ପହଞ୍ଚାଇଛନ୍ତି ଲୋକେ । ତାହା ପୁଣି ବାଉଁଶନଳୀ ଦ୍ୱାରା । ନିସ୍କି ଗାଁଲୋକଙ୍କ […]

  • Monday, 19 July 2021
dinabandhu
ବୟସ ହାର ମାନିଛି : ୧୦୩ ବର୍ଷ ବୟସରେ ବି ସେ କରୁଛନ୍ତି କଠିନ କାମ

ଚାନ୍ଦବାଲି ( ବାସୁଦେବ ଦାସ) :  ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ କଲା ଭଳି ଖବରଟିଏ । ୧୦୩ ବର୍ଷ ବୟସର ଯୁବକଙ୍କୁ କେବେ ଦେଖିଛନ୍ତି ? ଏ ବୟସରେ ତାଙ୍କ କାମ ଆଉ ମନୋବଳକୁ ଦେଖିଲେ, ଆପଣ ବି ଠିକ୍ ଏୟା କହିବେ, ଯାହା ଆମେ କହୁଛୁ । ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ଅନ୍ତର୍ଗତ ନରସିଂହପୁର ଗାଁର ଲୁହାର ମଣିଷ ଦିନବନ୍ଧୁ ସୂତାର। ୫ କିଲୋ ଓଜନର ହାତୁଡ଼ିରେ ପିଟି ଲୁହାକୁ ଆକାର […]

  • Monday, 19 July 2021
93 years old
ପରିଣତ ବୟସର ବି ସେ ଷୋଳ ବୟସୀ...ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌

ବୟସ ବଢ଼ିବା ସହ ମଣିଷର ଶାରୀରିକ କାର୍ଯ୍ୟକଳାପରେ ବି ପରିବର୍ତ୍ତନ ଆସିଥାଏ । ଯେଉଁଠି ୬୦ ବର୍ଷ ବୟସ ହୋଇଗଲେ ଲୋକେ ଟିକେ କ୍ଷୀଣ ହୋଇଯାନ୍ତି । ମନରେ ଆଉ ଯୌବନର ମାଦକତା ଦେଖାଯାଇନଥାଏ । ମଜା ମଜଲିସ୍‌ ଆଦି କରିବାରୁ ମନ ଦୂରେଇ ଯାଏ । କିନ୍ତୁ ଏଠାରେ ଜଣେ ୯୩ ବର୍ଷୀୟା ବୃଦ୍ଧା ଜେଜି ମାଆଙ୍କର  କାର୍ଯ୍ୟକଳାପ ସ୍ୱତନ୍ତ୍ର ଧରଣର । ଯିଏ ଶାରୀରିକ ରୂପେ ସିନା ଦୁର୍ବଳ , କିନ୍ତୁ ମନରେ ପୁରା […]

  • Monday, 19 July 2021
bsnl
ଅସୁବିଧାରେ ଥାଇ ବି BSNL ଗ୍ରାହକଙ୍କୁ ଦେଉଛି ଏହି ସୁବିଧା...ପଢ଼ନ୍ତୁ

ବର୍ତ୍ତମାନ BSNLର ଆର୍ଥିକ ଅବସ୍ଥା ବହୁତ ଖରାପ । ସରକାର ଏହି ଅସୁବିଧାରୁ ମୁକୁଳାଇବା ପାଇଁ ଚେଷ୍ଟା ଚଳାଉଛନ୍ତି । ପ୍ରଥମେ କୁହାଯାଉଥିଲା କି ସରକାର BSNL ସହ ଥିବା ନିଜର ସହଭାଗୀତା ଅଂଶକୁ ବିକ୍ରି କରିଦେଇପାରନ୍ତି । କିନ୍ତୁ ସରକାର ଏହା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ବର୍ଷରେ କଂପାନୀର କିଛି ଆସେଟ୍‌କୁ ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି । ସବୁଠୁ ବଡ଼ କଥା ହେଲା ଆର୍ଥିକ ସଂକଟରେ ଥାଇ ବି BSNL ଅନ୍ୟ […]

  • Monday, 19 July 2021
marriage
ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣର ବରଣମାଳା

ବାରଣାସୀ : ଆକାଶ ଛୁଆଁ ଦରକୁ ନେଇ ସୁନା ଠୁ ବି ବଳି ପଡ଼ିଛି ପିଆଜ । ରୋଷେଇ ଘର ଓ ହୋଟେଲରୁ ଉଭାନ ହୋଇଯାଇଛି ପିଆଜ । ଆଉ ଏହି ସମୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏକ ବାହାଘରରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଛନ୍ତି ପିଆଜ-ରସୁଣର ବରଣମାଳା । ଯାହାକୁ ନେଇ ଚର୍ଚ୍ଚା । ସୂଚନା ମୁତାବକ , ଏକ ବାହାଘରରେ ମହଙ୍ଗା ପିଆଜକୁ ନେଇ ଲୋକଙ୍କୁ ଏକ ଭିନ୍ନ ବାର୍ତ୍ତା ଦେବା […]

  • Monday, 19 July 2021
mother
ମାଆ ପରି କିଏ ହେବ

କଟକ :  କଥାରେ ଅଛି, ମାଆ ଅଛି ଯାହାର ସବୁ ଅଛି ତାହାର । ଏହାର ଉଦାହରଣ ଦେଖିବାକୁ ମିଳିଛି କଟକ କ୍ୟାନସର ମେଡିକାଲରେ । ନିଜେ ଆଶ୍ରା ଖୋଜୁଥିବା ମାଆ ପରିଣତ ବୟସରେ ବି ଝିଅ ପାଇଁ ସାହାରା ପାଲଟିଛି। ମାନସିକ ରୋଗରେ ପୀଡ଼ିତ ଏକମାତ୍ର ଝିଅକୁ କଟକ କ୍ୟାନସର ହସ୍‌ପିଟାଲକୁ ଆଣି ଚିକିତ୍ସା କରାଉଛନ୍ତି । ଅଣ୍ଟା ନଇଁ ଗଲାଣି, ଖଣ୍ଡେ ବାଡ଼ି ହିଁ ଆଶ୍ରା । ଆଖିକୁ ଭଲ ଦିଶୁନି, ପାଟି ବି […]

  • Monday, 19 July 2021
whatsapp-features-01
ଏହି ସବୁ ମୋବାଇଲ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌

ଖୁବ୍‌କମ୍‌ ଦିନରେ ସୋଶାଲ ମିଡିଆ ଆପ୍‌ ହ୍ୱାଟସଆପ୍‌ ଲୋକଙ୍କ ହୃଦୟ ଜିଣିପାରିଛି। ପୁରା ଦୁନିଆର ଲକ୍ଷ ଲକ୍ଷ ଲୋକ ଏହି ସୋଶାଲ ମିଡିଆ ଆପ୍‌କୁ ବ୍ୟବହାର କରୁଛନ୍ତି। ସ୍କୁଲ୍‌ , କଲେଜଠୁ ନେଇ ଅଫିସ୍‌ କି ଅନୁଷ୍ଠାନ ସବୁଠି ହ୍ୱାଟ୍‌ସଆପ୍‌ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ହେଲେ ଏବେ ଏକ ଖରାପ ଖବର ଆସିଛି, ଯାହା ହ୍ୱାଟସ୍‌ଆପ୍‌ ୟୁଜରଙ୍କୁ ବ୍ୟଥିତ କରିବ। ୧ଫେବ୍ରୁୟାରୀ ୨୦୨୦ରୁ ହ୍ୱାଟସ୍‌ଆପ୍‌ ଅନେକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ । କଂପାନୀ […]

  • Monday, 19 July 2021
hand_pump_
ଆଶ୍ଚର୍ଯ୍ୟ ! ନଳକୂପରୁ ପାଣି ସହ ରକ୍ତ, ମାଂସ ଓ ହାଡ଼ ବାହାରୁଛି

ଉତ୍ତର ପ୍ରଦେଶ : ଆଜିକାଲି ଅଜବ ଧରଣର ଘଟଣା ସବୁ ଘଟୁଥିବାରୁ ଦେଖିବାକୁ ମିଳେ ।  ଯାହାକି ଆମକୁ ଅବିଶ୍ୱସନୀୟ ମନେହେଉଥିଲେ ବି ବାସ୍ତବିକ ସତ୍ୟ କଥା ହୋଇଥାଏ। ଏବେ ଏମିତି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଜାଖେଡି ଗାଁରେ ଏକ ଅଜବ ଧରଣ କଥା ଦେଖିବାକୁ ମିଳିଛି । ଏକ ନଳକୂପରୁ ପାଣି ତ ବାହାରୁଛି , ତାସହ ରକ୍ତ, ମାଂସର ଟୁକୁଡ଼ା ଓ ଛୋଟ ଛୋଟ […]

  • Monday, 19 July 2021
pangolin
ବଜ୍ରକାପ୍ତା କାତିରେ ତିଆରି ହେଉଛି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆଠଗଡ଼ /ଭୁବନେଶ୍ୱର : ବଜ୍ରକାପ୍ତା କାତିରେ ତିଆରି ହେଉଛି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ତାସହ ତିଆରି ହେଉଛି ଭିନ୍ନ ଭିନ୍ନ ପ୍ରକାରର ଔଷଧ। ଯାହାର ଅଧିକ ଡିମାଣ୍ଡ ରହିଛି ବିଦେଶରେ । ଖାସ୍ ସେଥିପାଇଁ ରାଜ୍ୟରେ ବଢ଼ିଚାଲିଛି ବଜ୍ରକାପ୍ତାର ବେଆଇନ ବେପାର । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ଡିସେମ୍ବର ୨ ରେ ଆଠଗଡ଼ ଅଞ୍ଚଳରୁ ଧରାପଡ଼ିଥିଲେ ବଜ୍ରକାପ୍ତା ଚାଲାଣକାରୀ ଶ୍ୱଶୁର-ଜ୍ୱାଇଁ । ଏହାର ୫ ଦିନ ପରେ ଅର୍ଥାତ ଆଜି ପୁଣି […]

  • Monday, 19 July 2021
dance
ନାଚିବାକୁ ମନା କରିବାରୁ ମହିଳାଙ୍କୁ ଗୁଳି

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଚିତ୍ରକୁଟ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଘଟଣାଟି ହେଉଛି ବାହାଘର ଉତ୍ସବରେ ନାଚିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ଗୁଳି ହୋଇଛି। ସୂଚନା ମୁତାବକ, ଗତ ସପ୍ତାହରେ ଏକ ବାହାଘର ଚାଲିଥିବା ବେଳେ ୨ ଜଣ ଯୁବତୀ ନାଚୁଥିଲେ । ତେବେ ଡିଜେ ବନ୍ଦ ହେବାରୁ ନାଚ ମଧ୍ୟ ବନ୍ଦ ହୋଇଥିଲା। ଏହାକୁ ନେଇ ତଳେ ଥିବା ଜଣେ ଲୋକ ନାଚ ବନ୍ଦ […]

  • Monday, 19 July 2021
sangam2
ଆଖୁ ରସ ବିକ୍ରି କରି ପଢୁଛନ୍ତି ବି.ଟେକ୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ) : ଛୋଟ ବେଳୁ ପାଠ ପଢିବାର ନିଶା, ହେଲେ ଦାରିଦ୍ର୍ୟତା ବାଟ ଜଗିଥିଲା। କିନ୍ତୁ ଏଥିରେ ବାଧା ସୃଷ୍ଟି କରିପାରି ନାହିଁ। ଯାହା ଫଳରେ ବାପା ଦୈତାରୀ ମଲ୍ଲିକଙ୍କ କୌଳିକ ବୃତ୍ତି ଆପଣେଇବା ସହ ଏକା ଧାରାରେ ପାଠ ପଢିବା ଓ ପରିବାର ପ୍ରତିପୋଷଣ ମଧ୍ୟ କରିଛନ୍ତି ସଂଗ୍ରାମ ମଲ୍ଲିକ । ସେ ନିଜର ନିଷ୍ଠା, ଚେଷ୍ଟା ଓ ଆନ୍ତରିକତା ବଳରେ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ଭଦ୍ରକ ମଲ୍ଲିକପାଟଣା ଗାଁରେ ରହୁଥିବା […]

  • Monday, 19 July 2021
2 years
ରାନୁଙ୍କ ପରେ ୨ବର୍ଷର ଶିଶୁ ଗାଇଲେ ଲତାଙ୍କ ଗୀତ, ସୋଶାଲ ମିଡିଆରେ ଭାଇରାଲ୍

 ନୂଆଦିଲ୍ଲୀ : ସୋଶାଲ ମିଡିଆ ଆଜିର ସମୟରେ ବହୁତ ଲୋକପ୍ରିୟ ପାଲଟିଛି। ପୁରା ବିଶ୍ୱକୁ ଗୋଟିଏ ସ୍ଥାନରେ କେନ୍ଦ୍ରିତ କରିରଖିଛି। ଆମ ଚାରିପାଖରେ ଯାହା ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ତାହା ଖୁବ୍‌ ଶୀଘ୍ର ଭାଇରାଲ୍ ହେଇଛି। ଏମିତି ଆପଣ ଅନେକ ଭାଇରାଲ୍ ଭିଡ଼ିଓ ଦେଖିଥିବେ । ଯାହାକି ଅନେକଙ୍କ ଜୀବନକୁ ବଦଳେଇ ଦେଇଛି ।  ଏହାର ସବୁଠୁ ବଡ଼  ଉଦାହରଣ ରାନୁ ମଣ୍ଡଳ । ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କର ‘ଏକ ପ୍ୟାର୍‌ କା ନଗମା […]

  • Monday, 19 July 2021
doctor
ପେସା ଲଣ୍ଡନରେ, ନିଶା ଜନ୍ମମାଟିରେ

ଆଳି( ବନମାଳୀ ସାହୁ) : ସମାଜରେ ଏମିତି ଅନେକ ଲୋକ ଅଛନ୍ତି , ଯେଉଁଠି ବି ଥିଲେ, ଯେତେ ପ୍ରତିଷ୍ଠିତ ହୋଇଥିଲେ ବି ନିଜ ଗାଁ ମାଟି ପ୍ରତି କର୍ତ୍ତବ୍ୟକୁ ଭୁଲି ପାରନ୍ତିନି । ସେମିତି ଜଣେ ହେଲେ କେନ୍ଦ୍ରାପଡ଼ା ସାଳିଅଞ୍ଚ ଗାଁର ଡାକ୍ତର ସହଦେବ ସ୍ୱାଇଁ। ସୁଦୂର ଲଣ୍ଡନରେ ଡାକ୍ତରୀ ପେଶା ହେଲେ ଛୁଟି ମିଳିବାକ୍ଷଣି ଚାଲି ଆସନ୍ତି ନିଜ ଗାଁକୁ । ମାଗଣାରେ ରୋଗୀସେବା କରନ୍ତି । ନିଜେ ପାଠ ପଢିଥିବା ପ୍ରାଥମିକ ବିଦ୍ୟାଳୟର […]

  • Monday, 19 July 2021
milk
୧ ଲିଟର କ୍ଷୀର ପିଇଲେ ୮୧ ଜଣ ପିଲା !

ସୋନଭଦ୍ରା : ଗୋଟିଏ ଲିଟର କ୍ଷୀର ଖାଇଲେ ୮୧ ଜଣ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଚୋପାନ ଅଂଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର ଅଭିଯୋଗ କରିବାପରେ ଆରମ୍ଭ ହୋଇଛି ତନାଘନା। ଅଭିଯୋଗ ଅନୁଯାୟୀ, ଚୋପାନ ଅଂଚଳର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ […]

  • Monday, 19 July 2021