• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

muk
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଆନ୍ତି ମାସିକ ବେତନ ?

ଭୁବନେଶ୍ୱର: ବଡ଼ ଚାକିରି, ବଡ଼ ଦରମା। କଥାଟା ଆପଣ ନିଶ୍ଚିତ ଜାଣିଥିବେ। ହେଲେ ଭାବିଲେ ଦେଖି ସବୁଠାରୁ ଅଧିକ ଦରମା କିଏ ପାଏ ? କଥାଟା ଅନେକ ସମୟରେ ଆଲୋଚନା ହୋଇଥାଏ। କିନ୍ତୁ କିଏ କେତେ କଥା କୁହନ୍ତି। କିଏ କୁହେ ରାଷ୍ଟ୍ରପତି ଅଧିକ ପାଆନ୍ତି ତ ପୁଣି କିଏ କୁହେ ପ୍ରଧାନମନ୍ତ୍ରୀ। ଆମ ଦେଶରେ ଏମିତି ଅନେକ କଥା ଖଟି ଖଟିରେ ଚର୍ଚ୍ଚା ହୁଏ। ଛାଡନ୍ତୁ ସେ କଥା। କହିଲେ ଦେଖି ଆମ ମୁଖ୍ୟମନ୍ତ୍ରୀ କେତେଟଙ୍କା […]

89
ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ

ଭୁବନେଶ୍ୱର: ଓଡ଼ିଶା ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍‌ସିପ୍‌) ଅଛନ୍ତି। ସେ ନିଜେ ଏକଥା ପ୍ରକାଶ କରିଛନ୍ତି। ‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି। ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍‌ଲେଟ୍ ଯିଏ ଖୋଲାଖୋଲି ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ, ସେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ଅଛନ୍ତି। ଦୂତୀ ତାଙ୍କ ଗାଁ ଚକ୍ର ଗୋପାଲପୁରର ଜଣେ ଝିଅ ସହିତ ସଂପର୍କରେ ଅଛନ୍ତି। ସେ ତାଙ୍କୁ […]

vlcsnap-error984
ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା

ରାୟଗଡ଼ା: ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା। ରଥଯାତ୍ରା ସମୟରେ ତାଳ ପତ୍ରରେ ପ୍ରସ୍ତୁତ ତଲାରୀ ବିକ୍ରି କରାଯାଉଥିବାରୁ ଏହାକୁ ତଲାରୀ ଯାତ୍ରା କୁହାଯାଇଥାଏ। ତଲାରୀ ବିକ୍ରି କରି ବ୍ୟବସାୟୀମାନେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଦୀର୍ଘ୨ ଶହ ବର୍ଷର ଏହି ପୁରୁଣା ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରାର ଅନନ୍ୟ ପରଂପରା। ବଡ଼ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥା’ନ୍ତି। ସମଗ୍ର ଆଦିବାସୀ […]

  • Monday, 19 July 2021
vlcsnap-error666
ଏମତି ଗାଁ, ଯେଉଁଠି ଝିଅ ଦେବାକୁ ଅନ୍ୟ ଗାଁ ଲୋକେ ଅରାଜି

ବାଲେଶ୍ୱର:ଗ୍ରାମାଞ୍ଚଳର ବିକାଶ ପାଇଁ ହେଉଛି ଗୋଟିଏ ପରେ ଗୋଟିଏ ସରକାରୀ ଯୋଜନା। ହେଲେ ଏଭଳି ଅନେକ ଗାଁ ଅଛି ଯେଉଁଠି ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ। ଏଭଳି ଏକ ଗାଁ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ର ସିନ୍ଦୁରିଆ ଗାଁ। ଗାଁକୁ ନାହିଁ ପକ୍କା ରାସ୍ତା। ତେଣୁ ଏହି ଗାଁରେ କେହି ଝିଅ ବାହା ଦେବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି। ପୁଣି ସବୁଦିନିଆ ରାସ୍ତା ନଥିବାରୁ ଖଟିଆ ଓ ଭାରରେ ବୁହା ହୁଅନ୍ତି ରୋଗୀ। ଏହି […]

  • Monday, 19 July 2021
gop
ଫୋନି ଉଜାଡ଼ି ଦେଇଛି ଉତ୍କଳମଣୀଙ୍କ ଅନ୍ତୁଡିଶାଳ

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ଛଅ ଘଣ୍ଟାର ପ୍ରଳୟ ପୋଛି ଦେଇଛି ପୂରା ଗାଁକୁ। ଉଡ଼ାଇନେଇଛି ମୁଣ୍ଡ ଉପରୁ ଛାତ। ଆଉ ଉଜାଡ଼ି ଦେଇ ଯାଇଛି ଲୋକଙ୍କ ଜୀବନ ଜୀବିକା। ଏପରି ଚିତ୍ର ଦେଖିବାକୁ ମିଳିଛି, ବିପର୍ଯ୍ୟୟ ବେଳେ ଦୀନ ଦୁଃଖୀଙ୍କ ପାଖରେ ସବୁବେଳେ ଠିଆ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ‘ସୁଆଣ୍ଡୋ’ରେ। ଉଜୁଡ଼ି ଯାଇଛି ତାଙ୍କ ଅନ୍ତୁଡ଼ିଶାଳ। ଉଡି ଯାଇଛି ମୁଣ୍ଡ ଉପରୁ ଛାତ। ପଲିଥିନ ତଳେ ଷଠିଘରେ ସେମତି ନିଶ୍ଚଳ ହୋଇ ବସିଛନ୍ତି ଉତ୍କଳମଣି […]

vlcsnap-error676
ଲୁହ ଝରାଉଛି ସହିଦ ଗୋପୀନାଥ, ସଚ୍ଚିଦାନନ୍ଦ ଓ ନିରଂଜନଙ୍କ ଜନ୍ମମାଟି

ଆଳି/ସାଲପୁର/ଚାନ୍ଦବାଲି: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ସଲାମ୍ ସେହି ସହିଦମାନଙ୍କ ବାପା ମା’ଙ୍କୁ ଯିଏ ଜନ୍ମ ଦେଇଥିଲେ ବୀର ସନ୍ତାନମାନଙ୍କୁ। ଏହି ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।  ହେଲେ ସହିଦ ଓଡ଼ିଆ ଯବାନ ଗୋପୀନାଥ ମହାରଣା ଓ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ସ୍ମୃତି ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇନି। ତେବେ ଦେଶ […]

  • Monday, 19 July 2021
paik
ଆବାସ ଯୋଜନାକୁ ଉପହାସ: ପାଇଖାନା ଘରେ ଦିନ କାଟୁଛନ୍ତି ୨ ପରିବାର

ରାୟଗଡ଼ା: ବାସହୀନଙ୍କୁ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁପକ୍କା ଘର ଯୋଜନା, ସବୁଥିରେ ଗୃହହୀନଙ୍କୁ ଘର ପ୍ରଦାନ କରାଯାଉଛି । ମାତ୍ର ଏସବୁ ଯୋଜନା ଗରିବଙ୍କ ନିକଟରେ କେତେ ଦୂର ପହଞ୍ଚୁଛି, ତାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି  ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ସାନଗୁତିଗୁଡ଼ା ଗାଁରେ। ଘର ପାଇଁ ବହୁବାର ଗୁହାରୀ କରି ନିରାଶ […]

koraput
ଜ୍ୱର ପରେ ଫୋଟକା, ତା’ପରେ ଚିରନିଦ୍ରା

କୋରାପୁଟ: ପ୍ରଥମେ ଜ୍ୱର ହେଉଛି ଆଉ ତାପରେ ଫୋଟକା। ଶେଷରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଉଛି ବ୍ୟକ୍ତିଟିଏ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଉପରକୁଟିଙ୍ଗା ଗାଁରେ ଏହି ଅଜଣା ରୋଗ ଦେଖାଦେଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉପରକୁଟିଙ୍ଗା ଗାଁରେ ଭୟର ବାତାବରଣ। ଗତ ୧୯ରୁ ୨୨ ତାରିଖ ମଧ୍ୟରେ ଏଠାରେ ଅଜଣା ରୋଗ ନେଲାଣି ୩ ଜୀବନ। ପ୍ରଥମେ ଜ୍ୱର ହେଉଛି,ତାପରେ ଛାଡି ଯାଉଛି। ଏହାପରେ କିନ୍ତୁ ଯାଉଛି ଜୀବନ। କେବଳ ସେତିକି ନୁହେଁ […]

  • Monday, 19 July 2021
vlcsnap-error306
ସୁଡ଼ଙ୍ଗ ଖୋଳି ସୁନା ଲୁଟ୍

ଖୋର୍ଦ୍ଧା : ରାସ୍ତାକଡ଼ର ଡ୍ରେନ୍‌ ଭିତରେ ସୁଡ଼ଙ୍ଗ। ଡ୍ରେନ୍‌ ପାଣି ଭିତରେ ପଶି ଅପରାଧୀମାନେ ରାତାରାତି ସୁଡ଼ଙ୍ଗ ଖୋଳି ବାହାରିଛନ୍ତି ଅଳଙ୍କାର ଦୋକାନ ଭିତରେ। ଆଉ ଦୁଇ ଫୁଟ୍‌ର ସୁଡ଼ଙ୍ଗ ଭିତର ଦେଇ ଅପରାଧୀମାନେ ଦୋକାନ ଭିତରେ ବାହାରିବା ସହିତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରର ରାଜା ବଜାରରେ ଦୁର୍ବୃତ୍ତମାନେ ଏଭଳି ଅଭିନବ ଢଙ୍ଗରେ ଲୁଟ୍ କରି କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଗତ ରାତିରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ […]

  • Monday, 19 July 2021
love4
ପ୍ରୀତିର ବନ୍ଧନେ ସାର୍ଥକ ସ୍ୱପ୍ନ , ଏଇ ବୋଧେ ପ୍ରେମ ...

ବଲାଙ୍ଗିର  : ପ୍ରେମ ଏକ ଶାଶ୍ୱତ ଧର୍ମ । ଯେଉଁଥିରେ ନା ଥାଏ କୌଣସି ଭେଦାଭେବ ଓ ଉଚ୍ଚନୀଚ୍ଚର ତାରତମ୍ୟ । ହୃଦୟରୁ ହୃଦୟକୁ କଳ କଲ୍ଲୋଳିନୀ ନଈଟିଏ ପରି ଏହା ବହୁଥାଏ । ଅନେକ ନଜିର ରହିଛି ଏଇ ପ୍ରେମର। ସବୁ ପ୍ରତିବନ୍ଧକ ସତ୍ତ୍ୱେ ପ୍ରେମ ଜିତିଛି ବାଜି । ଏମିତି ଦୁଇ ପ୍ରେମୀ ଯୁଗଳ ହେଉଛନ୍ତି କେ. ଏସ୍. ରସୁଲ ଖାନ୍ ,ଅନ୍ୟଜଣେ ସୁନୀତା କୁମୁରା ।  ଧର୍ମ ଅଲଗା, ଜାତି ବି ଅଲଗା […]

  • Monday, 19 July 2021
duplicate doctor
ଚର୍ଚ୍ଚାରେ ସ୍ୱାସ୍ଥ୍ୟସେବା : ମିଛ ଡାକ୍ତରଙ୍କ ଜାଲରେ ଗାଁ ମଣିଷ

ସୁନ୍ଦରଗଡ଼ /କଟକ : ଆଣ୍ଠୁଗଣ୍ଠି ରୋଗୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ୍।  ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ,ହେଲେ ନିଜକୁ ଆୟୁର୍ବେଦିକ୍ ଡାକ୍ତରର ପରିଚୟ ଦେଇ ସୁନ୍ଦରଗଡ଼ ଗାଁ ଗହଳିରେ ଏମିତି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଜଣେ କରିତ୍‌କର୍ମା ଡାକ୍ତର। ଛତିଶଗଡ଼ରୁ ଆସି ନିପଟ ମଫସଲ ଗାଁରେ ନକଲି ଡାକ୍ତରଙ୍କ ମିଛ ଚିକିତ୍ସା ବେପାରର ପର୍ଦ୍ଦାଫାସ୍ କରିଛି ଓଟିଭି। ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅନ୍ତର୍ଗତ ରାଏଡିହି ଗାଁ । ଯେଉଁଠି ଏଭଳି ଚିକିତ୍ସା ପାଇଁ ଗତ ପ୍ରାୟ […]

  • Monday, 19 July 2021
marriage
ଏମିତି ମିଳନ ଯୁଗ ଯୁଗର ... ବିଦେଶୀ ନବଦମ୍ପତିଙ୍କ ନିଆରା ବାହାଘର

ପୁରୀ : କୁହାଯାଏ ମର୍ତ୍ତ୍ୟର ଯୋଡ଼ି ସ୍ୱର୍ଗରେ ସ୍ଥିର ହୋଇଥାଏ ଅର୍ଥାତ୍ ଏଠି କିଏ କାହାକୁ ବିବାହ କରିବ, ତାହା ଈଶ୍ୱର ପୂର୍ବରୁ ନିଷ୍ପତ୍ତି ନେଇସାରିଥାନ୍ତି। କିନ୍ତୁ ଏମିତି ବି କୁହାଯାଇପାରେ କି, କିଏ କାହାକୁ ଓ କେମିତି ବାହା ହେବ, ତାହା ବି ପୂର୍ବ ନିର୍ଦ୍ଧାରିତ। ରୋମାନଙ୍କ ତୁଣ୍ଡରେ ଜଗନ୍ନାଥ ସ୍ତୋତ୍ର। ଆଉ ନାତାଲିଙ୍କ ହାତରେ ମେହେନ୍ଦି, ସିନ୍ଥିରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର। କେବଳ କାୟ-ମନ-ବାକ୍ୟ ନୁହେଁ, ତିନି ଦିନ ତଳେ ନିଜ ସଂପର୍କକୁ ବି […]

  • Monday, 19 July 2021
vlcsnap-error235
ନଦୀ ଘେରରେ ପଞ୍ଚାୟତର ୫ ଖଣ୍ଡ ଗାଁ

ପୁରୀ: ପ୍ରଶାସନିକ ସ୍ଥାଣୁତା ପାଇଁ ବର୍ଷ ବର୍ଷ ଧରି ବିଛିନ୍ନାଞ୍ଚଳରେ ଜୀବନ କାଟୁଛନ୍ତି ପୁରୀ ଜିଲ୍ଲା ଶିଶୁଆ ପଞ୍ଚାୟତ ବାସୀ। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କେବଳ ପ୍ରତିଶ୍ରୁତି ଦେଇ ଅଟକି ଯାଇଛି ପ୍ରଶାସନ। ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ସାପୁଆ ଡଙ୍ଗାରେ ଜଳଯାତ୍ରା କରୁଛନ୍ତି ଲୋକମାନେ। ଭରା ନଈରେ ବିପଦପୂର୍ଣ୍ଣ ଜଳଯାତ୍ରା। ମଣିଷ ହୁଅନ୍ତୁ କି ସାଇକେଲ ସମସ୍ତଙ୍କ ପାଇଁ ଏକମାତ୍ର ଭରସା ସାପୁଆ ଡଙ୍ଗା। କୁନି […]

  • Monday, 19 July 2021
mid day meal
ମଧ୍ୟାହ୍ନ ଭୋଜନ ରନ୍ଧା ପାତ୍ରରେ ପଡ଼ିଗଲେ ୩ ବର୍ଷୀୟା ସ୍କୁଲ୍‌ ଛାତ୍ରୀ

ଉତ୍ତର ପ୍ରଦେଶ : ମିର୍ଜାପୁର ଅଂଚଳର ଅଟାରି ପ୍ରାଇମେରୀ ସ୍କୁଲ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩ ବର୍ଷିୟା ଛାତ୍ରୀ ସ୍କୁଲରେ ରୋଷେଇ ଚାଲିଥିବା ମିଡ୍‌ ଡେ ମିଲ୍‌ ରନ୍ଧା ପାତ୍ରରେ ପଡ଼ିଯିବାରୁ ମୃତ୍ୟୁ ହୋଇଛି। ଉକ୍ତ ଘଟଣାଟି ଗତ ରବିବାର ଦିନ ଘଟିଥିଲା । ଗରମ ରନ୍ଧା ଖାଦ୍ୟ ପାତ୍ରରେ ପଡ଼ି ଯିବାରୁ ପିଲାଟି ଶରୀରର ୮୦ ପ୍ରତିଶତ କ୍ଷତ ହୋଇ ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ […]

  • Monday, 19 July 2021
priyanka
ମୃତ୍ୟୁ ପରେ ବି ଅମର

କଟକ : କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଅର୍ଥାତ ଯିଏ ଆସେ ସେ ଚାଲିଯାଏ। ହେଲେ ଏ ଦୁନିଆକୁ ଏମିତି କିଛି ମଣିଷ ଆସନ୍ତି ତାଙ୍କର ମହାନ କର୍ମ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି ଅନ୍ୟକୁ ଆଲୋକିତ କରନ୍ତି। ଆଉ ତାଙ୍କରି ପାଇଁ ଅନ୍ୟ ଜଣେ ଦୁନିଆ ଦେଖେ। ଏମିତି ଏକ ମହତ କାମ କରିଛନ୍ତି ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ […]

  • Monday, 19 July 2021
fire
ନିଆଁ ଲଗାଇଦେଲେ ଶାଶୂଘର ଲୋକେ !

କେନ୍ଦ୍ରାପଡ଼ା : ବାପ ଘରେ ଝିଅ ଶାଶୂ ଘରେ ବୋହୂ। ଏହି ଅର୍ଥରେ ଝିଅଟିଏ  ବଢ଼େ। ଆଉ କୁମାରୀରୁ ପାଲଟିଯାଏ ଦିନେ ସହଧର୍ମିଣୀ । ହାତରେ ଶଙ୍ଖା , ମଥାରେ ସିନ୍ଦୁର ଆଉ ପାଦରେ ଅଳତା ନାଇ ସେ ଦେଖେ ନୂଆ ସ୍ୱପ୍ନ । ଜଣେ ଅଜଣା ପୁରୁଷକୁ ନିଜର କରି ଗଢ଼େ ସୁନାର ସଂସାର। ଓଷା ବ୍ରତ ମାନସିକ କରି ସେ ଆଉ ଏକ କୁଳର କୁଳବଧୂ ପାଲଟିଯାଏ । କିନ୍ତୁ ବେଳେବେଳେ ସେହି କୁଳବଧୂ […]

  • Monday, 19 July 2021
mp daughter's marriage
ସିନ୍ଦୂର ପିନ୍ଧିଲେ ସାଂସଦଙ୍କ ଝିଅ

ରାଉରକେଲା (ପୱନ ତିୱାରୀ): ସିନ୍ଦୂର ପିନ୍ଧିଲେ ସାଂସଦଙ୍କ ଝିଅ । ଶାଶୂ ଘର ଗଲେ ଇନ୍ଦୁମତି।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଝିଅ ଇନ୍ଦୁମତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଦିବାସୀ ପରମ୍ପରାରେ ଆଜି ନିଜ ଜନ୍ମମାଟି କେନ୍ଦୁଡିହି ଗାଁରେ ତାଙ୍କର ବାହାଘର ହୋଇଛି। ଆଉ ଏହି ବିବାହ ଉତ୍ସବରେ ସାମିଲ ହୋଇ ବର-କନ୍ୟାଙ୍କୁ ଆଶୀର୍ବାଦ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ସମେତ […]

  • Monday, 19 July 2021
love
ଭଣଜା ସିନ୍ଦୂର ସ୍ୱାମୀ ପର : ଚର୍ଚ୍ଚାରେ ମାଇଁ-ଭଣଜା ପ୍ରେମ କାହାଣୀ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ ) : ହୃଦୟରେ ଯେବେ ପ୍ରୀତିର ରଙ୍ଗ ଲାଗେ ,ମନରେ ଭିନ୍ନ ଶିହରଣ ସୃଷ୍ଟି ହୁଏ । ମନ ପ୍ରତି ମୁହୂର୍ତ୍ତରେ ଖୋଜେ ନିଜର ପ୍ରିୟ ସାଥିକୁ। ପାଖରେ ପାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହୁଏ। ସ୍ଥାନ କାଳ ପାତ୍ରରେ ସେମାନେ ଉଭୟଙ୍କୁ ସ୍ୱତନ୍ତ୍ର ମନେ କରନ୍ତି। ସମାଜର ଟାହିଟାପରାକୁ ଭୁଲି ପାଲଟି ଯାଆନ୍ତି ଦୁଇ ପ୍ରେମପକ୍ଷୀ । ଜାତି-ଧର୍ମ, ଭେଦ-ଭାବ ଓ ସମ୍ପର୍କ ସବୁକିଛି ଫିକା ପଡ଼ିଯାଏ ଏହି ଭଲ ପାଇବା ପାଖରେ। […]

  • Monday, 19 July 2021
new rule
ରାଜଧାନୀରେ ନୂଆ ନିୟମ ; ରାସ୍ତା କଡ଼ରେ ବାଇକ୍ ରଖିଲେ ଜରିମାନା

ଭୁବନେଶ୍ୱର : ରାଜଧାନୀ ଛାତିରେ କମିଶନରେଟ ପୁଲିସର ଟ୍ରାଫିକ କଟକଣା । ବାପୁଜିନଗର, ରାଜମହଲ, ଏଜି ଛକ ଓ ଶିଶୁଭବନ ଛକ ଅଂଚଳରେ ଏଣିକି ରାସ୍ତାକଡରେ ମନଇଛା ରଖିପାରିବେନି ବାଇକ୍ । ଆଇନ ଉଲଂଘନ କଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା।  କମିଶନରେଟ ପୁଲିସ ତରଫରୁ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ପରେ ଏବେ ବାପୁଜିନଗର, ରାଜମହଲ ଅଂଚଳର ରାସ୍ତା କଡରେ କେବଳ କାର ପାର୍କିଂ ହେଉଥିବାବେଳେ ଆଉ ଦେଖିବାକୁ ମିଳୁନି ବାଇକ ପାର୍କିଂ […]

  • Monday, 19 July 2021
subham
ଶେଷ ଚିଠିରେ ଶେଷ କଥା ; ଜାଣିବି ଜୀବନ ହାରିଲେ ଶୁଭମ୍‌

ଭଦ୍ରକ : ଚର୍ଚ୍ଚାରେ ଶୁଭମର ମୃତ୍ୟୁ ଏବଂ ସବୁଠୁ ଆଶ୍ଚର୍ଯ୍ୟକର ସେ  ଲେଖିଥିବା ଚିଠି। ତେବେ କିଏ ଏହି ଶୁଭମ୍‌ ? କେମିତି ହେଲା ତାଙ୍କର ମୃତ୍ୟୁ ଏବଂ କାହାକୁ ଲେଖିଛନ୍ତି ସେ ଶେଷ ଚିଠି ? ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଗଢିଆଳି ପଞ୍ଚାୟତ ଝାରଡ଼ିଆ ଗାଁର ଶୁଭମ ପ୍ରଧାନ। ସେ କୋରୁଆ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୨୭ ତାରିଖରେ ଶୁଭମ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ […]

  • Monday, 19 July 2021
farmimg
କୃଷି ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ୭ମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ନୂଆ ଜ୍ଞାନକୌଶଳରେ କୃଷି ଯନ୍ତ୍ର ତିଆରି କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ଜଣେ ୭ମ ଶ୍ରେଣୀ ଛାତ୍ର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଉପେନ୍ଦ୍ର ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ବିପ୍ଲବ କୁମାର ଘୋଷ ଉଦ୍ଭାବନ କରିଛନ୍ତି ଏକ କୃଷି ଯନ୍ତ୍ର। ଏକାଥରକେ ଏହି ଯନ୍ତ୍ରରେ ୬ଟି କାର୍ଯ୍ୟ ହୋଇପାରୁଛି। ଲଙ୍ଗଳ କାମ, ମହି ଦେବା ସହ ବିହନ ବୁଣିବା, ସାର ପକାଇବା, ଔଷଧ ଛିଞ୍ଚନ […]

  • Monday, 19 July 2021
vlcsnap-error548
ବିପଦରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିଛି। କିଛି ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ପୋଲଟିଏ ନଥିବାରୁ କେଉଁଠି ଅସ୍ଥାୟୀ ପୋଲ ଉପରେ ଲୋକ ନିର୍ଭର କରୁଛନ୍ତି, ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି ।  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ର ଉପାପଡ଼ା ନଦୀରେ ବିପଦପୂର୍ଣ୍ଣ […]

  • Monday, 19 July 2021
gurupriya setu
ଉଦ୍‌ଘାଟନ ପୂର୍ବରୁ ଖୋଲିଲା ସମ୍ପର୍କର ସେତୁ ଗୁରୁପ୍ରିୟା

ଚିତ୍ରକୋଣ୍ଡା: ପୂରଣ ହେଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସୁବିଧା ପାଇଁ ଖୋଲାଯାଇଛି ସମ୍ପର୍କର ସେତୁ ଗୁରୁପ୍ରିୟା। ଆରମ୍ଭ ହୋଇଛି ଯାତାୟାତ। ଫଳରେ ଏବେ ଡଙ୍ଗା ଛାଡ଼ି ସ୍ଥଳପଥରେ ସୁବିଧାରେ ଯାତାୟାତ କରିପାରୁଛନ୍ତି ଲୋକେ। କିଏ ଚାରି ଚକିଆ ତ କିଏ ଦୁଇ ଚକିଆ ଯାନରେ ଆଉ କିଏ ପରିବାର ସହ ଚାଲି ଚାଲି ଯାଉଛି। ଏବେ ଜଳପଥ ଛାଡ଼ି ସ୍ଥଳପଥରେ ପୁଣି ରାତି ହେଉ ବା ଦିନ ଯେତେବେଳେ ଚାହିଁଲେ […]

  • Monday, 19 July 2021
murty
ବିଜ୍‌ନେଶ୍ ଟାଇକୁନ୍‌ଙ୍କ ବିନମ୍ରତା: ନାରାୟଣ ମୂର୍ତ୍ତୀ ଛୁଇଁଲେ ରତନ ଟାଟାଙ୍କ ପାଦ

ନୂଆଦିଲ୍ଲୀ : ରତନ ଟାଟା । ପରିଚୟ ପାଇଁ କେବଳ ଏହି ନାଁ ହି ଯଥେଷ୍ଟ । କାହିଁକି ନା ବିଜିନେସ୍‌ ୱର୍ଲଡରେ ଏହି ନାଁକୁ କିଏ ନଜାଣେ । ନିକଟରେ ରତନ ଟାଟା ନିଜର ୟଙ୍ଗ୍‌ ବୟସର ଫଟୋ ସୋଶାଲ ମିଡ଼ିଆରେ ସେୟାର କରିଥିଲେ । ଯାହାକୁ ବହୁତ ଲୋକ ପସନ୍ଦ କରିଥିଲେ । ଏବେ ଏମିତି ଏକ ଫଟୋ ସେୟାର କରିଛନ୍ତି , ଯାହାକୁ ଦେଖିଲେ ହୃଦୟ ଖୁସିରେ ନାଚି ଉଠିବ। ଜଣେ ଭାରତୀୟ […]

  • Monday, 19 July 2021
kanha
୫ ବର୍ଷର ଶିଶୁକୁ ଅାପାଦମସ୍ତକ ଗ୍ରାସିଛି ଟ୍ୟୁମର

ଗଞ୍ଜାମ : ନାଁ ତାର କାହ୍ନା। ହେଲେ ରୂପ କିନ୍ତୁ ଭିନ୍ନ । ତାଳୁରୁ ତଳିପା, ଢ଼ାଙ୍କି ହୋଇଯାଇଛି କଳା ମଚ୍ ମଚ୍ ଲୋମରେ। ଅଦ୍ଭୁତ ଦେଖାଯାଉଛି ଶରୀରର ବିଭିନ୍ନ ଅଂଶ । ଡାହାଣ ମୁହଁରେ ମାଡ଼ି ବସିଛି ମାଂସଳ ବଥ । ତାସତ୍ତ୍ୱେ ବି କେତେବେଳେ ପାଠ ପଢ଼ୁଛି ତ ଅାଉ କେତେବେଳେ ନିଜ ଚେହେରାକୁ ଦର୍ପଣରେ ଦେଖି ନିଜେ ହସୁଛି। ଗଞ୍ଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତ ବାଘୁଅାସାହିର କାହ୍ନାର ଏଭଳି ଅବସ୍ଥା ଜନ୍ମରୁ। ପ୍ରଥମେ […]

  • Monday, 19 July 2021