• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

s4
ଶେଷରେ କୋରାପୁଟକୁ କବ୍‌ଜା କଲା କଂଗ୍ରେସ

ଭୁବନେଶ୍ୱର: ସରିଛି ନିର୍ବାଚନ। ଫଳାଫଳ ଜାଣି ସାରିଛନ୍ତି ଜନତା। ବିଜେପି ଶିବିରରେ ଏଣିକି ଖୁସିର ଲହରୀ ଖେଳୁଥିବା ବେଳେ ଖାଁ ଖାଁ ଲାଗୁଛି କଂଗ୍ରେସ ଭବନ। ଦଳକୁ ପ୍ରତ୍ୟାଖାନ କରିଛନ୍ତି ଜନତା। ୨୦୧୪ ନିର୍ବାଚନଠାରୁ ଅଧିକ ଭୋଟ ହାର ସହ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ରାଜ୍ୟରେ ମଧ୍ୟ କଂଗ୍ରେସର ସ୍ଥତି ଆହୁରି ବିଗିଡ଼ି ଯାଇଛି। ଗତ ସାଧାରଣ ନିର୍ବାଚନରେ ୧୬ଟି ବିଧାୟକ ଆସନ ଜିତିଥିବା କଂଗ୍ରେସ ଏଥର ୯ ଜଣ […]

ttb
ବିଜେପୁରରେ ବାଜି ମାରିଲେ ନବୀନ, ଏମାନେ ଏଇଠି

ଭୁବନେଶ୍ୱର:ଏଥର ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ବିଜେପିକୁ ଆଶାତୀତ ଭାବେ ସଫଳତା ମିଳି ନ ଥିବା ବେଳେ ବିଜେଡି ଅଧିକାଂଶ ସ୍ଥାନରେ ପୂର୍ବସ୍ଥିତି ବଜାଏ ରଖିଛି। ହେଭିୱେଟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜୟୀ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଆଗୁଆ ରହିଛନ୍ତି। ବିଜେପୁରରେ ନବୀନ ୧,୦୮,୮୪୮ ଭୋଟ ପାଇଥିବା ବେଳେ କଂଗ୍ରେସର ରିପୁନାଥ ସେଠ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଭଟଲିରୁ ବିଜେଡିର ସୁଶାନ୍ତ ସିଂହ ୯୮,୩୮୫ ଖଣ୍ଡ ଭୋଟ୍‌ […]

b-99-750x430
ମୋହନ, ପ୍ରମୋଦ, ସୀମାରାଣୀ ଓ ସୁଧୀର ସାମଲ ବିଜୟୀ

ଭୁବନେଶ୍ୱର:ଏଥର ନିର୍ବାଚନରେ ଅନେକ ଆସନରେ କଡ଼ା ଟକ୍କର ହୋଇଛି। କଂଗ୍ରେସ ପଛରେ ପଡ଼ିଯାଇଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ହରାଇ ବିଜୟୀ ହୋଇଛନ୍ତି। ମାଧବଙ୍କୁ ୧୧୮୯ ଭୋଟରେ ହରାଇ ଜିତିଛନ୍ତି ମୋହନ। ସେହିପରି ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜୟୀ ହୋଇଛନ୍ତି। ବିଜେପିର ଛବି ମଲ୍ଲିକଙ୍କୁ ୨୭ ହଜାର ଭୋଟରେ ହରାଇଛନ୍ତି ପ୍ରମୋଦ। ହିନ୍ଦୋଳରେ ବିଜେଡିର ସୀମାରାଣୀ […]

yu
ଜିତିଲେ ସୁରେଶ ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଛି କଂଗ୍ରେସ । ବରିଷ୍ଠ ନେତା ସୁରେଶ ରାଉତରାୟ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରିଛନ୍ତି। ୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଥିଲେ ସୁର ରାଉତରାୟ । ହେଲେ ୨୦୧୯ରେ ପୁଣି ଥରେ ତାଙ୍କର କମ୍‌ବ୍ୟାକ୍‌ ହୋଇଛି ।

sdee
ବାଜି ମାରିଲେ ମୋକିମ୍

ଭୁବନେଶ୍ୱର: ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବାଜି ମାରି ନେଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ସେ ଦେବାଶିଷଙ୍କୁ ୩୭ ଶହରୁ ଅଧିକ ଭୋଟ୍‌ରେ ହରାଇଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ମୋକିମ୍‌ ୪୬,୨୦୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦେବାଶିଷଙ୍କୁ ୪୨,୩୯୬ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ବିଜେପିର ସମୀର ଦେ ୩୦,୭୧୧ ଖଣ୍ଡ ଭୋଟ୍ ପାଇ ତୃତୀୟ […]

manjula
ଆସ୍କା ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର: ଆସ୍କା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟୀ ହୋଇଛନ୍ତି। ମଞ୍ଜୁଳାଙ୍କ ପାଇଁ ରାଜନୀତି କିଛି ନୂଆ ନୁହେଁ। ସ୍ୱାମୀ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଥିଲେ ଆସିକାର ପୂର୍ବତନ ସାଂସଦ । ଲଡ଼ୁକିଶୋର ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ। ଆସିକାରେ ସେ ଅନେକ ଲୋକାଭିମୁଖୀ କାର୍ଯ୍ୟ ମଧ୍ୟ କରିଛନ୍ତି। ଏଥିପାଇଁ ସ୍ୱାମୀଙ୍କର ଦେହାନ୍ତ ପରେ ମଞ୍ଜୁଳା ରାଜନୀତିରେ ପ୍ରବେଶ କରିଥିଲେ। ସ୍ୱାମୀଙ୍କର ନୀତି ଆଦର୍ଶକୁ ନେଇ ମଞ୍ଜୁଳା କିପରି ଲୋକାଭିମୁଖୀ କାର୍ଯ୍ୟ କରୁଛନ୍ତି […]

jay
ସମ୍ବଲପୁର: ବିଜୟୀ ହେଲେ ଜୟ ନାରାୟଣ

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ସମ୍ବଲପୁର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। ମିଶ୍ର ଗତଥର ଲୋକପ୍ରିୟ ଡାକ୍ତର ତଥା ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୦ ମସିହାରେ ନିର୍ବାଚିତ ହୋଇ ମିଶ୍ର ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

bk
୬ଷ୍ଠ ଥର ଲାଗି ଜିତିଲେ ବିକ୍ରମ ଆରୁଖ

ଭୁବନେଶ୍ୱର: ଭଞ୍ଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ନେତା ଶ୍ରୀ ବିକ୍ରମ କେଶରୀ ଆରୁଖ। କ୍ରମାଗତ ୬ଷ୍ଠ ଥର ଲାଗି ସେ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭୪,୨୭୮ ଖଣ୍ଡ ଭୋଟ ପାଇଛନ୍ତି ଆରୁଖ। ୧୯୯୫ ମସିହାରେ ଶ୍ରୀ ଆରୁଖ ପ୍ରଥମେ ଜନତା ଦଳ ଟିକେଟ୍‌ରେ ଲଢ଼ି ବିଧାନସଭାକୁ ପ୍ରବେଶ କରିଥିଲେ। ତା’ପରଠାରୁ ଲଗାତର ୪ ଥର ସେ ଜିତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏଥର […]

tt
ବଡ଼ଚଣାରୁ ବଡ଼ ଖବର, ଜିତିଲେ ଅମର, ହାରିଲେ ବି ଅମର

ଭୁବନେଶ୍ୱର: ଯାଜପୁର ଜିଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅମର ନାୟକଙ୍କୁ ସେ ୧୩୯୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜେଡି ବିଦ୍ରୋହୀ ଅମର ନାୟକ ଟିକଟ ନ ପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ଯଦିଓ ନିର୍ବାଚନରେ ହାରିଥିଲେ ତଥାପି ୨୬ ହଜାରରୁ ଅଧିକ ଭୋଟ ପାଇଥିଲେ। ଏପଟେ ଅମର ଶତପଥୀଙ୍କୁ ବିଜେଡି ପୁଣି […]

xt
ଓଟିଭି ଏକ୍‌ଜିଟ୍‌ ପୋଲ୍‌ର ବିଶ୍ୱସନୀୟତାକୁ ଦର୍ଶକଙ୍କ ପସନ୍ଦ

ଭୁବନେଶ୍ୱର: ଆଜି ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିଲା। ଓଡ଼ିଶାରେ ଥିବା ପ୍ରାଦେଶିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟ ଏକ୍‌ଜିଟ୍‌ ପୋଲ୍‌ କରିଥିବା ବେଳେ ଏ କ୍ଷେତ୍ରରେ ଓଟିଭି ସର୍ବାଗ୍ରେ ରହିଛି। ସାଧାରଣ ଦର୍ଶକଙ୍କ ବିଶ୍ୱାସ ଏଥର ମଧ୍ୟ ସାଉଁଟିଛି ଓଟିଭି। ସବୁଥର ପରି ଏଥର ମଧ୍ୟ ଓଟିଭିର ଏକ୍‌ଜିଟ୍‌ ପୋଲକୁ ଭଲ ରେସ୍‌ପନ୍ସ ମିଳିଛି। ବିଶ୍ୱସନୀୟତା ଓ ତଥ୍ୟଭିତ୍ତିକ ବିଶ୍ଲେଷଣ […]

  • Monday, 19 July 2021
muk
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଆନ୍ତି ମାସିକ ବେତନ ?

ଭୁବନେଶ୍ୱର: ବଡ଼ ଚାକିରି, ବଡ଼ ଦରମା। କଥାଟା ଆପଣ ନିଶ୍ଚିତ ଜାଣିଥିବେ। ହେଲେ ଭାବିଲେ ଦେଖି ସବୁଠାରୁ ଅଧିକ ଦରମା କିଏ ପାଏ ? କଥାଟା ଅନେକ ସମୟରେ ଆଲୋଚନା ହୋଇଥାଏ। କିନ୍ତୁ କିଏ କେତେ କଥା କୁହନ୍ତି। କିଏ କୁହେ ରାଷ୍ଟ୍ରପତି ଅଧିକ ପାଆନ୍ତି ତ ପୁଣି କିଏ କୁହେ ପ୍ରଧାନମନ୍ତ୍ରୀ। ଆମ ଦେଶରେ ଏମିତି ଅନେକ କଥା ଖଟି ଖଟିରେ ଚର୍ଚ୍ଚା ହୁଏ। ଛାଡନ୍ତୁ ସେ କଥା। କହିଲେ ଦେଖି ଆମ ମୁଖ୍ୟମନ୍ତ୍ରୀ କେତେଟଙ୍କା […]

89
ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ

ଭୁବନେଶ୍ୱର: ଓଡ଼ିଶା ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍‌ସିପ୍‌) ଅଛନ୍ତି। ସେ ନିଜେ ଏକଥା ପ୍ରକାଶ କରିଛନ୍ତି। ‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି। ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍‌ଲେଟ୍ ଯିଏ ଖୋଲାଖୋଲି ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ, ସେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ଅଛନ୍ତି। ଦୂତୀ ତାଙ୍କ ଗାଁ ଚକ୍ର ଗୋପାଲପୁରର ଜଣେ ଝିଅ ସହିତ ସଂପର୍କରେ ଅଛନ୍ତି। ସେ ତାଙ୍କୁ […]

vlcsnap-error984
ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା

ରାୟଗଡ଼ା: ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା। ରଥଯାତ୍ରା ସମୟରେ ତାଳ ପତ୍ରରେ ପ୍ରସ୍ତୁତ ତଲାରୀ ବିକ୍ରି କରାଯାଉଥିବାରୁ ଏହାକୁ ତଲାରୀ ଯାତ୍ରା କୁହାଯାଇଥାଏ। ତଲାରୀ ବିକ୍ରି କରି ବ୍ୟବସାୟୀମାନେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଦୀର୍ଘ୨ ଶହ ବର୍ଷର ଏହି ପୁରୁଣା ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରାର ଅନନ୍ୟ ପରଂପରା। ବଡ଼ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥା’ନ୍ତି। ସମଗ୍ର ଆଦିବାସୀ […]

  • Monday, 19 July 2021
vlcsnap-error666
ଏମତି ଗାଁ, ଯେଉଁଠି ଝିଅ ଦେବାକୁ ଅନ୍ୟ ଗାଁ ଲୋକେ ଅରାଜି

ବାଲେଶ୍ୱର:ଗ୍ରାମାଞ୍ଚଳର ବିକାଶ ପାଇଁ ହେଉଛି ଗୋଟିଏ ପରେ ଗୋଟିଏ ସରକାରୀ ଯୋଜନା। ହେଲେ ଏଭଳି ଅନେକ ଗାଁ ଅଛି ଯେଉଁଠି ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ। ଏଭଳି ଏକ ଗାଁ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ର ସିନ୍ଦୁରିଆ ଗାଁ। ଗାଁକୁ ନାହିଁ ପକ୍କା ରାସ୍ତା। ତେଣୁ ଏହି ଗାଁରେ କେହି ଝିଅ ବାହା ଦେବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି। ପୁଣି ସବୁଦିନିଆ ରାସ୍ତା ନଥିବାରୁ ଖଟିଆ ଓ ଭାରରେ ବୁହା ହୁଅନ୍ତି ରୋଗୀ। ଏହି […]

  • Monday, 19 July 2021
gop
ଫୋନି ଉଜାଡ଼ି ଦେଇଛି ଉତ୍କଳମଣୀଙ୍କ ଅନ୍ତୁଡିଶାଳ

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ଛଅ ଘଣ୍ଟାର ପ୍ରଳୟ ପୋଛି ଦେଇଛି ପୂରା ଗାଁକୁ। ଉଡ଼ାଇନେଇଛି ମୁଣ୍ଡ ଉପରୁ ଛାତ। ଆଉ ଉଜାଡ଼ି ଦେଇ ଯାଇଛି ଲୋକଙ୍କ ଜୀବନ ଜୀବିକା। ଏପରି ଚିତ୍ର ଦେଖିବାକୁ ମିଳିଛି, ବିପର୍ଯ୍ୟୟ ବେଳେ ଦୀନ ଦୁଃଖୀଙ୍କ ପାଖରେ ସବୁବେଳେ ଠିଆ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ‘ସୁଆଣ୍ଡୋ’ରେ। ଉଜୁଡ଼ି ଯାଇଛି ତାଙ୍କ ଅନ୍ତୁଡ଼ିଶାଳ। ଉଡି ଯାଇଛି ମୁଣ୍ଡ ଉପରୁ ଛାତ। ପଲିଥିନ ତଳେ ଷଠିଘରେ ସେମତି ନିଶ୍ଚଳ ହୋଇ ବସିଛନ୍ତି ଉତ୍କଳମଣି […]

vlcsnap-error676
ଲୁହ ଝରାଉଛି ସହିଦ ଗୋପୀନାଥ, ସଚ୍ଚିଦାନନ୍ଦ ଓ ନିରଂଜନଙ୍କ ଜନ୍ମମାଟି

ଆଳି/ସାଲପୁର/ଚାନ୍ଦବାଲି: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ସଲାମ୍ ସେହି ସହିଦମାନଙ୍କ ବାପା ମା’ଙ୍କୁ ଯିଏ ଜନ୍ମ ଦେଇଥିଲେ ବୀର ସନ୍ତାନମାନଙ୍କୁ। ଏହି ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।  ହେଲେ ସହିଦ ଓଡ଼ିଆ ଯବାନ ଗୋପୀନାଥ ମହାରଣା ଓ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ସ୍ମୃତି ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇନି। ତେବେ ଦେଶ […]

  • Monday, 19 July 2021
paik
ଆବାସ ଯୋଜନାକୁ ଉପହାସ: ପାଇଖାନା ଘରେ ଦିନ କାଟୁଛନ୍ତି ୨ ପରିବାର

ରାୟଗଡ଼ା: ବାସହୀନଙ୍କୁ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁପକ୍କା ଘର ଯୋଜନା, ସବୁଥିରେ ଗୃହହୀନଙ୍କୁ ଘର ପ୍ରଦାନ କରାଯାଉଛି । ମାତ୍ର ଏସବୁ ଯୋଜନା ଗରିବଙ୍କ ନିକଟରେ କେତେ ଦୂର ପହଞ୍ଚୁଛି, ତାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି  ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ସାନଗୁତିଗୁଡ଼ା ଗାଁରେ। ଘର ପାଇଁ ବହୁବାର ଗୁହାରୀ କରି ନିରାଶ […]

koraput
ଜ୍ୱର ପରେ ଫୋଟକା, ତା’ପରେ ଚିରନିଦ୍ରା

କୋରାପୁଟ: ପ୍ରଥମେ ଜ୍ୱର ହେଉଛି ଆଉ ତାପରେ ଫୋଟକା। ଶେଷରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଉଛି ବ୍ୟକ୍ତିଟିଏ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଉପରକୁଟିଙ୍ଗା ଗାଁରେ ଏହି ଅଜଣା ରୋଗ ଦେଖାଦେଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉପରକୁଟିଙ୍ଗା ଗାଁରେ ଭୟର ବାତାବରଣ। ଗତ ୧୯ରୁ ୨୨ ତାରିଖ ମଧ୍ୟରେ ଏଠାରେ ଅଜଣା ରୋଗ ନେଲାଣି ୩ ଜୀବନ। ପ୍ରଥମେ ଜ୍ୱର ହେଉଛି,ତାପରେ ଛାଡି ଯାଉଛି। ଏହାପରେ କିନ୍ତୁ ଯାଉଛି ଜୀବନ। କେବଳ ସେତିକି ନୁହେଁ […]

  • Monday, 19 July 2021
vlcsnap-error306
ସୁଡ଼ଙ୍ଗ ଖୋଳି ସୁନା ଲୁଟ୍

ଖୋର୍ଦ୍ଧା : ରାସ୍ତାକଡ଼ର ଡ୍ରେନ୍‌ ଭିତରେ ସୁଡ଼ଙ୍ଗ। ଡ୍ରେନ୍‌ ପାଣି ଭିତରେ ପଶି ଅପରାଧୀମାନେ ରାତାରାତି ସୁଡ଼ଙ୍ଗ ଖୋଳି ବାହାରିଛନ୍ତି ଅଳଙ୍କାର ଦୋକାନ ଭିତରେ। ଆଉ ଦୁଇ ଫୁଟ୍‌ର ସୁଡ଼ଙ୍ଗ ଭିତର ଦେଇ ଅପରାଧୀମାନେ ଦୋକାନ ଭିତରେ ବାହାରିବା ସହିତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରର ରାଜା ବଜାରରେ ଦୁର୍ବୃତ୍ତମାନେ ଏଭଳି ଅଭିନବ ଢଙ୍ଗରେ ଲୁଟ୍ କରି କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଗତ ରାତିରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ […]

  • Monday, 19 July 2021
love4
ପ୍ରୀତିର ବନ୍ଧନେ ସାର୍ଥକ ସ୍ୱପ୍ନ , ଏଇ ବୋଧେ ପ୍ରେମ ...

ବଲାଙ୍ଗିର  : ପ୍ରେମ ଏକ ଶାଶ୍ୱତ ଧର୍ମ । ଯେଉଁଥିରେ ନା ଥାଏ କୌଣସି ଭେଦାଭେବ ଓ ଉଚ୍ଚନୀଚ୍ଚର ତାରତମ୍ୟ । ହୃଦୟରୁ ହୃଦୟକୁ କଳ କଲ୍ଲୋଳିନୀ ନଈଟିଏ ପରି ଏହା ବହୁଥାଏ । ଅନେକ ନଜିର ରହିଛି ଏଇ ପ୍ରେମର। ସବୁ ପ୍ରତିବନ୍ଧକ ସତ୍ତ୍ୱେ ପ୍ରେମ ଜିତିଛି ବାଜି । ଏମିତି ଦୁଇ ପ୍ରେମୀ ଯୁଗଳ ହେଉଛନ୍ତି କେ. ଏସ୍. ରସୁଲ ଖାନ୍ ,ଅନ୍ୟଜଣେ ସୁନୀତା କୁମୁରା ।  ଧର୍ମ ଅଲଗା, ଜାତି ବି ଅଲଗା […]

  • Monday, 19 July 2021
duplicate doctor
ଚର୍ଚ୍ଚାରେ ସ୍ୱାସ୍ଥ୍ୟସେବା : ମିଛ ଡାକ୍ତରଙ୍କ ଜାଲରେ ଗାଁ ମଣିଷ

ସୁନ୍ଦରଗଡ଼ /କଟକ : ଆଣ୍ଠୁଗଣ୍ଠି ରୋଗୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ୍।  ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ,ହେଲେ ନିଜକୁ ଆୟୁର୍ବେଦିକ୍ ଡାକ୍ତରର ପରିଚୟ ଦେଇ ସୁନ୍ଦରଗଡ଼ ଗାଁ ଗହଳିରେ ଏମିତି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଜଣେ କରିତ୍‌କର୍ମା ଡାକ୍ତର। ଛତିଶଗଡ଼ରୁ ଆସି ନିପଟ ମଫସଲ ଗାଁରେ ନକଲି ଡାକ୍ତରଙ୍କ ମିଛ ଚିକିତ୍ସା ବେପାରର ପର୍ଦ୍ଦାଫାସ୍ କରିଛି ଓଟିଭି। ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅନ୍ତର୍ଗତ ରାଏଡିହି ଗାଁ । ଯେଉଁଠି ଏଭଳି ଚିକିତ୍ସା ପାଇଁ ଗତ ପ୍ରାୟ […]

  • Monday, 19 July 2021
marriage
ଏମିତି ମିଳନ ଯୁଗ ଯୁଗର ... ବିଦେଶୀ ନବଦମ୍ପତିଙ୍କ ନିଆରା ବାହାଘର

ପୁରୀ : କୁହାଯାଏ ମର୍ତ୍ତ୍ୟର ଯୋଡ଼ି ସ୍ୱର୍ଗରେ ସ୍ଥିର ହୋଇଥାଏ ଅର୍ଥାତ୍ ଏଠି କିଏ କାହାକୁ ବିବାହ କରିବ, ତାହା ଈଶ୍ୱର ପୂର୍ବରୁ ନିଷ୍ପତ୍ତି ନେଇସାରିଥାନ୍ତି। କିନ୍ତୁ ଏମିତି ବି କୁହାଯାଇପାରେ କି, କିଏ କାହାକୁ ଓ କେମିତି ବାହା ହେବ, ତାହା ବି ପୂର୍ବ ନିର୍ଦ୍ଧାରିତ। ରୋମାନଙ୍କ ତୁଣ୍ଡରେ ଜଗନ୍ନାଥ ସ୍ତୋତ୍ର। ଆଉ ନାତାଲିଙ୍କ ହାତରେ ମେହେନ୍ଦି, ସିନ୍ଥିରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର। କେବଳ କାୟ-ମନ-ବାକ୍ୟ ନୁହେଁ, ତିନି ଦିନ ତଳେ ନିଜ ସଂପର୍କକୁ ବି […]

  • Monday, 19 July 2021
vlcsnap-error235
ନଦୀ ଘେରରେ ପଞ୍ଚାୟତର ୫ ଖଣ୍ଡ ଗାଁ

ପୁରୀ: ପ୍ରଶାସନିକ ସ୍ଥାଣୁତା ପାଇଁ ବର୍ଷ ବର୍ଷ ଧରି ବିଛିନ୍ନାଞ୍ଚଳରେ ଜୀବନ କାଟୁଛନ୍ତି ପୁରୀ ଜିଲ୍ଲା ଶିଶୁଆ ପଞ୍ଚାୟତ ବାସୀ। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କେବଳ ପ୍ରତିଶ୍ରୁତି ଦେଇ ଅଟକି ଯାଇଛି ପ୍ରଶାସନ। ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ସାପୁଆ ଡଙ୍ଗାରେ ଜଳଯାତ୍ରା କରୁଛନ୍ତି ଲୋକମାନେ। ଭରା ନଈରେ ବିପଦପୂର୍ଣ୍ଣ ଜଳଯାତ୍ରା। ମଣିଷ ହୁଅନ୍ତୁ କି ସାଇକେଲ ସମସ୍ତଙ୍କ ପାଇଁ ଏକମାତ୍ର ଭରସା ସାପୁଆ ଡଙ୍ଗା। କୁନି […]

  • Monday, 19 July 2021
mid day meal
ମଧ୍ୟାହ୍ନ ଭୋଜନ ରନ୍ଧା ପାତ୍ରରେ ପଡ଼ିଗଲେ ୩ ବର୍ଷୀୟା ସ୍କୁଲ୍‌ ଛାତ୍ରୀ

ଉତ୍ତର ପ୍ରଦେଶ : ମିର୍ଜାପୁର ଅଂଚଳର ଅଟାରି ପ୍ରାଇମେରୀ ସ୍କୁଲ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩ ବର୍ଷିୟା ଛାତ୍ରୀ ସ୍କୁଲରେ ରୋଷେଇ ଚାଲିଥିବା ମିଡ୍‌ ଡେ ମିଲ୍‌ ରନ୍ଧା ପାତ୍ରରେ ପଡ଼ିଯିବାରୁ ମୃତ୍ୟୁ ହୋଇଛି। ଉକ୍ତ ଘଟଣାଟି ଗତ ରବିବାର ଦିନ ଘଟିଥିଲା । ଗରମ ରନ୍ଧା ଖାଦ୍ୟ ପାତ୍ରରେ ପଡ଼ି ଯିବାରୁ ପିଲାଟି ଶରୀରର ୮୦ ପ୍ରତିଶତ କ୍ଷତ ହୋଇ ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ […]

  • Monday, 19 July 2021
priyanka
ମୃତ୍ୟୁ ପରେ ବି ଅମର

କଟକ : କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଅର୍ଥାତ ଯିଏ ଆସେ ସେ ଚାଲିଯାଏ। ହେଲେ ଏ ଦୁନିଆକୁ ଏମିତି କିଛି ମଣିଷ ଆସନ୍ତି ତାଙ୍କର ମହାନ କର୍ମ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି ଅନ୍ୟକୁ ଆଲୋକିତ କରନ୍ତି। ଆଉ ତାଙ୍କରି ପାଇଁ ଅନ୍ୟ ଜଣେ ଦୁନିଆ ଦେଖେ। ଏମିତି ଏକ ମହତ କାମ କରିଛନ୍ତି ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ […]

  • Monday, 19 July 2021