• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

health
କାହା ସ୍ୱାର୍ଥରେ ମେଡିକାଲ ?

କୁଚିଣ୍ଡା(ଦେବେନ୍ଦ୍ର ବେହେରା)/ସୋର(ଶଶୀକାନ୍ତ ବେହେରା): ସାଧାରଣ ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ଯାହାଫଳରେ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା […]

  • Tuesday, 20 July 2021
holi1
ଆସୁଛି ହୋଲି, କଟକରେ ଜମିଲାଣି ରଙ୍ଗ ବେପାର

କଟକ: ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ଦୋକାନରେ ଲାଗିଲାଣି ଗ୍ରାହକଙ୍କ ଭିଡ଼। ହୋଲି ଉପଲକ୍ଷେ କଟକ ସହରର ବିଭିନ୍ନ ରଙ୍ଗ ଦୋକାନରେ ଆରମ୍ଭ ହୋଇଗଲାଣି ବ୍ୟବସାୟ। ଡିଜାଇନ୍ ପିଚକାରୀ ସହ ହର୍ବାଲ ରଙ୍ଗ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ। ଦୋକାନରେ ଭଳି ଭଳି କି ରଙ୍ଗର ପସରା ମେଲିଛି। ଏହାସହ ଟୋପି, ଚଷମା, ମୁଖା ଆଉ ବିଭିନ୍ନ ଡିଜାଇନ୍‌ର ପିଚକାରୀ ବି ମିଳୁଛି। ଆଉ ଦିନ କେଇଟା ଗଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ […]

  • Tuesday, 20 July 2021
h
ହାତୀ ଦେବୁ, ଘୋଡ଼ା ଦେବୁ, ଯାହା ମାଗିବ, ତାହା ଦେବୁ: ନିର୍ବାଚନ ସରିଲେ ସବୁ ଫୁସ୍‌

ଭୁବନେଶ୍ୱର: ନିର୍ବାଚନ ବେଳେ ଭୋଟରଙ୍କୁ ମିଳେ ଲମ୍ବା ଲମ୍ବା ପ୍ରତିଶ୍ରୁତି। ମନ ଜିଣିବାକୁ ଦଳ ଓ ପ୍ରାର୍ଥୀ ଲମ୍ବାଇ ଦେଇଥାନ୍ତି ପ୍ରତିଶ୍ରୁତିର ତାଲିକା। ‘ହାତୀ ଦେବୁ, ଘୋଡ଼ା ଦେବୁ ଯାହା ମାଗିବ, ତାହା ଦେବୁ’। ହେଲେ କ୍ଷମତାକୁ ଆସିଲେ ସେ ସବୁକୁ ଯେମିତି ନିମିଷକେ ଭୁଲି ଯାଆନ୍ତି ନେତା, ଜନ ପ୍ରତିନିଧି ଓ ସରକାର। ଆଉ ଏପଟେ ଲୋକେ ଯେଉଁ ତିମିରେକୁ ସେଇ ତିମିରେ। ଜନମଙ୍ଗଳ ରାଷ୍ଟ୍ରରେ ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ସରକାରଙ୍କ ପ୍ରଥମ ଦାୟିତ୍ୱ। […]

  • Tuesday, 20 July 2021
j
କେଉଁଠି ଗଛ ତଳେ ତ, ଆଉ କେଉଁଠି ବନ ବିଭାଗ ଘରେ ଚାଲିଛି ପାଠପଢ଼ା

ଯାଜପୁର(ଗୁଲାମ ଗସ୍)/ ମୁନିଗୁଡା(ନନ୍ଦକିଶୋର ପଟ୍ଟନାୟକ): ସବୁ ପିଲାଙ୍କୁ ସ୍କୁଲକୁ ଆଣିବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ପିଲାମାନଙ୍କୁ ବହି, ଜୋତା, ସାଇକେଲ, ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦିଆଯାଉଛି। ଏହାସହ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ସବୁ ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିବା। ହେଲେ ଏତିକି ଦେଇ ଦେଲେ ଯେ, ପିଲାମାନେ ସ୍କୁଲ୍‌ ଆସିଯିବେ ଓ ଆପଣାଛାଏଁ ସେମାନଙ୍କ ବଭିଷ୍ୟତ ଗଠନ ହୋଇଯିବ ତାହା ଭାବିବା ଭୁଲ। ରାଜ୍ୟର […]

  • Tuesday, 20 July 2021
fsdf
ଏହି ମହିଳାମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣିଲେ ଆପଣ ବି ସାଲ୍ୟୁଟ୍‌ କରିବେ

ଭୁବନେଶ୍ୱର: ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇନାହାନ୍ତି ନାରୀ। ସମାଜରେ ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଭିନ୍ନ ବାଧାବିଘ୍ନ ଭିତରେ ବି ନିଜକୁ ପ୍ରତିଷ୍ଠିତ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ଆଜି ମହିଳା ଦିବସରେ କିଛି ମହିଳାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବିଷୟରେ ଆସନ୍ତୁ ଜାଣିବା। ଜଣେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ବନଲତା ଜେନା। ଆଜିକୁ ୧୦ ବର୍ଷ ହେଲା କପ୍ତିପଦା ବ୍ଲକ ସମ୍ମୁଖରେ ଚା ଦୋକାନ […]

  • Tuesday, 20 July 2021
bjp
ସଭା ମଧ୍ୟରେ ସାଂସଦ-ବିଧାୟକ ପିଟାପିଟି

ନୂଆଦିଲ୍ଲୀ : ସଭା ମଧ୍ୟରେ ବିଧାୟକଙ୍କୁ ଜୋତାରେ ପିଟିଲେ ସାଂସଦ। ଆଉ ବିଧାୟକ ବି ସାଂସଦଙ୍କୁ ଉତ୍ତମ ମଧ୍ୟମ ଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସନ୍ଥ କବିର ନଗର ଜିଲ୍ଲାରେ। ଉଭୟ ସାଂସଦ ଓ ବିଧାୟକ ବିଜେପି ଦଳର। ଜିଲ୍ଲା ଆକ୍ସନ ପ୍ଲାନ କମିଟି ବୈଠକ ଚାଲିଥିବା ବେଳେ ଶିଳାନ୍ୟାସ ଫଳକରେ ଉଭୟଙ୍କ ନାଁ କେଉଁଠି ରହିବ ତାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ […]

  • Tuesday, 20 July 2021
rubi
ହଜିଲା ଝିଅକୁ ଖୋଜି ପାଇଲେ ବାପା ମାଆ

କୋରାପୁଟ : ପିଲା ଯେମିତି ହେଲେ ବି ନିଜ ବାପା ମା’ଙ୍କ ପାଇଁ ସେମାନେ ସବୁ କିଛି। ସେମାନେ ତିଳେ ମାତ୍ର ଆଖିରି କୁଆଡ଼େ ଦୂରେଇଗଲେ ବାପା ମା’ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ଆଉ ଭାବିଲେ ଦେଖି ଯଦି କୌଣସି କାରଣରୁ ପିଲାଟି ହଜିଯାଇଥିବ ଆଉ ପରେ ମିଳିଯାଏ ତେବେ ବାପା ମା’ଙ୍କୁ କେତେ ଖୁସି ନ ଲାଗିବ। ଏମିତି ଏକ ଘଟଣା ଘଟିଛି ବିହାରରେ। ବାପା ମା’ଙ୍କ ଓଠରେ ହସଫୁଟି ଉଠୁଛି। କାରଣ ବାପା ମା’ ଦୁଇଜଣ […]

  • Tuesday, 20 July 2021
kkk
କାୟା ବିସ୍ତାର କରିଛି ସବୁଜ ଜହର

ଚିତ୍ରୋକୋଣ୍ଡା( ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ କାୟା ବିସ୍ତାର କରିଛି ସବୁଜ ଜହର। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଗଂଜେଇ ଚାଷ ବଢ଼ି ଚାଲିଛି। ଏଠାରେ କମ୍‌ ଖର୍ଚ୍ଚ ସହ ସୁବିଧାରେ ଏହି ଚାଷ ହେଉଥିବାରୁ ଏହାକୁ ଜୀବିକା ଭାବେ ବାଛି ନେଇଛନ୍ତି ସ୍ଥାନୀୟ ଚାଷୀ। ଏଠାରେ ପ୍ରାୟ ୧୮ଟି ପଞ୍ଚାୟତର ଚାଷୀ ଏହି ଜହର ଚାଷରେ ମାତିଛନ୍ତି। ବାଲିମେଳା ନଦୀବନ୍ଧ ଅଞ୍ଚଳରେ ଅତ୍ୟଧିକ ଜଳ ସଂରକ୍ଷିତ ରହୁଥିବାରୁ ଏହି ଅଞ୍ଚଳ ଗଂଜେଇ ଚାଷକୁ ସୁହାଉଛି। […]

  • Tuesday, 20 July 2021
Capture-3-...
କାନାଡ଼ା ଝିଅ ଏବେ କୁଜଙ୍ଗ ବୋହୂ

କୁଜଙ୍ଗ:  ଜଗତସିଂପୁର ଜିଲା କୁଜଙ୍ଗରେ ଥିବା ଏକ ବିବାହ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ମଙ୍ଗଳବାର ଏକ ବିବାହ ସମ୍ପନ୍ନ ହୋଇଥିଲା। ବେଦୀ ଉପରେ ବସିଥିଲେ ବରକନ୍ୟା। ମନ୍ତ୍ରପାଠ, ହୋମଯଜ୍ଞ ମଧ୍ୟରେ ପଡିଥିଲା ହାତଗଣ୍ଠି। ଉଭୟ ପରିବାର, ସମ୍ପର୍କୀୟ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କନ୍ୟାଦାନ ହୋଇଥିଲା। ବିବାହ ରୀତିନୀତି ସମ୍ପନ୍ନ ପରେ କାନାଡା ଝିଅ ହୋଇ ଯାଇଛନ୍ତି କୁଜଙ୍ଗ ବୋହୂ। ସିନ୍ଥିରେ ସିନ୍ଦୁର ଆଉ ହାତରେ ଚୁଡି ପିନ୍ଧି ବିଦେଶିନୀଜଣକ ପାଲଟିଗଲେ ଖାଣ୍ଟି ଓଡିଆଣୀ। ସଂପୂର୍ଣ୍ଣ ବୈଦିକ […]

  • Tuesday, 20 July 2021
Captur1-....
ଚିଲିକାରେ ୨ ମାସରେ ମଲେଣି ୪ ଡଲ୍‌ଫିନ

ବ୍ରହ୍ମଗିରି ( ରବିନାରାୟଣ ପୂଜାରୀ) : ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ଅନ୍ୟତମ ପ୍ରମୁଖ ଆର୍କଷଣ ହେଲା ଡଲଫିନ।। ହେଲେ ବର୍ଷ ଆରମ୍ଭରୁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଜାନୁୟାରୀ ଓ ଫେବୃୟାରୀରେ ୪ଟି ବିରଳ ଇରାୱାଡି ଡଲଫିନର ମୃତ୍ୟୁ ହୋଇଛି।  ଚିଲିକାରେ ଏହି ପ୍ରଜାତିର ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଏବେ ସ୍ୱେଚ୍ଛାସେବୀ ଓ ବନବିଭାଗର ଚିନ୍ତା ବଢାଇଛି। ଚଳିତବର୍ଷ ଆରମ୍ଭରୁ ଏଯାଏଁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ୪ ଛୁଇଁଲାଣି। ଡଲଫିନ ଗଣନା ତଥ୍ୟ କହୁଛି, ୨୦୧୫ରେ […]

  • Tuesday, 20 July 2021
Inkhabar
ବିଚକ୍ଷଣ ଦକ୍ଷତା ଓ ଅଦମ୍ୟ ସାହସର ପରିଚୟ ଦେଲେ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବାରେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଦେଖାଇଥିବା ବୀରତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା। ମିଗ୍-୨୧ରେ ପାଟ୍ରୋଲିଂ କରୁଥିଲେ ମଧ୍ୟ ଅଭିନନ୍ଦନ ନିଜ ଅପୂର୍ବ ରଣ ଦକ୍ଷତା ପ୍ରଦର୍ଶନ କରିବା ସହ ପାକିସ୍ତାନର ଅତ୍ୟାଧୁନିକ F-16 ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିଲେ। ଫଳରେ ଭାରତୀୟ ସୀମାରେ ଆକ୍ରମଣ ଉଦ୍ୟମ କରୁଥିବା ଅନ୍ୟ ପାକିସ୍ତାନ ଜେଟ୍ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। F-16  ବନାମ ମିଗ୍-21 ବାଲାକୋଟ୍ ଆକ୍ରମଣରେ ବଦଲା […]

  • Tuesday, 20 July 2021
Capture--6-....
ଧାନ ଅମଳ କରି ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ, ମନୋଜ ସ୍ୱାଇଁ) : ଝାଳବୁହା ପରିଶ୍ରମ କରି ଧାନ ଅମଳ କରିଥିବା ଚାଷୀ ଏବେ ଚିନ୍ତାରେ। କାରଣ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି। ସମବାୟ ଅଫିସ୍ ଆଗରେ ଧାନ ଥୋଇ ମାସେ ହେଲାଣି ବସି ରହିଛନ୍ତି ଚାଷୀ। ଖୋଲା ଆକାଶ ତଳେ ପଡ଼ିଛି କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ। ନିଜର କଷ୍ଟ ଅର୍ଜିତ ଧାନକୁ ଶୀତ କାକରରେ ଜଗି ବସିଛି। ମାସେ ବିତିଲାଣି, କିନ୍ତୁ ମିଲର୍ କି ସୋସାଇଟି କର୍ତ୍ତୃପକ୍ଷଙ୍କ ଦେଖାନାହିଁ। ଫଳରେ […]

  • Tuesday, 20 July 2021
Capture--3-...
ଓଟିଭି ପ୍ରଭାବ: ଖବର ପ୍ରସାରଣ ପରେ ସୁଧୁରିଲା ରାସ୍ତା ଅବସ୍ଥା  

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲା ପୋଲଗାଠାରୁ କୁଳିପୋସ୍ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଥିବାରୁ ଦୀର୍ଘ ଦିନ ହେଲା ଲୋକେ ବହୁ ଅସୁବିଧା ଭୋଗୁଥିଲେ। ଏମିତି କି ପିଲାଏ ବି ସ୍କୁଲ୍ ଯିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧୀଙ୍କୁ ଜଣାଇଥିଲେ। ହେଲେ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ମାତ୍ର ଏନେଇ […]

  • Tuesday, 20 July 2021
Capture-10-..........
ବିଜୁଳି ଥିଲେ ଚଳଚଞ୍ଚଳ,  ବିଜୁଳି ଗଲେ ଖାଁ ଖାଁ 

କଳାହାଣ୍ଡି: ସରକାର ପାଓ୍ୱାର କଟ୍ ବନ୍ଦ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ଘୋଷଣା କେବଳ କାଗଜ କଲମରେ ସୀମିତ ଥିବା  ଭଳି ଲାଗୁଛି । ଗତ ୬/୭ ମାସ ହେଲା କଳାହାଣ୍ଡିରେ ପାଓ୍ୱାରକଟ୍ ଚାଲିଥିବା ବେଳେ ଏବେ ତାତି ବଢିବା ସାଙ୍ଗକୁ ମୁଣ୍ଡରେ ବୋର୍ଡ ପରୀକ୍ଷାର ଚିନ୍ତ। ଏଥିରେ ଛାତ୍ରଛାତ୍ରୀ ସାଙ୍ଗକୁ ସାଧାରଣ ଲୋକ ବି ପ୍ରଭାବିତ ହେଉଛନ୍ତି। ବିଜୁଳି ଥିଲେ ଚଳଚଞ୍ଚଳ ଏବଂ ବିଜୁଳି ଗଲେ ଖାଁ ଖାଁ । […]

  • Tuesday, 20 July 2021
Capture-8-.....
ସଚେତନତା ସତ୍ତ୍ୱେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବ୍ରହ୍ମପୁର ( ଜଗନ୍ନାଥ ସାହୁ) :  ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଗିରିମାର୍କେଟ୍‌ଠାରୁ ବଡ଼ବଜାର ପର୍ଯ୍ୟନ୍ତ ଟ୍ରାଫିକ୍‌ରେ କୌଣସି ପରିବର୍ତ୍ତନ ଘଟିନାହିଁ। ବିଏମସି ଓ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସୁଧାରିବା ଲାଗି ପ୍ରୟାସ ଜାରି ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ଦକ୍ଷିଣ ଓଡ଼ିଶାର ସପିଂ ହବ୍ ବ୍ରହ୍ମପୁର। ଗଞ୍ଜାମ ଜିଲ୍ଲା ସହ ଏହାର ଆଖପାଖ ଅଞ୍ଚଳରୁ […]

  • Tuesday, 20 July 2021
Capture-7-...
ଗାଁ ବିକାଶରେ ବାଟ ଓଗାଳିଛି ନଦୀ

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା):  ଗାଁର ବିକାଶରେ ବାଟ ଓଗାଳିଛି ନଦୀ । ବ୍ରିଜ ନଥିବାରୁ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ବାସିନ୍ଦା। ସାଧାରଣ ସୁବିଧା ଟିକେ ପାଇଁ ମଧ୍ୟ ସେମାନଙ୍କୁ ୪୦ କିଲୋମିଟର ବୁଲିକି ଯିବାକୁ ପଡୁଛି । ବର୍ଷା ଦିନ କଥା ତ ନକହିବା ଭଲ । ନଦୀରେ ପାଣି ବଢ଼ିଲେ ସ୍କୁଲକୁ ନା ଶିକ୍ଷକ ଆସୁଛନ୍ତି ନା ପିଲା। ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ […]

  • Tuesday, 20 July 2021
Capture-6-...
ଚାଷୀର ପିଛା ଛାଡୁନି ସମସ୍ୟା

ଭୁବନେଶ୍ୱର: ଚାଷୀର ପିଛା ଛାଡୁନି ସମସ୍ୟା । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ରୋଗପୋକ ଦାଉ। ଆଉ ଏବେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। କଟକ ଜିଲ୍ଲା ବାଙ୍କୀ ଓ କେନ୍ଦୁଝର ଜିଲ୍ଲା ତେଲକୋଇରେ ଦେଖାଦେଇଛି ଏପରି ସମସ୍ୟା। ଚାଷୀର ବର୍ଷକର କଷ୍ଟ ପରେ ବିଲରେ ହୋଇଥିବା କୋବି, ବାଇଗଣ, କଲରା ସବୁ ନଷ୍ଟ ହୋଇଯାଇଛି। ମୁଗ, ବିରି ଗଛ ସବୁ ଧୋଇ ହେଇଯାଇଛି। ଏ ହେଉଛି କଟକ […]

  • Tuesday, 20 July 2021
Capture-5..........
ମଣ୍ଡିରେ ପଡ଼ିଛି ଧାନ, ମିଲରଙ୍କ ଦେଖା ନାହିଁ

ଉଦଳା (ମାନସ ପାଣି):  ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ଚାଷୀ ନିଜର ଧାନକୁ ମଣ୍ଡିରେ ପକାଇ ଦିନ ରାତି ଜଗି ରହିଥିବା ଦେଖିବାକୁ ମିଳିଛି। ଝାଳବୁହା ପରିଶ୍ରମ କରି ଧାନ ଅମଳ କରି ମଧ୍ୟ ତାହାକୁ ବିକ୍ରି କରିବାକୁ ସେମାନଙ୍କ ଚିନ୍ତା ବଢିବାରେ ଲାଗିଛି। ଧାନ  ମଣ୍ଡିରେ ପଡିଥିବା ବେଳେ  ମିଲରଙ୍କ ଦେଖାନାହିଁ । ଧାନ ମଣ୍ଡିରେ ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର ଜାମଡିହା ଲ୍ୟାମ୍ପସରେ ୨୦ରୁ […]

  • Tuesday, 20 July 2021
Capture 6........
ଦାନା ପାଇଁ ଦାଦନ ଖଟୁଛି ପୁଅ

ପୁରୀ (ସଞ୍ଜୟ ପତି )- ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜାରି ରଖିଛନ୍ତି ଜୀବନ ସଂଗ୍ରାମ । ଦୁର୍ଦ୍ଦିନରେ କାଳ କାଟୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର।  ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର କାହ୍ନୁଚରଣ ମଲ୍ଲିକଙ୍କ ମଝିଆ ପୁଅ ସର୍ବେଶ୍ୱରଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ । ପରିବାରକୁ ଆଜି ଯାଏ କୌଣସ ସରକାରୀ ସୁବିଧା ମିଳି ନାହିଁ।  ଭଙ୍ଗା ଦଦରା […]

  • Tuesday, 20 July 2021
Capture 5 ......
ଦିନେ ମହାପ୍ରଭୁଙ୍କ ସେବାରେ ଲାଗୁଥିଲା, ଆଜି ଅନୁପଯୋଗୀ

ଭଦ୍ରକ (ବାସୁଦେବ ଦାସ ) : କିଛି ଦିନ ପରେ ମହା ଶିବରାତ୍ରୀ । ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ପୀଠରେ ବି ଲାଗିବ ପ୍ରବଳ ଭିଡ଼ । ଶୈବପୀଠରେ ଜାଗର ଜାଳିବେ ହଜାର ହଜାର ଶ୍ରଦ୍ଧାଳୁ । ଖାଲି ମହା ଶିବରାତ୍ରୀ ନୁହେଁ ଅନ୍ୟ ଦିନରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ଭିଡ ଜମିଥାଏ । ଶୈବ ପୀଠର ବିକାଶ ପାଇଁ ଅର୍ଥ ଆସିଛି। ହେଲେ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ସ୍ଥାନୀୟ ବାସିନ୍ଦା […]

  • Tuesday, 20 July 2021
gt
‘କିଟନାଶକ ନାହିଁ,  ନିମ ତେଲ ପକାଅ’

ଗଞ୍ଜାମ  : ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଉପରେ ଦାଉ ସାଜିଛି ଜଉ ପୋକ । କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ମଧ୍ୟ ଏକଥାକୁ ସ୍ୱୀକାର କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ରୋଗ ପୋକ ଦାଉରୁ ରକ୍ଷା ଲାଗି କୃଷି ବିଭାଗ […]

  • Tuesday, 20 July 2021
Capture-1.........
ସୁରକ୍ଷା ଖୋଜୁଛି ସୁରକ୍ଷା ହେଲମେଟ୍

ମାଲକାନଗିରି : ମାଲକାନଗିରି ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଅତି ନିମ୍ନମାନର ଉପକରଣ ଯୋଗାଇ ଦିଆଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ପାଇଁ ଆସିଥିବା କିଟ୍ ବ୍ୟାଗରେ ଶସ୍ତା ଉପକରଣ ଯୋଗାଇ ଦିଆଯାଉଛି। ୫ ହଜାର ଟଙ୍କା ମୂଲ୍ୟର ଏହି ଶସ୍ତା କିଟ୍ ବ୍ୟାଗକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଅପହଞ୍ଚ ଅଞ୍ଚଳର ଶ୍ରମିକ, ମିସ୍ତ୍ରୀ, ବଢେଇ ଓ କୁଶଳୀ କାରିଗରଙ୍କୁ ଆତ୍ମନିର୍ଭରଶୀଳ  କରିବା ପାଇଁ ଏହି କିଟ୍ ଦିଆଯାଇଛି। […]

  • Tuesday, 20 July 2021
airport
ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର। ନୂଆ ଓ ପୁରୁଣା ଟର୍ମିନାଲ୍‌କୁ ସଂଯୋଗ କରିବ ଲିଙ୍କ୍ ବିଲ୍ଡିଂ। ଟି-ୱାନ୍ ଓ ଟି-ଟୁ ଟର୍ମିନାଲ ସହ ଟି-ଥ୍ରୀ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାତ୍ମକ ସୌଧ ଭାବେ ପରିଚିତ ଘରୋଇ ଟର୍ମିନାଲ୍ ୱାନ୍, ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ ପରେ ଏବେ ଦୁଇଟି ଟର୍ମିନାଲ୍‌କୁ ଯୋଡ଼ିବାର ପ୍ରୟାସ ଆରମ୍ଭ ହୋଇଛି। ଟର୍ମିନାଲ୍ ୱାନ୍ ଓ ଟର୍ମିନାଲ୍-ଟୁ କୁ ଯୋଡ଼ିବା […]

  • Tuesday, 20 July 2021
Capture--10.........
ରାସ୍ତାରେ ଟମାଟୋ ଫିଙ୍ଗିଲେ ଚାଷୀ

କେନ୍ଦୁଝର  :  ଟମାଟୋର ଅଭାବୀ ବିକ୍ରି ଜନିତ ସମସ୍ୟା ସହ ଯୁଝୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଚାଷୀ।  ବର୍ଷ ସାରା ଫସଲ ଉତ୍ପାଦନ ନିମନ୍ତେ ହେଉଥିବା ଶ୍ରମ ଓ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ମିଳୁନି । କିଲୋ ପ୍ରତି ୨ ଟଙ୍କାରେ ବି ବିକ୍ରି ହେଉନି ଟମାଟୋ । ନିଜ ଦୁଃଖ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଶେଷରେ ବିକ୍ଷୋଭ ରାସ୍ତା ଆପଣାଇଛନ୍ତି ସେମାନେ। ନିଜ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବାକୁ […]

  • Tuesday, 20 July 2021