• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

gt
‘କିଟନାଶକ ନାହିଁ,  ନିମ ତେଲ ପକାଅ’

ଗଞ୍ଜାମ  : ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଉପରେ ଦାଉ ସାଜିଛି ଜଉ ପୋକ । କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ମଧ୍ୟ ଏକଥାକୁ ସ୍ୱୀକାର କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ରୋଗ ପୋକ ଦାଉରୁ ରକ୍ଷା ଲାଗି କୃଷି ବିଭାଗ […]

  • Tuesday, 20 July 2021
Capture-1.........
ସୁରକ୍ଷା ଖୋଜୁଛି ସୁରକ୍ଷା ହେଲମେଟ୍

ମାଲକାନଗିରି : ମାଲକାନଗିରି ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଅତି ନିମ୍ନମାନର ଉପକରଣ ଯୋଗାଇ ଦିଆଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ପାଇଁ ଆସିଥିବା କିଟ୍ ବ୍ୟାଗରେ ଶସ୍ତା ଉପକରଣ ଯୋଗାଇ ଦିଆଯାଉଛି। ୫ ହଜାର ଟଙ୍କା ମୂଲ୍ୟର ଏହି ଶସ୍ତା କିଟ୍ ବ୍ୟାଗକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଅପହଞ୍ଚ ଅଞ୍ଚଳର ଶ୍ରମିକ, ମିସ୍ତ୍ରୀ, ବଢେଇ ଓ କୁଶଳୀ କାରିଗରଙ୍କୁ ଆତ୍ମନିର୍ଭରଶୀଳ  କରିବା ପାଇଁ ଏହି କିଟ୍ ଦିଆଯାଇଛି। […]

  • Tuesday, 20 July 2021
airport
ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର। ନୂଆ ଓ ପୁରୁଣା ଟର୍ମିନାଲ୍‌କୁ ସଂଯୋଗ କରିବ ଲିଙ୍କ୍ ବିଲ୍ଡିଂ। ଟି-ୱାନ୍ ଓ ଟି-ଟୁ ଟର୍ମିନାଲ ସହ ଟି-ଥ୍ରୀ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାତ୍ମକ ସୌଧ ଭାବେ ପରିଚିତ ଘରୋଇ ଟର୍ମିନାଲ୍ ୱାନ୍, ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ ପରେ ଏବେ ଦୁଇଟି ଟର୍ମିନାଲ୍‌କୁ ଯୋଡ଼ିବାର ପ୍ରୟାସ ଆରମ୍ଭ ହୋଇଛି। ଟର୍ମିନାଲ୍ ୱାନ୍ ଓ ଟର୍ମିନାଲ୍-ଟୁ କୁ ଯୋଡ଼ିବା […]

  • Tuesday, 20 July 2021
Capture--10.........
ରାସ୍ତାରେ ଟମାଟୋ ଫିଙ୍ଗିଲେ ଚାଷୀ

କେନ୍ଦୁଝର  :  ଟମାଟୋର ଅଭାବୀ ବିକ୍ରି ଜନିତ ସମସ୍ୟା ସହ ଯୁଝୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଚାଷୀ।  ବର୍ଷ ସାରା ଫସଲ ଉତ୍ପାଦନ ନିମନ୍ତେ ହେଉଥିବା ଶ୍ରମ ଓ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ମିଳୁନି । କିଲୋ ପ୍ରତି ୨ ଟଙ୍କାରେ ବି ବିକ୍ରି ହେଉନି ଟମାଟୋ । ନିଜ ଦୁଃଖ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଶେଷରେ ବିକ୍ଷୋଭ ରାସ୍ତା ଆପଣାଇଛନ୍ତି ସେମାନେ। ନିଜ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବାକୁ […]

  • Tuesday, 20 July 2021
Capture-6...........
ନିଜ ସେବା ଅପେକ୍ଷାରେ ଆମ୍ବୁଲାନ୍ସ

ନୂଆପଡା : ପ୍ରସୂତି, ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ସହ ସହ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରଣୟନ ହୋଇଛି ବହୁ ଯୋଜନା। ଏଥି ନିମନ୍ତେ ବହୁ ଟଙ୍କା ମଧ୍ୟ ମଞ୍ଜୁର ହେଉଛି।  ହେଲେ ନୂଆପଡା ଜିଲ୍ଲା କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଅଚଳ ହୋଇ ପଡିଛି।  ପ୍ରାୟ ବର୍ଷେ ହେବ ମରାମତି ଅଭାବରୁ ୩ଟି ଆମ୍ବୁଲାନ୍ସ ଡାକ୍ତରଖାନାରେ ପଡିରିହିଛି । ବହୁ ଅଭିଯୋଗ ପରେ ଗୋଟିଏ ଆମ୍ବୁଲାନ୍ସର ମରାମତି ହୋଇଥିବା ବେଳେ ଅନ୍ୟ ୨ଟି ଏବେ ବି […]

  • Tuesday, 20 July 2021
Capture--5-...........
୪ ଦିନ ହେଲା ମଣ୍ଡିରୁ ଉଠୁନି ଧାନ

 କଟକ/ ମୟୂରଭଞ୍ଜ: ଖୋଲା ଆକାଶ ତଳେ ଧାନ ପଡ଼ିବାର ୪ଦିନ ବିତିଲାଣି । କିନ୍ତୁ ମିଲର୍‌ କି ସୋସାଇଟି କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଫଳରେ ମଣ୍ଡିରୁ ଉଠି ପାରୁନି ଧାନ । ଶୀତ କାକରରେ ମଣ୍ଡି ବାହାରେ ଗଦା ହୋଇଛି ଚାଷୀର କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ। ତେଣୁ ବାଧ୍ୟ ହୋଇ ଭୋକ ଉପାସରେ ପଡି ବର୍ଷକର ଫସଲକୁ ଜଗି ରହିଛି ଚାଷୀ । କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ଅଧୀନରେ ଥିବା ଜଗନ୍ନାଥପୁର ସେବା ସମବାୟ ସମିତିରେ […]

  • Tuesday, 20 July 2021
Capture-5-.........
ଭୂତକୋଠି ପାଲଟିଲାଣି ଶୀତଳ ଭଣ୍ଡାର

ଗଞ୍ଜାମ : ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନାର ବର୍ଷା  କରି ଚାଲିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀର ଗୋଳନ୍ଥରା ଓ ଆମ୍ବପୁଆରେ ରହିଥିବା ୨ଟି ଶୀତଳ ଭଣ୍ଡାର, ଏବେ ଚାଷୀଙ୍କର କାମରେ ଆସୁନି। ବର୍ଷ ସାରା ଚାଷ କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଶସ୍ତାରେ ପନିପରିବା ବିକି କ୍ଷତି ସହୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ହେଉଛି ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆଅଠାରେ ତିଆରି ହୋଇଥିବା ସମବାୟ […]

  • Tuesday, 20 July 2021
Capture--1-...........
 କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଲାଗି ତତ୍ପରତା

ବାଲେଶ୍ୱର: ଖୁବ୍ କମ ଦିନରେ ଅଧିକ ରୋଜଗାର ଆଶାରେ ବାଲେଶ୍ୱର ଜିଲ୍ଲାର ବହୁ ଲୋକ ନିଜ କଷ୍ଟ ଉପାର୍ଜ୍ଜିତ ଧନକୁ ଚିଟ୍‌ ଫଣ୍ଡ ସଂସ୍ଥାରେ ଲଗାଇଥିଲେ। ହେଲେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ଦିନର ଆନ୍ଦୋଳନ ପରେ କ୍ଷତିଗ୍ରସ୍ତଙ୍କୁ ସନ୍ତୁଷ୍ଟ କରି ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ  ରୋଜଭ୍ୟାଲି ଚିଟଫଣ୍ଡରେ ଟଙ୍କା ରଖି କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ […]

  • Tuesday, 20 July 2021
Capture--5............
ଦୂର ହେଉନି ହଳଦୀ ଚାଷୀଙ୍କ ଦୁଃଖ

 କନ୍ଧମାଳ : କନ୍ଧମାଳ ହଳଦୀର ଚାହିଦା ରାଜ୍ୟ ସହ ଦେଶ ବିଦେଶରେ ମଧ୍ୟ ରହିଛି । ଏତେ ଚାହିଦା ସତ୍ତ୍ୱେ ଏହି  ଚାଷୀଙ୍କ ପ୍ରକୃତ ଦୁଃଖ କିନ୍ତୁ ଦୂର ହେଉନି । ଚାଷ ପାଇଁ ଚାଷୀଙ୍କୁ କେତେବେଳେ ପାଣିପାଗ ସୁହାଉନି ତ ଆଉ କେତେବେଳେ ସରକାରୀ ପ୍ରୋତ୍ସାହନ ମିଳୁନି।  ଅନୁପଯୋଗୀ ପାଣିପାଗ ଯୋଗୁଁ ଚଳିତବର୍ଷ ଜିଲ୍ଲାରେ ହଳଦୀ ଉତ୍ପାଦନ କମିବା ନେଇ ଚାଷୀ ଆଶଙ୍କା କରୁଛନ୍ତି । ସେପଟେ ଚଳିତବର୍ଷ ଜିଲ୍ଲାରୁ ପ୍ରାୟ ୨୬ ହଜାର ମେଟ୍ରିକ […]

  • Tuesday, 20 July 2021
Capture-3............
ରାସ୍ତା ତିଆରି ନାଁରେ ଚାଲିଛି ଗଛ କଟା

କେନ୍ଦୁଝର : ବିକାଶ ନାଁରେ ବିନାଶ । ରାସ୍ତା କରିବା ଆଳରେ ଲୋକଙ୍କ ଜମିରୁ ବେଆଇନ ମାଟି ଉଠାଣ ସହ ଅବାଧରେ ଗଛକଟା ଚାଲିଛି। କେନ୍ଦୁଝର ଜିଲ୍ଲାର ମୋଟୁଦା ଓ ଲହଣ୍ଡା ଅଞ୍ଚଳବାସୀ ଏପରି ଅଭିଯୋଗ ଆଣିଛନ୍ତି । କେନ୍ଦୁଝର ଜିଲ୍ଲା ମୋଟୁଦା ଓ ଲହଣ୍ଡା ଅଞ୍ଚଳରେ ପରିବେଶ ସୁରକ୍ଷାକୁ ବଳି ପକାଇ ମଣ୍ଟେକାର୍ଲୋ କମ୍ପାନୀ ଏଭଳି କରୁଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ କହୁଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୨୦ ନମ୍ବର […]

  • Tuesday, 20 July 2021
Capture-1......
ଚୁଆ ପାଣିରେ ମେଣ୍ଟୁଛି ଶୋଷ

କଟକ: ଗ୍ରାମାଞ୍ଚଳକୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ବହୁ ଯୋଜନା ପ୍ରଣୟନ ସତ୍ତ୍ୱେ ଏବେ ବି ସମସ୍ୟା ଘେରରେ ବହୁ ଗାଁ ରହିଛି। ଗାଁର ଅବସ୍ଥା ଏପରି ଯେ ଯିବାକୁ ରାସ୍ତା ନାହିଁ କି ପିଇବାକୁ ମୁନ୍ଦେ ଶୁଦ୍ଧ ପାଣି ମିଳୁନି। ସ୍କୁଲ କି ଅଙ୍ଗନୱାଡ଼ି କେନ୍ଦ୍ର ବି ଏଠାରେ ନାହିଁ। ପାଠ ପଢିବାକୁ ପିଲାଙ୍କୁ ଚାଲି ଚାଲି ବହୁ ବାଟ ଯିବାକୁ ପଡ଼ୁଛି। ବିଜୁଳି ଆଲୁଅ ଆଜି ଯାଏ ଗାଁ ଲୋକଙ୍କ […]

  • Tuesday, 20 July 2021
Capture--4--........
ମୂଳପୋଛ ହେବା ପରିବର୍ତ୍ତେ ବଢି ଚାଲିଛି ‘କୁଷ୍ଠ’

କୋରାପୁଟ :  କୋରାପୁଟ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୫ ମସିହାରେ ଏହି ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ମୂଳପୋଛ ହେଲା ବୋଲି ଘୋଷଣା ହୋଇଥିଲା । କିନ୍ତୁ ଏକ ଆକଳନ ଅନୁସାରେ, ଧୀରେ ଧୀରେ ଏହି ରୋଗୀଙ୍କ ସଂଖ୍ୟା ବଢୁଛି। କେବଳ ମଝିରେ ମଝିରେ ସଚେତନତା ସଭା ହେଉଛି। କିନ୍ତୁ ରୋଗୀଙ୍କ ପ୍ରତି କାହାରି ନଜର ନାହିଁ । ଗତ ୩ ବର୍ଷରେ ସରକାରୀ ଭାବେ […]

  • Tuesday, 20 July 2021
Capture-7......
କାମ କରିବାର ୨ ବର୍ଷ ପରେ ବି ମିଳୁନି ପାଉଣା

ବୌଦ୍ଧ : ସମସ୍ତଙ୍କୁ ମିଳିବ କାମ। ଏହି ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ମହାତ୍ମା ଗାନ୍ଧି ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା । ହେଲେ କାମ କରିବାର ୨ ବର୍ଷ ପରେ ପରେ ବି ମିଳୁନି ପାଉଣା । ଫଳରେ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲା ପାଳସାଗୋରା ପଞ୍ଚାୟତର ବଘାଡ଼ ଗାଁରେ । ଏଠାରେ ମନରେଗା ଯୋଜନାରେ କାମ କରିବାର ଦୁଇ ବର୍ଷ ବିତିଯାଇଥିଲେ […]

  • Tuesday, 20 July 2021
Capture-4....
ପିଇବା ପାଣିରେ ପୋକ ସାଲୁବାଲୁ

ବଲାଙ୍ଗିର: ପାଣିରେ ପୋକ ସାଲୁବାଲୁ ହେଉଛନ୍ତି। ଫୁଟାଇଲା ପରେ ବି ଯାଉନି ଦୁର୍ଗନ୍ଧ। ଏପରି ପାଣି ପିଇ ବଞ୍ଚୁଛନ୍ତି ବଲାଙ୍ଗିର ପୌରାଞ୍ଚଳ ବାସିନ୍ଦା। ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଫଳରେ ଗତ ଥର ଜଣ୍ଡିସର ଭୟଙ୍କର ରୂପ ଦେଖିଥିବା ପୌରାଞ୍ଚଳ ବାସିନ୍ଦା ଏଥର ବି ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବଲାଙ୍ଗିର ସହରରେ ଦୀର୍ଘ ଦିନ ଧରି ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଯୋଗାଇ ଦିଆଯାଏନି। ଆଉ ଯେବେ […]

  • Tuesday, 20 July 2021
niha
ଏମିତି ଏକ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ...

ସୁବର୍ଣ୍ଣପୁର: (ରବୀନ୍ଦ୍ର ହୋତା) ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ଯୁଗେ ଯୁଗେ ପ୍ରେମ ଅମର। ଏବେ ଭାଲେଣ୍ଟାଇନ୍ସ ଡେକୁ ନେଇ କେତେ ପ୍ରେମ କାହାଣୀ ଆଉ କବିତା ମୋବାଇଲ ଓ ସୋଶାଲ୍ ମିଡିଆରେ ଘୂରି ବୁଲୁଛି। କିନ୍ତୁ ନିଜ ପ୍ରେମକୁ ଚିରନ୍ତନ କରିବାକୁ କିଏ ନିଜ ମନର ମଣିଷକୁ ଉପହାର ଦେଉଛି ତ କିଏ ତୋଳିଛି ମନ୍ଦିର। ଆଜି ପ୍ରେମ ଦିବସରେ ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ କହିବୁ, ଯେଉଁ ମନ୍ଦିର ପ୍ରେମ କାହାଣୀର ଗାଥା […]

  • Tuesday, 20 July 2021
Capture 5
 ମାନ୍ୟତା ମିଳି ବି ହେଉନି ଉନ୍ନତି

ଯାଜପୁର : ପ୍ରଶାସନିକ ଅବହେଳା ଯୋଗୁଁ ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ବ୍ୟାସ ସରୋବର ପୀଠର କୌଣସି ଉନ୍ନତି ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଅନେକ ଦାବି ଓ ବାଦ ବିବାଦ ପରେ ୨୦୧୧ ମସିହାରେ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ । ଏହାପରେ କୋଟି କୋଟି ଟଙ୍କାର ଅନୁଦାନ ଆସି ବ୍ୟାସ ସରୋବରର ଉନ୍ନତିକରଣ ଆରମ୍ଭ କରାଯାଇଥିଲା । କିନ୍ତୁ  ଆରମ୍ଭରୁ ଅନିୟମିତତା ଅଭିଯୋଗ ହେବା ପରେ ଏହାର ଉନ୍ନତିକରଣ ହୋଇପାରୁ […]

  • Tuesday, 20 July 2021
Capture
ନୂଆଣିଆ ଆଜବେଷ୍ଟସ୍ ଘରେ ପାଠପଢା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ ରହିଛି ତଳଇରିଡ଼ା ପ୍ରାଥମିକ ସ୍କୁଲ। ସ୍କୁଲର ଅବସ୍ଥା ଦେଖିଲେ ପାଠପଢା କିଭଳି ଚାଲିଥିବ ତାହା ସହଜରେ ଅନୁମେୟ ହୁଏ। ଗାଁଲୋକଙ୍କ ଚେଷ୍ଟାରେ ନିର୍ମାଣ ହୋଇଛି ଝାଟିମାଟିରେ ତିଆରି ନୂଆଣିଆ ଆଜବେଷ୍ଟସ୍ ପକ୍କା ସ୍କୁଲଘର। ତାରି ଭିତରେ ବସି ପାଠ ପଢୁଛନ୍ତି ଛୋଟଛୋଟ ପିଲା । ପୁଣି ରୋଷେଇ କରିବା ପାଇଁ ନିର୍ମାଣ କରାଯାଇଥିବା ଛାତଘର ବି ବେଳେବେଳେ ପାଲଟୁଛି ଶ୍ରେଣୀଗୃହ । ଫଳରେ ରୋଷେଇ ହେଉଛି ବାରଣ୍ଡାରେ । […]

  • Tuesday, 20 July 2021
konark
ଆସନ୍ତାକାଲି ଚନ୍ଦ୍ରଭାଗା ବୁଡ଼

କୋଣାର୍କ: ଆସନ୍ତକାଲି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ପବିତ୍ର ମାଘ ସପ୍ତମୀ ତିଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।  ସେପଟେ ଆଜିଠୁ କୋଣାର୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପବିତ୍ର ତୀର୍ଥ ପୁଷ୍କରଣୀ […]

  • Tuesday, 20 July 2021
scb
ଅବ୍ୟବସ୍ଥା ମଧ୍ୟରେ ଏସ୍‌ସିବି ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର

କଟକ: ମେଡ଼ିକାଲ୍‌ ଫାଟକ ସାମ୍‌ନାରେ ରୋଗୀ ସମ୍ପର୍କୀୟଙ୍କ ବିକ୍ଷୋଭ ପ୍ରଦର୍ଶନ। ଚିକିତ୍ସା ଲାଗି ଡାକ୍ତର ନ ଥିବାରୁ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସେମାନଙ୍କ ଅଭିଯୋଗ, ଡାକ୍ତରଖାନାରେ ରୋଗୀ ଥିଲେ ବି ସେମାନଙ୍କ ଚିକିତ୍ସା ଲାଗି ଜଣେ ବି ଡାକ୍ତର ନାହାନ୍ତି। ୧୫ ଦିନ ହେଲା ବିନା ଡାକ୍ତରରେ କଟକ ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ଚାଲିଛି। ଏପରିକି ମେଡ଼ିକାଲ୍‌ରେ ଆଡମିଶନ କଲା ଦିନଠାରୁ ଡାକ୍ତରଙ୍କ […]

  • Tuesday, 20 July 2021
smart helmet and smart bike
ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍‌ମେଟ୍‌

ଭୁବନେଶ୍ୱର: ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍‌ମେଟ୍‌। ହେଲ୍‌ମେଟ୍‌ ନପିନ୍ଧିଲେ ବାଇକ୍‌ ଷ୍ଟାର୍ଟ ହେବନି। ଆଉ ଯଦି ମଦ୍ୟ ପାନ କରିଛନ୍ତି ତାହେଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହେବନି। ଖାଲି ଏତିକି ନୁହେଁ, ଯଦି ବାଇକ୍ ଦୁର୍ଘଟଣା ଘଟେ ତେବେ ଜିପିଏସ୍ ବ୍ୟବସ୍ଥାରେ ୧୬ ଜଣଙ୍କ ମୋବାଇଲକୁ ଦୁର୍ଘଟଣାସ୍ଥଳ ବିଷୟରେ ସୂଚନା ଯିବ। ଏପରିକି ବାଇକ୍ ଚୋରି ଉଦ୍ୟମ ହେଲେ ସେନ୍‌ସର୍‌ ମଧ୍ୟ ବାଜି ଉଠିବ। ବର୍ତ୍ତମାନର ସମୟରେ ଦୁର୍ଘଟଣାର ମୃତ୍ୟୁହାରକୁ କମାଇବା ଲାଗି ଏଭଳି ଏକ ଅଭିନବ […]

  • Tuesday, 20 July 2021
rice
ହିତାଧିକାରୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ

ରାୟଗଡ଼ା: ଚାଉଳରେ ପୋକ ସାଲୁବାଲୁ। ଖାଇବା ତ ଦୂରର କଥା ଦେଖିଲେ ବି ଘୃଣା ଲାଗିବ। ଏତେ ନିମ୍ନମାନର ଯେ, ହାତରେ ଘଷିଲେ ବି ଗୁଣ୍ଡ ହୋଇଯାଉଛି। ହେଲେ ଏମିତି ଚାଉଳ ଗରିବ ହିତାଧିକାରୀ ଖାଉଛନ୍ତି। ଜାତୀୟ ଖାଦ୍ୟ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଏଭଳି ନିମ୍ନମାନର ଚାଉଳ ମିଳୁଥିବା ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ କୁଜେନ୍ଦ୍ରୀ ପଞ୍ଚାୟତରେ ୩ ମାସ ହେଲାଣି ହିତାଧିକାରୀଙ୍କୁ ପୋକ ସାଲୁବାଲୁ ଚାଉଳ […]

  • Tuesday, 20 July 2021
tiger
ଟିଟିଲାଗଡ଼ ଅଞ୍ଚଳରେ ଅସୁରକ୍ଷିତ ବନ୍ୟଜନ୍ତୁ

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଅସୁରକ୍ଷିତ ବନ୍ୟଜନ୍ତୁ। ବଡମାଲ ଗୋଳାବାରୁଦ କାରଖାନା ଭିତର ଜଙ୍ଗଲରେ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ପରେ ଏହି ଚର୍ଚ୍ଚା ଜୋର ଧରିଛି। କେବଳ ଏହି ଘଟଣା ନୁହେଁ ପୂର୍ବରୁ ଟିଟିଲାଗଡ଼ ଅଞ୍ଚଳରେ କଲରାପତରିଆ ବାଘ ଓ ଭାଲୁକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଓ ଲୋକଙ୍କ ମଧ୍ୟରେ ଲଢେଇ ହେଉଥିବା ସ୍ଥାନୀୟ ବାସିନ୍ଦା କହିବା ସହ ଏଥିପାଇଁ ବନ ବିଭାଗକୁ ଦାୟୀ […]

  • Tuesday, 20 July 2021
gana parba
ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା। ପାରମ୍ପରିକ ରୀତିନୀତି ଅନୁଯାୟୀ ବଡ଼ ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି। ଏହି ପର୍ବରେ ତିନି ଠାକୁର କନାମରାଜୁ, ବଲରାଜୁ ଓ ପୋତରାଜୁଙ୍କ ସହ ମାଆ ମୁତ୍ତୁଲୁଆମ୍ମା ପୂଜା ପାଆନ୍ତି। ସବୁଥର ପରି ଏଥର ବି ଆନ୍ଧ୍ରପ୍ରଦେଶର ପୋଲେରୁଠାରେ ସ୍ନାନ ଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର, କନାମରାଜୁ, ବଲରାଜୁ ଓ ପୋତରାଜୁଙ୍କ ସହ ମା ମୁତ୍ତୁଲୁଆମ୍ମା। ଏହି […]

  • Tuesday, 20 July 2021
adivasi mela
ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ

ଭୁବନେଶ୍ୱର: ଗତକାଲି ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ମେଳା ଆରମ୍ଭ ହୋଇଛି। ତେବେ ଏଥର ଏହି ମେଳା ଆଦିବାସୀ ପଡ଼ିଆରେ ନୁହେଁ ବରଂ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି। ୧୫ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଦିବାସୀ ଲୋକଙ୍କ ଚାଲିଚଳନ, ସେମାନେ ବ୍ୟବହାର କରୁଥିବା ଅଳଙ୍କାର, ରହୁଥିବା ଘର, ଆସବାବ ପତ୍ର, ପୋଷାକପତ୍ର, ଖାଦ୍ୟପେୟ ଇତ୍ୟାଦି ଦେଖିବାକୁ ରାଜଧାନୀବାସୀଙ୍କ ଲମ୍ବା ଲାଇନ୍‌ ଲାଗିଛି। କନ୍ଧମାଳ ହଳଦୀ ସାଙ୍ଗକୁ  କେନ୍ଦୁଝରର ଫୁଲବଡ଼ି ତା ସାଙ୍ଗକୁ ଫୁଲ ଝାଡୁ, ମୁଗ, ବିରି, […]

  • Tuesday, 20 July 2021
woman
କାଗଜ ଠୁଙ୍ଗା ବିକ୍ରି କରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ମହିଳା

ଜୟପୁର: ବ୍ୟାନ୍‌ ପରେ ବି ଅନେକ ସ୍ଥାନରେ ଖୁଲମଖୁଲା ପଲିଥିନ୍ ବ୍ୟବହାର ହେଉଛି। ଫଳରେ ପରିବେଶ ପ୍ରଦୂଷଣ ହେଉଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଜୟପୁରର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡିଛି। କାଗଜରୁ ଠୁଙ୍ଗା ତିଆରି କରି ବଜାରରେ ବିକ୍ରି କରିବା ସହ ପଲିଥିନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ବୁଝାଉଛନ୍ତି। ଜୟପୁର ସହର ପାରାବେଡା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିବେଶ ସଚେତନତା ପାଇଁ ଆଗେଇ ଆସିଛନ୍ତି।  ଏହି […]

  • Tuesday, 20 July 2021