• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Capture 5
 ମାନ୍ୟତା ମିଳି ବି ହେଉନି ଉନ୍ନତି

ଯାଜପୁର : ପ୍ରଶାସନିକ ଅବହେଳା ଯୋଗୁଁ ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ବ୍ୟାସ ସରୋବର ପୀଠର କୌଣସି ଉନ୍ନତି ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଅନେକ ଦାବି ଓ ବାଦ ବିବାଦ ପରେ ୨୦୧୧ ମସିହାରେ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ । ଏହାପରେ କୋଟି କୋଟି ଟଙ୍କାର ଅନୁଦାନ ଆସି ବ୍ୟାସ ସରୋବରର ଉନ୍ନତିକରଣ ଆରମ୍ଭ କରାଯାଇଥିଲା । କିନ୍ତୁ  ଆରମ୍ଭରୁ ଅନିୟମିତତା ଅଭିଯୋଗ ହେବା ପରେ ଏହାର ଉନ୍ନତିକରଣ ହୋଇପାରୁ […]

  • Tuesday, 20 July 2021
Capture
ନୂଆଣିଆ ଆଜବେଷ୍ଟସ୍ ଘରେ ପାଠପଢା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ ରହିଛି ତଳଇରିଡ଼ା ପ୍ରାଥମିକ ସ୍କୁଲ। ସ୍କୁଲର ଅବସ୍ଥା ଦେଖିଲେ ପାଠପଢା କିଭଳି ଚାଲିଥିବ ତାହା ସହଜରେ ଅନୁମେୟ ହୁଏ। ଗାଁଲୋକଙ୍କ ଚେଷ୍ଟାରେ ନିର୍ମାଣ ହୋଇଛି ଝାଟିମାଟିରେ ତିଆରି ନୂଆଣିଆ ଆଜବେଷ୍ଟସ୍ ପକ୍କା ସ୍କୁଲଘର। ତାରି ଭିତରେ ବସି ପାଠ ପଢୁଛନ୍ତି ଛୋଟଛୋଟ ପିଲା । ପୁଣି ରୋଷେଇ କରିବା ପାଇଁ ନିର୍ମାଣ କରାଯାଇଥିବା ଛାତଘର ବି ବେଳେବେଳେ ପାଲଟୁଛି ଶ୍ରେଣୀଗୃହ । ଫଳରେ ରୋଷେଇ ହେଉଛି ବାରଣ୍ଡାରେ । […]

  • Tuesday, 20 July 2021
konark
ଆସନ୍ତାକାଲି ଚନ୍ଦ୍ରଭାଗା ବୁଡ଼

କୋଣାର୍କ: ଆସନ୍ତକାଲି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ପବିତ୍ର ମାଘ ସପ୍ତମୀ ତିଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।  ସେପଟେ ଆଜିଠୁ କୋଣାର୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପବିତ୍ର ତୀର୍ଥ ପୁଷ୍କରଣୀ […]

  • Tuesday, 20 July 2021
scb
ଅବ୍ୟବସ୍ଥା ମଧ୍ୟରେ ଏସ୍‌ସିବି ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର

କଟକ: ମେଡ଼ିକାଲ୍‌ ଫାଟକ ସାମ୍‌ନାରେ ରୋଗୀ ସମ୍ପର୍କୀୟଙ୍କ ବିକ୍ଷୋଭ ପ୍ରଦର୍ଶନ। ଚିକିତ୍ସା ଲାଗି ଡାକ୍ତର ନ ଥିବାରୁ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସେମାନଙ୍କ ଅଭିଯୋଗ, ଡାକ୍ତରଖାନାରେ ରୋଗୀ ଥିଲେ ବି ସେମାନଙ୍କ ଚିକିତ୍ସା ଲାଗି ଜଣେ ବି ଡାକ୍ତର ନାହାନ୍ତି। ୧୫ ଦିନ ହେଲା ବିନା ଡାକ୍ତରରେ କଟକ ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ଚାଲିଛି। ଏପରିକି ମେଡ଼ିକାଲ୍‌ରେ ଆଡମିଶନ କଲା ଦିନଠାରୁ ଡାକ୍ତରଙ୍କ […]

  • Tuesday, 20 July 2021
smart helmet and smart bike
ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍‌ମେଟ୍‌

ଭୁବନେଶ୍ୱର: ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍‌ମେଟ୍‌। ହେଲ୍‌ମେଟ୍‌ ନପିନ୍ଧିଲେ ବାଇକ୍‌ ଷ୍ଟାର୍ଟ ହେବନି। ଆଉ ଯଦି ମଦ୍ୟ ପାନ କରିଛନ୍ତି ତାହେଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହେବନି। ଖାଲି ଏତିକି ନୁହେଁ, ଯଦି ବାଇକ୍ ଦୁର୍ଘଟଣା ଘଟେ ତେବେ ଜିପିଏସ୍ ବ୍ୟବସ୍ଥାରେ ୧୬ ଜଣଙ୍କ ମୋବାଇଲକୁ ଦୁର୍ଘଟଣାସ୍ଥଳ ବିଷୟରେ ସୂଚନା ଯିବ। ଏପରିକି ବାଇକ୍ ଚୋରି ଉଦ୍ୟମ ହେଲେ ସେନ୍‌ସର୍‌ ମଧ୍ୟ ବାଜି ଉଠିବ। ବର୍ତ୍ତମାନର ସମୟରେ ଦୁର୍ଘଟଣାର ମୃତ୍ୟୁହାରକୁ କମାଇବା ଲାଗି ଏଭଳି ଏକ ଅଭିନବ […]

  • Tuesday, 20 July 2021
rice
ହିତାଧିକାରୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ

ରାୟଗଡ଼ା: ଚାଉଳରେ ପୋକ ସାଲୁବାଲୁ। ଖାଇବା ତ ଦୂରର କଥା ଦେଖିଲେ ବି ଘୃଣା ଲାଗିବ। ଏତେ ନିମ୍ନମାନର ଯେ, ହାତରେ ଘଷିଲେ ବି ଗୁଣ୍ଡ ହୋଇଯାଉଛି। ହେଲେ ଏମିତି ଚାଉଳ ଗରିବ ହିତାଧିକାରୀ ଖାଉଛନ୍ତି। ଜାତୀୟ ଖାଦ୍ୟ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଏଭଳି ନିମ୍ନମାନର ଚାଉଳ ମିଳୁଥିବା ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ କୁଜେନ୍ଦ୍ରୀ ପଞ୍ଚାୟତରେ ୩ ମାସ ହେଲାଣି ହିତାଧିକାରୀଙ୍କୁ ପୋକ ସାଲୁବାଲୁ ଚାଉଳ […]

  • Tuesday, 20 July 2021
tiger
ଟିଟିଲାଗଡ଼ ଅଞ୍ଚଳରେ ଅସୁରକ୍ଷିତ ବନ୍ୟଜନ୍ତୁ

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଅସୁରକ୍ଷିତ ବନ୍ୟଜନ୍ତୁ। ବଡମାଲ ଗୋଳାବାରୁଦ କାରଖାନା ଭିତର ଜଙ୍ଗଲରେ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ପରେ ଏହି ଚର୍ଚ୍ଚା ଜୋର ଧରିଛି। କେବଳ ଏହି ଘଟଣା ନୁହେଁ ପୂର୍ବରୁ ଟିଟିଲାଗଡ଼ ଅଞ୍ଚଳରେ କଲରାପତରିଆ ବାଘ ଓ ଭାଲୁକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଓ ଲୋକଙ୍କ ମଧ୍ୟରେ ଲଢେଇ ହେଉଥିବା ସ୍ଥାନୀୟ ବାସିନ୍ଦା କହିବା ସହ ଏଥିପାଇଁ ବନ ବିଭାଗକୁ ଦାୟୀ […]

  • Tuesday, 20 July 2021
gana parba
ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା। ପାରମ୍ପରିକ ରୀତିନୀତି ଅନୁଯାୟୀ ବଡ଼ ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି। ଏହି ପର୍ବରେ ତିନି ଠାକୁର କନାମରାଜୁ, ବଲରାଜୁ ଓ ପୋତରାଜୁଙ୍କ ସହ ମାଆ ମୁତ୍ତୁଲୁଆମ୍ମା ପୂଜା ପାଆନ୍ତି। ସବୁଥର ପରି ଏଥର ବି ଆନ୍ଧ୍ରପ୍ରଦେଶର ପୋଲେରୁଠାରେ ସ୍ନାନ ଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର, କନାମରାଜୁ, ବଲରାଜୁ ଓ ପୋତରାଜୁଙ୍କ ସହ ମା ମୁତ୍ତୁଲୁଆମ୍ମା। ଏହି […]

  • Tuesday, 20 July 2021
adivasi mela
ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ

ଭୁବନେଶ୍ୱର: ଗତକାଲି ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ମେଳା ଆରମ୍ଭ ହୋଇଛି। ତେବେ ଏଥର ଏହି ମେଳା ଆଦିବାସୀ ପଡ଼ିଆରେ ନୁହେଁ ବରଂ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି। ୧୫ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଦିବାସୀ ଲୋକଙ୍କ ଚାଲିଚଳନ, ସେମାନେ ବ୍ୟବହାର କରୁଥିବା ଅଳଙ୍କାର, ରହୁଥିବା ଘର, ଆସବାବ ପତ୍ର, ପୋଷାକପତ୍ର, ଖାଦ୍ୟପେୟ ଇତ୍ୟାଦି ଦେଖିବାକୁ ରାଜଧାନୀବାସୀଙ୍କ ଲମ୍ବା ଲାଇନ୍‌ ଲାଗିଛି। କନ୍ଧମାଳ ହଳଦୀ ସାଙ୍ଗକୁ  କେନ୍ଦୁଝରର ଫୁଲବଡ଼ି ତା ସାଙ୍ଗକୁ ଫୁଲ ଝାଡୁ, ମୁଗ, ବିରି, […]

  • Tuesday, 20 July 2021
woman
କାଗଜ ଠୁଙ୍ଗା ବିକ୍ରି କରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ମହିଳା

ଜୟପୁର: ବ୍ୟାନ୍‌ ପରେ ବି ଅନେକ ସ୍ଥାନରେ ଖୁଲମଖୁଲା ପଲିଥିନ୍ ବ୍ୟବହାର ହେଉଛି। ଫଳରେ ପରିବେଶ ପ୍ରଦୂଷଣ ହେଉଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଜୟପୁରର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡିଛି। କାଗଜରୁ ଠୁଙ୍ଗା ତିଆରି କରି ବଜାରରେ ବିକ୍ରି କରିବା ସହ ପଲିଥିନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ବୁଝାଉଛନ୍ତି। ଜୟପୁର ସହର ପାରାବେଡା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିବେଶ ସଚେତନତା ପାଇଁ ଆଗେଇ ଆସିଛନ୍ତି।  ଏହି […]

  • Tuesday, 20 July 2021
freedom fighter
ସ୍ୱାଧୀନତା ସଂଗ୍ରାମୀଙ୍କୁ ରାସ୍ତାରେ ଛାଡ଼ି ଦେଇ ପଳାଇଲେ ପୁଅ ଓ ବୋହୂ

ଭୁବନେଶ୍ୱର: ବ୍ରିଟିଶ ସରକାରଙ୍କ ଠାରୁ ଲାଠି ମାଡ଼ ଖାଇ ଜେଲ୍‌ ଦଣ୍ଡ ଭୋଗି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀ ଆଜି ପରାଧୀନ। ରହିବାକୁ ଘର ନାହିଁ କି ଖାଇବାକୁ ମୁଠେ ଦାନା ମିଳୁନି। ସରକାରଙ୍କଠାରୁ ସଂଗ୍ରାମୀ ଭତ୍ତା ଯାହା ମିଳୁଛି  ତାକୁ ପୁଅ ବୋହୂ ନେଇ ନିର୍ଯାତନା ଦେଉଛନ୍ତି। ଏ ହେଉଛି ସ୍ୱାଧିନତା ସଂଗ୍ରାମୀ ରାଜକିଶୋର ମହାନ୍ତିଙ୍କ ଦୁଃଖଭରା କାହାଣୀ। ପରିଣତ ବୟସରେ ସ୍ୱାଧିନତା ସଂଗ୍ରାମୀ ରାଜକିଶୋର ମହାନ୍ତି। ବୟସ ୯୫ ବର୍ଷ ପାର ହେଲାଣି। […]

  • Tuesday, 20 July 2021
ll
ଋଣ କରି ଘିଅ ପିଉଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ନିର୍ବାଚନ ବର୍ଷରେ ଋଣ କରି ସରକାରଙ୍କ ଯୋଜନା ଭେଟି। ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ଚାଲିଛନ୍ତି ରାଜ୍ୟ ସରକାର। ରାଜ୍ୟର ଋଣ ବୋଝ ୯୧ ହଜାର ୯୪୩ କୋଟି ଟପିଥିବା ବେଳେ ମୁଣ୍ଡପିଛା ଋଣଭାର ୨୩ ହଜାର ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥିତିରେ ଝିଟିଙ୍କା ମାରି ବଣି ପୋଷିବା ନୀତିରେ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଏଜେଣ୍ଡାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଓ ବିଶେଷଜ୍ଞ। ପ୍ରତି ଗାଁରେ ପହଞ୍ଚିଛି ‘ଆମ […]

  • Tuesday, 20 July 2021
elephant
ଜଙ୍ଗଲ ଭିତରେ ଗଜରାଜଙ୍କ ଚିକିତ୍ସା

ଭୁବନେଶ୍ୱର: ଜଙ୍ଗଲ ଭିତରେ ହାତୀର ଚିକିତ୍ସା। ସେ ପୁଣି ଜଙ୍ଗଲୀ ହାତୀର। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପଡ଼ିଥିବା ହାତୀକୁ ଚିକିତ୍ସା କରି ସୁସ୍ଥ କରିବାକୁ ବନବିଭାଗ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି। ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ହାତୀଟି ଠିକ୍‌ରେ ଚାଲି ପାରୁଛି ନା ଖାଇ ପାରୁଛି। ତେବେ ଏଭଳି ପରିସ୍ଥିତିରେ ଗଜରାଜଙ୍କ ଚିକିତ୍ସା କରି ସୁସ୍ଥ କରିବା ଏକ ଚାଲେଞ୍ଜ୍‌ ହୋଇଥିଲେ ମଧ୍ୟ ଅପରେସନ୍ […]

  • Tuesday, 20 July 2021
krta
୧୧୮ ବର୍ଷ ବୟସରେ ହେଲା ସଫଳ ହାର୍ଟ ସର୍ଜରୀ

ଲୁଧିଆନା: ଭାଗ୍ୟ ଟାଣ କୁହନ୍ତୁ କି ବିଜ୍ଞାନର ଚମତ୍କାରିତା। ୧୧୮ ବର୍ଷୀୟା ଜଣେ ମହିଳାଙ୍କର ସଫଳ ହାର୍ଟ ସର୍ଜରୀ ଏବେ ଚର୍ଚ୍ଚାର ହିଷୟ ପାଲଟିଛି। ଏତେ ବୟସରେ ଏପରି ଜଟିଳ ଅପରେସନ ସଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ଆମେ କହୁଛୁ ପଂଜାବର ଜଣେ ବୟସ୍କା କର୍ତାର କୌରଙ୍କ କଥା। ଲୁଧିଆନାର ଏକ ହସ୍‌ପିଟାଲରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଛି। ଏହାପରେ ପେସ୍ ମେକର ଲଗାଯାଇଛି। କର୍ତାର କୌର୍ ଏବେ ପୂରା ସୁସ୍ଥ ଅଛନ୍ତି। କଥାବାର୍ତ୍ତା ମଧ୍ୟ […]

  • Tuesday, 20 July 2021
olive
ଅଲିଭ୍ ରିଡ୍‌ଲେଙ୍କ ପାଇଁ ଶ୍ମଶାନ ପାଲଟିଛି ଗହୀର ମଥା !

କେନ୍ଦ୍ରାପଡ଼ା(ପ୍ରବୀର କୁମାର ନାୟକ): ଚାଲିଛି ଅଲିଭ ରିଡଲେଙ୍କ ମିଳନ ଋତୁ। ଏହି ସମୟରେ ଓଡ଼ିଶାର ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷିତ ମନେକରି ଅଣ୍ଡା ଦେବା ପାଇଁ ବହୁ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ଏଠାକୁ ଆସିଥାନ୍ତି। କିନ୍ତୁ କଇଁଛମାନଙ୍କର ଏହି ସୁରକ୍ଷାସ୍ଥଳୀ ଏବେ ତାଙ୍କ ପାଇଁ ପାଲଟିଛି ଶ୍ମଶାନ ଘାଟ। ଏମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ବି ତାହା ପର୍ଯ୍ୟାପ୍ତ ନୁହେଁ। ଗହୀରମଥା ମୁହାଣ ନିକଟରେ ମାଛ ମାଫିଆଙ୍କ ଦ୍ୱାରା ଚାଲୁଥିବା […]

  • Tuesday, 20 July 2021
Capture-9-....
ନଗଡ଼ାରେ ଫେଲ୍‌ ମାରିଛି କାଳିଆ ଯୋଜନା

ଯାଜପୁର (ଅଭୟ ପତି ): ଦିନେ ଭୋକର ଭୂଗୋଳ ପାଇଁ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ନଗଡ଼ାରେ ଏବେ ଫେଲ ମାରିଛି ସରକାରଙ୍କ କାଳିଆ ଯୋଜନା। ଚାଷୀ ଅଭିଯୋଗ କରିଛନ୍ତି ସେମାନେ କେବଳ କାଳିଆ ଯୋଜନାର ନାଁ ଶୁଣିଛନ୍ତି, ହେଲେ ଆବେଦନ କରିଥିଲେ ବି ଆଜି ଯାଏ ଟଙ୍କାଟିଏ ମିଳିନି। ସେପଟେ ପଇସା ମିଳିବା ତ ଦୂରର କଥା, ଚାଷ କାର୍ଯ୍ୟ ବନ୍ଦ ପାଇଁ ଜଙ୍ଗଲ ବିଭାଗ ବି ତାଗିତ କରୁଥିବା ସେମାନେ କହିଛନ୍ତି। ଅପପୁଷ୍ଟି ଦ୍ୱାରା […]

  • Tuesday, 20 July 2021
old man (1)
ବୃଦ୍ଧ ବାପାଙ୍କ ଗୋଡ଼ରେ ଶିକୁଳି ପକାଇଲେ ପରିବାର ଲୋକେ

ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଶିକୁଳିରେ ବନ୍ଧା ହୋଇଛି ହାତ ଗୋଡ଼। ଦୁଇ ଗୋଡ଼କୁ ଲୁହା କଡାରେ ବନ୍ଧା ଯାଇଥିବାବେଳେ, ଦୁଇ ହାତକୁ ବି ସେହିଭଳି ବନ୍ଧା ଯାଇଛି। ଆଉ ଏହାପରେ ବି […]

  • Tuesday, 20 July 2021
pregnant woman
ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଭାରରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଗଲା

କୋରାପୁଟ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ବୁହା ହୋଇ ନଦୀ ପାର୍‌ କରାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ କାରିକୋନ୍‌ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି କାରିକୋନ୍‌ ଗାଁ ସୁବାଇ ନିରିକିୟାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଘର ଯାଏ ପହଞ୍ଚି ପାରିନଥିଲା। […]

  • Tuesday, 20 July 2021
malkangiri (1)
ମାଲକାନଗିରି ମୋଟୁ ଘାଟରେ ଫେରୀ ସେବା ଅଚଳ; ଛୋଟ ଡଙ୍ଗା ପାଲଟିଛି ଏକମାତ୍ର ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଘାଟରେ ଅଚଳ ହୋଇପଡ଼ିଛି ମାଲ୍ୟବନ୍ତ ଫେରୀ ସେବା। ଫଳରେ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ସାବେରୀ ନଦୀ ପାର ହେଉଛନ୍ତି ଲୋକେ। କେବଳ ଓଡ଼ିଶା ନୁହଁ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଲୋକେ ବି ଏହି ଘାଟ ଉପରେ ନିର୍ଭର କରୁଛନ୍ତି। ତେବେ ଯାନ୍ତ୍ରିକ ସମସ୍ୟା ଯୋଗୁ ନଦୀ କୂଳରେ ଅଚଳ ହୋଇ ପଡ଼ିଛି ବୋଟ୍। ମାଲ୍ୟବନ୍ତ ଫେରୀ ସେବା ଅଚଳ ହୋଇପଡ଼ିଥିବାରୁ ଛୋଟ ଡଙ୍ଗାରେ […]

  • Tuesday, 20 July 2021
drone
ଚାଷ କାମରେ ଡ୍ରୋନ୍‌ର ବ୍ୟବହାର

ରାୟଗଡ଼ା: ଚାଷ କାମରେ ଅତ୍ୟାଧୁନିକ ଡ୍ରୋନ୍‌ର ବ୍ୟବହାର। ଔଷଧ ସିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା  ସବୁକିଛି ହୋଇପାରିବ ଡ୍ରୋନ୍‌ ମାଧ୍ୟମରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ରାୟଗଡା ଜିଲ୍ଲା ଗୁଡାରୀ ବ୍ଳକ୍‌ର ସନ୍ୟାସୀଗୁଡାର ପି. ବାବୁ ରାଓ ଏମିତି ଏକ ନୂତନ ଡ୍ରୋନ୍‌ ତିଆରି କରିଛନ୍ତି। ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କା ବିନିମୟରେ ସେ ଏହି ଅତ୍ୟାଧୁନିକ ଡ୍ରୋନ୍‌ ସ୍ପ୍ରେ ମେସିନ୍ ତିଆରି କରିଥିବାବେଳେ, ନୂତନ ଏହି ମେସିନ୍‌କୁ ନେଇ ସେ […]

  • Tuesday, 20 July 2021
boat
ବାଲେଶ୍ୱର ପନ୍ତେଇ ଘାଟରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା

ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା କରୁଥିବା ନେଇ ଅଭିଯୋଗ ହେଉଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ପାଣି ଭିତରେ ବିପଦ ସଙ୍କୁଳ ଭାବେ ଯାତ୍ରା କରୁଛନ୍ତି ଯାତ୍ରୀ। ଟିକିଏ ଏପଟସେପଟ […]

  • Tuesday, 20 July 2021
jami
ଭୂମିହୀନ ପରିବାରଙ୍କୁ ସରକାରୀ ଯୋଜନାରେ ମିଳୁନି ସୁଫଳ

ରାୟଗଡ଼ା: ଘରକୁ ବିଜୁଳି ସଂଯୋଗ ହୋଇଛି, ଭୋଟର ତାଲିକାରେ ନାଁ ରହିବା ସହ, ମ୍ୟୁନିସିପାଲଟିରୁ ଘର ନମ୍ବର ଓ ଆଧାର କାର୍ଡ ବି ରହିଛି। ହେଲେ ଆଜି ଯାଏ ମିଳିନି ପଟ୍ଟା। ଗୁଣପୁର ସହରାଞ୍ଚଳରେ ନୂଆକରି ସାମିଲ ହୋଇଥିବା ଶବର କଲୋନୀର ପୂର୍ଣ୍ଣଚନ୍ଦ୍ର ଦାଶଙ୍କ କାହାଣୀ ଏମିତି। ୨୦୧୮ ମସିହାରେ ଡ୍ରୋନ୍‌ ମାଧ୍ୟମରେ ହୋଇଥିବା ସର୍ଭେରେ କେବଳ ତାଙ୍କ ଘର ବାରିପଟର ଲାଟିନର ଫଟୋ ଆସିଥିବା କହି ତାଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ପୂର୍ଣ୍ଣଚନ୍ଦ୍ର […]

  • Tuesday, 20 July 2021
oliove
କମୁଛି ଅଲିଭ୍ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସଂଖ୍ୟା

ପୁରୀ: ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳରେ କମିବାରେ ଲାଗିଛି ଅଲିଭ୍ ରିଡ୍‌ଲେ ଅଣ୍ଡା ଦାନ ସଂଖ୍ୟା। ପୁରୀ ଜିଲ୍ଲାର ସମୁଦ୍ର ଉପକୂଳରେ ଗତବର୍ଷ ଅପେକ୍ଷା ବହୁ କମ୍ ମାତ୍ରାରେ ଅଲିଭ୍ ରିଡ୍‌ଲେ ବାସ ଠାବ ହୋଇଛି। ଯେଉଁଠି ଶହ ଶହ ସଂଖ୍ୟାରେ ବିରଳ ଅଲିଭ୍ ରିଡଲେ କଇଁଛଙ୍କ ବାସ ସ୍ଥାନ ଥିଲା ତାହା ଆଜି ଖାଲିପଡ଼ିଛି। ପୁରୀ ଜିଲ୍ଲା ଉପକୂଳରେ ଚଳିତ ବର୍ଷ ମାତ୍ର ୩୦ଟି କଇଁଛଙ୍କ ବସାରୁ ଅଣ୍ଡା ସଂଗୃହିତ ହୋଇଛି। ଗତ […]

  • Tuesday, 20 July 2021
rayagada (2)
ପୋଲ ନିର୍ମାଣ ନହେଲେ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଧମକ

ରାୟଗଡ଼ା: ନଦୀ ଡେଇଁ ଆରପାରିକୁ ଗଲେ ପୂରଣ ହୁଏ ପେଟପାଟଣା। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନାଗାବଳୀ ନଦୀ ପାର ହେଲେ ନିଜ ନିଜ କାମକୁ ଯାଇଥାନ୍ତି। ଆଉ ନଦୀ ଉଛୁଳା ହେଲେ ସମସ୍ତେ ଜଳବନ୍ଦୀ। ରାୟଗଡ଼ା ସୀମାନ୍ତ ଅନିଜା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ଅନିଜା ନିକଟ ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ଦିନରୁ ଲୋକେ ଦାବି କରି ଆସୁଛନ୍ତି। ହେଲେ ପ୍ରତିଥର କେବଳ […]

  • Tuesday, 20 July 2021
cable
ବେଆଇନ୍ ଭାବେ ସେସୁ ଖୁଣ୍ଟିରେ କେବୁଲ୍ ଟାଣିଛି ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍

ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ଚାଲିଛି ବେଆଇନ କାମ। ଖୁଲମଖୁଲା ଆଇନ ଉଲ୍ଲଙ୍ଘନ କରୁଛି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍। କେବଳ ଭୁବନେଶ୍ୱର ନୁହେଁ, କଟକ ସହରର ଗଳିକନ୍ଦିରେ ଗୋଟିଏ ଖୁଣ୍ଟରୁ ଅନ୍ୟ ଖୁଣ୍ଟକୁ ଜାଲ ପରି ବିଛାଯାଇଛି କେବୁଲ ତାର। ୨୦୧୬ରୁ ସଂସ୍ଥା ବେଆଇନ ଭାବେ ସେସୁର ବିଦ୍ୟୁତ୍ ଖୁଣ୍ଟରେ କେବୁଲ ଟାଣିବା ସହ ବିଦ୍ୟୁତ୍ ବ୍ୟବହାର କରି ଯୋଗାଉଛି କେବୁଲ ସେବା। ଓଟିଭିର ଅନୁସଂଧାନ ଅନୁଯାୟୀ […]

  • Tuesday, 20 July 2021