ଆପଣଙ୍କ ମୋବାଇଲ୍ ଚୋରି ହୋଇଗଲେ, ଆପଣ କ’ଣ କରନ୍ତି? ମୋବାଇଲ୍ ହଜିଥିବା ସ୍ଥାନକୁ ଯାଇ ଖୋଜାଖୋଜି କରନ୍ତି, ନହେଲେ କାହାକୁ ପଚରଉଚରା କରନ୍ତି। ଅଧିକରୁ ଅଧିକ ମୋବାଇଲ୍ ଚୋରି କିମ୍ବା ହଜିଯାଇଥିବା ନେଇ ଥାନାରେ ଗୋଟେ ମାମଲା କରି ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରନ୍ତି। ଏଇଆ ନା ? କିନ୍ତୁ ଆପଣ ଜାଣିଛନ୍ତି କି, ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ୍କୁ ଖୋଜି ଦେବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଏକ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାର ଗତବର୍ଷ […]
ଆଜି ରୋଜ୍ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହ ବହୁତ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟା ଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି। ଆସନ୍ତୁ ଜାଣିବା ଏହି […]
‘ଦେଖା ଜୋ ଏକ୍ କିତାବ ମେଁ ରଖା ହୁଆ ଥା ଗୁଲାବ ଦିଲ୍ ମେ ତେରେ ୟାଦ୍ କୀ ଖୁସ୍ବୁ ବିଖର ଗଇ’ ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ଆରମ୍ଭ ହୋଇଛି। ଏହି ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍ ବାର୍ଡ୍ସମାନେ ଲାଲ୍ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି […]
ମାଞ୍ଚେଷ୍ଟର: ଜୀବନସାଥୀ ଖୋଜିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ମ୍ୟାଟ୍ରିମୋନିର ବିଜ୍ଞାପନ ଦିଆଯାଉଛି। କିନ୍ତୁ ଇଂଲଣ୍ଡର ମାଞ୍ଚେଷ୍ଟର୍ରେ ଜଣେ ଯୁବକ ସିଙ୍ଗଲ୍ ହେବାର କଷ୍ଟ ସହି ନପାରି ଜୀବନସାଥୀ ଖୋଜିବାର ନୂଆ କୌଶଳ ଆପଣାଇଛନ୍ତି। ଆଉ ଏହି କୌଶଳ ଆପଣାଇବା ମାତ୍ରେ ତାଙ୍କ ପାଖକୁ ୧୦୦୪ ଜଣଙ୍କ କଲ୍ ଆସିସାରିଲାଣି। ଇଂଲଣ୍ଡର ମାଞ୍ଚେଷ୍ଟର୍ରେ ମାର୍କ ନାମକ ଜଣେ ୩୦ ବର୍ଷୀୟ ଜଣେ ଯୁବକ ଜୀବନସାଥୀ ଖୋଜିବା ପାଇଁ ରାସ୍ତା କଡ଼ରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି। ଏଥିରେ ବଡ଼ […]
ଭୁବନେଶ୍ୱର: ହାତ ଓ ପାଦରେ ସର୍ବାଧିକ ଆଙ୍ଗୁଳି ଥିବାରୁ ଗିନିଜ୍ ବୁକ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ ମହିଳା କୁମାରୀ ନାୟକ। ତାଙ୍କ ଦୁଇ ହାତରେ ୧୨ ଆଙ୍ଗୁଳି ଏବଂ ଦୁଇ ପାଦରେ ୧୯ ଆଙ୍ଗୁଳି ରହିଛି। କୁମାରୀଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍, କଳମ୍ବ ଗ୍ରାମ ପଞ୍ଚାୟତ କାଦପଡ଼ା ଗାଁରେ। ୭୫ ବର୍ଷୀୟା କୁମାରୀ ନାୟକ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ଆଙ୍ଗୁଠିରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି। ହେଲେ […]
ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଫାଶି ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ। କେବେ ଭାବିଛନ୍ତି ଯଦି ଫାଶି ଦେବା ବେଳେ ଜଲ୍ଲାଦ ଅଚେତ ହୋଇଯାଏ, ତେବେ କ’ଣ ହେବ ? ମନକୁ ଏହି ପ୍ରଶ୍ନ ଆସିବା ସ୍ୱାଭାବିକ। କାରଣ ପୂର୍ବରୁ ଏଭଳି ପରିସ୍ଥିତି ଆସିଛି। ଆଉ ତାର ସମାଧାନ ପାଇଁ କେଉଁ ପଦକ୍ଷେପ ନିଆଯାଇଛି ଆସନ୍ତୁ ଜାଣିବା। ବର୍ତ୍ତମାନ ନିର୍ଭୟା ଦୋଷୀଙ୍କୁ ଫାଶି ଦେବାକୁ ନୂଆ କରି ଜଲ୍ଲାଦ ପାଇଁ କାମ […]
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ରେ ବିଜ୍ଞାପନ ଆସିବା ନେଇ ଯେଉଁମାନେ ଚିନ୍ତିତି ଥିଲେ, ଏବେ ସେମାନେ ଟିକେ ରିଲାକ୍ସ ହୋଇଯାଆନ୍ତୁ। କାରଣ ଏବେ ଫେସ୍ବୁକ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଖବର ମିଳିଛି । ଆମେରିକୀୟ ଖବର କାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ର ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ୍ରେ ବିଜ୍ଞାପନ ଦେବା ନେଇ କାର୍ଯ୍ୟ କରୁଥିବା ଟିମ୍ ହ୍ୱାଟ୍ସଆପ୍ର କୋଡ୍କୁ ହଟାଇ ଦେଇଛନ୍ତି। ଏଣୁ ହ୍ୱାଟ୍ସଆପ୍ରେ ବିଜ୍ଞାପନ ଆସି ନପାରେ। କିନ୍ତୁ ଏନେଇ ଫେସ୍ବୁକ ତରଫରୁ କୌଣସି […]
ନୂଆଦିଲ୍ଲୀ: ଆଉ ମାତ୍ର ୭ ଦିନ ପରେ ଫାଶୀ ପାଇବେ ନିର୍ଭୟାର ନିଷ୍ଠୁର ଦୋଷୀ। ଆଜି ନିର୍ଭୟା ଦୋଷୀଙ୍କ ବଞ୍ଚିବାର ଶେଷ ଆଶା ଟିକକ ବି ମଉଳି ଯାଇଛି। ସୁପ୍ରିକୋର୍ଟ ଆଜି ଦୁଇ ଦୋଷୀଙ୍କର କ୍ୟୁରେଟିଭ୍ ପିଟିସନ୍ ଖାରଜ୍ କରିଦେଇଛନ୍ତି। ତେଣୁ ଫାଶୀ ସୁନିଶ୍ଚିତ। ଏଥିପାଇଁ ଜହ୍ଲାଦ, ଜେଲ୍ ଓ ଫାଶୀ ଦଉଡ଼ି ସବୁ ପ୍ରସ୍ତୁତ। ଫାଶୀ ଫନ୍ଦା କରିବା ପାଇଁ ଗତକାଲି ଦୋଷୀଙ୍କ ବେକର ମୋଟେଇ ମାପ ବି ନିଆଯାଇଛି। ମାପ ନେଲାବେଳ ଭୟରେ ଭୋ […]
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ କେଉଁ ଆଡ଼େ ଯିବାକୁ ହେଲେ ଟିକେଟ୍ ସୁନିଶ୍ଚିତ ହେଲାକି ନାହିଁ ସେଇ ଚିନ୍ତାରେ ସେମାନଙ୍କୁ ଘାରିଥାଏ। ରେଳାଯାତ୍ରୀଙ୍କ ପାଇଁ ଏହା ଗୋଟେ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ। ତେବେ ଏହି ମସ୍ୟାର ସମାଧାନ ଆଣିଛି ଭାରତୀୟ ରେଳବାଇ। ତାହା କଣ ଜାଣନ୍ତୁ। ରିଜର୍ଭେସନ କନଫର୍ମ ପାଇଁ ନୂଆ ସୁବିଧା ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଦିନକୁ ଦିନ ନୂଆ ବ୍ୟବସ୍ଥା କରୁଛି। ଏଥର ଟିକେଟ୍ ସୁନିଶ୍ଚିତ ପାଇଁ ରିଜର୍ଭେସନ ଚାର୍ଟକୁ […]
ନୂଆଦିଲ୍ଲୀ: ଲଞ୍ଚ୍ ହେଲା ବିଶ୍ୱର ସବୁଠାରୁ କୁନି ୩ଜି ମୋବାଇଲ୍ ଫୋନ୍ Zanco tiny t2 । ଏହାର ସାଇଜ୍ ଗୋଟିଏ ଆଙ୍ଗୁଳି ଠାରୁ ବି ଛୋଟ। ପୁର୍ବରୁ କମ୍ପାନୀ Zanco tiny t1 ମୋବାଇଲ୍ ଫୋନ୍ ଲଞ୍ଚ୍ କରି ବେଶ୍ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏଥିରେ କେବଳ କଲ୍ ଯିବା ଆସିବା ସୁବିଧା ସହିତ ଅନ୍ୟ କେତେକ ସାଧାରଣ ସେବା ଉପଲବ୍ଧ ଥିଲା। କିନ୍ତୁ Zanco tiny t2ରେ ୧୪ଟି ନୂଆ ଅତ୍ୟାଧୁନିକ ଫିଚର୍ ରହିଛି। […]
ସତ ହେବ କି ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ? କାରଣ ୨୦୨୦ ଆରମ୍ଭରୁ ହିଁ ତାର ଆଭାସ ବାରି ହୋଇପଡ଼ିଲାଣି। ଆମେରିକା ଇରାକ୍ ଉପରେ ଆକ୍ରମଣ କରି ତାର ସେନା କମାଣ୍ଡର ଅବୁ ମେହଦୀ ଅଲ୍ ମୁହାନ୍ଦିସ୍ଙ୍କୁ ହତ୍ୟା କରିବା ସହିତ ଇରାନର ସୁପ୍ରିମ ପାୱାର୍ କୁହାଯାଉଥିବା ଜେନେରାଲ କ୍ୱାସିମ ସୁଲେମାନୀଙ୍କୁ ବି ହତ୍ୟା କରିଛି। ଆଉ ବଦଳରେ ଇରାନ୍ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଆମେରିକାକୁ ଧମକ୍ ଦେଇଛି। ଆଉ ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା […]
କଟକ: କାର୍ଟୁନ ଶୋ’ର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ। ଏହି ମିମିକ୍ରି କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଟକର ଦେବଦତ୍ତ ସାମଲ। ଅବିକଳ ନକଲ କରି ମିମିକ୍ରି ମ୍ୟାନ୍କ ମଧ୍ୟ ଆଖ୍ୟା ପାଇଛନ୍ତି। ଅନେକ ଫିଲ୍ମଷ୍ଟାରଙ୍କ ମଧ୍ୟ ସେ ମିମିକ୍ରି କରୁଛନ୍ତି। ଦେବଦତ୍ତଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଜଣେ ଭଲ ମିମିକ୍ରି ଆର୍ଟିଷ୍ଟ ହୋଇ ପାରିବେ ବୋଲି ମତ ରଖିଛନ୍ତି ତାଙ୍କର ପ୍ରଶଂସକ। ଅବିକଳ ନବଜାତ ଛୁଆର […]
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରେଳ ଯାତ୍ରା ସମ୍ପର୍କିତ ସହାୟତା କିମ୍ବା କୌଣସି ପଚରାଉଚରା ବା ଅଭିଯୋଗ ପାଇଁ ଯାତ୍ରୀଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବର୍ରେ ଫୋନ୍ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ରେଳବାଇ ତରଫରୁ ଗୋଟିଏ ମାତ୍ର ହେଲ୍ପ ଲାଇନ୍ ନମ୍ବର୍ ୧୩୯ ଜାରି କରାଯାଇଛି। ଏହି ହେଲ୍ପ ଲାଇନ୍ ନମ୍ବର୍କୁ ଫୋନ କରି ଯାତ୍ରୀ ସମସ୍ତ ପ୍ରକାର ଅଭିଯୋଗ କରିପାରିବ ଏବଂ ସହାୟତା ମାଗିପାରିବ। ଏହି ସମ୍ପର୍କରେ ରେଳବାଇ ତରଫରୁ […]
ଭୁବନେଶ୍ୱର : ଯଦି ଆପଣ ପାନ୍ କାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ୍ କରି ନାହାନ୍ତି, ତେବେ ତୁରନ୍ତ କରିଦିଅନ୍ତୁ। ଫଳରେ ଆପଣ ପାନ କାର୍ଡ ସମ୍ପର୍କିତ କୌଣସି ଆର୍ଥିକ କାରବାର କରିପାରିବେ ନାହିଁ। ଟ୍ୟାକ୍ସ ଫାଇଲ୍ ସମୟରେ ମଧ୍ୟ ସମସ୍ୟା ହୋଇପାରେ। ଯଦିଓ ଏନ୍ଆର୍ଇଙ୍କ ପାଇଁ ଆଧାର କିମ୍ବା ପାନ୍ କାର୍ଡ ବାଧ୍ୟତାମୂଳକ ନୁହେଁ, ତଥାପି ଯଦି ଏନ୍ଆର୍ଆଇଙ୍କ ପାଖରେ ଆଧାର ଓ ପାନ୍ ରହିଛି, ତେବେ ଏହାକୁ ଶେଷ ତାରିଖ ସୁଦ୍ଧା ଲିଙ୍କ୍ କରାଇ […]
କଟକ: ଆଜି ଆମେ ଓଡ଼ିଶାର ଏମିତି ଜଣେ ରାଜାଙ୍କ ବିଷୟରେ କହିବୁ ଯାହାଙ୍କର ଦିନେ ହାତ ଲେଉଟିଲେ ପୃଥି ଲେଉଟୁଥିଲା ବୋଲି ଲୋକେ କହନ୍ତି। ଆଖି ଝଲସିଲା ଭଳି ରାଜ ପ୍ରାସାଦ। ୨୫ଟି ବିଳାସପୂର୍ଣ୍ଣ କାର, ୩୦ ଦାସୀ ପରିବାର ତାଙ୍କର ରାଜମହଲରେ କାମ କରୁଥିଲେ। କିନ୍ତୁ ଶେଷ ସମୟରେ ତାଙ୍କୁ ରିକ୍ସା ଟାଣି ଜୀବନ ବିତାଇବାକୁ ପଡ଼ିଥିଲା। ରାଜଉଆସ ଛାଡ଼ି ମାଟି କୁଡ଼ିଆରେ ଦିନ କାଟିବାକୁ ପଡ଼ିଥିଲା। ଗଣତନ୍ତ୍ର ଓ ରାଜତନ୍ତ୍ର ଶାସନ ଭିତରେ କେମିତି […]
କେନ୍ଦୁଝର(ପ୍ରଣୟ ପାଣି): ପିତୃପୁରୁଷଙ୍କ ଉଦ୍ଧାର ପାଇଁ ଭଗୀରଥ କୁଆଡ଼େ ମା ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ। ଇଏ ବିଶ୍ୱାସର କଥା। ପୁରାଣ କଥା ହେଲେ ଆଜି କିନ୍ତୁ ଆମେ ଏମିତି ଜଣେ ଭଗୀରଥଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ନିଜ ପତ୍ନୀଙ୍କ ଜଳକଷ୍ଟ ଦୂର କରିବାକୁ ଅଧ କିଲୋମିଟର ଦୂରରେ ଥିବା ଜଳାଶୟକୁ ନିଜ ଘର ଅଗଣାକୁ ଆଣି ପାରିଛନ୍ତି। ଅବଶ୍ୟ ନିଜ ନିଆରା ଉଦ୍ଭାବନ ବଳରେ ବଣପାହାଡ଼ ଘେରା କେନ୍ଦୁଝର ବନେଇକଳା ଗାଁରୁ ଆସନ୍ତୁ ଜାଣିବା […]
ଜୟପୁର: ହାତରୁ ମେହନ୍ଦି କି ପାଦରୁ ଅଳତା ଲିଭିନି, ହେଲେ ମଥାରୁ କିନ୍ତୁ ଲିଭି ଗଲା ସିନ୍ଦୁର। ବାହାଘରର ମାତ୍ର ୧୬ ଦିନ ପରେ କୁପୱାରାରେ ସହିଦ ଜଣେ ଯବାନଙ୍କ ପତ୍ନୀଙ୍କ ଜୀବନରେ ହଠାତ୍ ଘୋଟିଆସିଛି ଏମିତି କଳା ବାଦଲ। ଅସୁମାରି ସ୍ୱପ୍ନ ଆଉ ମନରେ ଅନେକ ଆଶା। ଏଭଳି କିଛି ସ୍ୱପ୍ନ ନେଇ ଚଳିତମାସ ୮ ତାରିଖରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯବାନ୍ ସୌରଭ କଟାରା। କିନ୍ତୁ ବିଧିର ବିଧାନ […]
ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଚିରା ନୋଟ୍ ଅଛି ଓ ଏହାକୁ ଅଚଳ କହି କେହି ନେଉ ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ଅଚଳ ନୋଟ୍ ବଦଳ ହୋଇପାରିବ। ଆପଣ ଚାହିଁଲେ ଏହି ନୋଟ୍କୁ ବ୍ୟାଙ୍କ୍ରେ ଦେଇ ନୋଟ୍ର ଉପଯୁକ୍ତ ମୂଲ୍ୟ ନେଇପାରିବେ। ଆର୍ବିଆଇର ନୋଟ୍ ରିଫଣ୍ଡ ରୁଲ୍ ୨୦୧୯ ଅନୁସାରେ ବ୍ୟାଙ୍କ୍ ମଧ୍ୟ ଆପଣଙ୍କ ଟଙ୍କା ବଦଳେଇ ଦେବାକୁ ମନା କରିପାରିବ ନାହିଁ। କିନ୍ତୁ ତା’ର କେତେଗୁଡ଼ିଏ ନିୟମ ରହିଛି। ଆସନ୍ତୁ […]
ଭୁବନେଶ୍ୱର: ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଆମେ ଆଜି ଆପଣଙ୍କୁ ଏମିତି ଏକ ଧାନ ଚାଷ ବିଷୟରେ କହିବୁ, ଯାହା ପାଇଁ ଆପଣଙ୍କୁ ଅଧିକ କୀଟନାଶକ କିମ୍ବା ରାସାୟନିକ ସାର ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମାନେ, କମ୍ ଖର୍ଚ୍ଚ କରି ଅଧିକ ଫାଇଦା। ତେବେ ଆସନ୍ତୁ ଜାଣିବା। ଏହି ଧାନ ଫସଲର ରଙ୍ଗ ଧଳା ନୁହେଁ କି ଇସତ୍ ହଳଦିଆ ବି ନୁହେଁ, ଏହାର ରଙ୍ଗ କଳା। ଖାଲି ଧାନ କାହିଁକି ଏହାର ପତ୍ର, […]
ଭୋପାଳ: ଆପଣମାନେ ପ୍ରାୟ ସମସ୍ତେ ହିନ୍ଦୀ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଦେଖିଥିବେ ନିଶ୍ଚିତ। ସଲ୍ମାନ ଖାନ, ଐଶ୍ୱର୍ଯ୍ୟା ଓ ଅଜୟ ଦେବଗନଙ୍କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମରେ ସଲ୍ମାନ ଓ ଐଶ୍ୱର୍ଯ୍ୟା ପରସ୍ପରକୁ ଭଲପାଉଥିଲେ। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ବାପା ତାଙ୍କୁ ଅଜୟ ଦେବଗନଙ୍କ ସହ ବାହା କରାଇଦେଲେ। କିନ୍ତୁ ପରେ ଅଜୟ ଯେମିତି ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ସଲ୍ମାନଙ୍କୁ ଭଲପାଉଥିଲେ ସେ ପୁଣିଥରେ […]
୪୧ ବର୍ଷ ପରେ ମାଆକୁ ଖୋଜି ପାଇଛି ପୁଅ । ମାତ୍ର ଦୁଇ ବର୍ଷ ବୟସରେ ମାଆଠାରୁ ଅଲଗା ହୋଇଯାଇ ଘଟଣାକ୍ରମେ ବିଦେଶକୁ ପଳେଇ ଯାଇଥିଲା। ଆଉ ୪୧ ବର୍ଷଧରି ମାଆଠାରୁ ଅଲଗା ହେବାର କଷ୍ଟ ସହି ନପାରି ଖୋଜି ଖୋଜି ଆସି ଜନ୍ମଦାତ୍ରୀ ପାଖରେ ପହଞ୍ଚିଛି ପୁଅ। ଆଉ ଏତେ ବର୍ଷ ପରେ ମାଆକୁ ପାଇଲା ପରେ କେଉଁ ପୁଅ ଭଲା ଧର୍ଯ୍ୟ ଧରି ରହିବ…. ଏ କାହାଣୀ ଏମିତି ଆରମ୍ଭ ହୋଇଥିଲା…. ୪୩ […]
ଦୋକାନରେ ଔଷଧ କିଣିଲାବେଳେ ଟାବ୍ଲେଟ୍ ଷ୍ଟ୍ରିପ୍ରେ ଖାଲିସ୍ଥାନ ଦେଖି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବା ଯେ ଟାବ୍ଲେଟ୍ ମଝିରେ ଖାଲି ସ୍ଥାନ କାହିଁକି ଥାଏ। ପ୍ରାୟ ଅନେକ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠେ। ଆପଣ ଭାବନ୍ତି ଯଦି ଏହି ଖାଲି ସ୍ଥାନରେ ବଟିକା ନାହିଁ, ତେବେ ଏଭଳି ଖାଲି ସ୍ଥାନ କାହିଁକି ଛଡ଼ାଯାଇଛି? ପ୍ରକୃତରେ ଏହା ପଛରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଲୁଚି ରହିଛି। ମନରେ ବାରମ୍ବାର ଆସୁଥିବା ଏହି ପ୍ରଶ୍ନରୁ […]
ଭୁବନେଶ୍ୱର: ୱାଇଏସ୍ଆର୍ ନାମରେ ପରିଚିତ କଂଗ୍ରେସ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ୟେଦୁଗୁରୀ ସନ୍ଦିନ୍ତି ରାଜ୍ଶେଖର ରେଡ୍ଡୀଙ୍କ ଶବକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସ୍ଥଳ ସେନା, ବାୟୁ ସେନା ଏମିତିକି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ‘ଇସ୍ରୋ’ ମଧ୍ୟ ଏହି ସର୍ଚ୍ଚ ଅପରେସନ୍ରେ ସାମିଲ୍ ହୋଇଥିଲା। ତେବେ କ’ଣ ଥିଲା ସେ ଦିନର ଘଟଣା ଆସନ୍ତୁ ଜାଣିବା। ଏହି ଘଟଣା ହେଉଛି ୨୦୦୯ ମସିହାର। ସେପ୍ଟେମ୍ବର ୨ ତାରିଖରେ […]
ସୋଶାଲ୍ ମିଡିଆ ଟ୍ୱିଟର୍ ଏବେ ଏକ ନୂଆ ଫିଚର୍ ଆଣିଛି। ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଟ୍ୱିଟର୍ ୱାଲ୍ରେ ଆସୁଥିବା ଆପତ୍ତିଜନକ ଟିପ୍ପଣୀକୁ ହାଇଡ୍ କରିପାରିବେ। ଫଳରେ ସୋଶାଲ୍ ମିଡିଆ ଟ୍ରୋଲିଂ ଉପରେ ବି ଲଗାମ ଲଗାଯାଇପାରିବ। ଟ୍ୱିଟର୍ରେ ପୂର୍ବରୁ ଏଭଳି ବିକଳ୍ପ ନଥିବାରୁ ଯିଏ ଯାହା ପାରିଲେ ଟ୍ରୋଲିଂ କରୁଥିଲେ। ଏବେ ଏଥିରେ ଲଗାମ ଲାଗିବ ବୋଲି ଆଶା କରାଯାଉଛି। ସୋଶାଲ୍ ମିଡିଆରେ ଯେମିତି ଗୋଟେ ସୋହାର୍ଦ୍ଧ୍ୟପୂର୍ଣ୍ଣ ବାତାବାରଣ ରହିବ କେହି କାହାକୁ ଟ୍ରୋଲ୍ ନ […]
ଅନେକ ସମୟରେ ଆମ ମୋବାଇଲ୍ ପାସ୍ୱାର୍ଡ ସେଟ୍ କରି ନିଜେ ହିଁ ଭୁଲି ଯାଆନ୍ତି। ଆଉ ମୋବାଇଲ୍ର ପାସ୍ୱାର୍ଡ ଖୋଲି ନପାରିବାରୁ ବହୁତ ହଇରାଣ ହେବାକୁ ପଡ଼େ। ଯଦି ଆପଣ ବି ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରନ୍ତୁନି। ଆମେ ଆଜି ଆପଣଙ୍କୁ ଯେଉଁ ଟ୍ରିକ୍ କହିବୁ ଯାହାଦ୍ୱାରା ଆପଣ ଆମ ମାତ୍ର ୩ ମିନିଟ୍ରେ ନିଜ ମୋବାଇଲ୍କୁ ଅନଲକ୍ କରିପାରିବେ। ତାହା କେମିତି ଆସନ୍ତୁ ଜାଣିବା। ଏଥିପାଇଁ ଆପଣଙ୍କୁ ପ୍ରଥମେ ଅନ୍ୟ ଏକଫୋନ୍ରୁ […]