ପାଟନା: ବାପାଙ୍କୁ ହରାଇବା ପରେ ପୁଅ କେମିତି ବେସାହାରା ମନେ କରେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟକର। କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶ୍ୱାନ ଦେହାନ୍ତ ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଅବସ୍ଥା ବି ଠିକ୍ ସେହିପରି। ବାପାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଚିରାଗ। ଆଜି ରାମ ବିଲାଶଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ବେଳେ ଧୈର୍ଯ୍ୟ ରଖି ପାରିନଥିଲେ ଚିରାଗ। ମୁଖାଗ୍ନି ଦେବା ପରେ ପରେ ହିଁ ସେ ସେଇଠି ଅଚେତ୍ ହୋଇପଡ଼ିଥିଲେ। ରାମ […]
ବିଷ୍ଣୁପୁର: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଗତକାଲି ରାତିରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରେକର୍ଡ କରାଯାଇଛି। National Center for Seismologyର ସୂଚନା ଅନୁସାରେ, ରାତି ୧୧ଟା ୮ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବିଷ୍ଣୁପୁରରୁ ୩୦ କି.ମି. ଦୂରରେ ଥିଲା। ହଠାତ୍ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।
ମୁମ୍ବାଇ: ବିଜୁ, ବିଜୟ, ଆନ୍ଥୋନି ତ ଆଉ କେବେ ବାଗବାନର ଆଦର୍ଶ ବାପା ଚରିତ୍ରରେ ସେ ଦମ୍ଦାର ଅଭିନୟ କଲେ। ୟୁନିଫର୍ମରେ ଆଂଗ୍ରି ୟଙ୍ଗ ମ୍ୟାନ୍ ହେଲେ, ଡନ୍ ଫିଲ୍ମରେ ପିସ୍ତଲ୍ ଧରିଲେ। ହେମାଙ୍କଠୁ ଆରମ୍ଭ କରି ତବୁ। ରାଜେଶ ଖନ୍ନାଙ୍କଠୁ ଆୟୁଷ୍ମାନ୍ ଖୁରାନାପର୍ଯ୍ୟନ୍ତ ସବୁ ବର୍ଗର କଳାକାରଙ୍କ ସହ ସେ କାମ କରିଛନ୍ତି। ସେଥିପାଇଁ ୫ ଦଶନ୍ଧି ଧରି ବଲିଉଡ୍ରେ ତାଙ୍କ ରାଜୁତି ଚାଲୁଛି। ଆଉ କେହି ନୁହନ୍ତି ସେ ହେଉଛନ୍ତି ବିଗ୍ ଗି ଅମିତାଭ […]
ନୂଆଦିଲ୍ଲୀ: ଯୁବତୀଙ୍କ ସହ ବନ୍ଧୁତ୍ୱକୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ଜଣଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଥିବା ସୂଚନା ମିଳିଛି। ମୃତ ଛାତ୍ର ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ନିବାସୀ ରାହୁଲ। ଆକ୍ରମଣ ପୂର୍ବରୁ ସିସିଟିଭି ଫୁଟେଜରେ ରାହୁଲଙ୍କୁ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା। ପୋଲିସ୍ ସୂଚନା ଅନୁସାରେ, ରାହୁଲ ଜଣେ ଯୁବତୀଙ୍କ ସହ ବନ୍ଧୁତ୍ୱ […]
ମୁମ୍ବାଇ: ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୧୯୪୨ ମସିହା ଅକ୍ଟୋବର ୧୧ତାରିଖରେ ଉତ୍ତରପ୍ରଦେଶ ଆଲାହାବାଦ୍ରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ୨୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଥରେ ୱାହିଦା ରେହମାନ୍ଙ୍କ ଜୋତା ଉଠାଇଥିଲେ। ଯାହାକୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହେଉଥିଲା। ଥରେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପର୍ଷ୍ଟାର୍ ସିଙ୍ଗର୍’ରେ ଯୋଗ ଦେଇ ବିଗ୍ ବି କହିଥିଲେ, ‘ପ୍ରଥମଥର ପାଇଁ ‘ରେଶମା ଔର ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନ୍ଙ୍କ ସହିତ କାମ […]
ଗୌହାଟି: ଆସାମରେ ପୋଲିସ୍ ସବ୍-ଇନ୍ସପେକ୍ଟର(SI) ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି। ପ୍ରଶ୍ନପତ୍ର ଲିକ୍ର ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୋଲିସ ଡିଜି ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି। ସୂଚନାଥାଉ କି, ସେପ୍ଟେମ୍ବର ୨୦ରେ ଆସାମର ପୋଲିସ୍ SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ State Level Police Recruitment Board (SLPRB) ପରୀକ୍ଷାକୁ […]
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଜନସଂଖ୍ୟା ବଢିବାରେ ଲାଗିଛି। ଲୋକମାନେ ମଧ୍ୟ କମ୍ ସନ୍ତାନର ନିଷ୍ପତ୍ତି ନେଉଛନ୍ତି। ଆମେ ଦୁଇ ଆମର ଦୁଇ, ଆମେ ଦୁଇ ଆମର ଏକ ପରି ସ୍ଲାଗାଲ୍ ଦ୍ୱାରା ଲୋକଙ୍କୁ ଜନସଂଖ୍ୟା ସମ୍ପର୍କରେ ସଚେତନ କରାଯାଉଛି। କିନ୍ତୁ ଏମିତି ଏକ ଦେଶ ରହିଛି ଯେଉଁଠି ପିଲା ଜନ୍ମ ହେଲେ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଉପହାର ମୁଳୁଛି। ଜାପାନ ସରକାର ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ଏଠାରେ ସରକାର ବିବାହିତ ଦମ୍ପତିଙ୍କୁ […]
ବେଙ୍ଗାଲୁରୁ: ବିରିୟାନି ପ୍ରାୟତଃ ସମସ୍ତଙ୍କର ପସନ୍ଦ। ହେଲେ ବିରିୟାନି ଖାଇବା ପାଇଁ ରାତି ୩ ଟାରୁ ଧାଡ଼ିରେ ଛିଡ଼ା ହେବା କଥା ଶୁଣିଲେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି। କରୋନା କଟକଣାକୁ ଫୁ’ କରି ମଟନ ବିରିୟାନି ଖାଇବା ପାଇଁ ଦେଢ଼ କିଲୋମିଟର ଲମ୍ବା ଲାଇନ୍ରେ ଲୋକମାନେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ବେଙ୍ଗାଲୁରୁ ସିଟି ସେଣ୍ଟରରୁ ୨୫ କି.ମି. […]
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା। ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି। ତେବେ ସୋମବାର ମଧ୍ୟରେ ହାୱାର ଦିଗ ପରିବର୍ତ୍ତନ ହେବାକୁ ଥିବାରୁ ପ୍ରଦୂଷଣ ମାତ୍ରା କମିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀର ଜାହାଙ୍ଗିରପୁରା ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୫ ରହିଥିବା ବେଳେ ପାଟପରାଗଞ୍ଜରେ ୨୨୮ ରହିଛି। ସେହିପରି ଆର.କେ ପୁରମରେ ୨୩୫ ରହିଥିବା ବେଳେ ରୋହିଣୀ ଅଞ୍ଚଳରେ ବାୟୁର ମାନ ୨୪୬ ରହିଛି। […]
ଆବଶ୍ୟକ ସାମଗ୍ରୀ : ଲଙ୍କାଗୁଣ୍ଡ, ହଳଦୀ, ଦେଶୀ କୁକୁଡ଼ା, ଲୁଣ, ପିଆଜ ରସୁଣ ପେଷ୍ଟ, ସୋରିଷ ବଟା, ଜିରା ଧନିଆ ଡାଲଚିନି, ଇଲାଇଚି ପେଷ୍ଟ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ଦେଶୀ କୁକୁଡ଼ାରେ ଭଲ ଭାବରେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପିଆଜ ରସୁଣ ବଟା, ସୋରିଷ ବଟା, ଜିରା ଧନିଆ, ଗୁଜୁରାତି ଡାଲଚିନି ବଟା ଦେଇ ଭଲ ଭାବରେ ଗୋଳାନ୍ତୁ। ମସଲା ଭଲ ଭାବରେ ଗୋଳାଇଯିବା ପରେ ଏକ […]
ଦୁବାଇ: କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ ଆସିଛି। କାଲି ପଞ୍ଜାବ ବିପକ୍ଷରେ କୋଲକାତା ପାଇଁ ବୋଲିଂ ବେଳେ ତାଙ୍କ ବିରୋଧରେ ଚକିଂ ଅଭିଯୋଗ ହୋଇଛି। ଏନେଇ ବିସିସିଆଇ ପକ୍ଷରୁ ପ୍ରେସ୍ରିଲିଜ୍ ଜାରି କରିଛି। ମ୍ୟାଚ ବେଳେ ଚକିଂ ନେଇ ୨ ଫିଲ୍ଡ ଅମ୍ପାୟାରଙ୍କ ଅଭିଯୋଗ କରିଛନ୍ତି। ଜାରି ହୋଇଥିବା ପ୍ରେସ୍ରିଲିଜ ଅନୁସାରେ ଏବେ ସୁନୀଲଙ୍କୁ ଚେତାବନୀ ସହି ବୋଲିଂ କରିବାକୁ ଅନୁମତି ଦିଆଯାଇଛି। ପ୍ରେସ୍ ରିଲିଜ୍ରୁ କୁହାଯାଇଛି ଯେ […]
ଲଦାଖ: ଚୀନ୍ ସହ ଉତ୍ତେଜନା ଭିତରେ ଅଧିକ ସଜାଗ ଭାରତୀୟ ଏୟାରଫୋର୍ସ। ଲଦ୍ଦାଖ ସୀମାରେ ପଇଁତରା ମାରୁଛି ମିଗ୍-୨୯ ଲଢୁଆ ବିମାନ। ଲେହ ଏୟାର୍ ବେସ୍ରେ ଶୀତ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ରଣନୀତି ଦୃଷ୍ଟିରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବାୟୁସେନା ପୋଜିସନ୍ ନେଇସାରିଥିବା ବେଳେ, ଏବେ ଓ୍ୱିଣ୍ଟର୍ ଷ୍ଟକିଂ ପାଇଁ ଚାଲିଛି କସରତ। କେବଳ ମିଗ୍ ନୁହେଁ, ଟ୍ରାନ୍ସପୋର୍ଟ ଏୟାର୍କ୍ରାଫ୍ଟ C-17 ଗ୍ଲୋବ୍ ମାଷ୍ଟର୍, ଆପାଚେ ଲଢ଼ୁଆ ହେଲିକପ୍ଟର ଓ ଚିନୁକ୍ ହେଭି ଲିଫ୍ଟ ଚପର୍ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଗତକାଲି ୟୁପି ପୋଲିସ୍ ଠାରୁ ତଦନ୍ତ ଭାର ହାତକୁ ନେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ପୂର୍ବ ଆଧାରିତ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି କ୍ରମେ ଗତକାଲି ମାମଲାର ତଦନ୍ତ ଦାୟିତ୍ୱ ହାଥରସ୍ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର […]
ଧନ୍ବାଦ୍: JMM (Jharkhand Mukti Morcha) ନେତା ଶଙ୍କର ରୱାନି ଓ ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରୁ ମିଳିଛି। ଉଭୟଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ଉଭୟଙ୍କ ମୃତଦେହ ଧନ୍ବାଦ୍ ଜିଲ୍ଲାରେ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ପୋଲିସ୍ ସୂଚନା ଅନୁସାରେ, ଶଙ୍କର ରୱାନି ଓ ତାଙ୍କ ପତ୍ନୀ ଉଭୟଙ୍କ ଶରୀରରେ ଗୁଳି ଓ ଛୁରାମାଡ଼ର ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ରବିବାର […]
ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍ର ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି ଏହି ମେସିନ୍ର ଆବିଷ୍କାର କେବେ ହୋଇଥିଲା? ଏଟିଏମ୍ ଅର୍ଥାତ୍ ଅଟୋମେଟେଡ୍ ଟେଲର୍ ମେସିନ୍ ବ୍ୟାକିଂ ଜଗତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲା। ସର୍ବ ପ୍ରଥମେ ଲଣ୍ଡନରେ ଏଟିଏମ୍ର ବ୍ୟବହାର ହୋଇଥିଲା। ଯଦିଓ ଏଇଟା ମଧ୍ୟ ଶୁଣିବାକୁ ମିଳେ ଯେ, ଆଧୁନିକ ଏଟିଏମ୍ର ବ୍ୟବହାର ସର୍ବପ୍ରଥମେ ୧୯୬୯ରେ ଆମେରିକାରେ ହୋଇଥିଲା। କିନ୍ତୁ ୧୯୬୭ରେ ଲଣ୍ଡନର ବାରକ୍ଲେଜ୍ ବ୍ୟାଙ୍କର ଏକ ଶାଖାରେ ଏଟିଏମ୍ ଲଗାସରିଥିଲା। […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଷ୍କାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ସଦସ୍ୟ ଶାହବାଜ ଅହମ୍ମଦଙ୍କ ସହ ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ସେଠାରେ ସେ ଶାହବାଜଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ଶାହବାଜ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ ଲେଖିଛନ୍ତି, […]
ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ। ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ଏ ବୋବ୍ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବିଚାରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ। ଜଗନ […]