ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚଳିତ ବର୍ଷ ୟୁଏଇରେ ଆୟୋଜିତ ହେବ। କିନ୍ତୁ ସେହି ଦେଶରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ୟୁଏଇର ଦୁଇଜଣ ଖେଳାଳି ଆଇସିସି ଆଣ୍ଟି-କରପସନ୍ ଆକ୍ଟ ଉଲ୍ଲଙ୍ଘନ କରି ସସପେଣ୍ଡ ହୋଇଛନ୍ତି। ଆଇସିସି ୟୁଏଇ ଟିମର ପେସ୍ ବୋଲର ଆମୀର ହୟାତ୍ ଓ ବ୍ୟାଟ୍ସମ୍ୟାନ୍ ଅଶଫାକ୍ ଅହମ୍ମଦଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଦୁଇ କ୍ରିକେଟରଙ୍କୁ ଜବାବ ଦେବା ପାଇଁ ୨ ସପ୍ତାହ ସମୟ ଦିଆଯାଇଛି। […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ରର ଶିବସେନା ସରକାର ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଏହାକୁ ଆଖି ଆଗରେ ରଖି କଙ୍ଗନା ରବିବାର ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ତାଙ୍କ ରାଜଭବନରେ ଭେଟି ନିଜର ସମସ୍ୟା ସଂପର୍କରେ ଜଣାଇଛନ୍ତି କଙ୍ଗନା। #WATCH I met Governor Koshyari & told him about unjust treatment I've received. I hope justice will be given to me […]
ରାଉରକେଲା: ରାଉରକେଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଗଠନ ଓ କ୍ରୀଡ଼ା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ‘ଫିଟ ଇଣ୍ଡିଆ ଫ୍ରୀଡମ’ ରନ୍ର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସେକ୍ଟର-୧୪ ସ୍ଥିତ ରିଙ୍ଗ ରୋଡ଼ ଛକରୁ ସେକ୍ଟର ୧୩ ସ୍ପେଶ ଛକ ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଦୌଡ଼ ହୋଇଥିଲା, ଯେଉଁଥିରେ ରାଉରକେଲାର ଅନେକ ଜାତୀୟ ଓ ରାଜ୍ୟ ସ୍ତରର କ୍ରୀଡ଼ାବିତ ଦୌଡ଼ିଥିଲେ। ଏଥିରେ ଅନ୍ତର୍ଜାତୀୟ କବାଡି ରେଫରୀ ଅରବିନ୍ଦ ପାତ୍ର, ବରିଷ୍ଠ ହକି କୋଚ୍ ଅମୂଲ୍ୟ […]
ମୁମ୍ବାଇ: ମହାରାଷ୍ଟ୍ରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି। ମୋ ନିରବତାକୁ ଦୁର୍ବଳତା ବୋଲି ଭାବିବା ଉଚିତ୍ ନୁହେଁ। ଅଭିନେତ୍ରୀ କଙ୍ଗନା ଓ ଶିବସେନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରଥମ ଥର ପାଇଁ ମିଡିଆ ଆଗରେ ଏଭଳି ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ କହିଛନ୍ତି ଏବେ ତାଙ୍କ ଫୋକସ୍ କରୋନା ଉପରେ ରହିଛି। ତେବେ ତାଙ୍କ ଆଗକୁ ଆସୁଥିବା ସବୁ ସବୁ ରାଜନୈତିକ ଝଡ଼କୁ ବି ସେ ସାମ୍ନା କରିବେ ବୋଲି କହିଛନ୍ତି […]
ସୁରତ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ମହାରାଷ୍ଟ୍ର ସରକାର ବିରୋଧରେ ଚାଲିଥିବା ଲଢ଼େଇକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କଙ୍ଗନାଙ୍କୁ ନେଇ ମୁମ୍ବାଇରେ ରାଜନୀତି ସରଗରମ ହୋଇଥିବା ବେଳେ ଏବେ ତାଙ୍କୁ ସମର୍ଥନ ଜଣାଇ ତିଆରି କରାଯାଇଛି ସ୍ୱତନ୍ତ୍ର ଶାଢ଼ି। ସୁରତର ଏକ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସମର୍ଥନ ଜଣାଇ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ପୋଷ୍ଟର ଶାଢ଼ିରେ ଆଙ୍କିଛନ୍ତି। ଶାଢ଼ିର ପଣତ କାନିରେ ଝାନ୍ସୀ ରାଣୀଙ୍କ ବିରଙ୍ଗନା ଅବତାରକୁ ବେଶ ନିଖୁଣତାର ସହ ବର୍ଣ୍ଣନା କରାଯାଇଛି। ଯୁଦ୍ଧକଳା, […]
ନୂଆଦିଲ୍ଲୀ: ୨୦୨୧ ମସିହା ଆରମ୍ଭ ବେଳକୁ କୋଭିଡ୍-୧୯ ଭ୍ୟାକ୍ସିନ୍ ଉପଲ୍ଲବ୍ଧ ହୋଇପାରେ। ଏ ନେଇ ଆଶା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି। ତେବେ ଏହି ଭ୍ୟାକ୍ସିନ୍ କେବେ ଲଞ୍ଚ ହେବ ସେନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୨୦୨୧ ପ୍ରଥମ ୩ ମାସ ଭିତରେ ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଯାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଯେଉଁମାନଙ୍କର ଏହାର ଅଧିକ ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଏହି ଭ୍ୟାକ୍ସିନ୍ ଉପଲ୍ଲବ୍ଧ ହେବ ବୋଲି […]
ମୁମ୍ବଇ: ମହାରାଷ୍ଟ୍ର ସରକାର ଏବଂ ଶିବସେନା ସହ ବଲିଉଡ ତାରକା କଙ୍ଗନା ରଣା:ତଙ୍କର ବିବାଦ ଚାଲିଥିବାବେଳେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ବର୍ଷିଛନ୍ତି । ବିଜେପି କଙ୍ଗନାଙ୍କୁ ସମର୍ଥନ କରୁଥିବା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି । ସଞ୍ଜୟଙ୍କ ଏପରି ଅଭିଯୋଗକୁ ନେଇ କଙ୍ଗନା ତେର୍ଛା ବାଣ ଛାଡ଼ିଛନ୍ତି । କଙ୍ଗନା କହିଛନ୍ତି, ‘ ଦୁଭାର୍ଗ୍ୟ ଯେ, ଡ୍ରଗ୍ସ ଏବଂ ମାଫିଆ ରାକେଟର ଭଣ୍ଡାଫୋଡ କରୁଥିବା ମହିଳାଙ୍କୁ ବିଜେପି ସମର୍ଥନ କରୁଛି । ଏହା […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବଂ ମହାରାଷ୍ଟ୍ର ସରକାର ଭିତରେ ଚାଲିଥିବା ବାକ୍ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମ୍ସି ଅବୈଧ ବୋଲି କହି ତାଙ୍କ ଅଫିସକୁ ଭାଙ୍ଗି ଦେଇଥିଲା। ଏବେ ଗ୍ରେଟର ମୁମ୍ବାଇ ମହାନଗରପାଳିକା କଙ୍ଗନାଙ୍କ ଘର ଉପରେ ତେଢା ନଜର ପକାଇଛନ୍ତି। ତାଙ୍କ ବାସଗୃହ ଉପରେ ବିଏମ୍ସି ଆଣିଛି ଅନେକ ଅଭିଯୋଗ। ବିଏମ୍ସିର କହିବା ଅନୁଯାୟୀ, କଙ୍ଗନାଙ୍କ ଘର ନିର୍ମାଣ କାର୍ଯ୍ୟ ଆଇନ ସମ୍ମତ ନୁହେଁ। ଏହାର […]
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। କୋଭିଡ୍ ପାଇଁ ସଂସଦର ଉଭୟ ଗୃହରେ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ଦୂରତା ସହ ସଦସ୍ୟଙ୍କ ବସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପେପର୍ ବଦଳରେ ଗୃହ କାର୍ଯ୍ୟକୁ ଡିଜିଟାଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ଅଧିବେଶନରେ ଭାରତ-ଚୀନ୍ ସୀମା ବିବାଦ ଓ ଅର୍ଥନୀତି ଦୂରାବସ୍ଥା ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଏହାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ। ଏହାସହ ନୂଆ […]
ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଜି ପାଖାପାଖି ଦିନ ୧୦ଟାରେ ସୁନା ଦର Multi Commodity Exchange(MCX)ରେ ୧୨୨ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୪୪୧ଟଙ୍କାରେ କାରବାର ଚାଲିଥିଲା। ରୂପା ଦର MCXରେ ୨୨୫ଟଙ୍କା ବୃଦ୍ଧି ସହ ପ୍ରତି କି.ଗ୍ରା.କୁ ୬୮,୧୫୩ଟଙ୍କାରେ କାରବାର ଚାଲିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି […]
ନୂଆଦିଲ୍ଲୀ: ଦେଶରେ ଦିନକରେ ୯୨ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଚିନ୍ତାର ବିଷୟ ସୋଇଛି। ଦିନକରେ ୯୨ ହଜାର ୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧ ହଜାର ୧୩୬ ଜଣଙ୍କର ମୃତ୍ଯୁ ଘଟିଛି। ଏଥିସହ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯,୭୨୨କୁ ବୃଦ୍ଧି ପାଇଛିି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷ ୪୬ ହଜାର ୪୨୮ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି […]
ନୂଆଦିଲ୍ଲୀ: କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ। ତେବେ ଆରମ୍ଭରୁ ଗୃହକୁ ଏକ ଘଣ୍ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା। ମୁଲତବି ପରେ ପୁଣି ଆରମ୍ଭ ହୋଇଛି ଗୃହ। କରୋନା ପାଇଁ ଚଳିତ ଅଧିବେଶନରେ ପ୍ରଶ୍ନ କାଳ ବାତିଲ ହୋଇଥିବା ବେଳେ ଗୃହ ଆରମ୍ଭରୁ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ କେ. ସୁରେଶ ପୂର୍ବ ଲଦାଖ ସ୍ଥିତିକୁ ନେଇ ମୁଲତବି ପ୍ରସ୍ତାବ ନୋଟିସ ଆଣିଥିଲେ । ସେହିପରି ନିିଟକୁୁ ନେଇ […]
ନୂଆଦିଲ୍ଲୀ: ଭାରତ ଉପରେ ନଜର ରଖିଛି ଚୀନ ! ଦେଶର ୧୦ ହଜାର ଗୁୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଚୀନ ସରକାରଙ୍କ ଅଧିନରେ ଥିବା ଆଇଟି କମ୍ପାନୀ ଜେନ୍ ୱାଙ୍ଗ ଭାରତର ପ୍ରମୁଖ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଟିକ୍ନିକ୍ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଡିଫେନ୍ସ ଷ୍ଟାଫ୍ର ମୁଖ୍ୟ ବିପୀନ ରାୱତ୍ଙ୍କ ସମେତ ଦେଶର ୧୫ […]
ଗୟା: ମରୁଭୂମିକୁ ଚାଷୋପଯୋଗୀ କରିବା, ପାହାଡ଼ କାଟି ରାସ୍ତା ତିଆରି କରିବା ପରି ଘଟଣା ଆମେ ଶୁଣିଛୁ। ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲା କୋଠିଲଓ୍ୱା ଗାଁରେ। ନିଜ ଜମିକୁ ପାଣି ମଡ଼ାଇବା ଲାଗି ସରକାରଙ୍କ ପାଖରେ ଗୁହାରି କରି ବିଫଳ ହେବାପରେ ଜଣେ ଚାଷୀ ୩ କିଲୋମିଟର ଲମ୍ବର କେନାଲ ଖୋଳିଛନ୍ତି। ଏହି କେନାଲ ଦ୍ଵାରା ସେ ଖାଲି ନିଜ ଜମିକୁ ପାଣି ନେଉନାହାନ୍ତି ବରଂ ସାରା ଗାଁର ଚାଷୀ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଏହି ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ Narcotics Control Bureau (NCB) ଏବେ ଏହାର ଯାଞ୍ଚ କରୁଛି। Aaj Takର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ଫାର୍ମହାଉସ୍କୁ ନେଇ NCB ହାତରେ କିଛି ନୂଆ ତଥ୍ୟ ଲାଗିଛି। ନିଶା ସେବନ ପାଇଁ ବ୍ୟବହୃତ ଜିନିଷ ଓ କିଛି ଔଷଧ ସୁଶାନ୍ତଙ୍କ ଫାର୍ମହାଉସ୍ରୁ ମିଳିଥିବା ସୂଚନା ମିଳିଛି। […]
ନୂଆଦିଲ୍ଲୀ: ସଂସଦରେ ଉଠିଛି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ। ପାକିସ୍ତାନ ଓ ଚୀନରୁ ଡ୍ରଗ୍ସ ଭାରତକୁ ସ୍ମଗଲିଂ ହେଉଛି। ଫିଲ୍ମ ଜଗତ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ନେଇ ଶୂନ୍ୟକାଳରେ କହିଛନ୍ତି ବିଜେପି ସାଂସଦ ରବି କିଷାନ। ଡ୍ରଗ୍ସ ଦ୍ୱାରା ଯୁବ ପିଢ଼ୀଙ୍କ ଜୀବନକୁ ନଷ୍ଟ କରିବା ପାଇଁ ଏହି ଷଡ଼ଯନ୍ତ୍ର ହେଉଛି। ନେପାଳ ଦେଇ ଚୀନରୁ ଏବଂ ପଂଜାବ ଦେଇ ପାକିସ୍ତାନରୁ ଡ୍ରଗ୍ସ ଅଣାଯାଉଛି। ଯୁବ ବର୍ଗରେ ରୋଲ୍ ମଡେଲ୍ ଥିବା ବ୍ୟକ୍ତି ବି […]