ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର । ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା । ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଥମ ବଙ୍ଗଳା ପ୍ରତୀକ୍ଷାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ବିଏମସି । ବିଗ ବି’ଙ୍କ ବଙ୍ଗଳା ଥିବା ସନ୍ଥ ଜ୍ଞାନେଶ୍ୱର…
କୋଚି: ସେଲୁନ୍ରେ ଚୁଟି କାଟିବାକୁ ଚାହୁଁଛନ୍ତି ? ତା’ବି ପୁଣି ମାଗଣାରେ। ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ଆମେ ଆପଣଙ୍କୁ ଏମିତି ଏକ ସେଲୁନ୍ ବିଷୟରେ କହିବୁ ଯେଉଁଠି ଆପଣ ମାଗଣାରେ ଚୁଟି କାଟି ପାରିବେ। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। କେରଳ କୋଚିରେ ଏମିତି ଏକ ସେଲୁନ୍ ଅଛି, ଯେଉଁଠି ଲୋକମାନେ ମାଗଣାରେ ଚୁଟି କାଟିଥାନ୍ତି। ସୂଚନା ଅନୁସାରେ, କୋଚିର କାଥ୍ରିକାଡାଭୁରେ ଗୋପୀ ନାମକ ଜଣେ […]
ନୂଆଦିଲ୍ଲୀ: ଭାରତରେ ୪୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୮୩ ହଜାର ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧ ହଜାର ୫୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଛି। ଦେଶରେ ୮୦ ହଜାର ୭୭୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୯ […]
ମୁମ୍ବାଇ: ବଲିଉଡ୍ର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗରେ ରାଜ୍ୟ ସଭାରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। କେବଳ କିଛି ଲୋକଙ୍କ ପାଇଁ ବଲିଉଡ୍କୁ ବଦନାମ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ମୋତେ ଲଜ୍ଜା ଲାଗୁଛି, ଗତକାଲି ସଂସଦରେ ଜଣେ ସାଂସଦ ଯିଏକି ଫିଲ୍ମ ଇଣ୍ଟଷ୍ଟ୍ରିରୁ ଆସିଛନ୍ତି, ସେ ଏହି ଇଣ୍ଡଷ୍ଟ୍ରି ବିରୋଧରେ ମନ୍ତବ୍ୟ ଦେଇଥିଲେ। ହେଲେ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ଜୟା କହିଛନ୍ତି। ଜୟା ବଚ୍ଚନ କହିଛନ୍ତି, କିଛି ଲୋକଙ୍କ ଯୋଗୁ ପୂରା ଇଣ୍ଡଷ୍ଟ୍ରିକୁ […]
ମୁମ୍ବାଇ: ମୁମ୍ବାଇରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା ଏବେ ଜେତିବାରେ ଲାଗିଛି। ଏବେ ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଛନ୍ତି। ଆକ୍ରମଣ ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କୋହଳ ଦଫା ଲଗାଯାଇଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି। ମଦନ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବାରୁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି […]
ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍। ଭାରତରେ ଥିବା ବିଭିନ୍ନ ବିମାନବନ୍ଦରର ଉନ୍ନତିକରଣ ସହ ଘରୋଇକରଣ ପାଇଁ ବିଲରେ ବ୍ୟବସ୍ଥା ରହିଛି। ସେପଟେ ରାଜ୍ୟସଭାରେ ଉଠିଛି ଚୀନ୍ ସରକାରଙ୍କ ଗୁଇନ୍ଦାଗିରି ପ୍ରସଙ୍ଗ। ଦେଶର ୧୦ ହଜାର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷଣ ନଜର ରଖିବା ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ନୋଟିସ ଆଣିଥିଲେ। କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା […]
ମୁମ୍ବାଇ: ବଲିଉଡ୍-ଡ୍ରଗ୍ସ ଲିଙ୍କକୁ ନେଇ ସଂସଦରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚନଙ୍କ ମନ୍ତବ୍ୟ ଉପରେ ଜବାବ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଟ୍ଵିଟ୍ କରି ଜୟାଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା। କଙ୍ଗନା କହିଛନ୍ତି ଯଦି କିଶୋର ବୟସରେ ଆପଣଙ୍କ ଝିଅଙ୍କୁ ଡ୍ରଗ୍ସ ଦିଆଯିବା ସହ ଦୁର୍ବବହାର କରାଯାଇଥାନ୍ତା, ତାହାଲେ ଜୟା ବଚନ ଏଭଳି ମନ୍ତବ୍ୟ ରଖିଥାନ୍ତେ କି? https://twitter.com/KanganaTeam/status/1305742115255668736?s=20 ଯଦି ଅଭିଷେକ ବଚନ ଲଗାତାର ଭାବେ ନିର୍ଯାତନା ଅଭିଯୋଗ ଆଣିବା ସହ ଦିନେ […]
ନୂଆଦିଲ୍ଲୀ: ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ। ଚୀନକୁ ପଛରେ ପକାଇ ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ୍ କାଉନସିଲରେ ଭାରତ ସଦସ୍ୟତା ହାସଲ କରିଛି। ଭୋଟିଂ ବ୍ୟବସ୍ଥାରେ ଚୀନକୁ ପଛରେ ପକାଇ ସଦସ୍ୟତା ପାଇଛି। ଭାରତ ମହିଳା ସଶକ୍ତୀକରଣରେ ଉଲ୍ଲେଖନୀୟ କାର୍ଯ ପାଇଁ ଭାରତ ମନୋନୀତ ହୋଇଛି। ୨୦୨୧ରୁ ୨୦୨୫ ପଯର୍ୟନ୍ତ ୪ ବର୍ଷ ଧରି ସଦସ୍ୟ ଭାବେ କାମ କରିବ ଭାରତ। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛିା ଭାରତ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତ ପାଇଁ ଦୁଃଖଦ ଖବର। ଭାରତର ପୂର୍ବତନ କ୍ରିକେଟର୍ ସଦାଶିବ ରାଓଜୀ ପାଟିଲଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭାରତ ପକ୍ଷରୁ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିଥିବା ସଦାଶିବ ପାଟିଲ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋହ୍ଲାପୁର ଜିଲ୍ଲା କ୍ରିକେଟ୍ ସଂଘର ପୂର୍ବତନ ପଦାଧିକାରୀ ରମେଶ କଦମ କହିଛନ୍ତି, ‘କୋହ୍ଲାପୁରର ରୁଇକର କଲୋନୀରେ ନିଜ ବାସଭବନରେ ମଙ୍ଗଳବାର ଭୋରରେ ଶୋଇଥିବା ସଦାଶିବ ପାଟିଲଙ୍କର […]
ନୂଆଦିଲ୍ଲୀ: ନଭେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇପାରେ ଚୀନର କରୋନା ଭ୍ୟାକସିନ୍। ଚାଇନିଜ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନର ଜଣେ ବରିଷ୍ଠ ଅଧିକାରୀ ଚୀନର ସରକାରୀର ଟିଭି ଚ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସୁରୁଖୁରୁରେ ଠିକ୍ ଭାବେ ଚାଲିଛି। ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏହା ପ୍ରସ୍ତୁତ ହୋଇଯିବ। ସେହି ଅଧିକାରୀ ଜଣକ ନିଜେ ବି ଟିକା […]
ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ LACରେ ଚାଲିଥିବା ଉତ୍ତେଜନାକୁ ନେଇ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି। ଚୀନ୍ ସହ ଚାଲିଥିବା ଉତ୍ତେଜନା ମାମଲାରେ ବିରୋଧୀ ଲଗାତର ସରକାରଙ୍କଠାରୁ ଜବାବ ମାଗିଆସୁଛନ୍ତି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜନାଥ ସିଂ। ରାଜନାଥ କହିଛନ୍ତି, ଭାରତ ସୀମାରେ ଶାନ୍ତି ଚାହେଁ। ସୀମା ବିବାଦ କିପରି ସମାଧାନ ହେବ ସେ ନେଇ ଭାରତ ସର୍ବଦା ଚେଷ୍ଟା କରୁଛି। ଭାରତ ଓ ଚୀନ ସୀମାରେ ବିବାଦ ଏବେ […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଇ ଦିନିଆ ମଣିପୁର ଗସ୍ତ କରିଛନ୍ତି। ତାଙ୍କ ସହ ବିଜେପିର ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମୱାଲ ମଧ୍ୟ ମଣିପୁର ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସେଠାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଉଭୟ ପଦାଧିକାରୀ। ଗତକାଲି ବୈଜୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। […]
ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍କୁ ନେଇ ଏବେ ଏକ ଭଲ ଖବର ଆସିଛି। କରୋନା ଭ୍ୟାକ୍ସିନ୍ ବାହାର କରିବାରେ ଭାରତକୁ ଖୁବ୍ଶୀଘ୍ର ସଫଳତା ମିଳିପାରେ। ବର୍ତ୍ତମାନ ଦେଶରେ ୩ଟି କରୋନା ଭ୍ୟାକ୍ସିନ୍ କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜ୍ରେ ଅଛି। ସେଥିମଧ୍ୟରୁ Cadila ଓ Bharat Biotechର ଫେଜ୍-୧ ଟ୍ରାଏଲ୍ ସମ୍ପୂର୍ଣ୍ଣ ହୋଇଛି। ସେହିପରି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଫେଜ୍-୨ B3 ଟ୍ରାଏଲ୍ ସମ୍ପୂର୍ଣ୍ଣ ହୋଇଛି। ଅନୁମତି ମିଳିବା ପରେ ଏହାର ଫେଜ୍-୩ ଟ୍ରାଏଲ୍ ଆରମ୍ଭ ହେବ। ୧୪ଟି ସ୍ଥାନରେ ୧୫୦୦ରୋଗୀଙ୍କ ଉପରେ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାର କରିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨ହଜାର ୦୬୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୯୦ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୯୦ ଜଣଙ୍କ ମୃତ୍ଯୁ ହୋଇଛି। ଦେଶରେ ମୋଟ ଆକ୍ଟିଭ୍ କେସ୍ ୯ଲକ୍ଷ ୯୫,୯୩୩ ରହିଥିବା ବେଳେ ସୁସ୍ଥ ହେଲେଣି ୩୯ଲକ୍ଷ ୪୨ହଜାର ୩୬୦ ଜଣ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା […]