ରାଜସ୍ଥାନ: ରାଜସ୍ଥାନରେ ଗତ କିଛିଦିନ ହେବ କ୍ଷମତା ଲଢ଼େଇ ଜାରି ରହିଛି। ଏହା ମଧ୍ୟରେ ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅଧିବେଶନରେ କଂଗ୍ରେସର ରଣନୀତି କଣ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସଚିନ ପାଇଲଟ୍ ସାମିଲ ହୋଇଛନ୍ତି। ପ୍ରାୟ ଏକମାସ ପରେ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସାମ୍ନାସାମ୍ନି ହୋଇଥିଲେ। ଯେଉଁଥିରେ […]
ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଗାତର ସପ୍ତମ ଦିନରେ ଏନଡିଆରଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଓ ମୁଖ୍ୟମନ୍ତ୍ରୀ ପି. ବିଜୟାନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ଶୁକ୍ରବାର ଇଡୁକି ଜିଲ୍ଲା ରାଜମାଲାରେ […]
ଚେନ୍ନାଇ: ସାଧାରଣତ ଜଣେ ମଣିଷ ବିଫଳତା ପାଇଁ ନିଜ ଭିତରେ ଥିବା ଦୁର୍ବଳତାକୁ ଅଧିକ ଦୋଷ ଦେଇଥାଏ। ଏହି କାରଣରୁ ପ୍ରତିଟି ଛୋଟ ସମସ୍ୟା ତା’କୁ ବଡ଼ ଲାଗିଥାଏ। ଏଥିରେ ନିରାଶ ହୋଇ ଅଧିକାଂଶ ଲୋକେ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। କିନ୍ତୁ ଏସମସ୍ତଙ୍କ ପାଇଁ ଦୃଷ୍ଟିବାଧିତ ପୂର୍ଣ୍ଣା ସୁନ୍ଦରୀ ଆଶାର କିରଣ ସାଜିଛନ୍ତି, ଯିଏ ସେମାନଙ୍କୁ ନିରାଶାର ଛାୟା ତଳୁ ବାହାର କରିବାର ଆଶା ଉଜାଗର କରିଛନ୍ତି। ତାମିଲନାଡୁର ୨୫ ବର୍ଷୀୟା ଛାତ୍ରୀ ପୂର୍ଣ୍ଣାଙ୍କୁ ଆଖିକୁ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବର କରୁନ୍ ନାୟର୍ ଏବେ କରୋନାରୁ ସୁସ୍ଥ ହୋଇଛନ୍ତି। ନିକଟରେ କରୁନ୍ ନିଜର କୋଭିଡ୍-୧୯ ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ପାଇଁ ୟୁଏଇ ଗସ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ନାୟର୍ ପଜିଟିଭ୍ ଚିହ୍ନଟ ହେବା ପରଠାରୁ ଦୁଇରୁ ଅଧିକ […]
ଜୟପୁର: ରାଜସ୍ଥାନ ରାଜନୀତିରେ ଟ୍ୱିଷ୍ଟ। କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି। ଏ ନେଇ ଗତକାଲି ବିଧାୟକ ଦଳର ବୈଠକେରେ ନିଷ୍ପତ୍ତି ନିଯାଇଛି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ରାଜ୍ୟ ବିଜେପି ମୁଖ୍ୟ ସତିଶ ପୁନିଆ ସୂଚନା ଦେଇଛନ୍ତି। ବିଜେପିର ଏହି ଘୋଷଣା ପରେ ଦଳକୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ମଧ୍ୟ ଆସ୍ଥା ଭୋଟ୍ କଥା କହିଛି। ଆଜି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ସଚିନ ପାଇଲଟ ଫେରିବା ପରେ ଚିନ୍ତାଶୂନ୍ୟ […]
ନୂଆଦିଲ୍ଲୀ: ଦେଶର ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟା ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୧କୁ ବୃଦ୍ଧି ପାଇଛି। ବର୍ତ୍ତମା ଦେଶରେ କରୋନା ଆକ୍ଟିଭ୍ କେସ୍- ୬ ଲକ୍ଷ ୬୧ ହଜାର ୫୯୫ ଥିବାବେଳେ ସୁସ୍ଥ ହୋଇଛନ୍ତି ୧୭ […]
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନଓଗାମ ବାଇପାସ୍ ଠାରେ ଏକ ପୁଲିସ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଶୁକ୍ରବାର ଏହି ଆକ୍ରମଣ ହୋଇଛି। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଆକ୍ରମଣ ବିଷୟରେ ଜାମ୍ମୁଓ କାଶ୍ମୀର ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପୁଲିସ ଟ୍ୱିଟ୍ କରି ଲେଖିଛି […]
ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଶାନ୍ତ ସୁପ୍ରିମକୋର୍ଟ ଓ ମୁଖ୍ୟ ବିଚାର ପତିଙ୍କ ବିରୋଧରେ ଟ୍ୱିଟ୍ କରିଥିଲେ। ଏହି ଘଟଣାରେ ସେ କୋର୍ଟ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ମାମଲାରେ କ’ଣ ଦଣ୍ଡବିଧାନ କରାଯିବ ସେ ନେଇ ଅଗଷ୍ଟ ୨୦ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ଟ୍ୱିଟ୍ ଅପ୍ରିୟ ଲାଗିପାରେ, କିନ୍ତୁ ଏହା କୋର୍ଟର ଅବମାନନା […]
କରୋନା ଯୋଗୁ ଏଥର ସ୍ୱାଧିନତା ଦିବସ ୨୦୨୦କୁ ଦେଶବାସୀ ଘରେ ରହି ପାଳନ କରିବେ। ଭାଇରସ ଯୋଗୁ ସ୍ୱାଧନତା ଦିବସର ରଙ୍ଗ ଟିକେ ଫିକା ପଡ଼ିଯିବ। ଲକ୍ଡାଉନ୍ ଯୋଗୁଁ ଲୋକମାନେ ସାମାଜିକ ଦୂରତାକୁ ମାନି ଘରେ ରହିବେ। ଏଭଳି ପରସ୍ଥିତିରେ ଆପଣମାନେ ଘରେ ରହି ପିଲାମାନଙ୍କ ପାଇଁ ତ୍ରିରଙ୍ଗା ହାଲୱା ରେସିପି ପ୍ରସ୍ତୁତ କରନ୍ତୁ। ତା’ ସହିତ ସ୍ୱାଧିନତା ଦିବସକୁ ଘରେ ରହି ମଧ୍ୟ ଉପଭୋଗ କରନ୍ତୁ। ଏହି ରେସପିଟି ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ଓ […]
।। ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ ।। ଭାରତୀୟ ସଂସ୍କୃତିରେ ଦୀପଦାନର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏସବୁ ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଫୋନ୍ କଲ୍ ରେକର୍ଡସ୍କୁ ନେଇ ED ହାତରେ ଅନେକ ତଥ୍ୟ ଲାଗିଥିବା ସୂଚନା ମିଳିଛି। ED ସୂତ୍ରରୁ ଉଦ୍ଧୃତ କରାଯାଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ, ଯେଉଁ ଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ଅର୍ଥାତ୍ ଜୁନ୍ ୧୪ରେ, ସେହିଦିନ ରିୟା ଏକ ଖାସ୍ ନମ୍ବରରେ ଘଣ୍ଟାଏରୁ […]
ବାରାଣାସୀ : କରୋନା ଭାଇରସ ଯୋଗୁ ଏଥର ଜନ୍ମାଷ୍ଟମୀ ଫିକା ପଡ଼ିଯାଇଛି। ମୁଣ୍ଡରେ କରୋନାରୁ ରକ୍ଷା ପାଇବା ପାଇଁ ପଗଡ଼ି, ଶରୀରରେ ପିପିଇ କିଟ୍ ଓ ମୁହଁରେ ମାସ୍କ। ଜନ୍ମାଷ୍ଟମୀରେ ଏଭଳି ଭାବେ ସଜେଇ ହୋଇଥିଲେ ଭଗବାନ କୃଷ୍ଣ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛ ବାରାଣାସୀର ଏକ ମନ୍ଦିରରେ। କରୋନା ସମାଜ ତଥା ଆମର ଦୈନଦିନ ଜୀବନ ଶୈଳୀରେ ମଧ୍ୟ ପ୍ରଭାବ ପକାଇଛି। ସେଥିପାଇଁ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ ପିନ୍ଧାଇବା ପାଇଁ ଛୋଟ ଛୋଟ ମାସ୍କ ,ପିପିଇ […]