• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

china-missing
ସୀମାରେ ନିଖୋଜ ୫ ଭାରତୀୟଙ୍କୁ ଫେରାଇଲା ଚୀନ

ନୂଆଦିଲ୍ଲୀ: ଚୀନ୍‌ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି। ଆଜି ସକାଳେ ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ ଜଣ ଶିକାର କରିବାକୁ ଯାଇଥିବା ବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ। ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ ସେନା ୫ ଭାରତୀୟଙ୍କୁ ଉଠାଇ ନେଇଥିବା ଅଭିଯୋଗ ଆଣିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ […]

କରୋନା ଭ୍ୟାକ୍‌ସିନ୍‌କୁ ନେଇ ଆସିଲା ଭଲ ଖବର: ମାଙ୍କଡ଼ ଶରୀରରେ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ କରୋନା ଭ୍ୟାକ୍‌ସିନ୍‌ ପରୀକ୍ଷଣକୁ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି। କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ପଶୁଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। ଏ ନେଇ ଗତକାଲି କୋଭାକ୍ସିନ୍ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ ପ୍ରାଇମେଟ ବର୍ଗର ପଶୁଙ୍କ ଶରୀରରେ ଏହି କୋଭାକ୍ସିନ୍ ପ୍ରୟୋଗ ଫଳପ୍ରଦ ହୋଇଛି ବୋଲି କମ୍ପାନୀ […]

1212
ପୂର୍ବତନ ନୌସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣା; ୬ ଶିବସେନା କର୍ମୀଙ୍କୁ ଗିରଫ ପରେ ପରେ ମିଳିଲା ଜାମିନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଜଡ଼ିତ ଏକ ଭାଇରାଲ କାର୍ଟୁନକୁ ନେଇ ମୁମ୍ବାଇରେ ଜଣେ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଗତକାଲି ରାତିରେ ୧୦ରୁ ୧୫ ଜଣ ଲୋକ ନିସ୍ତୁକ ମାଡ଼ ମାରି ଗୁରୁତର କରିଦେଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ବ୍ୟକ୍ତିମାନେ ଶିବସେନାର ବୋଲି ଅଭିଯୋଗ ହୋଇଛି । ପୋଲିସ ଗତକାଲି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ସମସ୍ତ ଅଭିଯୁକ୍ତଙ୍କୁ […]

sus-rhea
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଉଭୟଙ୍କୁ ଡ୍ରଗ୍‌ ଦେଉଥିବା ଜଣେ ଡ୍ରଗ୍ ପେଡଲରଙ୍କୁ ଗିରଫ କରା ଯାଇଛି। ଏ ନେଇ ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ନାରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ସକାଳେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବଲିଉଡ୍‌‌ରେ ଚାଲିଥିବା ଡ୍ରଗ୍‌ […]

vac
ଖୁସିଖବର, ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଭ୍ୟାକସିନର ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି। ଏହା ପୂର୍ବରୁ ଆଷ୍ଟ୍ରାଜେନେକା ପିଏଲସି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଭ୍ୟାକସିନର ଟ୍ରାଏଲ ଚାଲିଥିବା ବ୍ରିଟେନର ଜଣେ ଭଲ୍ୟୁଣ୍ଟିୟରଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଯେଉଁ କାରଣରୁ ସେପ୍ଟେମ୍ବର ୬ ତାରିଖରେ ଟ୍ରାଏଲକୁ ରୋକି ଦିଆଯାଇଥିଲା। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରିଟେନର ସବୁ ପରୀକ୍ଷଣ […]

amit shah 1
ପୁଣି ଥରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅମିତ ଶାହ

ନୂଆଦିଲ୍ଲୀ: ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବାର ୨ ସପ୍ତାହ ପରେ ପୁଣି ଥରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣିଥରେ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ଅମିତ ଶାହ ହସ୍ପିଟାଲ୍‌ରେ ଭର୍ତ୍ତି ହେବାନେଇ ଏପର୍ଯ୍ୟନ୍ତ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତି ୧୧ଟାରେ ଅମିତ […]

treatment
କରୋନା ମୁକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋଟୋକଲ୍ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ପରିଚାଳନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ୍ ଜାରି ହୋଇଛି। ଏହି ନୂଆ ପ୍ରୋଟୋକଲ୍‌ରେ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି କିପରି ରହିବେ, କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ସେସମ୍ପର୍କରେ ଉଲ୍ଲେଖ କରାଯିବା ସହ ଏହାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।  ଜାଣନ୍ତୁ ପ୍ରୋଟୋକଲ୍‌ରେ କ’ଣ କ’ଣ ସବୁ ରହିଛି… ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଆଦି କରିବାକୁ କୁହାଯାଇଛି। ସବୁବେଳେ ମାସ୍କ, […]

corona updates in odisha
୪୭ ଲକ୍ଷ ଟପିଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୯୪ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୧୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮,୫୮୬ରେ ପହଞ୍ଚିଛି। ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୫୪,୩୫୬କୁ ଛୁଇଁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୫୪,୩୫୬ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍‌ କେସ୍‌-୯,୭୩,୧୭୫ ଥିବାବେଳେ ୩୭,୦୨,୫୯୫ଜଣ ସୁସ୍ଥ ହୋଇଛନ୍ତି। ୭୮,୫୮୬ଜଣଙ୍କ ମୃତ୍ୟୁ ଘଟିଛି।

rhea
ନା ଅଛି ବେଡ୍‌ ନା ତକିଆ...ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ମୁମ୍ବାଇ: ନା ଅଛି ଆଲିସାନ୍ ଗଦି…ନା ଏସି…ଏପରିକି ମନ ପସନ୍ଦର ଟିଭି ଚ୍ୟାନେଲ୍ ଦେଖିବାର ସୁବିଧା ମଧ୍ୟ ନାହିଁ। ମୁମ୍ବାଇ Byculla ଜେଲ୍‌ରେ ଏବେ ଏମିତି କଟୁଛି ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଦିନ। ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ସେପ୍ଟେମ୍ବର ୨୨ ଯାଏ ଜେଲ୍‌ରେ ରହିବେ। ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଥିବା ରିୟାଙ୍କୁ Byculla ଜେଲ୍‌ର ସର୍କଲ ନମ୍ବର ୧ର […]

raghu
ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହଙ୍କର ଆଜି ପରଲୋକ ହୋଇଯାଇଛି। ଦିଲ୍ଲୀ ଏମ୍ସରେ ୭୪ ବର୍ଷ ବୟସରେ ତାଙ୍କର ନିିିଧନ ହୋଇଛି। ବିହାର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ରଘୁବଂଶ ପ୍ରସାଦ ସିଂହ ମନମୋହନ ସିଂ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ସେ ଅତି ଘନିଷ୍ଠ ଥିଲେ। ନିକଟରେ ସେ RJDରୁ ଇସ୍ତଫା ଦେଇଥିଲେ। କିଛି ଦିନ ତଳେ […]

parilament
୫ ସାଂସଦ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ତେବେ ଏହା ପୂର୍ବରୁ ରବିବାର ପାଞ୍ଚଜଣ ଲୋକସଭା ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂସଦ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଆଉ କିଛି ସାଂସଦଙ୍କ ରିପୋର୍ଟ ଆସିବା ବାକି ରହିଛି। କରୋନା ଭାଇରସର ପ୍ରଭାବ ଚଳିତବର୍ଷର ମୌସୁମୀ ଅଧିବେଶନ ଉପରେ ପଡ଼ିଛି। ସେପ୍ଟେମ୍ବର ୧୪ ଅର୍ଥାତ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ମୌସୁମୀ […]

sreesanth
ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

ନୂଆଦିଲ୍ଲୀ: ଭାରତୀୟ ପେସ୍ ବୋଲର ଏସ୍ ଶ୍ରୀସନ୍ଥଙ୍କ ଉପରେ ସ୍ପଟ୍ ଫିକ୍ସିଂ ପାଇଁ ଲାଗିଥିବା ୭ ବର୍ଷର ବାସନ୍ଦାଦେଶ ରବିବାର ଶେଷ ହୋଇଛି। ଏହି ପେସ୍ ବୋଲରଙ୍କୁ ଆରମ୍ଭରୁ ହିଁ ଆଜୀବନ ବାସନ୍ଦ କରାଯାଇଥିଲା। କିନ୍ତୁ ସେ ଏହା ବିରୋଧରେ ଆଇନର ସହାୟତା ନେଇଥିଲେ। ୩୭ ବର୍ଷୀୟ ଶ୍ରୀସନ୍ଥ ପୂର୍ବରୁ ହିଁ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଶେଷ ହେବା ପରେ ସେ ଅତିକମରେ ଘରୋଇ କ୍ରିକେଟ୍ ଖେଳିବା ଆରମ୍ଭ କରିବେ। ଏପରିକି […]