Advertisment

Instagram Reels Stunt: ରିଲ୍ସ ନିଶା; ଗ୍ୟାସ୍ ସିଲିଣ୍ଡର ଖୋଲି କଲେ ଏମିତି କାଣ୍ଡ

ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ସ୍ଥିତ ଦି ଲିଗାସି ବିଲ୍ଡିଂ। ଏଠାରେ ରୁହନ୍ତି ଅନିଲ ଜାଟ ଓ ତାଙ୍କ ଭାଉଜ ରଞ୍ଜନା ଜାଟ୍‌। ଦୁହେଁ ରିଲ୍ସ ପ୍ରେମୀ। ସବୁ ଦିନ ଭଳି ମାର୍ଚ୍ଚ ୭ ତାରିଖରେ ଏମାନଙ୍କୁ ଘାରିଥିଲା ରିଲ୍ସ ନିଶା। ରିଲ୍ସରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଭାବିଥିଲେ ଏମାନେ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Reels

Reels

ଚାରିଆଡେ ଧୂଆଁ। ଆଉ ତା’ପରେ ବିସ୍ଫୋରଣରେ ଦୋହଲିଲା ବିଲ୍ଡିଂ। ଭୁଷୁଡ଼ିଲା କାନ୍ଥ, ଭାଙ୍ଗିଲା ଲିଫ୍ଟ। ଏ କୌଣସି ଭୂମିକମ୍ପର ଦୃଶ୍ୟ ନୁହେଁ। ଏ ହେଉଛି ରିଲ୍ସ ବନାଇବାର ପରିଣତି। ପୂରା କୋଠାକୁ ଛାରଖାର କରିଦେଇଛି ରିଲ୍ସ ବନାଇବାର ନିଶା। ମହଙ୍ଗା ପଡିଛି ଧୂଆଁ ଇଫେକ୍ଟ। ଫାଟିଛି ଗ୍ୟାସ୍‌ ସିଲିଣ୍ଡର। ଆଉ ଥରି ଉଠିଛି ପୂରା ୭ ମହଲା ବିଲ୍ଡିଂ। ରିଲ୍ସ ଭିଡିଓ କରିବାକୁ ଯାଇ ପୂରା ବିଲ୍ଡିଂକୁ ଦୋହଲାଇ ଦେଇଛନ୍ତି ଦିଅର-ଭାଉଜ।

Advertisment

ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ସ୍ଥିତ ଦି ଲିଗାସି ବିଲ୍ଡିଂ। ଏଠାରେ ରୁହନ୍ତି ଅନିଲ ଜାଟ ଓ ତାଙ୍କ ଭାଉଜ ରଞ୍ଜନା ଜାଟ୍‌। ଦୁହେଁ ରିଲ୍ସ ପ୍ରେମୀ। ସବୁ ଦିନ ଭଳି ମାର୍ଚ୍ଚ ୭ ତାରିଖରେ ଏମାନଙ୍କୁ ଘାରିଥିଲା ରିଲ୍ସ ନିଶା। ରିଲ୍ସରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଭାବିଥିଲେ ଏମାନେ। ଏଥିପାଇଁ ଖୋଲିଦେଇଥିଲେ ଏଲପିଜି ସିଲିଣ୍ଡର। ଚାରିଆଡ ଗ୍ୟାସ ଭରିବା ପରେ ହାଲୋଜେନ ଲାଇଟ ଅନ କରିଦେଇଥିଲେ। ଲାଇଟ ଜଳିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ।

ଅଧିକ ପଢ଼ନ୍ତୁ: ମୋବାଇଲରେ ରିଲ୍ସ କରିବା ହେଲା କାଳ, ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ଖସିପଡିଲେ ଯୁବତୀ

Advertisment

ଏଥିରେ ଥରି ଉଠିଥିଲା ୭ ମହଲା ବିଲ୍ଡିଂ। ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ। ଭୟରେ ଏଣେତେଣେ ଦୌଡିଥିଲେ ଲୋକେ। ଆଉ ସେପଟେ ଜଳି ଯାଇଥିଲେ ଦିଅର-ଭାଉଜ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରିଛି। ଏହି ମାମଲାରେ, ରଞ୍ଜନା ଏବଂ ଅନିଲ ଉଭୟଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଥିବା ଗ୍ୱାଲିୟର ଏସ୍‌ପି କହିଛନ୍ତି।

ପିଲାଠୁ ଆରମ୍ଭ କରି ବୁଢ଼ା, ଆଜିକାଲି ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ଯିଏ ଯେତିକି ଚାହିଁଲା ଭାଇରାଲ ହେବାକୁ ଚାହୁଁଛି। ଏପରିକି ଲାଇକ୍ସ ଓ ଭ୍ୟୁ ବଢ଼ାଇବା ପାଇଁ ଟପି ଯାଉଛନ୍ତି ସବୁ ସୀମା। ବେଳେ ବେଳେ ଏହି ରିଲ୍ସ ନିଶା ଏମାନଙ୍କୁ ମହଙ୍ଗା ପଡୁଛି। ଅକାଳରେ ଚାଲି ଯାଉଛି ଅନେକ ଜୀବନ। ତଥାପୁ ଚେତୁନାହାନ୍ତି ଏମାନେ।

ଅଧିକ ପଢ଼ନ୍ତୁ: ବେଡ୍‌ରେ ପଡ଼ିଥିଲେ ରୋଗୀ; ରିଲ୍ସ ଦେଖୁଥିଲେ ଡାକ୍ତର, ତା’ପରେ...

Madhya Pradesh Viral Video Reels Video
Advertisment
Advertisment