ଜୟପୁର: ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ଛକାପଞ୍ଛା ଲାଗି ରହିଛି। ଏପରି ପରିସ୍ଥିତିରେ ଏଆଇସିସି ପକ୍ଷରୁ ଦୁଇ କଂଗ୍ରେସ ବିଧାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଏହି ବିଧାୟକ ହେଲେ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ସହ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ବିଧାୟକଙ୍କୁ ଏଆଇସିସି ପକ୍ଷରୁ ନୋଟିସ ଜାରି କରାଯାଇଛି […]