Advertisment

Delhi Elections Results: ରାତି ପାହିଲେ ହେବ ହିସାବ ନିକାସ, କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ?

ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି କି ବିଜେପିର ଦିଲ୍ଲୀ ଦଖଲ ସ୍ବପ୍ନ ? ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଥମ୍ସ ଅପ୍ ଦେଇଛନ୍ତି । ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି ।

author-image
Deviprasad Jena
Delhi Election Result

Delhi Election Results 2025

ରାତି ପାହିଲେ ଆରମ୍ଭ ହେବ ଦିଲ୍ଲୀ ଦଖଲ ପାଇଁ ହିସାବ ନିକାସ । ସକାଳ ୮ଟାରୁ ଚାଲିବ ଭୋଟ୍ ଗଣତି । ତେବେ ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? ତାକୁ ନେଇ ଜାତୀୟ ରାଜଧାନୀ ଉପରେ ସାରା ଦେଶବାସୀଙ୍କ ନଜର । ଏପଟେ ଅଧିକାଂଶ ଏକଜିଟ୍ ପୋଲ ବିଜେପି ସପକ୍ଷରେ ମତ ଦେଇଥିବାରୁ ବିଜେପି ଐତିହାସିକ ବିଜୟ ନେଇ ଆଶା ବାନ୍ଧିଛି । ବିଶେଷକରି ୨୦୨୫ ନିର୍ବାଚନରେ ମୋଦି ଏବଂ ଟିମ୍ ବିଜେପିର ଶକ୍ତ ରଣନୀତି ବିଜେପି ପାଇଁ ଆଶୀର୍ବାଦ ହେବ ବୋଲି ଚର୍ଚ୍ଚା ହେଉଛି । ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ କାମ କରିବ କି ମୋଦି ମ୍ୟାଜିକ୍ ?

Advertisment

ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି କି ବିଜେପିର ଦିଲ୍ଲୀ ଦଖଲ ସ୍ବପ୍ନ ? ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଦେଇଛନ୍ତି ଥମ୍ସ ଅପ୍ । ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି । ଦଳ ପ୍ରାୟ ଅଢେଇ ଦଶନ୍ଧି ପରେ ସିଂହାସନ ହାସଲ ଲାଗି ଆଶା ରଖିଥିବା ବେଳେ ସେପଟେ କେଜରିୱାଲଙ୍କ ଝାଡୁ ଏକପ୍ରଚାର ନିଶ୍ଚିହ୍ନ ହେବା ଆଶଙ୍କାରେ ।

ଅଧିକାଂଶ ଏକଜିଟ୍ ପୋଲର ଆକଳନ ଯଦି ସତ ହୁଏ । ତେବେ ଦିଲ୍ଲୀରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିବ ବିଜେପି । ଆଉ ସେପଟେ ହାଟ୍ରିକ୍ ଆଶାରେ ଥିବା ଆପକୁ ମିଳିପାରେ ବିରୋଧୀ ସିଟ୍ । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ସକାଳ ୮ଟାରୁ ୨୧ଟି ଗଣତି କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ଭୋଟ୍ ଗଣତି ।

Advertisment

ସମସ୍ତ ୭୦ଟି ଆସନର ଫଳାଫଳ ସଂଧ୍ୟା ୬ଟା ସୁଦ୍ଧା ପ୍ରକାଶ ପାଇବା ନେଇ ଆଶା କରାଯାଉଛି । ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି । ଏକଦା ସ୍ବଚ୍ଛ ଆଉ ଦୁର୍ନୀତିମୁକ୍ତ ଶାସନର ପ୍ରତିଶ୍ରୁତି ଦେଇ ଦିଲ୍ଲୀବାସୀଙ୍କ ହୃଦୟ ଜିତି କଂଗ୍ରେସର ଅଭେଦ୍ୟ ଗଡ଼କୁ ଚୁରମାର କରି ଦିଲ୍ଲୀ ଦଖଲ କରିଥିଲା ଆମ୍ ଆଦମୀ ପାର୍ଟି । ହେଲେ ଏକଜିଟ୍ ପୋଲ ଅନୁସାରେ ଏଥର ଆପର ହୃତପିଣ୍ଡ କୁହାଯାଉଥିବା ଦିଲ୍ଲୀକୁ ଦଳଠୁ ଛଡାଇ ନେବାକୁ ଯାଉଛି ବିଜେପି ।

କୁହାଯାଉଛି ଏଥର ବିଜେପି ନିର୍ବାଚନରେ ଆପ୍ ଗଡ଼ରେ ଆପକୁ ଚିତପଟାଙ୍ଗ ଦେବାକୁ କୌଣସି ଗୋଟିଏ ବି ରଣନୀତିକୁ ହାତଛଡ଼ା କରିନଥିଲା । ଯେଉଁ ସ୍ବଚ୍ଛ ଓ ଦୁର୍ନୀତି ବିରୋଧୀ ନାରାକୁ ଆପ୍ ପ୍ରସଙ୍ଗ କରିଥିଲା, ସେଇ ଦୁର୍ନୀତି ମାମଲାରେ ହିଁ ଫସିଯାଇଥିଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟନ୍ତ୍ରୀଙ୍କ ସହ ଦଳର ଅନ୍ୟ ଛାମୁଆ ନେତା । ନିର୍ବାଚନରେ ଜାରି ସଂକଳ୍ପ ପତ୍ରରେ ମହିଳାଙ୍କ ପାଇଁ ଲୋଭନୀୟ ସ୍କିମ, ସବୁ ବର୍ଗ ପାଇଁ ଯୋଜନା ଏବଂ ସର୍ବୋପରି ଏଥର ବଜେଟରେ ମଧ୍ୟବିତ୍ତଙ୍କୁ ବଡ଼ ରିହାତି ଦେଇ ଟ୍ୟାକ୍ସ ସ୍ଲାବକୁ ୧୨ ଲକ୍ଷ ଟଙ୍କାକୁ ବଢାଇ ଦେବା ମଧ୍ୟ ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଆଶୀର୍ବାଦ ହୋଇଥିବା କୁହାଯାଉଛି ।

ଅଧିକ ପଢନ୍ତୁ: ବଦଳୁଛି ଢାଞ୍ଚା; ଅମଲାତାନ୍ତ୍ରିକ କବ୍‌ଜାରୁ ମୁକୁଳୁଛି ବନ୍ଧା ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥା

ସେପଟେ ନିର୍ବାଚନର ମାତ୍ର ୪ ଦିନ ଆଗରୁ ଶାସକ ଦଳରୁ ଇସ୍ତଫା ଦେଇଥିବା ୮ ବିଧାୟକଙ୍କୁ ବିଜେପି ନିଜ ଦଳରେ ମିଶାଇଦେବା ଆପ୍ ପାଇଁ ଖୁବ ମହଙ୍ଗା ପଡ଼ିବା ସହ ଅଙ୍କ ବଦଳିଥିବା ଚର୍ଚ୍ଚା ହେଉଛି । ସେପଟେ କିନ୍ତୁ ଆପ୍ ଏଥର ବି କ୍ଷମତାକୁ ଫେରିବା ସହ ଦଳ ହ୍ୟାଟ୍ରିକ୍ ମାରିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଦଳୀୟ ନେତା । ତେବେ ୨୭ ବର୍ଷ ପରେ ଦିଲ୍ଲୀରେ ପଦ୍ମ ଫୁଟିବା ସହ ବିଜେପିର ଡବଲ ଇଞ୍ଜିନ ସରକାର ଗଡ଼ିବ, ନା ତୃତୀୟ ଥର କ୍ଷମତା ଦଖଲ ସହ ଝାଡୁ କମାଲ କରିବ, ତା ଉପରେ ସାରା ଦେଶବାସୀଙ୍କ ନଜର ।

ଅଧିକ ପଢନ୍ତୁ: ଅଧିକାରୀଙ୍କୁ ଚେତାବନୀ; ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କର, ନ ହେଲେ କାର୍ଯ୍ୟାନୁଷ୍ଠାନ

BJP Congress Aam Aadmi Party Delhi Assembly Poll Results
Advertisment
Advertisment