• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

gold
ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। ଆଜି ପୁଣିଥରେ ସୁନା ଦରରେ ବୃଦ୍ଧି ଘଟିଛି। India Bullion and Jewellers Association Ltd.ର ସୂଚନା (IBJA) ଅନୁସାରେ, ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୫ଟଙ୍କା ବୃଦ୍ଧି ପାଇ ୪୬,୯୯୪ଟଙ୍କାରେ ପହଞ୍ଚିଛି। ଯଦିଓ ଦେଶରେ କରୋନା ଲକ୍‌ଡାଉନ୍‌ ଜାରି ରହିଛି ତେବେ ଲକ୍‌ଡାଉନ୍‌ କଟକଣାକୁ ମାନି ଅନେକ ବିବାହ କାର୍ଯ୍ୟକ୍ରମ ହେଉଛି। ଏହି ସମୟରେ ୧୮ କ୍ୟାରେଟ୍‌ ସୁନାଠୁ ଆରମ୍ଭ କରି ୨୪ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା […]

china-3
ଅଦୃଶ୍ୟ ହୋଇ ଚୀନ ସହ ଲଢିବେ ଭାରତୀୟ ସେନା !

ନୂଆଦିଲ୍ଲୀ:ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ପ୍ରାୟ ୮ ମାସ ହେଲା ମୁହାଁମୁହିଁ ହୋଇ ଅଛନ୍ତି ଭାରତ-ଚୀନ ସେନା। ଚୀନ ଭାରତ ସୀମାରେ ତା’ର କାୟା ବିସ୍ତାର କରବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଭାରତୀୟ ସେନା ସେମାନଙ୍କ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଉ ନାହାନ୍ତି। ଏବେ ଚୀନ ନିଜ ସେନାକୁ ଶକ୍ତିଶାଳୀ କରିବା ପାଇଁ ଟେକ୍‌ନିକ୍‌କୁ ଆପଣେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି। ଭାରତ […]

murder
ଲୁହାରଡ୍‌ରେ ସାଙ୍ଗକୁ ପିଟି ଚାଲିଥିଲେ, ଆଉ ତା’ ପରେ.....

ନୂଆଦିଲ୍ଲୀ: କ୍ରୁରତାର ସୀମା ଟପିଗଲା କି ମଣିଷ ? ସୁରଟରେ ଘଟିଥିବା ଏକ ଘଟଣାକୁ ଦେଖିଲେ ଏମିତି ପ୍ରଶ୍ନ ଉଠେ ମନରେ।  ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ  ନିଜ ସାଙ୍ଗକୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲା। ତା’ ପୁଣି ଅତି ନୃଶଂସ ଭାବେ। ଗୋଟିଏ ମିନଟରେ ଲଗାତର ୩୩ଥର ଲୁହାରଡ଼ରେ ପିଟିପିଟି ହତ୍ୟା କରିଛି ସାଙ୍ଗ। ଗୁଜରାଟ ସୁରତର ପୁଣା ଅଂଚଳରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । […]

dmk mla
କରୋନାରେ ଚାଲିଗଲା ଡିଏମ୍‌କେ ବିଧାୟକଙ୍କ ଜୀବନ

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ତାମିଲନାଡୁର ଡିଏମ୍‌କେ ବିଧାୟକ ଜେ ଅନ୍‌ବଝଗନ୍। ଆଜି ସକାଳେ ଚେନ୍ନାଇର ଏକ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଜୁନ୍‌ ୨ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ଆହୁରି ଅଧିକ କଷ୍ଟ ଅନୁଭବ […]

border
ବରଫପାତର ସୁଯୋଗ ନେଇ ଅନୁପ୍ରବେଶ କରୁଥିବା ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଜିଲ୍ଲା ପରିଷଦ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମତଦାନ ଚାଲିଛି। ଏହି ସମୟରେ ବରଫପାତର ସୁଯୋଗ ନେଇ ଅନୁପ୍ରେବେଶ ଉଦ୍ୟମ ବେଳେ ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ତାଙ୍କର ଜଣେ ସହଯୋଗୀ ସେନା ଆଗରେ ସରେଣ୍ଡର କରିଛି । ଶୁକ୍ରବାର ଏହି ଆତଙ୍କବାଦୀ ମାନେ ଲାଇନ ଅଫ କଣ୍ଟ୍ରୋଲ ଅତିକ୍ରିମ କରି ଜମ୍ମୁ ଓ କାଶ୍ମୀରର ସୋପିଆନ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ।  ସେନା ଏହା ଉପରେ […]

Untitled-1
ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ, ପ୍ରାଚୀନ ପାକିସ୍ତାନର !

ଇସଲାମବାଦ: ଭାରତ ବିରୋଧରେ ମିଛ ଖବର  ପ୍ରଚାର କରିବାରେ ମାହିର ପାକିସ୍ତାନ ପୁଣି ଏକ ମିଛ କହିଛି। ଏଥର ଭାରତର ଇତିହାସକୁ ନେଇ ମିଥ୍ୟା ଖବର ପ୍ରଚାର କରିଛି। ଭିଏତନାମରେ ଥିବା ପାକିସ୍ତାନ ରାଜଦୂତ କମର ଅବ୍ବାସ ଖୋଖର ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ। ଏହା ପ୍ରାଚୀନ ପାକିସ୍ତାନର ଏକ ଅଂଶ। ସେତିକି ନୁହେଁ, ଖୋଖର ଟ୍ୱିଟ କରି ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା ଏବଂ ଚାଣକ୍ୟ, ପାଣିନୀଙ୍କ ପରି ବିଦ୍ୱାନ […]

1
ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ। ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ଉପାସ ରହି ଅନଶନ କରିବ।  ଆନ୍ଦୋଳନରେ ରାଜସ୍ଥାନର କୃଷକ ସାମିଲ ହୋଇଛନ୍ତି । ଶହ ଶହ କୃଷକ ଟ୍ରାକ୍ଟରରେ ରାଲି କରି ଦିଲ୍ଲୀ-ଜୟପୁର ରାଜପଥରେ ପହଞ୍ଚିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନ-ହରିଆଣା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାସହ ଦେଶବ୍ୟାପୀ ପ୍ରତ୍ୟେକ ଜିଲ୍ଲା ହେଡକ୍ୱାର୍ଟରରେ ଚାଷୀମାନେ ଧାରଣା ଦେବେ । ଏହା […]

solar-eclipse
ଆଜି ଦେଖାଯିବ ବର୍ଷର ଶେଷ ସୂର୍ଯ୍ୟପରାଗ

ଭୁବନେଶ୍ୱର:ଆଜି ଦେଖାଯିବ ବର୍ଷର ଶେଷ ସୂର୍ଯ୍ୟପରାଗ । ତେବେ ଭାରତରେ ଏହି ପରାଗ ଦେଖାଯିବ ନାହିଁ ।କେବଳ ଚିଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ଆଂଶିକ ପରାଗ ଉତ୍ତର ଆମେରିକା, ଉତ୍ତର ଆଫ୍ରିକା ତଥା ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ଦେଖାଯିବ। ଏହା ଭାରତୀୟ ସମୟ ସନ୍ଧ୍ୟା ୭ଟା ୩ ମିନିଟରୁ ଆରମ୍ଭ ହୋଇ ରାତି ୧୨ଟା ୩୦ ମିନିଟ୍ ବେଳକୁ ଶେଷ ହେବ ।ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିଅମର ଉପନିର୍ଦ୍ଦେଶକ ଶୁଭେନ୍ଦୁ […]

accident
ବିନା ଡ୍ରାଇଭରରେ ଆପେଆପେ ଗଡ଼ିଲା ଟ୍ରକ୍‌ !

ଭୁବନେଶ୍ୱର: ବିନା ଡ୍ରାଇଭରରେ ଗଡ଼ିଲା ଟ୍ରକ୍‌ ! ମାଟି ବୋଝେଇ ଟ୍ରକ୍‌ଟି ବିନା ଡ୍ରାଇଭରରେ ବିପଜ୍ଜନକ ଭାବେ ପ୍ରାୟ ୬୦୦ ମିଟର ଯାଏ ଗଡ଼ିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଗତକାଲି ରାତିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆଚାର୍ଯ୍ୟବିହାର ନିକଟ ଓଭର ବ୍ରିଜ ଉପରେ ମହାରାଜା ସିନେମା ହଲ୍ ସାମ୍ନାରେ ମାଟି ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ସେହି ସମୟରେ ଟ୍ରକ୍‌ରେ ଡ୍ରାଇଭର ମଧ୍ୟ ନ ଥିଲେ। ଏହି ସମୟରେ ଆଚାର୍ଯ୍ୟବିହାର ଆଡୁ ଆସୁଥିବା ଅନ୍ୟ […]

Total Seats 70

BJP 50
APP 19
INC 1
OTHERS 0

Delhi Vidhan Sabha Election Result