Advertisment

Delhi Assembly Election: ଦିଲ୍ଲୀ ନିର୍ବାଚନ: ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଟପିଲା ବିଜେପି

ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି।  ନୂଆଦିଲ୍ଲୀ ଆସନରେ କେଜରିୱାଲ ପଛୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶି  କାଲକାଜି ଆସନରୁ ପଛୁଆ ଅଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Delhi Assembly Election:

Delhi Assembly Election:

ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଟପିଛି ବିଜେପି। ସଂଖ୍ୟା ଗରିଷ୍ଠତା ୩୬ ଛୁଇଁଛି ବିଜେପି।

Advertisment

ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି।  ନୂଆଦିଲ୍ଲୀ ଆସନରେ କେଜରିୱାଲ ପଛୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶି  କାଲକାଜି ଆସନରୁ ପଛୁଆ ଅଛନ୍ତି। ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଙ୍ଗପୁରା ଆସନରୁ ପଛୁଆ ଅଛନ୍ତି। 

ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିଥିଲେ ୧.୫୫ କୋଟି ଭୋଟର୍। ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୬୯୯ ଜଣ ପ୍ରାର୍ଥୀ।।

Advertisment

ଅନ୍ୟପକ୍ଷରେ ଗଣତି ପୂର୍ବରୁ ଦିଲ୍ଲୀ ଦଙ୍ଗଲରେ ଏଥର ଆମ୍‌ ଆଦମୀ ପାର୍ଟି ସାଫ୍ ହେଉଛି ଏକଜିଟ୍ ପୋଲ୍‌ରୁ ଆକଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି- ବିଜେପି ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ବୋଲି ଆକଳନ କରାଯାଇଥିଲା। ସେହିପରି ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ବୋଲି ଆକଳନ କରାଯାଇଛି।

MATRIZE ର ଆକଳନ ଅନୁସାରେ, ଦିଲ୍ଲୀ ଦଙ୍ଗଲରେ ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ: କିଏ ଗଢ଼ିବ ଦିଲ୍ଲୀରେ ସରକାର; ଆରମ୍ଭ ହେଲା ଭୋଟ ଗଣତି।

BJP Congress Aam Aadmi Party Delhi Assembly Elections
Advertisment
Advertisment