ମୁମ୍ବାଇ:ମୁକେଶ ଅମ୍ବାନୀଙ୍କ ଘର ବାହାରେ ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଘଟଣାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପୋଲିସ ଅଧିକାରୀ ସଚିବ ୱାଜେଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଏନଆଇଏ ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗଡ କରିଚାଲିଛି। ଏପରିକି ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମାମଲା ସହ ସ୍କର୍ପିଓ ମାଲିକ ମନସୁଖ ହିରେନ୍ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମଧ୍ୟ ସଚିନଙ୍କ ସଂପୃକ୍ତି ଥିବାର […]
ନ୍ୟୁୟର୍କ: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ। ହେଲେ ଏଠି କରୋନାକୁ ମାତ ଦେଇ ଜନ୍ମ ନେଇଛି ଶିଶୁ। ଡାକ୍ତରମାନେ ବି ଦେଖି ଆଶ୍ଚର୍ଯ୍ୟ। ଶିଶୁଟି ଆଣ୍ଟିବଡି ସହ ଜନ୍ମ ନେଇଛି ଯେଉଁଥିପାଇଁ କରୋନାକୁ ମାତ ଦେବାକୁ ସେ ସମର୍ଥ। ବୋଧହୁଏ ପ୍ରଥମ ଥର ପାଇଁ ଏପରି ଦେଖିବାକୁ ମିଳିଛି। ତେବେ କଥା ହେଉଛି, ଶିଶୁର ମା‘ କରୋନା ଭାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ। ଯାହା ଫଳରେ ଶିଶୁଟି ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଡାକ୍ତର କହିଛନ୍ତି। […]
ଜଳନ୍ଧର: ୧୩ ବର୍ଷର ଜଣେ ଛାତ୍ରଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଶିକ୍ଷୟିତ୍ରୀ। ବିବାହ ପରେ ଉକ୍ତ ଛାତ୍ରଙ୍କୁ ୬ ଦିନ ନିଜ ଘରେ ରଖିବା ପରେ ଛାଡ଼ି ଦେଇଛନ୍ତି। ନାବାଳକ ଛାତ୍ର ଘରେ ପହଞ୍ଚି ପରିବାର ଲୋକଙ୍କୁ ଏ ନେଇ ଜଣାଇବା ପରେ କଥା ପଦାକୁ ଆସିଥିଲା। ଘଟଣା ଘଟିଛି ଜଳନ୍ଧର ସହରର ବାବାଖେଲ ଇଲାକାରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ୧୩ ବର୍ଷର […]
ନୂଆଦିଲ୍ଲୀ: ଦେଶରେ ପୁଣି କଡ ଲେଉଟେଇଛି କରୋନା । କ୍ରମାଗତ ଭାବେ ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୫ହଜାର ୮୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୩ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ ବୋଲି ରିପୋର୍ଟରୁ ଜଣାଯାଇଛି। ଏଯାବତ୍ ଦେଶରେ ୧କୋଟି ୧୪ ଳକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୮ ଦିନ […]
ଫରିଦାବାଦ: ହରିଆଣା ଫରିଦାବାଦ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣାର ବିଚାର କରି ମୁମ୍ବାଇ କୋର୍ଟ ରାୟ ଶୁଣାଣି କରିଛି। କଇଁଚିରେ ଏକାଧିକବାର ଆଘାତ ଦେଇ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ସେସନ୍ ଜଜ୍ ସରତାଜ ବାସବାନାଙ୍କ ଅଦାଲତ ଦୋଷୀ ଉପରେ ୨୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଆସାମୀ ଅତି ନିର୍ଦ୍ଦୟ ଭାବେ ନିଜ ପତ୍ନୀଙ୍କ ଗଳାକୁ ବାରମ୍ବାର କଇଁଚିରେ କାଟିଛନ୍ତି। ପତ୍ନୀଙ୍କ […]
ଗ୍ୱାଲିଅର:ବିଜେପି ରାଜ୍ୟସଭା ସାଂସଦ ତଥା ଗ୍ୱାଲିୟର ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜୟ ବିଳାସ ପ୍ୟାଲେସରେ ଚୋରି ହୋଇଯାଇଛି। ସବୁଠାରୁ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଉଥିବା ଏହି ମହଲରୁ ଚୋରି ହେବା ଘଟଣା ପୋଲିସ ପ୍ରଶାସନ ଆଖିରୁ ନିଦ ହଜାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମାମଲାର ତଦନ୍ତ ଆରମ୍ଭ କରିଛି। ସିନ୍ଧିଆ ରାଜବଂଶରେ ଜୟ ବିଳାସ ପ୍ୟାଲେସ ପରିସରରେ ଚୋରି ଘଟଣାକୁ ନେଇ ଗ୍ୱାଲିଅର ପୋଲିସ ଅଧୀକ୍ଷକ ରତ୍ନେଶ ତୋମର କହିଛନ୍ତି, ବୁଧବାର ସକାଳୁ ରାନୀମହଲରୁ ସୂଚନା […]
ଡେରାଡ଼ୁନ୍: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କ୍ଷମତାକୁ ଆସିବା ପରେ ପରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମଙ୍ଗଳବାର ଡେରାଡୁନ୍ରେ ଶିଶୁ ଅଧିକାର ସୁରକ୍ଷାକୁ ନେଇ ଏକ ୱର୍କଶପ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଫଟା ଜିନ୍ସ ପିନ୍ଧିବାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଏପରି ପୋଷାକ ପିନ୍ଧୁଥିବା ମହିଳା ନିଜ ପିଲାମାନଙ୍କ ପାଇଁ ଘରେ ଠିକ ପରିବେଶରେ ସୃଷ୍ଟି କରିପାରୁ ଥିବେ ଏମିତି […]
ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା(IAF)ର ଏକ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଗ୍ରୁପ୍ କ୍ୟାପ୍ଟେନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ୍ ଇଣ୍ଡିଆଏୟାର୍ବେସ୍ରେ ଆଜି ସକାଳେ IAFର ଏକ MiG-21 Bison ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। combat ଟ୍ରେନିଂ ମିଶନ ପାଇଁ ବିମାନଟି ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗ୍ରୁପ୍ କ୍ୟାପ୍ଟେନ ଏ ଗୁପ୍ତାଙ୍କ ମୃତ୍ୟୁ ଘଟିଛି। କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ କୋର୍ଟ […]
ନୂଆଦିଲ୍ଲୀ:ଦେଶରେ ବଢୁଥିବା କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏକ ଭିଡିଓ କନଫରେନସିଂ ଜରିଆରେ କିପରି ସ୍ଥିତିର ମୁକାବିଲା କରିବ ସେ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଭୟଭୀତ ନକରି ସେମାନଙ୍କୁ ସଚେତନ କରିବା ଦରକାର। ଯେଉଁଠି ଜରୁରୀ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। ଯଦି କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସର ଆବଶ୍ୟକ ଅଛି, ତାହା ମଧ୍ୟ କରାଯାଉ। କରୋନା ଗ୍ରାଫକୁ ଦେଖି […]
ନୂଆଦିଲ୍ଲୀ: ନିଜର ଅବହେଳା ପାଇଁ ସାରା ବିଶ୍ୱକୁ କରୋନା ପରି ବିପଦ ମୁହଁକୁ ଠେଲି ଦେଇଥିବା ଚୀନ ପୁଣି ଏବେ ଟିକାକୁ ନେଇ ଦାଦାଗିରି ଦେଖଉଛି। ଇତି ମଧ୍ୟରେ ଅନେକ ଦେଶ କରୋନା ଭାକ୍ସିନ ବାହାର କରିଥିବାବେଳେ ଚାଇନା ବି ପଛରେ ପଡ଼ିନାହିଁ। ତେବେ ଚୀନ୍ ଦ୍ୱାରା ବିକଶିତ ଟିକା ନେବାକୁ ଅନେକ ଦେଶ ଅମଙ୍ଗ ହେଉଛନ୍ତି । ବିଶ୍ୱସ୍ତରରେ ଆସ୍ଥା ସାଉଁଟି ପାରୁନି ଚାଇନା ପ୍ରସ୍ତୁତ ସିନୋଭ୍ୟାକ୍। ଏଭଳି ସ୍ଥିତିରେ ଜୋର ଜବରଦସ୍ତ ଲୋକଙ୍କୁ ଟିକା […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ତଦନ୍ତକୁ ଜୋରଦାର କରିଛି ଏନ୍ଆଇଏ। ତଦନ୍ତରେ ଏନଆଇଏ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗିରଫ ପୋଲିସ ଅଧିକାରୀ ସଚିନ ବଜେଙ୍କ କାର୍ଯ୍ୟାଳୟରେ ଛାନ୍ଭିନ୍ କରିବା ସହ ଏକ କଳା ରଙ୍ଗର କାର୍ ଜବତ କରିଛି। କାର୍ ଭିତରୁ ୫ ଲକ୍ଷ ଟଙ୍କା ସହ ଟଙ୍କା ଗଣିବା ମେସିନ୍, ବିସ୍ଫୋରକ ଭର୍ତ୍ତି କାରର ନମ୍ବର ପ୍ଲେଟ୍ ଏବଂ ଏକ ଚେକ୍ ଟି […]
ଭୁବନେଶ୍ୱର: ଆମେରିକାରେ ଆଖିବୁଜା ଗୁଳିମାଡ଼ । ଆମେରିକା ଆଟଲାଣ୍ଟାର ଜର୍ଜିଆ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ୩ଟି ସ୍ପା ଭିତରେ ପଶି ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଚଳାଇଛି। ମାମଲାରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା […]
ନୂଆଦିଲ୍ଲୀ: ଶିଶୁଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍। ଏଥିପାଇଁ ଭାକ୍ସନ ‘କିଡ୍କୋଭ୍’ ଟ୍ରାଏଲ୍ ଆରମ୍ଭ ହୋଇଯାଇଛି। ଏ ନେଇ ଆମେରୀକିୟ ଫାର୍ମା କମ୍ପାନୀ ମଡର୍ଣ୍ଣା ପକ୍ଷରୁ ଘୋଷଣା କରାଯାଇଛି। ମଡର୍ଣ୍ଣା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୬ ମାସରୁ ୧୧ ବର୍ଷ ବୟସର ଶିଶୁଙ୍କ ଉପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଛି । ୬ହଜାର ୭୫୦ ଜଣ ଶିଶୁଙ୍କୁ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପଯର୍ୟାୟରେ ବଡ ପିଲାଙ୍କୁ ଏହି ଟିକା ଦିଆଯିବ। […]
ପାଟନା: ଯାତ୍ରୀବାହୀ ଗାଡ଼ିରେ ଆଉ ଏଣିକି ଅଶାଳୀନ ଗୀତ ବଜାଇ ପାରିବନି। ଯଦି ବଜାଇବ ତେବେ ପରମିଟ୍ ବନ୍ଦ କରି ଦିଆଯିବ। ଏପରି ନିୟମ ଜାରି କରିଛନ୍ତି ବିହାର ସରକାର। ବିହାରରେ ଅଟୋ, ବସ୍ ଆଦି ପବ୍ଲିକ ଟ୍ରାନ୍ସପୋର୍ଟ ତଥା ଅନ୍ୟ ଯାନବାହନରେ ଅଶାଳୀନ ଗୀତ ବାଜୁଥିବାରୁ ସାଧାରଣ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ମହିଳା ଯାତ୍ରୀଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡୁଛି। ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏପରି […]
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାହ । ଗତକାଲି ସ୍ପର୍ଟସ ଆଙ୍କର ସଂଜନା ଗଣେଶନ ଏବଂ ଯଶପ୍ରୀତଙ୍କ ବିବାହ ଗୋଆରେ ସମ୍ପନ୍ନ ହୋଇ ଯାଇଛି। ଶିଖ ପରମ୍ପରା ଅନୁସାରେ ଦୁହିଁଙ୍କର ବିବାହ ଗୁରୁଦ୍ୱାରରେ ହୋଇଯାଇଛି। ଉଭୟେ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ସମୟର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ବିବାହ ଫଟୋ ସହ ବୁମ୍ରାହ ଏବଂ ସଂଜନା […]