• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona virus
ଉପରମୁହାଁ ହେଉଛି କରୋନା: ଗୋଟିଏ ଦିନରେ ବାହାରିଲେ ୫୯ ହଜାରରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ପାର କରିଯାଇଛି। ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ଛୁଇଁଛି। ସେହିପରି ଦିନକରେ ୨୫୭ ଜଣ କରୋନା ଆକ୍ରାନ୍ତଙ୍କ […]

fire in hospital
ଡାକ୍ତରଖାନାରେ ନିଆଁ ଲାଗି ୨ ମୃତ, ୭୦ କୋଭିଡ ରୋଗୀ ସ୍ଥାନାନ୍ତର

ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଡାକ୍ତରଖାନାରେ ୭୦ରୁ ଅଧିକ କରୋନା ରୋଗୀ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁମ୍ବାଇର ଭାଂଡୁପ ଇଲାକାରେ ଥିବା ଡ୍ରିମ୍‌ ମଲ୍‌ରେ ନିଆଁ ଲାଗି ଯାଇଥିଲା। ଏହାର ତୃତୀୟ ମହଲାରେ ଡାକ୍ତରଖାନା ଥିଲା। ଏହି ହସ୍‌ପିଟାଲରେ ୭୦ରୁ ଅ଼ଧିକ କରୋନ ପେସେଣ୍ଟ ଚିକିତ୍ସିତ ହେଉଥିଲେ। ରାତି ପ୍ରାୟ ସାଢେ ୧୨ଟା ହେବ ମଲ୍‌ରେ ନିଆଁ ଲାଗିଥିଲା। ୭୦ରୁ ଅଧିକ […]

bharat-band-dakara
କୃଷକ ସଂଗଠନର ଭାରତ ବନ୍ଦ ଆଜି, ସମର୍ଥନ କଲେ କଂଗ୍ରେସ, ବାମଦଳ

ନୂଆଦିଲ୍ଲୀ: ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।  ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ସ୍କୁଲ ନୁହେଁ, ରାଜ୍ୟର ସମସ୍ତ […]

army gipsy
ରାସ୍ତାକଡ଼କୁ ଓଲଟି ଜଳିଗଲା ସେନା ଜିପ୍ସି, ଜୀବନ୍ତ ଜଳିଗଲେ ୩ ଯବାନ

ଶ୍ରୀଗଙ୍ଗାନଗର: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ଶ୍ରୀଗଙ୍ଗାନଗର ଜିଲ୍ଲାର ରାଜିଆସର ଥାନା ଇଲାକାରେ ବୁଧବାର ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି। ସ୍ଥାନୀୟ ରାଜିୟାସର ଥାନା ଇଲାକାରେ ଭାରତୀୟ ବାୟୁ ସେନାର ଏକ ଜିପ୍ସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଜିପ୍ସି ଓଲଟି ଯିବାପରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି। ଏଥିରେ ଥିବା ସେନାର ୩ ଜଣ ଯୁବାନ ଜୀବନ୍ତ ଜଳି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସୁରତଗଡ-ଛତରଗଡ ରୋଡ୍‌ରେ ବୁଧବାର ବିଳମ୍ବିତ ରାତିରେ […]

cylinder
୭୦୦ ଟଙ୍କା କମ୍‌ରେ ପାଇବେ ଏଲପିଜି ସିଲିଣ୍ଡର ! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦରବୃଦ୍ଧି ଏବେ ଆକାଶ ଛୁଆଁ ହୋଇଛି। ସବ୍‌ସିଡି ଯୁକ୍ତ ସିଲିଣ୍ଡରର ଦାମ୍‌ ୨୦୨୧ ବର୍ତ୍ତମାନ ସୁଦ୍ଧା ୨୨୫ଟଙ୍କା ବୃଦ୍ଧି ଘଟିଲାଣି। ଦିଲ୍ଲୀରେ  ସବ୍‌ସିଡି ଯୁକ୍ତ ୧୫୪.୨ କିଲୋ ଏଲପିଜି ସିଲିଣ୍ଡରର ଦାମ ୮୧୯ ଟଙ୍କା ରହିଛି। ତେବେ ଖାଉଟିମାନଙ୍କ ପାଇଁ ଏକ ଖୁସି ଖବର। ଆପଣ ଚାହିଁଣେ ଏଲପିଜି ସିଲିଣ୍ଡର ଦରରେ ୭୦୦ ଟଙ୍କାର ଛୁଟ୍‌ ପାଇ ପାରିବେ । ଅର୍ଥାତ୍‌ ଯଦି ସିଲିଣ୍ଡର ଦାମ୍‌ ୮୧୯ ଟଙ୍କା ହୋଇଥାଏ ତେବେ […]

national corona
ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୩ ହଜାର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଧାରା କମିବାର ନାଁ ଧରୁନି। ସଂକ୍ରମଣ ପୁଣି ଥରେ ତୀବ୍ରଗତିରେ ବଢିବାରେ ଲାଗିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ତାଲିକା ରେକର୍ଡ ଛୁଉଁଛି। ଗତକାଲି ୪୭ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩, ୪୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି ୨୭୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା […]

results ..
ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନ cbseresults.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ। ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮ ପ୍ରତିଶତ ରହିଛି। ଭୁବନେଶ୍ୱର ରିଜନ୍‌ରେ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତ୍ରିଭେନ୍ଦ୍ରମ ରିଜନ୍‌ରେ ସର୍ବାଧିକ ୯୭.୬୭ ପ୍ରତିଶତ ପାସ୍ ହାର ରହିଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ […]

debendra nath
ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ

କୋଲକାତା: ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ଝୁଲନ୍ତା ମୃତଦେହ ପଶ୍ଚିମବଙ୍ଗ ଉତ୍ତର ଦିଞ୍ଜାପୁର ଜିଲ୍ଲା ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯିବା ସହ ଓ ଏହା ପଛରେ ଶାସକ ଦଳ ଟିଏମସିର ହାତ ଥିବା ଦଳ ଦାବି […]

petrol
୨ ଦିନରେ ହ୍ରାସ ପାଇଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ଆଜି ୨ୟ ଦିନରେ ପୁଣି ପେଟ୍ରୋଲ,ଡିଜେଲ ଦର ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୧ ପଇସା ଏବଂ ଡିଜେଲ ୨୦ ପାଇସା ଶସ୍ତା ହୋଇଛି। ଫଳରେ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୯୦.୭୮ଟଙ୍କା ହୋଇଥିବାବେଳେ ଡିଜେଲ ଦାମ ୮୧.୧୦ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୭.୧୯ ଟଙ୍କା ଏବଂ ଡିଜେଲ ଦାମ ୮୮.୨୦ ଟଙ୍କା ରହିଛି। ଦୁଇଦିନ ଭତରେ ପେଟ୍ରୋଲ […]

lg-bill
ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା; ରାଜ୍ୟସଭାରେ ପାସ୍ ହେଲା ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ନ୍ୟାସନାଲ କ୍ୟାପିଟାଲ ଅଫ୍ ଦିଲ୍ଲୀ ଆମେଣ୍ଡମେଣ୍ଟ ବିଲ୍ । ଆମ୍ ଆଦ୍‌ମି ପାର୍ଟି, କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କ ବିରୋଧ ସତ୍ତ୍ୱେ  ମଧ୍ୟ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଯାଇଛି । ବିଲ୍‌କୁ ବିରୋଧ କରି କଂଗ୍ରେସ ସମେତ ଆମ୍ ଆଦ୍‌ମୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିଲ୍ ପାସ୍ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି, ଏହା ଭାରତୀୟ ଗଣତନ୍ତ୍ର […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result