• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

PM-CM
୮ରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ହୋଇ ବଢିଲାଣି। ଆଜି ଦେଶରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଲୋକେ ସାମାନ୍ୟ ଆଶ୍ୱସ୍ତ ହେଉଥିବାବେଳେ ଏବେ ପୁଣି ଚିନ୍ତା ବଢାଇଛି। ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ସେହିପରି ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଗ୍ରାଫ ଉପର ମୁହାଁ ହେଉଛି। ସେଥିପାଇଁ ଆସନ୍ତା ୮ରେ […]

maha
ମହାମାରୀର ପୂର୍ବ ରେକର୍ଡ ଭାଙ୍ଗିଲା; ଏହି ରାଜ୍ୟରେ ଲାଗୁ ହେଲା ୱିକ୍‌ ଏଣ୍ଡ ଲକ୍‌ଡାଉନ

ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ରରେ କଠୋର ହୋଇଛି କଟକଣା। ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍ ଜାରି ହୋଇନଥିଲେ ବି ଓ୍ୱିକ୍ ଏଣ୍ଡ ଲକ୍‌ଡାଉନ୍ ଜାରି ହୋଇଛି। ଅର୍ଥାତ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ ରାଜ୍ୟ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ମହାମାରୀର ପୂର୍ବ […]

cmat
NTA CMAT ଆନ୍ସର୍ କୀ ପ୍ରକାଶିତ

ନୂଆଦିଲ୍ଲୀ: ନେସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପ୍ରକାଶ କରିଛି କମନ୍ ମ୍ୟାନେଜମେଣ୍ଟ୍ ଆଡମିସନ୍ ଟେଷ୍ଟ୍ (CMAT) ୨୦୨୧ ପ୍ରୋଭିଜନାଲ୍ ଆନ୍ସର୍ କୀ ଓ ପ୍ରଶ୍ନପତ୍ର। ଏହା ସଂସ୍ଥାର ନିଜ ଅଫିସିଆଲ୍ ୱେବସାଇଟରେ ରେକର୍ଡ କରାଯାଇଛି। ଯେଉଁ ପ୍ରାର୍ଥୀ CNAT-୨୦୨୧ ପରୀକ୍ଷା ଦେଇଥିବେ ସେମାନେ ସଂସ୍ଥାର ଅଫିସିଆଲ୍ ୱେବସାଇଟ୍ https://cmat.nta.nic.in/. କୁ ଯା‍ଇ ଚେକ୍ କରିପାରିବେ। CMAT ୨୦୨୧ କମ୍ପ୍ୟୁଟର୍ ବେସ୍ଡ୍ ଟେଷ୍ଟ୍(CBT) ମାର୍ଚ୍ଚ ୩୧, ୨୦୨୧ ରେ ଦେଶ ସାରା ଅନୁଷ୍ଠିତ ହେବ। ପରୀକ୍ଷା ଦେ‍ଇଥିବା ପ୍ରାର୍ଥୀ […]

sashikala
ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶଶୀକଳା ଆଉ ଆମ ଗହଣରେ ନାହାନ୍ତି। ଆଜି ୮୮ ବର୍ଷ ବୟସରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ତାଙ୍କ ଅଭିନୟ ସମୟରେ ବଲିଉଡକୁ ୧୦୦ରୁ ଊର୍ଦ୍ଧ ସିନେମା ଭେଟି ଦେଇଛନ୍ତି। ତେବେ ୧୯୬୨ରେ ମୁକ୍ତିଲାଭ କରିଥିବା “ଆରତୀ”ରେ ତାଙ୍କର ନେଗେଟିଭ୍ ଅଭିନୟ ପାଇଁ ସେ ସବୁଠାରୁ ଅଧିକ ପ୍ରଶଂସା ସାଉଁଟି ଥିଲେ। ଏହି ସିନେମାରେ ତାଙ୍କ ସହିତ ସହ-କଳାକାରଭାବେ ମୀନା କୁମାରୀ, ଅଶୋକ କୁମାର ଏବଂ ପ୍ରଦୀପ […]

lockdown
ଏଇ ରାଜ୍ୟରେ ସପ୍ତାହକୁ ୨ ଦିନ ଲକ୍‌ଡାଉନ୍‌ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତାହା ସହ ସପ୍ତାହନ୍ତ ୨ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଲକ୍‌ଡାଉନ୍ କରିବା ନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନାଇଟ୍ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ରେଷ୍ଚୁରାଣ୍ଟରେ କେବଳ ପାର୍ସଲ ଆଣିବାକୁ ଅନୁମତି ମିଳିବ। […]

stadium
ବିନା ଦର୍ଶକରେ ଚାଲିବ ଆଇପିଏଲ୍‌

ନୂଆଦିଲ୍ଲୀ: ବିନା ଦର୍ଶକରେ ଆୟୋଜନ ହେବ ଚଳିତ ବର୍ଷର ଆଇପିଏଲ୍। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ମ୍ୟାଚ୍ ଆୟୋଜନ ହେବ। ଖେଳାଳିଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ରାଜୀବ ଶୁକ୍ଲା କହିଛନ୍ତି। ଏପ୍ରିଲ ୯ରୁ ଆରମ୍ଭ ହେବ […]

overweight-man-fatty-liver
ମଧୁମେହ ଓ ମେଦବହୁଳ ରୋଗୀଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ !

କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ ଜଣାଯାଇଛି ଯେ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି। ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ, ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ। ୟୁକେର ମାରିଲ୍ୟାଣ୍ଡ୍ ସ୍ଲୁଲ୍ ଅଫ୍ ମେଡିସିନ୍ ୟୁନିଭର୍ସିଟି ୪୦ ବର୍ଷରୁ ଊର୍ଦ୍ଧ ପାଞ୍ଚ […]

Varun Dhawan
ନୂଆ ସିନେମା ପାଇଁ ପ୍ରସ୍ତୁତି: ବରୁଣ କରୁଛନ୍ତି ଆନିମଲ୍ ଫ୍ଲୋ ୱାର୍କଆଉଟ୍

ମୁମ୍ୱାଇ: ଚଳିତ ମାସ ଜାନୁଆରୀ ୨୪ରେ ନତାଶା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ବଲିଉଡର ଚକୋଲେଟ୍ ହୀରୋ ବରୁନ ଧାୱନ୍। ବିବାହର କିଛି ମାସ ପରେ ସେ ପୁନର୍ବାର ଫେରିଆସିଛନ୍ତି ତାଙ୍କ କର୍ମମୟ ଜୀବନକୁ। ଅମର କୌଶିକଙ୍କ ନିର୍ଦ୍ଦେଶନାରେ ହେବାକୁ ଯାଉଥିବା ସିନେମା ପାଇଁ ବରୁନ ଜୋରଦାର ଲାଗିପଡ଼ିଛନ୍ତି। ଏହି ସିନେମାଟି ଅଲୌକିକ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବାରୁ ବରୁନଙ୍କୁ ପତଳା ଓ ଚଳଚଞ୍ଚଳ ହେବାରେ ଅଛି। ଏନେଇ ସେ ଆନିମଲ୍ ଫ୍ଲୋ ଭଳି […]

lockdown
କରୋନାକୁ ରୋକିବା ପାଇଁ ଲକ୍‌ଡାଉନ୍ ଛଡ଼ା ଅନ୍ୟ ବିକଳ୍ପ କଣ ?

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନାର ପୁଣି ଭୟଙ୍କର ରୂପ। ଦିନକୁ ଦିନ ସାଂଘାତିକ ସ୍ଥିତି ଆଡ଼କୁ ଯାଉଛି ସଂକ୍ରମଣ ଟ୍ରେଣ୍ଡ୍। କେବଳ ମୁମ୍ବାଇରେ ଆଜି ଚିହ୍ନଟ ହୋଇଛନ୍ତି ୮୬୪୬ ନୂଆ ପଜିଟିଭ୍। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛନ୍ତି ୪୩ ହଜାରରୁ ଅଧିକ ସଂକ୍ରମିତ। ଯଦି ସ୍ଥିତିରେ ସୁଧାର ନଆସେ ତାହାହେଲେ ମହାରାଷ୍ଟ୍ରରେ ଲକ୍‌ଡାଉନ୍ ଲାଗୁ କରାଯିବା ନେଇ ଏଡାଇ ଦିଆଯାଇପାରିବ ନାହିଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଲୋକମାନେ ନିୟମ ମାନିବାକୁ ସେ […]

maharstra
ବିଗୁଡୁଛି ମହାରାଷ୍ଟ୍ରର ସ୍ଥିତି: ଦିନକରେ ୪୦ ହଜାର ନୂଆ ପଜିଟିଭ୍

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ୪୦୦ ମୁହାଁ ରାଜ୍ୟର କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୯୪ ନୂଆ ପଜିଟିଭ୍। ଚଳିତ ବର୍ଷର ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। ସବୁଠାରୁ ଅଧିକ ୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ସେଥିମଧ୍ୟରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ରହିଛନ୍ତି ୫୨ ଜଣ। ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କରୋନା ସଂକ୍ରମିତ ହେବା ପରେ ଆଜି କ୍ୟାମ୍ପସ୍‌ରେ […]

mamata-saha
ପରିବର୍ତ୍ତନ ଆଣିବାର ସହଜ ଉପାୟ ହେଉଛି ମମତାଙ୍କ ପରାଜୟ: ଶାହା

କୋଲକାତା: ନନ୍ଦିଗ୍ରାମ ରଣାଙ୍ଗନରେ ରଥି ମହାରଥୀଙ୍କ ଭିଡ଼। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଘମାଘୋଟ ପ୍ରଚାର। ଉଠୁଛି ପଡୁଛି ପ୍ରଚାର ମୈଦାନ। ବିରାଟ ଶୋଭାଯାତ୍ରାରେ ଶୁଭେନ୍ଦୁଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା। କହିଛନ୍ତି, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବାର ସହଜ ଉପାୟ ହେଉଛି ନନ୍ଦିଗ୍ରାମରେ ମମତାଙ୍କ ପରାଜୟ। ରାଜ୍ୟର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା ଓ ଅନୁପ୍ରବେଶ ପ୍ରସଙ୍ଗ ଉଠାଇ ଦିଦିଙ୍କୁ ଘେରିଛନ୍ତି ଶାହା। ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

corona-danger
କିଛି ଜିଲ୍ଲା ପାଇଁ ସାରା ଦେଶ ଏବେ ସଙ୍କଟରେ

ନୂଆଦିଲ୍ଲୀ: କିଛି ଜିଲ୍ଲା ପାଇଁ ଦେଶ ସଂକଟରେ। ଏକଥା କହିଛନ୍ତି ଡାକ୍ତର ଭିକେ ପଲ୍‌। ଦେଶରେ କରୋନା ସ୍ଥିତି ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି ଦେଶର କିଛି ଜିଲ୍ଲାରେ ଅବସ୍ଥା ଚିନ୍ତାଜନକ। କିଛି ଜିଲ୍ଲା ପାଇଁ ସାରା ଦେଶ ସଂକଟରେ ପଡ଼ିବା ଆଶଙ୍କା ରହିଛି। ସେହିପରି ଦେଶର ୧୦ଟି ଜିଲ୍ଲାରେ ସର୍ବାଧିକ ଆକ୍ଟିଭ କେସ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି ଯେ ୧୦ଟିରୁ କେବଳ ମହାରାଷ୍ଟ୍ରର […]

who
ଉହାନ୍ ଲାବ୍‌ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ

ଉହାନ୍: ଚୀନ୍‌ର ଉହାନ୍ ଲାବ୍‌ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ। ବହୁ ପ୍ରତୀକ୍ଷିତ କୋଭିଡ୍ ଉତ୍ପତ୍ତିସ୍ଥଳ ସଂପର୍କିତ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉଲ୍ଲେଖ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଉହାନ୍ ଆମିଷ ମାର୍କେଟ୍ ଏବଂ ପରେ ସେଠାରେ ଥିବା ଚୀନ୍ ସରକାରଙ୍କ ଅଧିକୃତ ଏକ ପ୍ରୟୋଗଶାଳାରୁ କରୋନା ସଂକ୍ରମଣ ବ୍ୟାପିଥିବା ଚର୍ଚ୍ଚା ହେଉଥିଲା। ଲ୍ୟାବ୍‌ରୁ ଭୂତାଣୁର ଉତ୍ପତ୍ତି ନେଇ ବହୁ ବୈଜ୍ଞାନିକ ଓ ଗବେଷକ ମଧ୍ୟ ଦାବି […]

hasina-modi
ମୋଦିଙ୍କ ବାଂଲାଦେଶ ଗସ୍ତ ଐତିହାସିକ: ହସିନା

ଢାକା: ଭାରତ-ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ୫ଟି କ୍ଷେତ୍ରରେ ସହଯୋଗ ଓ ସହଭାଗିତା ଲାଗି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବାଂଲାଦେଶ ଗସ୍ତର ଅନ୍ତିମ ଦିନରେ ବାଂଲା ପ୍ରତିପକ୍ଷ ଶେଖ୍ ହସିନାଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାମଧ୍ୟରେ ରହିଛି ଯୋଗାଯୋଗ, ଶକ୍ତି, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ବିକାଶ ସହଯୋଗ। ଏହାସହ ପ୍ରଧାନମନ୍ତ୍ରୀ ମୋଦି ବାଂଲାବାସୀଙ୍କ ପାଇଁ ୧୦୯ ଆମ୍ବୁଲାନ୍ସ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ବାଂଲାଦେଶର ୫୦ ବର୍ଷ ପୂର୍ତ୍ତି […]

night curfew
ମହାରାଷ୍ଟ୍ରରେ କରୋନାର ବିସ୍ଫୋରଣ ! ବଡ଼ ପଦକ୍ଷେପ ନେଲେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହେବାନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଭିଡ଼ ହ୍ରାସ, ଦିନକୁ ଦିନ ବଢଥିବା ସଂକ୍ରମଣକୁ ରୋକିବା ପାଇଁ କିଛି କଡ଼ା ପଦକ୍ଷେପ ନେବା ପାଇଁ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା […]

modi
ଆସନ୍ତା ୨୫ ବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ, ଚାପ ଆଗରେ ନଇଁବାନି: ମୋଦି

ଢାକା: ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଲଢିଥିବା ମୁକ୍ତିଯୋଦ୍ଧାଙ୍କ ରକ୍ତ ଏବଂ ଭାରତୀୟ ସୈନ୍ୟଙ୍କ ରକ୍ତ ଏକାଠି ବୋହିଛି। ଏହି ରକ୍ତ ଏଭଳି ଏକ ସମ୍ପର୍କ ତିଆରି କରିବ ଯାହା କି କୌଣସି ଚାପ ଆଗେ ନଇଁବନି କି କୂଟନୀତିର ଶିକାର ହେବନି। ଆଜି ଢାକାରେ ବାଂଲାଦେଶ ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆହୁରି ମଧ୍ୟ କହିଛନ୍ତି, ଭାରତ ଓ ବାଂଲାଦେଶ ପାଇଁ ଆସନ୍ତା ୨୫ ବର୍ଷ ବେଶ୍ […]

bjp-mla-biranchi
ଭ୍ୟାକ୍ସିନ୍‌ ନେବା ପରେବି ବିଧାୟକଙ୍କୁ କରୋନା

ରାଞ୍ଚି: କରୋନା ଟିକା ନେବା ପରେବି ବିଜେପି ବିଧାୟକଙ୍କୁ କରୋନା। ଝାରଖଣ୍ଡ ବୋକାରୋର ବିଜେପି ବିଧାୟକ ବିରଞ୍ଚି ନାରାୟଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ବିଧାନସଭା ବଜେଟ୍‌ ଅଧିବେଶନରେ ଯୋଗଦେବାର ଗୋଟିଏ ଦିନ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ଝାରଖଣ୍ଡ ବିଧାନସଭାର ମୁଖ୍ୟ ସଚେତକ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଗତ ୧୨ ତାରିଖରେ ସେ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ହେଲେ ୨୪ ତାରିଖରେ କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତଙ୍କ ଚିନ୍ତା […]

bank
୭ ଦିନ ବନ୍ଦ ରହିବ ବ୍ୟାଙ୍କ୍ !

ନୂଆଦିଲ୍ଲୀ:  ଆସନ୍ତା ୨୭ ତାରିଖରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ପ୍ରାୟ ୭ ଦିନ କାଳ ବନ୍ଦ ରହିବ। ପ୍ରଥମେ ମାର୍ଚ୍ଚ ୨୭ରୁ ୨୯ ତାରିଖ ଯାଏ ଲଗାତର ୩ଦିନ ବ୍ୟାଙ୍କ ବନ୍ଦ ରହିବ। କାରଣ ୨୭ ତାରିଖ ହେଉଛି ୪ର୍ଥ ଶନିବାର। ସେହିପରି ଏହାର ପରଦିନ ରବିବାର। ତେଣୁ ବ୍ୟାଙ୍କ ବନ୍ଦ ରହିବ। ସୋମବାର ହୋଲି ଥିବାରୁ ବ୍ୟାଙ୍କ ଗୁଡ଼ିକର ବନ୍ଦ ରହିବ। ଆରବିଆଇର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ […]

india
ପୁଣେରେ ମାଟି କାମୁଡ଼ିଲା ଇଂଲଣ୍ଡ: ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ

ପୁଣେ: ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ। ପୁଣେରେ ଖେଳାଯାଇଥିବା ଏହି ମ୍ୟାଚକୁ ୬୬ ରନରେ ଜିତି ନେଇଛି ବିରାଟ ବାହିନୀ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ୍ ହରାଇ କରିଥିଲା। ୩୧୭ ରନ୍ ଶିଖର ଧାଓ୍ୱନ ୧୦୬ ବଲ ଖେଳି ୯୮ ରନ କରିଥିବା ବେଳେ ମାତ୍ର ଦୁଇ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେହିଭଳି କୋହଲି, […]

Kangana-ranawat
ଥଲାଇଭିର ଟ୍ରେଲର୍ ରିଲିଜ୍‌ ପରେ ମଞ୍ଚରେ କାନ୍ଦି ପକାଇଲେ କଙ୍ଗନା

ମୁମ୍ୱାଇ: ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ଥଲାଇଭିର ଟ୍ରେଲର୍। ସାହାସୀ ଓ ବଳିଷ୍ଠ ଅବତାରରେ ନଜର ଆସିଛନ୍ତି କଙ୍ଗନା ରାଣାୱତ୍। ପୁଣି ଥରେ ପରଦା ଉପରେ କଙ୍ଗନାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଦିବଂଗତ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାହାଣୀକୁ ନେଇ ଫିଲ୍ମ ଆଧାରିତ। ଜୟଲଳିତାଙ୍କ ଫିଲ୍ମ, ରାଜନୈତିକ ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ବିବାଦୀୟ ଘଟଣା ସିଲଭର୍ ସ୍କିନ୍‌ରେ ଦେଖିବାକୁ ମିଳିବ। ଫିଲ୍ମରେ ଅରବିନ୍ଦ ସ୍ୱାମୀ ଏମ୍‌ଜିଆର୍‌ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମ ଏପ୍ରିଲ ୨୩ରେ […]

bjp
ସରକାରକୁ ଆସିଲେ ୧୦ ଲକ୍ଷ ନିଯୁକ୍ତି ଦେବୁ: ବିଜେପି

ଗୌହାଟୀ: ଆସାମ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଗୌହାଟୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି ଆସାମବାସୀଙ୍କୁ ୧୦ଟି ପ୍ରତିଶ୍ରୁତି ଦେଇଛନ୍ତି। ଜଳ, ଜୀବିକା ଓ ଯୁବାବର୍ଗକୁ ଏଥର ସଙ୍କଳ୍ପ ପତ୍ରରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣା କରାଯାଇଛି। ଆସାମକୁ ବନ୍ୟା ବିପର୍ଯ୍ୟୟରୁ ରକ୍ଷା କରିବାକୁ ଭିଜନ ବ୍ରହ୍ମପୁତ୍ର କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ବ୍ରହ୍ମପୁତ୍ରର ବିଭିନ୍ନ ନଦୀ […]

injured
ତେଲେଙ୍ଗାନାରେ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଉର୍ଦ୍ଧ୍ୱ ଆହତ

ତେଲେଙ୍ଗାନା(ଯଶୋବନ୍ତ ପାଢୀ): ତେଲେଙ୍ଗାନାରେ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଉର୍ଦ୍ଧ୍ୱ ଆହତ।ସୋମବାର ତେଲେଙ୍ଗାନାର ସୂର୍ଯ୍ୟପେଟରେ ୪୭ ତମ ଜାତୀୟ ଜୁନିଅର କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସେହି ସମୟରେ ଏକ ଗ୍ୟାଲେରୀ ଭୁଶୁଡ଼ି ଯାଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ପ୍ରାୟ ୧୫୦୦ ଦର୍ଶକ ଉପସ୍ଥିତ ଥିଲେ। ଏହି ସ୍ଥାନରେ ତିନୋଟି ଗ୍ୟାଲେରୀ […]

cbse
ଡୁପ୍ଲିକେଟ ଡକ୍ୟୁମେଣ୍ଟ୍ ପାଇବା ପାଇଁ କ'ଣ କରିବେ ସିବିଏସ୍‌ଇ ଛାତ୍ରଛାତ୍ରୀ? ଜାଣନ୍ତୁ...

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କୁ ଡୁପ୍ଲିକେଟ ଡକ୍ୟୁମେଣ୍ଟ୍ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିଛି। ବର୍ତ୍ତମାନ, ବୋର୍ଡ ଛାତ୍ରମାନଙ୍କୁ X ଏବଂ XII ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଏହି ଶ୍ରେଣୀଗୁଡିକ ପାସ୍ କରିବାର ପ୍ରମାଣ ଏବଂ ପ୍ରତ୍ୟେକ ବିଷୟ ଉପରେ ସେମାନଙ୍କର ପ୍ରଦର୍ଶନର ପ୍ରମାଣ ସ୍ୱରୂପ ଅନେକ ଦସ୍ତାବିଜ (ଡକ୍ୟୁମେଣ୍ଟ) ପ୍ରଦାନ କରୁଛି। ଏକ ସରକାରୀ ବିଜ୍ଞପ୍ତି […]

top
ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା କରାଯାଇଛି। ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ସେହିପରି ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି। ଭୋଁସଲେଁ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଓ ଅସୁରନ୍ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା […]