ଚୀନ୍ : ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏବେ କୂଟନୈତିକ ସ୍ତରରେ ବି ପାକିସ୍ତାନକୁ ଘେରିବାକୁ ଭାରତର ଉଦ୍ୟମ। ଚୀନ୍ର ଉଜେନ୍ରେ ଆଜିଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ RIC ବା ରୁଷିଆ-ଇଣ୍ଡିଆ-ଚୀନ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇ ଅବଗତ କରାଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ। ସମ୍ମିଳନୀରେ ସୁଷମା ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗ ଉଠାଇ ଭାରତ କାହିଁକି ଆତଙ୍କବାଦୀ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କଲା ତାହା ଚୀନ୍ ଓ ରୁଷିଆର ବିଦେଶ […]
ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମ୍ରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜ୍କୁ ବରାବର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ୨ଟିକିଆ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି। ତେବେ ଏହି ମ୍ୟାଚ୍ରେ ରୋଟେସନ ଭିତ୍ତିରେ ରୋହିତ ଶର୍ମାଙ୍କ ସ୍ଥାନରେ ଶିଖର ଧାଓ୍ୱନ ଓପନିଂ କରିବା ଯଥେଷ୍ଟ […]
ଜମ୍ମୁ -କଶ୍ମୀର : ବାଲାକୋଟ୍ରେ ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଗତକାଲି ରାତିରୁ LOCରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷା ଜାରି ରହିଛି। ଜମ୍ମୁ ଓ କଶ୍ମୀରର ନୌସେରା ଓ ଅଖନୁର୍ ସେକ୍ଟରରେ ପାକିସ୍ତାନ ପଟୁ ବ୍ୟାପକ ଗୁଳିଗୋଳା ବର୍ଷା ସାଙ୍ଗକୁ ମୋର୍ଟାର ମାଡ଼ ବି ହେଉଛି ଅଖନୁର୍ରେ ଭାରତୀୟ ସେନାର ୫ ଜଣ ଯବାନ ଆହତ ହୋଇଛନ୍ତି। ପୁଞ୍ଛରେ ପାକ୍ ଗୁଳିରେ ୨ଟି ଘର ଜଳିଯାଇଛି। […]
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ଚାଲିଛି। ସକାଳ ୯ଟା ସୁଦ୍ଧା ବିହାରରେ ୯.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ ୩.୭୪ ପ୍ରତିଶତ, ମଧ୍ୟ ପ୍ରଦେଶରେ ୪.୦୧, ଉତ୍ତର ପ୍ରଦେଶ ୬.୮୬, ପଶ୍ଚିମବଙ୍ଗରେ ୬.୫୮, ଝାଡ଼ଖଣ୍ଡରେ ୧୨.୪୫ ଓ ଦିଲ୍ଲୀରେ ୩.୭୪ ପ୍ରତିଶତ ଭୋଟିଂ ହୋଇଛି।
ଭୁବନେଶ୍ୱର : ୨୦୧୭ ମସିହା ପାଇଁ ଘୋଷଣା ହୋଇଛି ୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର। ତା ସହିତ ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନ ବି ଘୋଷଣା ହୋଇଛି। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ମିଳିଛି ଜୟଦେବ ସମ୍ମାନ। ସେହିଭଳି ‘ହେଲୋ ଆର୍ସି’ରେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ବିତ ମହାନ୍ତି, ଶ୍ରେଷ୍ଠ ଅଭିନେତା ଭାବେ ‘ହେଲୋ ଆର୍ସି’ର ପାର୍ଥସାରଥୀ ରାୟ, ଲୈଲା ଓ ଲୈଲାରେ ଚଳଚ୍ଚିତ୍ର […]
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘାଟାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ଆଇପିଏସ ଅଫିସର ଭାରତୀ ଘୋଷ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳୟ ନିୟୋଜିତ ହୋଇଥିବା ବେଳେ ଟିଏମସି କର୍ମୀ କିନ୍ତୁ ଏପରି କାଣ୍ଡ ଭିଆଇଛନ୍ତି। ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ନିର୍ବାଚନ ଚାଲିଥିବା ବେଳେ ଭାରତୀ ଘୋଷ ନିଜ ସଂସଦୀୟ କ୍ଷେତ୍ରର ଚନ୍ଦଖଲି ଅଞ୍ଚଳର କେଶପୁର […]
ଇସ୍ଲାମାବାଦ୍ : ଭାରତୀୟ ବାୟୁସେନା ଆକ୍ରମଣ ପରେ ରାଗରେ ପାକିସ୍ତାନ। ବଲିଉଡ ସିନେମା ରିଲିଜ୍ ଉପରେ ଜାରି କରିଛି କଟକଣା। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ। ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି ବା PEMRAକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ଭାରତୀୟ ବିଜ୍ଞାପନ ଉପରେ ବି ରୋକ୍ ଲଗାଇବାକୁ […]
ନୂଆଦିଲ୍ଲୀ: ଆଇପିଏଲ୍ରେ ଆଜି ହେବ ଫାଇନାଲ୍ ଫାଇଟ୍। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟାଇଟଲ ଟକ୍କର। ହାଇଦ୍ରାବାଦରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗସ୍ ପୁଣିଥରେ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ। ଧୋନୀ ନେତୃତ୍ୱାଧିନ ଚେନ୍ନାଇ କ୍ୱାଲିଫାୟର ମ୍ୟାଚ୍ରେ ପରାସ୍ତ ହୋଇଥିଲେ ମଧ୍ୟ ଟାଇଟଲ ଦାବିଦାର ରହିଛି। ଚେନ୍ନାଇ ସୁପର୍ କିଙ୍ଗସ୍ ଫାଇନାଲରେ ବେଶ ଭଲ ପ୍ରଦର୍ଶନ କରିଆସିଛି। ଅନ୍ୟପଟେ […]
ନୂଆଦିଲ୍ଲୀ : ପାକିସ୍ତାନରେ ବାୟୁସେନାର ଆକ୍ରମଣ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ। ଦିଲ୍ଲୀ ଜବାହରଲାଲ୍ ନେହେରୁ ଭବନରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲେ। କିଭଳି ପରିସ୍ଥିତିରେ ଭାରତ ପକ୍ଷରୁ ଆକ୍ରମଣ କରାଗଲା ସେନେଇ ବିରୋଧୀ ଦଳମାନଙ୍କୁ ଅବଗତ କରାଇଥିଲେ ସୁଷମା ସ୍ୱରାଜ। ଦେଶର ସୁରକ୍ଷା ପାଇଁ ବାୟୁସେନାର ଏଭଳି ଦୁଃସାହସିକ କାର୍ଯ୍ୟକୁ ସବୁ ଦଳ ପ୍ରଶଂସା କରିଥିଲେ।
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ମତାଦାନ ଚାଲିଛି। ମତଦାନ ବେଳେ ବିଭିନ୍ନ ଆଡୁ ଅପ୍ରିତିକର ଘଟଣାର ଖବର ବି ଆସୁଛି। ସାମାନ୍ୟ କଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ସୁଲତାନପୁରରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି ଏବଂ ସମାଜବାଦୀ ପାର୍ଟି- ବହୁଜନ ସମାଜବାଦୀ ପାର୍ଟି ମେଣ୍ଟ ପ୍ରାର୍ଥୀ ସୋନୁ ସିଂଙ୍କ ମଧ୍ୟରେ ବଚସା ହୋଇଛି। ସୋନୁଙ୍କ ସମର୍ଥକ ଭୋଟରଙ୍କୁ ଧମକାଉଥିବା ମାନେକା ଅଭିଯୋଗ ଆଣିଛନ୍ତି। ଏହା ପରେ ଉଭୟଙ୍କ ମଧ୍ୟରେ […]