• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Nirav Modi
ପିଏନବି ଦୁର୍ନୀତି ମାମଲା: ଚଢ଼ଉ ବେଳେ ଇଡି ଦ୍ୱାରା ୧୦ ହଜାରରୁ ଅଧିକ ବିଦେଶ ହାତବନ୍ଧା ଘଣ୍ଟା ଜବତ

ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସଂପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ପ୍ରାୟତଃ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ସବୁ ସମ୍ଭବତଃ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶରୁ ଆମଦାନୀ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ଘଟଣାରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସଂପୃକ୍ତି ନେଇ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ […]

parliament
ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।  ୧୬ଟି ରାଜ୍ୟର ଖାଲି ପଡୁଥିବା ୫୮ଟି ଆସନ ପାଇଁ ଏହି ନିର୍ବାଚନ କରାଯିବ। ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି  ପ୍ରକାଶ ପାଇବ ସହ ନାମାଙ୍କନ ଦାଖଲର ଶେଷ ତାରିଖ ୧୨। ସେହିପରି ୧୩ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ ଓ ୧୫ ତାରିଖ ନାମାଙ୍କନ ପ୍ରତ୍ୟାହାର ହେବ। ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ […]

sc
ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ସୁପ୍ରିମ୍‌କୋର୍ଟରେ ଚାଲୁଥିବା ଏହି ମାମଲା ଉପରେ ଆଜି ଶୁଣାଣି ହେବ। ମଧ୍ୟସ୍ଥତା ଜରିଆରେ ହିନ୍ଦୁ ଓ ମୁସଲିମ୍ ପକ୍ଷକୁ ଆପୋଷ ବୁଝାମଣା କରିବାକୁ ନେଇ ଶୁଣାଣି କରିପାରନ୍ତି କୋର୍ଟ। ଏହି ମାମଲାରେ ଶୀଘ୍ର ଫଇସଲା ପାଇଁ ଅଦାଲତଙ୍କ ତତ୍ତ୍ୱବଧାନରେ ଜଣେ ମଧ୍ୟସ୍ଥିଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ। ଗତ ୨୬ ତାରିଖରେ ମାମଲାର ଶେଷ ଥର ପାଇଁ ଶୁଣାଣି ହୋଇଥିଲା। ସୁପ୍ରିମ୍‌କୋର୍ଟ ପ୍ରଧାନ […]

sanjay lila -deepika
ଦୀପିକାଙ୍କୁ ଏମିତି ପ୍ରଶଂସା କଲେ ଭଂସାଲୀ : କହିଲେ ତାଙ୍କ ଭିତରେ ମୁଁ ୩ଜଣ ପୁରୁଣା ଅଭିନେତ୍ରୀଙ୍କୁ ଦେଖେ

ବଲିଉଡ଼ରେ ଏବେ ଖୁବ୍ ନାଁ କମେଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ ଜଣେ। ନିକଟରେ ରିଲିଜ୍‌ ହୋଇଥିବାବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’ରେ ଅଭିନୟ କରି ଦୀପିକା ପାଲଟିଯାଉଛନ୍ତି ବଲିଉଡ଼ର ଜଣେ ଚର୍ଚ୍ଚିତ ଚେହେରା। ଏହି ଅଭିନେତ୍ରୀ ଜଣଙ୍କ ଯେ ଅତ୍ୟନ୍ତ ଟ୍ୟାଲେଣ୍ଟେଡ୍‌ ସେ ବିଷୟରେ ପ୍ରଶ୍ନ କରାଯାଇନପାରେ। ତେବେ ‘ପଦ୍ମାବତ୍‌’ର ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କ ଦୃଷ୍ଟିରେ ଦୀପିକା କିପରି ଜାଣିଛନ୍ତି ? ଭଂସାଲୀ କହିଛନ୍ତି, ଦୀପିକାଙ୍କ ଭିତରେ ସେ ୩ଜଣ ପୂର୍ବତନ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଗୁଣ ଦେଖିବାକୁ […]

4G INTERNET--
ଭାରତରେ ସବୁଠୁ ଧିମା ୪ଜି ସ୍ପିଡ୍ : କେମିତି ପୁରା ହେବ ଡିଜିଟାଲ୍ ଇଣ୍ଡିଆର ସ୍ପପ୍ନ ?

ଭାରତ ଡିଜିଟାଲ୍ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନବରତ ଚେଷ୍ଟା ଚଳେଇଛି ଓ ଡିଜିଟାଲ୍ ଇଣ୍ଡିଆ ହେବାର ଲକ୍ଷ୍ୟରେ ଆଗେଇ ଚାଲିଛି। ହେଲେ ଏହା ସେତେବେଳେ ସମ୍ଭବ , ଯେତେବେଳେ ଏହି ସଂପର୍କିତ ସବୁ ବ୍ୟବସ୍ଥାର  ସଠିକ୍ ରୂପାୟନ ହୋଇପାରିବ। ଏଥିପାଇଁ ସବୁଠୁ ଜରୁରୀ ଭଲ ଇଂଟରନେଟ୍‌ ସେବା । ହେଲେ ମିଳିଥିବା ତଥ୍ୟ ଅନୁସାରେ ,ଇଂଟରନେଟ୍ ସେବା କ୍ଷେତ୍ରରେ ଭାରତ ଏବେ ବହୁତ ପଛରେ। ଉଲ୍ଲେଖନୀୟ ଯେ,  ଭାରତ ୪-ଜି ଇଂଟରନେଟ୍ ସ୍ପିଡ୍ କ୍ଷେତ୍ରରେ ପୁରା […]

1
ଦିନିକିଆ କଶ୍ମୀର ବନ୍ଦ

ଜମ୍ମୁ-କଶ୍ମୀର : ଦିନିକିଆ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା। ଏହି ବନ୍ଦ ପାଳନ କରୁଛି ଜମ୍ମୁ ଓ କାଶ୍ମୀର ଟ୍ରେଡର୍ସ ଆସୋସିଏସନ। ଜମାତ୍-ଏ- ଇସଲାମିକୁ ବ୍ୟାନ୍‌ କରିବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ ଜମ୍ମୁ ଓ କଶ୍ମୀରର ଜମାତ୍-ଏ- ଇସଲାମିକୁ ୫ ବର୍ଷ ଲାଗି ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପନ୍ନ ଆଶଙ୍କା ଦୃଷ୍ଟିରୁ ଏହି ବ୍ୟାନ୍ ଲଗାଯାଇଥିବା କେନ୍ଦ୍ର […]

ind
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ନାଗପୁର : ଆଜି ନାଗପୁରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍। ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ସୁଦୃଢ଼ ରହିଛି। ୫ ଟିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱ ରହିଛି।  ଗତ ମ୍ୟାଚ୍ ଓପନର ଶିଖର ଧୱନ ସଫଳ ହୋଇନଥିଲେ। ତେଣୁ ଆଜିର ମ୍ୟାଚ୍‌ରେ ତାଙ୍କ ଉପରେ ବିଶେଷ ନଜର ରହିବ। ଯୁବ ଅଲ୍ ରାଉଣ୍ଡର୍ ବିଜୟ ଶଙ୍କରଙ୍କୁ ଆଜିର ମ୍ୟାଚ୍‌ରେ ସ୍ଥାନ ମିଳିପାରେ। […]

afganiastan
୮ ଜଣ ଆତଙ୍କବାଦୀଙ୍କୁ ମାରି ୩୦ ଜଣ ନାଗରିକଙ୍କୁ ମୁକ୍ତ କଲେ ଆଫଗାନୀ ସେନା

କାବୁଲ୍ : ଆଫଗାନୀ ସେନା ଲଖମନ୍ ପ୍ରାନ୍ତରେ ଥିବା ଏକ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବଂ ୩୦ଜଣ ନାଗରିକ ମୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତିରେ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ , ସୁରକ୍ଷା କର୍ମୀମାନେ ସୋମବାର ଦିନ ଏଲାଇନଗର ଦିଲ୍ଲାର ଦାରା-ଏ-ସଙ୍ଗର ଅଂଚଳରେ ଥିବା ବିଦ୍ରୋହିଙ୍କ ଏକ ଆଡ୍ଡା ଉପରକୁ ଅତର୍କିତ ଚଢାଉ […]