କଟକ : ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବାମହାତୀ ସ୍ପିନର କ୍ରିଷ୍ଣା ପଲେଇଙ୍କୁ ବିସିସିଆଇ ଦୁଇ ବର୍ଷ ବାସନ୍ଦ କରିଛି। ବୟସ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗରେ ଉଭୟ ଓଡ଼ିଆ କ୍ରିକେଟରଙ୍କ ଉପରେ ଏହି ପ୍ରତିବନ୍ଧ ଲାଗିଛି। ରାଜେଶ ଦେଇଥିବା ବୟସ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ସେଥିରେ ଅନ୍ୟ ଜଣଙ୍କ ନାମ ଦେଖାଉଛି। ଏହି କାରଣରୁ ରାଜେଶଙ୍କୁ ବାସନ୍ଦ କରାଯାଇଥିବା କୁହାଯାଉଛି। ସେହିପରି ବର୍ତ୍ତମାନ ଡେରାଡୁନ ଗସ୍ତରେ ଥିବା ୨୩ […]
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଭାରତୀୟ ମହିଳା ଟିମ୍ ଘରୋଇ ଦର୍ଶକଙ୍କ ସାମ୍ନାରେ ଚିତ୍ତାକର୍ଷକ ବିଜୟ ହାସଲ କରି ଅଲିମ୍ପିକ୍ସର ନିକଟତର ହୋଇଛି। ଶୁକ୍ରବାର ଏଠାରେ ଭାରତୀୟ ମହିଳା ଟିମ୍ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟରର ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତ ବିଜୟରେ ଗୁରଜିତ୍ କୌର୍ ଦୁଇଟି (୪୨ତମ, ୫୧ତମ) ଗୋଲ୍ ସ୍କୋର କରିଥିବା ବେଳେ ଲିଲିମା ମିଞ୍ଜ୍ (୨୮ତମ), ଶର୍ମିଳା ଦେବୀ (୪୦ତମ) ଓ […]
ବେଜିଂ: ଚାଇନାରେ ଆରମ୍ଭ ହୋଇଛି ୫ଜି ଟେଲିକମ୍ ସେବା। ଏଥିସହିତ ଚାଇନା ଟେଲିକମ୍ ଜଗତର ଅଗ୍ରଣୀ ପରିଚୟ ହାସଲ କରିପାରିଛି। ଚାଇନାର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ମୋବାଇଲ, ଚାଇନା ୟୁନିକମ୍ ଏବଂ ଚାଇନା ଟେଲିକମ୍ ୫ଜି ସେବା ଆରମ୍ଭ କରିଛନ୍ତି। ଆଉ ଏଭଳି ଘଟଣା ସେତେବେଳେ ଘଟିଛି ଯେତେବେଳେ ବେଜିଂ ଏବଂ ୱାଶିଂଟନ୍ ପରସ୍ପର ସହ ଟେକ୍ନୋଲୋଜି ଓ ଟ୍ରେଡ୍କୁ ନେଇ ଲଢ଼ୁଛନ୍ତି। ପୂର୍ବରୁ ଦକ୍ଷିଣ କୋରିଆ, ଆମେରିକା ଏବଂ ବ୍ରିଟେନ୍ ୫ଜି ସେବା ଆରମ୍ଭ କରିସାରିଛନ୍ତି। […]
ମୁମ୍ବାଇ: କ୍ୟାନସର ସହ ଯୁଝୁଥିବା ବଲିଉଡ଼୍ ଚାର୍ମିଙ୍ଗ କୁଇନ୍ ସୋନାଲି ବେନ୍ଦ୍ରେଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ବଲିଉଡ୍ କଳାକାର। ସେ ଖୁବଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି। କ୍ୟାନସରରେ ପୀଡିତ ଥିବା ସଂପର୍କରେ ସୋନାଲି ନିଜେ ଉଭୟ ଟ୍ୱିଟରରେ ଓ ଇନ୍ଷ୍ଟାଗ୍ରାମରେ ଭାବପ୍ରବଣ ପୋଷ୍ଟ କରି ସୂଚନା ଦେଇଥିଲେ। ଗତ କିଛି ଦିନ ଧରି ସେ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ହେଲେ ବିଭିନ୍ନ ପରୀକ୍ଷାରୁ ସେ ହାଇଗ୍ରେଡ୍ କ୍ୟାନସରରେ […]
ନୂଆଦିଲ୍ଲୀ: ଇସ୍ରାଏଲର ହ୍ୟାକର ଗ୍ରୁପ୍ ଭାରତର ସାମ୍ବାଦିକ, ସାମାଜିକ କର୍ମୀ ଓ ସାଧାରଣ ଲୋକଙ୍କ ହ୍ୱାଟସ୍ଆପ ହ୍ୟାକ କରିଥିବା ଜଣାପଡ଼ିଛି। ଏହି ହ୍ୟାକର ଗ୍ରୁପ୍ର ନାଁ ପେଗାସୁସ୍। ଏହି ସଂସ୍ଥା ପକ୍ଷରୁ ଭାରତର ସାମ୍ବାଦିକ, ଏକାଡେମିକ୍ସ, ଓକିଲ ଓ ଦଳିତଙ୍କ ପାଇଁ ଲଢ଼େଇ କରୁଥିବା ସାମାଜିକ କର୍ମୀଙ୍କ ହ୍ୱାଟସ୍ଆପକୁ ହ୍ୟାକ କରି ଅନେକ ବ୍ୟକ୍ତିଗତ ତଥ୍ୟ ନେଇ ଯାଇଥିବା ଜଣାପଡ଼ିଛି। ଏହି ଖବର ମିଳିବା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସରକାର ଏହି ଘଟଣା […]
ମୁମ୍ବାଇ : ‘କୌନ ବନେଗା କରୋଡପତି’ର ସିଜନ୍-୧୧ରେ ହୋଷ୍ଟ ଭାବରେ ଅମିତାଭ ବଚ୍ଚନ କେବଳ ଶିକ୍ଷଣୀୟ ମେସେଜ୍ ଦେଇନଥା’ନ୍ତି, ଖେଳିବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହିତ ମଜାମସ୍ତି ମଧ୍ୟ କରିଥା’ନ୍ତି। ନିକଟରେ କେବିସିର ଶୁଟିଂ ସେଟ୍ରେ ଏମିତି ଜଣେ ପ୍ରତିଯୋଗୀ ଖେଳିବା ପାଇଁ ଆସି ପହଞ୍ଚିଥିଲେ, ଯାହାର ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରିବା ପାଇଁ ବିଗ୍ ବି ଭୁଲି ନାହାନ୍ତି। ସେହି ପ୍ରତିଯୋଗୀ କେହି ବ୍ୟକ୍ତି ନୁହଁନ୍ତି, ବରଂ ଗୋଟିଏ ବିଲେଇ। ଯାହାର ଫଟୋକୁ ଶେଆର୍ କରି […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରକୃତିର କୋପ। ଗତ କିଛି ଦିନ ଧରି ଉତ୍ତରଖଣ୍ଡରେ ଲାଗି ରହିଥିବା ବର୍ଷା, ସାରା ରାଜ୍ୟରେ ବିତ୍ପାତ ସୃଷ୍ଟି କରିଛି। ହିମାଳୟ ପାଦ ଦେଶରେ ହେଉଥିବା ଏହି ବର୍ଷା ଗତ ୬୮ ବର୍ଷର ରେକର୍ଡ ଭାଙ୍ଗିଛି। ତେଣୁ ପର୍ଯ୍ୟଟକଙ୍କୁ ବର୍ତ୍ତମାନ ପାଇଁ ଉତ୍ତରାଖଣ୍ଡ ନଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏଥିସହିତ ଆସନ୍ତା ୪୮ ଘଣ୍ଟା ଯାଏଁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେବଳ ଉତ୍ତରାଖଣ୍ଡ […]
ନୂଆଦିଲ୍ଲୀ : ଦିଲ୍ଲୀ ଶାସନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚିତ ସରକାର ପାଖରେ ହିଁ ରହିବ ପ୍ରକୃତ କ୍ଷମତା। ମନ୍ତ୍ରୀ ପରିଷଦ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେନି ଉପରାଜ୍ୟପାଳ। ସର୍ବୋଚ୍ଚ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଦିଲ୍ଲୀରେ କେଜ୍ରିଓ୍ୱାଲ୍ ସରକାରଙ୍କୁ ବଡ଼ ଅାଶ୍ୱସ୍ତି ମିଳିଛି। ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅାଜି ଏହି ରାୟ ଦେଇଛନ୍ତି। […]
ମୁମ୍ବାଇ: ବଲିଉଡ ପାଇଁ ଖରାପ ଖବର । ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ । ଡାଇଗ୍ନୋସିସ ପରେ ସେ କ୍ୟାନସର ପୀଡ଼ିତ ଥିବା ଜଣାପଡ଼ିଛି । ଆଜି ସୋନାଲି ନିଜ ଟ୍ୱିଟର ପୃଷ୍ଠାରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ବଲିଉଡର ଏହି ଚାର୍ମିଙ୍ଗ ଷ୍ଟାର୍ ବର୍ତ୍ତମାନ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଛନ୍ତି । ଗତ କିଛି ଦିନ ଧରି ସେ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ତେବେ ବିଭିନ୍ନ ପରୀକ୍ଷା କରିବା ପରେ ସେ କ୍ୟାନସର୍ […]
ନୂଆଦିଲ୍ଲୀ : ଆସନ୍ତାକାଲି ଯାଏ ସଂରକ୍ଷିତ ରହିଲା ଶଶି ଥରୁର୍ଙ୍କ ଆଗୁଆ ଜାମିନ୍ ଆବେଦନ ଉପରେ ଶୁଣାଣି। ଦିଲ୍ଲୀ ପତିଆଲା ହାଉସ୍ କୋର୍ଟ ଆସନ୍ତାକାଲି ଶଶି ଥରୁରଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାକୁ ନେଇ ଶଶି ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ମାମଲାର ତଦନ୍ତ କରୁଥିବା ସିବିଆଇ୍ ଶଶିଙ୍କୁ ଅଭିଯୁକ୍ତ ଭାବେ ସମନ୍ କରିଛି। ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ପବର୍ତ୍ତାଇବା ନେଇ ଶଶିଙ୍କୁ ଅଭିଯୁକ୍ତ ଆକାରରେ ଦର୍ଶାଇଛନ୍ତି ସିବିଆଇ୍। […]
ନୂଆଦିଲ୍ଲୀ: ବଦଳିବ ୭୦ ବର୍ଷର ଇତିହାସ। ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ। ଏହାର ବୃହତ ଅଙ୍ଗ ଜମ୍ମ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱ ନେବେ ଓଡ଼ିଆ ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ। ଅନ୍ୟପକ୍ଷରେ ଲଦାଖର ଉପରାଜ୍ୟପାଳ ଦାୟିତ୍ୱ ନେବେ ଆରକେ ମାଥୁର। ଗୁରୁବାର ଶ୍ରୀନଗର ଏବଂ ଲେହଠାରେ ପୃଥକ ପୃଥକ ୨ଟି ଉତ୍ସବରେ ଦୁହେଁ ଶପଥ ନେବେ। ଉଭୟଙ୍କୁ ଶପଥ କରାଇବେ ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ। ଜମ୍ମୁ-କଶ୍ମୀର […]
ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସମର୍ଥନରେ ବାହାରିଛି ଆତଙ୍କୀସ୍ତାନ ପାକିସ୍ତାନ। କର୍ତ୍ତାରପୁର କରିଡର ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ତାଲିକାରୁ ଭାରତ ସରକାର ସିଦ୍ଧୁଙ୍କ ନାଁ ବାଦ୍ ଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ପାକିସ୍ତାନ ସରକାର ଇସ୍ଲାମାବାଦ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଭାରତ ଭଳି ପାକିସ୍ତାନ ମଧ୍ୟ ତା’ ସୀମାରେ ନଭେମ୍ବର ୯ରେ କର୍ତ୍ତାରପୁର କରିଡର ଉଦ୍ଘାଟନ କରିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପାକିସ୍ତାନ ସରକାର ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। […]
ମୁମ୍ବାଇ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ଯୁଦ୍ଧରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍ ଧରି ବସିଥିବା ବିଜେପିର ସହଯୋଗୀ ଦଳ ଶିବସେନା ଏଥିରୁ ଓହରି ଯିବାକୁ ସଙ୍କେତ ଦେଇଛି। ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଶିବସେନା ଘୋଷଣା କରି ନଥିଲେ ହେଁ ଆସନ୍ତାକାଲି କିମ୍ବା ଶୁକ୍ରବାର ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏଥିପାଇଁ […]