• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

duplicate
ନକଲି ସିମେଣ୍ଟ କାରଖାନା ଠାବ, ୬ ଅଟକ

କଟକ : ନକଲି ଗୁଟଖା, ଘିଅ ଓ ତେଲ ପରେ ଏବେ କଟକରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ସଦର ଥାନା ପୀର ବଜାରରେ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରାଯାଛି। ଏହି ଘଟଣାରେ ୬ ଜଣଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚୁରା ଜାରି ରଖିଛି।  ଗୋଟିଏ ପରେ ଗୋଟିଏ ନକଲି ଜିନିଷ ଠାବକୁ ନେଇ  ଲୋକଙ୍କ ମଧ୍ୟରେ  ଆଲୋଚନା ଆରମ୍ଭ ହୋଇଛି।

snake
କ୍ୱାରେଣ୍ଟିନ୍‌ ସେଣ୍ଟରରେ ସାପ କାମୁଡାରେ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍‌ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ କିଛି ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ  ରଖାଯାଉଛି। ଏହି ସମୟରେ ବାହାରୁ ଫେରିଥିବା ଜଣେ ୧୬ ବର୍ଷର ବାଳକକୁ ନିଜ ଗାଁ ସ୍କୁଲର କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା।  କିନ୍ତୁ ସେଠାରେ ସାପ କାମୁଡାରେ ବାଳକଟିର  ମୃତ୍ୟୁ ଘଟିଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ। ଖବର ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ […]

Supreme-Court-of-India
ଗଣମାଧ୍ୟମ ଉପରେ ସୁପ୍ରିମକୋର୍ଟଙ୍କ କଟକଣା; ପୀଡ଼ିତା ନାବାଳିକାଙ୍କ ଫଟୋ, ଭିଡିଓ ଦେଖାଇପାରିବେନି

ନୂଆଦିଲ୍ଲୀ: ଦେଶର ଗଣମାଧ୍ୟମ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି। ନାବାଳିକା ଦୁଷ୍କର୍ମ ଘଟଣାରେ ଉଭୟ ବୈଦ୍ୟୁତିକ ଓ ପ୍ରିଣ୍ଟ ଗଣମାଧ୍ୟମ ନାବାଳିକାଙ୍କ ଭିଡିଓ ଫୁଟେଜ୍‌ କିମ୍ବା ଫଟୋ ଦେଖାଇ ପାରିବେ ନାହିଁ। ଏପରିକି ନାବାଳିକାଙ୍କ ମୁହଁ ବ୍ଲର୍‌ କରି ମଧ୍ୟ ଦେଖାଇ ପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି କଟକଣା ଲଗାଇଛନ୍ତି। ପୀଡ଼ିତାଙ୍କର ନାଁ କିମ୍ବା ତାଙ୍କ ପରିଚୟ ଗଣମାଧ୍ୟମରେ ନ ଦେବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଜଣେ ନାବାଳିକାଙ୍କ ସମ୍ମାନ ଉପରେ […]

bihar girl
ଜିତିଲା ଜୀବନ: ୧୧୦ ଫୁଟ୍‌ ଗଭୀର ବୋରୱେଲ୍‌ରୁ ୩ ବର୍ଷର ଶିଶୁକନ୍ୟା ଉଦ୍ଧାର

ପାଟନା: ଜୀବନ ସହ ଦୀର୍ଘ ୩୦ ଘଣ୍ଟାର ସଂଗ୍ରାମ ପରେ ଶେଷରେ ପୁନର୍ଜନ୍ମ ପାଇଲା ବିହାରର ୩ ବର୍ଷର ଶିଶୁକନ୍ୟା ସାନା। ୧୧୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ଗତକାଲି ଉଦ୍ଧାର ପରେ ସାନା ଏବେ ସୁସ୍ଥ ଥିବା ଜଣାପଡିଛି। ସେନା, ଏନଡିଆରଏଫ୍‌, ବିହାର ଏସଡିଆରଏଫ୍ ଓ ପୁଲିସର ନନ୍‌ଷ୍ଟପ୍ ଅପରେସନ୍‌ ପରେ ସାନାକୁ ଅକ୍ଷତ ଅବସ୍ଥାରେ ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ୍‌ ସମୟରେ ଉଦ୍ଧାର କରାଯାଇଥିଲା। ପରେ ତତ୍‌କ୍ଷଣାତ ନିକଟସ୍ଥ ସେନା ହସ୍ପିଟାଲରେ […]

vlcsnap-error791
୨୫% ସିଟ୍ ବାହାର ରାଜ୍ୟ ପିଲାଙ୍କୁ ଦେବା ନିଷ୍ପତ୍ତିକୁ ନେଇ ବିବାଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଓଡ଼ିଆ ମାରଣ ନୀତି। ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୫୦ ପ୍ରତିଶତ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ରେ ଏଣିକି ଆଡ୍‌ମିଶନ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ଓପେକାର ଆବେଦନ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛି ଦକ୍ଷତା ବିକାଶ ବିଭାଗର ପଲିସି ପ୍ଲାନିଂ ବଡ଼ି। ତେବେ ଏହି ନିଷ୍ପତ୍ତିକୁ ଓଡ଼ିଆ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। କାରଣ ଏହାଦ୍ୱାରା ରାଜ୍ୟର ଗରିବ ମେଧାବୀ ଛାତ୍ର ଭଲ କଲେଜରେ ଆଡମିଶନ ପାଇବାରୁ ବଞ୍ଚିତ ହେବେ ବୋଲି […]

RAISAN
ତୁଟିନି ଖାଦ୍ୟ ସୁରକ୍ଷା ଯୋଜନା ପୁରୁଣା ଅଡ଼ୁଅା

ଭୁବନେଶ୍ୱର: ଟଙ୍କିକିଆ ଚାଉଳ ପାଇବାକୁ ଯୋଗ୍ୟ ନହୋଇ ରାସନକାର୍ଡ ହାତେଇଥିବା ହିତାଧିକାରୀଙ୍କୁ ଗିରଫ କରିଥିଲେ ରାଜ୍ୟ ସରକାର। ବାଦ୍‌ ପଡ଼ିନଥିଲେ ବୟସ୍କା କିମ୍ବା ପ୍ରସୁତି। ତେବେ ପଞ୍ଚୟାତ ନିର୍ବାଚନରେ ଭୋଟ୍‌ କଟିବାର ଭୟ ଯୋଗୁଁ ମାମଲା ପ୍ରତ୍ୟାହାର ସହ ଆଦାୟ କରିଥିବା ଜୋରିମାନା ଟଙ୍କା ଫେରସ୍ତ ପାଇଁ ଘୋଷଣା କରିଥିଲେ। ଏହା ଭିତରେ ବିତିଗଲାଣି ପାଖାପାଖି୨ ବର୍ଷ। ଅନେକଙ୍କୁ ଟଙ୍କା ଆଉ ଫେରାଗଲାନି। ଏମିତି ଅଭିଯୋଗ ଆସିଛି ବଲାଙ୍ଗୀର ରୁଗୁଡ଼ିପଡା ଅଞ୍ଚଳରୁ। ଅଭିଯୋଗ ଅନଯାୟୀ ଦୀପାଞ୍ଜଳି ରାଉତ […]

vlcsnap-error288
ମୋଦି ସରକାରଙ୍କ ପ୍ରତି ବିଜେଡିର ଅାଭିମୁଖ୍ୟ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ଏନଡିଏ ଆଡ଼କୁ ଢଳୁଛି କି ବିଜେଡି?  ଆସାମ୍ NRC ପ୍ରସଙ୍ଗ ବିତର୍କ ପରେ ଅମିତଙ୍କ ମନ୍ତବ୍ୟ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି। ଏହାପୂର୍ବରୁ ଲୋକସଭାରେ ଅନାସ୍ଥା ଆଲୋଚନା ଆଗରୁ ବିଜେଡି ବୟକଟ୍ ପରେ ବି ଦୁଇ ଦଳ ଭିତରେ ଫିକ୍ସିଂ ହୋଇଥିବା ଚର୍ଚ୍ଚା ହୋଇଥିଲା। ସେହିଭଳି ପାର୍ଲାମେଣ୍ଟରେ ଅନେକ ବିଲ୍‌କୁ ବିଜେଡିର ସମର୍ଥନ, ବିମୁଦ୍ରାକରଣ ଓ ଜିଏସ୍‌ଟି, ରାଷ୍ଟ୍ରପତି ନିର୍ବାନରେ କୋବିନ୍ଦଙ୍କ […]

vlcsnap-error469
୧୧୦ ଫୁଟ ବୋରୱେଲ୍‌ ଭିତରକୁ ଖସିପଡ଼ିଛି ୩ ବର୍ଷର କୁନି ଝିଅ

ପାଟନା: ବିହାର ମୁଙ୍ଗେର ଜିଲ୍ଲାରେ ୧୧୦ ଫୁଟ ଗଭୀର ବୋର୍‌ୱେଲରେ ଖସି ପଡ଼ିଛି ୩ ବର୍ଷର ଶିଶୁ। ଶିଶୁ କନ୍ୟାକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଝିଅଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗତକାଲି ମୁଙ୍ଗେର ଜିଲ୍ଲା ମୁରଗିଆଛକ ଅଞ୍ଚଳରେ ଏକ ନିର୍ମାଣାଧୀନ ବୋର୍‌ୱେଲ ଭିତରେ ୩ ବର୍ଷର ଝିଅଟି ଖେଳୁଥିବା ବେଳେ ଅଚାନକ ଖସିପଡ଼ିଥିଲା। ଖବର ପାଇ ବିହାର ଷ୍ଟେଟ୍‌ ଡିଜାଷ୍ଟର୍‌ […]

ଚାଲାଣ
ଦିଲ୍ଲୀରୁ ୩୯ ନେପାଳୀ ଝିଅ ଉଦ୍ଧାର, ଦେହ ବ୍ୟବସାୟ ପାଇଁ ଗଲ୍ଫ ଦେଶକୁ ଚାଲାଣ ହୋଇଥା’ନ୍ତେ!

ନୂଆଦିଲ୍ଲୀ: ନେପାଳୀ ଝିଅମାନଙ୍କୁ ବିଦେଶ ଚାଲାଣ କରୁଥିବା ଏକ ବଡ଼ ଧରଣର ରାକେଟ୍‌କୁ ଧରିଛି ଦିଲ୍ଲୀ ପୁଲିସ। ନେପାଳର ଗରିବ ଝିଅମାନଙ୍କୁ  ଚାକିରି ଦେବା ଲୋଭ ଦେଖାଇ ଭାରତ ଅଣାଯାଇଥିଲା ବୋଲି ପୁଲିସ କହିଛି। ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବାକୁ ଦେଶ ବାହାରକୁ ଚାଲାଣ କରାଯିବାକୁ ଏକ ହୋଟେଲରେ ରଖାଯାଇଥିଲା। ଖବର ମୁତାବକ,ପାହାଡ଼ଗଞ୍ଜ ଅଞ୍ଚଳରେ ହୋଟେଲ ‘ହୃଦୟ ଇନ୍‌’ ରେ ନେପାଳୀ ଝିଅମାନଙ୍କୁ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ପୁଲିସ […]

vlcsnap-error978
ସୁଧହାର ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଆଜି ରେପୋ ରେଟ ୨୫ ବେସିସ ପଏଣ୍ଟ ବଢ଼ାଇଛି। ଫଳରେ ରେପୋ ରେଟ ୬.୨୫ରୁ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାଫଳରେ ଏଣିକି ୬.୫ ସୁଧ ହାରରେ ବ୍ୟାଙ୍କ ଗୁଡିକୁ ସୁଧ ଦେବ ଆରବିଆଇ। ଏହା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ, ଅଟୋ ସମେତ ଅନ୍ୟାନ୍ୟ ଋଣ ହାର ବୃଦ୍ଧି କରିପାରନ୍ତି। ତେଣୁ ଏହାର  ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ […]

manisha_anuragi
ଏମିତି ମନ୍ଦିର ଯେଉଁଠି ମହିଳାଙ୍କୁ ବାରଣ; ବିଧାୟିକା ଦର୍ଶନ କରିବାରୁ ଗଙ୍ଗାଜଳରେ ଧୁଆହେଲା ମନ୍ଦିର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହମୀରପୁର ଅଂଚଳରେ ଥିବା ଏକ ପୁରୁଣା ମନ୍ଦିର ଭିତରକୁ ଜଣେ ବିଧାୟିକା ପଶିବା ଓ ପରେ ଠାକୁର ମାରା ହୋଇଗଲେ କହି ମନ୍ଦିରକୁ ଗଙ୍ଗାଜଳରେ ଶୋଧନ କରାଯିବା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ଦେଶରେ ନାରୀକୁ ଲକ୍ଷ୍ମୀ କହନ୍ତି ସେହି ଦେଶରେ ଏମିତି ଏକ ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି। ରାଠି ବିଧାନସଭା ମଣ୍ଡଳର ବିଧାୟିକା ମନୀଷା ଅନୁରାଗୀ […]

sonali
ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ନଣଦ

ନୂଆଦିଲ୍ଲୀ: କ୍ୟାନ୍‌ସର୍‌ ସହ ଯୁଝୁଥିବା ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ନିକଟରେ ସୋନାଲିଙ୍କ ନଣଦ ସୃଷ୍ଟି ଆର୍ଯ୍ୟ ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ,ସୋନାଲି ମାନସିକ ଭାବେ ଦୃଢ଼ ଅଛନ୍ତି ଓ ସୋନାଲି ସାହସର ସହ କ୍ୟାନ୍‌ସର୍‌ର ମୁକାବିଲା କରୁଛନ୍ତି। ସେ ବର୍ତ୍ତମାନ ତାଙ୍କ ସ୍ୱାମୀ ଗୋଲ୍ଡି ବେହଲ ଓ ପୁଅ ରଣବୀରଙ୍କ ସହ ଅଛନ୍ତି। ପରିବାର ସହ ଥିବାରୁ ସେ କ୍ୟାନ୍‌ସର୍‌ ସହ ଲଢ଼େଇ କରିବାର ଶକ୍ତି ପାଇଛନ୍ତି । ସେ କ୍ୟାନସରରେ […]

macchu arrest
ଟିଟୋ ଲିଙ୍କ୍‌ରେ ମାଛୁ ଗିରଫ

ଭୁବନେଶ୍ୱର : ଟିଟୋ ଲିଙ୍କ୍‌ରେ STF ଅାଉ ଜଣଙ୍କୁ ଗିରଫ କରିଛି। ତା ନାଁ ଶେଖ୍ ଅାସାଦୁଲ୍ କାଦିର ଓରଫ ମାଛୁ। ଗତକାଲି ରାତିରେ ମାଛକୁ ଏସ୍‌ଟିଏଫ୍ ଗିରଫ କରିଥିଲା। ସେପଟେ ଟିଟୋକୁ ଅାଉ ଏକ ମାମଲାରେ ପକ୍ଷଭୁକ୍ତ ପାଇଁ କଟକ SDJM କୋର୍ଟ ଅନୁମତି ପ୍ରଦାନ  କରିଛନ୍ତି। ୨୦୧୬ରେ ଚାଉଳିଅାଗଞ୍ଜ ବଟି, ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋକୁ ପକ୍ଷଭୁକ୍ତ କରାଯାଇଛି।  ଏଥିପାଇଁ କମିଶନରେଟ୍ ପୁଲିସ କୋର୍ଟରେ ଅାବେଦନ କରିଥିଲା।

up rain
ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଅଘଟଣ ଘଟି ୧୨ ଜଣ ପ୍ରାଣ ହରାଇଛନ୍ତି। ଏଥି ସହିତ ରାଜ୍ୟରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ଗତ ୬ ଦିନରେ ୮୫କୁ ଛୁଇଁଲାଣି ବର୍ଷା ଯୋଗୁ ୬୦୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ଅନେକ ଗୋରୁଗାଈଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପ୍ରଶାସନ ପକ୍ଷରୁ ହାଇ ଅାଲର୍ଟ ଜାରି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ଲାଗି […]

babua in court
କୋର୍ଟରେ ହାଜର ହେଲା ଅଭିଯୁକ୍ତ ବବୁଅା

ଭଦ୍ରକ : ଭଦ୍ରକ ତାଳସିଠା ଜଘନ୍ୟ ଡବଲ ମର୍ଡର ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବବୁଅା ମହାନ୍ତିକୁ ଅାଜି କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଭଦ୍ରକ ଏଡିଜେ କୋର୍ଟରେ ହାଜର କରାଯାଇଛି। ବବୁଅାକୁ ପୁଲିସ୍‌ ରିମାଣ୍ଡରେ ନେବାର ସମ୍ଭାବନା ଅଛି। ଯେଉଁ କାରଣ ପାଇଁ ଧରମ ବାପା ମାଅାଙ୍କୁ ହତ୍ୟା କରିଥିବା କଥା ବବୁଅା କହିଥିଲା, ତାହା ମନଗଢ଼ା ବୋଲି ପୁଲିସ୍‌ କହିଥିଲା। ତେଣୁ ରିମାଣ୍ଡରେ ତାକୁ ନେଇ ଜେରା କରି […]

sushanta singh
ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କଳାପତାକା ପ୍ରଦର୍ଶନ

ଅନୁଗୋଳ : ଶକ୍ତି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ଅନୁଗୋଳ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଅନୁଗୋଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରି ସେମାନେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ନାଲକୋର ଫ୍ୟାକ୍ଟ୍ରୀ ଓ ବଏଲର ବିଭାଗର ଏକ ସେମିନାରରେ ଯୋଗ ଦେବାକୁ ଯାଉଥିଲେ। ବିରୋଧ ସତ୍ତ୍ୱେ […]

thana
ଗୁରୁ ନାଁରେ କଳଙ୍କ

ଦେବଗଡ଼  : ଗୁରୁ ନାଁରେ କଳଙ୍କ। ବିଭିନ୍ନ ସମୟରେ ୫ ଛାତ୍ରୀଙ୍କ ସହ ଯୌନ ସଂପର୍କ ଅଭିଯୋଗରେ ଟ୍ୟୁସନ ସାର୍ ଗିରଫ। ଏହି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ। ଅଭିଯୁକ୍ତ ହେଲେ ରବୀନ୍ଦ୍ର ସାହୁ। ତାଳସେର ଗାଁରେ ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ ୩ ବର୍ଷ ହେଲା ରବୀନ୍ଦ୍ର କେତେକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଲଜ୍ଜା ଭୟରେ କେହି ଏକଥା ବାହାରେ ପ୍ରକାଶ କରୁନଥିଲେ। ତେବେ ଗତକାଲି […]