ନୂଆଦିଲ୍ଲୀ: ଆସାମ ନାଗରିକ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଗୃହ ଭିତରେ ନାରାବାଜି ସହ ବାହାରେ ପ୍ଲାକାର୍ଡ ଧରି ବିରୋଧୀମାନେ ପ୍ରତିବାଦ କରିଥିଲେ। ଅନ୍ୟ ରାଜ୍ୟର ନାଗରିକମାନଙ୍କୁ ବାହାର କରିବାପାଇଁ ଏପରି ଚକ୍ରାନ୍ତ କରାଯାଉଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଚିହ୍ନଟ ପ୍ରକ୍ରିୟା କେବଳ ଲୋକମାନଙ୍କର ଦାୟିତ୍ୱ ନୁହେଁ ଏଥିପାଇଁ ସରକାର ମଧ୍ୟ ସମପରିମାଣରେ ଦାୟୀ ବୋଲି […]
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ୱନ କରୁଥିବାର ଦେଖୁବାକୁ ମିଳୁଛି। ଘରକୁ ଫେରୁଥିବା ଶ୍ରମିକଙ୍କର ଏଭଳି କଷ୍ଟ ଓ ଯନ୍ତ୍ରଣା ପ୍ରକୃତରେ ଦୃଦୟ ବିଦାରକ। ଏଠି ଆଉଜଣେ ଶ୍ରମିକଙ୍କ ଘରବାହୁଡା ଦୁଃଖ ଓ ଯନ୍ତ୍ରଣା କଥା କହିବୁ ଯିଏ ହାତ ତିଆରି ଏକ କାଠଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁ ସନ୍ତାନକୁ […]
ଭୋପାଲ: ଦିନେ ଦୃଷ୍ଟିହୀନ ବାପା-ମା’ଙ୍କୁ ଭାରରେ ବୋହି ବୁଲୁଥିଲେ ଶ୍ରବଣକୁମାର। ଆଜି ଭିନ୍ନକ୍ଷମ ପୁଅ ପାଇଁ ଶ୍ରବଣକୁମାର ସାଜିଛନ୍ତି ମା‘। ପୁଅକୁ ଝୁଲାରେ ବୋହି ଚାଲିଚାଲି ଯାଉଛନ୍ତି। ମହାମାରୀ କରୋନା ଯୋଗୁଁ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି। ଜଣେ ମା’ ନିଜ ଶାରୀରିକ ଭିନ୍ନକ୍ଷମ ପିଲାଟିକୁ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ପାଗ ବଦଳି ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀରେ ରବିବାର ଦିନବେଳା ଯେପରି ଅନ୍ଧାର ମାଡ଼ି ଆସି ଥିଲା ଠିକ୍ ଆଜି ମଧ୍ୟ ସେହିଭଳି ଭାବରେ ଅନ୍ଧାର ହେବାସହ ଧୂଳିଝଡ଼ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆଜି ସକାଳୁ ପାଗ ମେଘୁଆ ରହିଛି। ପବନର ଗତବିଧିକୁ ଲକ୍ଷ୍ୟ କରି ପୁଣିଥରେ ପ୍ରବଳ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିବ ବୋଲି ଅନୁମାନ […]
ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ପ୍ରତାପ ଯାଦବଙ୍କୁ ନେଇ ନୂଆ ବିବାଦ। ଶ୍ରାବଣ ମାସରେ ବୋଲବମ୍ ଚାଲିଥିବା ବେଳେ ଶିବ ପୋଷାକ ପରିଧାନ କରି ବିବାଦକୁ ଆସିଛନ୍ତି ତେଜ ପ୍ରତାପ। ଦେଓଘର ସ୍ଥିତ ବାବା ବୈଦ୍ୟନାଥଙ୍କ ଠାରେ ପାଣି ଢାଳିବା ବେଳେ ସେ ଶିବଙ୍କ ଭଳି ପୋଷାକ ପିନ୍ଧିଥିଲେ। ଯାହାକୁ ନେଇ ଦେଖାଦେଇଛି ବିବାଦ। କିଛି ଶ୍ରଦ୍ଧାଳୁ ଏହାକୁ ନିନ୍ଦା କରିଛନ୍ତି। ପୂର୍ବରୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଚର୍ଚ୍ଚାକୁ ଆସିଥିଲେ ତେଜ୍ପ୍ରତାପ । […]
ନୂଆଦିଲ୍ଲୀ: ୫୫ ଦିନ ଯାଏ ଦିଲ୍ଲୀ ବିମାନ ବନ୍ଦରରେ ଫସି ରହିଥିଲେ ଜର୍ମାନ ନାଗରିକ। ଜର୍ମାନ ନାଗରିକ ଏଡଜ୍ ଜାଏବାଦ୍ ଲକ୍ଡାଉନ୍ ପରେ ଦିଲ୍ଲୀ ବିମାନ ବନ୍ଦରରେ ରହି ଯାଇଥିଲେ। ତେବେ ଆଜି ତାଙ୍କୁ ଜର୍ମାନ ଅଭିମୁଖେ ସ୍ୱତନ୍ତ୍ର ବିମାନ ଯୋଗେ ପଠାଇ ଦିଆଯାଇଛି। ଗତ ୧୮ ତାରିଖରେ ହାନୋଇଠୁ ଭାୟା ଦିଲ୍ଲୀ ହୋଇ ଇସ୍ତାନବୁଲ ଯାଇଥାନ୍ତେ ଜର୍ମାନ ନାଗରିକ । ତେବେ ସେହିଦିନ ତୁର୍କୀକୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଥିଲା । ସେହିଭଳି ୟୁରୋପକୁ […]
ନୂଆଦଲ୍ଲୀ: ପୋଲିସ ବାବୁଙ୍କ ସିଙ୍ଘମ ଅବତାରର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଲକ୍ଡାଉନ ସମୟରେ ପୋଲିସ ବାବୁଙ୍କ ଏହି ହିରୋଗିରି କିନ୍ତୁ ତାଙ୍କ ଉପରେ ଭାରି ପଡ଼ିଛି। ଏଭଳି ଭିଡିଓକୁ ନେଇ ଏବେ ବିବାଦ ଘେରକୁ ଆସିଛନ୍ତି। ମଧ୍ୟପ୍ରଦେଶ ଦମାହ ଜିଲ୍ଲା ନରସିଂହଗଡ଼ ପୋଲିସ ଷ୍ଟେସନର ସବ୍ଇନସ୍ପେର ମନୋଜ ଯାଦବ। ମନୋଜଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଦମାହ ଏସ୍ପି ହେମନ୍ତ ଚୌହାନ। ଏନେଇ ଜଣେ […]
ନୂଆଦିଲ୍ଲୀ: ଆଜି ବିଶ୍ୱ ନର୍ସ ଦିବସରେ ଆମେ ଏଭଳି ଜଣେ ନର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ବର୍ତ୍ତମାନ କରୋନା ଯୁଦ୍ଧରେ ଲୋକମାନଙ୍କ ପାଇଁ ଲଢ଼େଇ କରୁଛନ୍ତି। କର୍ଣ୍ଣାଟକର ଶିବାମୋଗାସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ରୁପା ପ୍ରବୀଣ ରାଓ ନାମକ ଜଣେ ମହିଳା । ସେ ୯ମାସର ଗର୍ଭାବସ୍ଥାରେ ଥିବା ଜଣାପଡିଛନ୍ତି। ଏଭଳି ଅବସ୍ଥାରେ ଥାଇ ମଧ୍ୟ ଦେଶରେ ମହାମାରୀ କରୋନା ଭାରସର ଯୁଦ୍ଧରେ ନିଜକୁ ସାମିଲ କରି ରୋଗୀମାନଙ୍କର ସେବା କରୁଛନ୍ତି। ରୁପା ପ୍ରବୀଣ […]
ନୂଆଦିଲ୍ଲୀ: ଦେଶରେ କରୋନ ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଉତ୍ତରପ୍ରଦେଶ ଗାଜିଆବାଦର ଆପାର୍ଟମେଣ୍ଟରେ ରହୁଥିବା ଏକ ବଡ଼ ସୋସାଇଟି ନୂଆ ନିୟମ କରିଥିବା ଜଣାପଡିଛି। ଏହି ନିୟମ ମୁତାବକ, ଯଦି ଆପାର୍ଟମେଣ୍ଟର ମାଲିକ ବାହାରୁ ଆସୁଥିବା ବ୍ୟକ୍ତିକୁ ନିଜ ଘରେ ରଖିବାକୁ ଜାଗା ଦିଅନ୍ତି, ତେବେ ସେମାନଙ୍କୁ ୧୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜରିମାନା ଦେଲାପରେ ତାଙ୍କ ଘରର ଲାଇନ୍ ଓ ପାଣି ମଧ୍ୟ ବନ୍ଦ କରାଯିବ। ରାଜନଗର […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସମଗ୍ର ଦେଶରେ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ୍। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ମେ’ ୧୭ରେ ଶେଷ ହେବାକୁ ଯାଉଛି। କରୋନା ସଂକ୍ରମଣ ଯୋଗୁ ଜୀବିକା ହରାଇ ବାହାରେ ଫସି ରହିଥିବା ଶ୍ରମିକମାନେ ଏବେ ଗ୍ରାମାଭିମୁଖୀ। ହେଲେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ। ନ ଗାଡ଼ିମୋଟର ଅଛି ନା ପାଖରେ ଅଛି ଅର୍ଥ। ଏପରି ପରିସ୍ଥିତିରେ ଶ୍ରମିକମାନେ ଶହ […]
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ସୋମବାର ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦକୁ ସୂଚନା ଦେଇଛନ୍ତି ଯେ କରୋନା ଭାଇରସ୍ର ଭ୍ୟାକ୍ସିନ୍ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଆନୁମାନିକ ସମୟ ପୂର୍ବରୁ ଟୀକା ପ୍ରସ୍ତୁତି କାମ ଶେଷ ହେବାର ଆଶା ଅଛି ବୋଲି ସେ କହିଛନ୍ତି। ଟେଡ୍ରୋସ୍ କହିଛନ୍ତି ଯେ ୭ ରୁ ୮ଟି ଟିମ୍ ମିଳିତ ଭାବେ ଏହି ଭ୍ୟାକ୍ସିନ୍କୁ ପ୍ରସ୍ତୁତ କରୁଛନ୍ତି। ଖୁବ୍ ଶୀଘ୍ର ବିଶ୍ୱକୁ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆଖି ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରିଥାଏ। ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ର ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି ଯେ ଆଖିର ଏସିଇ-୨ (ACE-2)ରିସେପ୍ଟର ମାଧ୍ୟମରେ ଏହି ଭାଇରସ ଶରୀରକୁ ପ୍ରବେଶ କରିଥାଏ। ଶରୀରର କୋଷଗୁଡ଼ିକରେ ସଂକ୍ରମଣ ପାଇଁ ACE-2 ରିସେପ୍ଟରଗୁଡ଼ିକୁ ‘ଗେଟୱେ’ ଭାବରେ ବିବେଚନା କରାଯାଇଥାଏ। ଭାଇରସ ଶରୀରକୁ ଏହା ମାଧ୍ୟମରେ ସଂକ୍ରମଣ କରିଥାଏ। ଫୁସଫୁସ୍, ଶ୍ୱାସକ୍ରିୟା ବ୍ୟତୀତ ଶରୀରର ଅନ୍ୟ ଅଙ୍ଗରେ ACE-2 ରିସେପ୍ଟର […]
ସୁନ୍ଦରଗଡ଼: ସ୍ୱାଧୀନତାର ଏତେ ବର୍ଷ ପରେ ବି କରୁଆଡ଼େରାରେ ପହଞ୍ଚି ପାରିନି ସରକାରଙ୍କ ବିକାଶ ରଥ। ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ପାଇଁ ନଳ କୂଅଟିଏ ବି ନାହିଁ। ବର୍ଷା ହେଲେ ଡିବିରି ଆଲୁଅ ସାହା ଭରସା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ ଗୁରୁତର ରୋଗୀ ଖଟିଆରେ ବୁହା ହୁଅନ୍ତି। କିନ୍ତୁ ଏବେ ବଣ ପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କରୁଆଡ଼େରାରେ ପହଞ୍ଚିବ ବିକାଶ। ଆଉ ଲୋକଙ୍କୁ ମିଳିବ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହାର ପଞ୍ଝାରୁ ମୁକୁଳି ପାରିନି। କରୋନା ହଟ୍ସ୍ପଟ ପାଲଟିଛି ଆମେରିକା। ଏପରି ସମୟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ୍ ଭାରତ ଅପକ୍ଷା ଆମେରିକାକୁ ସୁରକ୍ଷିତ ସ୍ଥାନ ମନେ କରି ତାଙ୍କ ସ୍ୱାମୀ ଓ ତିନି ପିଲାଙ୍କ ସହ ଆମେରିକାର ଲସ୍ ଆଞ୍ଜେଲସ୍ ପଳାଇଛନ୍ତି । ସନି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେଏକ ଫଟୋ ଶେୟାର କରିଛନ୍ତି, […]