• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

dog
ଲକ୍‌ଡାଉନ୍‌ର ସାଥୀ, ଲୁଚକାଳି ଖେଳରେ ପାର୍ଟନର ହେଲା କୁକୁର

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କରୋନା ନିଜର କାୟାକୁ ବିସ୍ତାର କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମସ୍ତେ ଏକପ୍ରକାର ଗୃହବନ୍ଦୀ। ଏହି ଲକ୍‌ଡାଉନ ଯୋଗୁ ସବୁଠାରୁ ଯଦି କିଏ କଷ୍ଟ ପାଉଥାନ୍ତି ସେମାନେ ହେଉଛନ୍ତି ଛୋଟ ପିଲା। ବାହାରକୁ ଯାଉପାରୁ ନାହାନ୍ତି। ସାଙ୍ଗସାଥୀ କେହି ନାହାନ୍ତି। ବାପା-ମା ଘରେ ଅଫିସ ଖୋଲି ବସିଛନ୍ତି। ଏପରି ସମୟରେ କୁନି ଝିଅଟି କିପରି ପୋଷା କୁକୁର ସହ ସମୟ କଟାଉଛି ତାହାର […]

fire
ଜୀବିକା ଗଲା, ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ଯୁବକ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଗ୍ୱାଲିଅର ସହରରେ ଜଣେ ଯୁବକର ଚାକିରି ଚାଲିଯିବାରୁ ସେ ହତାଶ ହୋଇ ଚରମ ପଦକ୍ଷେପ ନେଇଥିବା ଜଣାପଡିଛି। ଗତ କାଲି ସେ ରାସ୍ତା ଉପରେ ନିଜ ଦେହରେ ନିଆଁ ଲଗାଇଦେଇଥିବା ଜଣାପଡିଛି। ପରେ ଯୁବକ ଜଣକ ନିଆଁରୁ ରକ୍ଷା ପାଇବା ପାଇଁ ରାସ୍ତା ଉପରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା। ତାଙ୍କ […]

rajiv
ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ କଥା ହେଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କ୍ୟାବିନେଟ ସେକ୍ରେଟାରୀ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି।  ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲାର ସ୍ଥିତି ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩୫୦ ଶ୍ରମିକ ସ୍ପେଶାଲ ଟ୍ରେନରେ ୩ ଲକ୍ଷ ୫୦ ହଜାର ପ୍ରବାସୀ ଶ୍ରମିକ ନିଜ ରାଜ୍ୟରେ ପହଞ୍ଚା ଯାଇଛି।  ରାଜ୍ୟ ସରକାରମାନେ ରେଲେଓ୍ୱକୁ ସହଯୋଗ କରିବାକୁ ସେ […]

bolbam
ଶ୍ରାବଣର ପ୍ରଥମ ସୋମବାରରେ ଶିବମୟ ପରିବେଶ

ଭୁବନେଶ୍ୱର: ଶିବ ଆରାଧନାରେ ମଗ୍ନ ହେଉଛି ଜଗତ। ନେପାଳର କାଠମାଣ୍ଡୁ ସ୍ଥିତ ପଶୁପତି ନାଥ ମନ୍ଦିର ହେଉ କି, ଉତ୍ତରଭାରତର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ, ରାତି ପାହୁ ନପାହୁଣୁ ଆଜି ବୋଲ୍‌ବମ୍, ହର ହର୍ ବମ୍ ଧ୍ୱନିରେ କମ୍ପୁଥିଲା ସବୁ ଶୈବାଳୟ। ଲମ୍ବା ଲାଇନ୍‌ରେ ଶିବ ଦର୍ଶନ ଅପେକ୍ଷାରେ ଗେରୁଆ ବସ୍ତ୍ରଧାରୀ ହଜାର ହଜାର କାଉଡ଼ିଆ। ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଶ୍ରାବଣର ପ୍ରଥମ ସୋମବାରରେ ଆଶୁତୋଷଙ୍କ ଜଳଲାଗି ପାଇଁ ବିଭିନ୍ନ ନଦୀରୁ ଜଳଭାର ଧରି ଘଣ୍ଟା […]

dama
‘ଟି’ ଲିଙ୍କ୍‌କୁ ନେଇ ତୀବ୍ର ହେଲା ପଲିଟିକାଲ ବ୍ଲେମ୍‌ ଗେମ୍

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌କୁ ନେଇ ଆରମ୍ଭ ହୋଇଯାଇଛି ପଲିଟିକାଲ ବ୍ଲେମ ଗେମ୍। ମୁହାଁ ମୁହିଁ ହୋଇଛନ୍ତି ଦାମ, ବିଷ୍ଣୁ ଓ ବାପି ସର୍ଖେଲ। ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ୍ ଟିଟୋ ଲିଙ୍କ ନେଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ୍‌ଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସେମାନଙ୍କ ଭୂମିକାର ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଟୋ ସହ ସର୍ଖେଲ୍ ଲିଙ୍କ୍‌ରେ ଥିବା ଅଭିଯୋଗ ଆଣି STF କାହିଁକି […]

5lacks
ଝିଅ ଭବିଷ୍ୟତ ପାଇଁ ରଖିଥିବା ସଞ୍ଚିତ ଅର୍ଥକୁ ଅସହାୟଙ୍କୁ ବାଣ୍ଟିଦେଲେ ବାପା

ନୂଆଦିଲ୍ଲୀ: କରୋନା ଭାଇସର ଯୋଗୁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ତାମିଲନାଡୁର ଜଣେ ଦୋକାନୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡୁର ମଦୁରାଇରେ ତାଙ୍କର ଏକ ସେଲୁନ୍‌ ଦୋକାନ ରହିଛି। ସେହି ବ୍ୟକ୍ତିଙ୍କ ନାଁ ସି. ମୋହନ। ମୋହନ ନିଜ ଝିଅର ପାଠ ପଢ଼ା ପାଇଁ ସଞ୍ଚୟ କରି ରଖିଥିବା ୫ଲକ୍ଷ ଟଙ୍କାକୁ ଲୋକଙ୍କ ସାହାଯ୍ୟ ପାଇଁ ଖର୍ଚ୍ଚ କରିଥିଲେ। ମୋହନଙ୍କର ଏହି ଅର୍ଥ […]

sheep
ଜାହାଜରେ ବିଦେଶରୁ ଫେରିଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ସମୟରେ କେତେକ ଭାରତୀୟ ବିଦେଶରେ ଫସି ରହିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ମାଲଦ୍ୱୀପରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଇଏନ୍‌ଏସ୍‌(INS)ଜାହାଜ ଗୁରୁବାର ଦିନ ସେଠାରେ ପହଞ୍ଚିଥିଲା। ଏହାପରେ ଏହି ନୌସେନା ଜାହାଜ ରବିବାର ସକାଳେ କୋଚି ବନ୍ଦରରେ ପହଞ୍ଚିଥିଲା। ଏହି ଜାହାଜ ଦ୍ୱାରା ୬୯୮ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୧୯ […]

dharampua
ଧରମ ପୁଅର ଅଧର୍ମ କାଣ୍ଡ

ଭଦ୍ରକ: ଧରମ ପୁଅ ରଚିଲା ଅଧର୍ମ କାଣ୍ଡ। ଧରମ ମା’ଙ୍କୁ ହତ୍ୟା, ଧରମ ଭଉଣୀକୁ ଦୁଷ୍କର୍ମ। ସମ୍ପର୍କର ବନ୍ଧ ଡେଇଁ ଭିଆଇଛି ଜଘନ୍ୟ କାରନାମା। ଅଭିଯୁକ୍ତର ନାଁ ବବୁଆ ମହାନ୍ତି। ସମୟ ବିଳମ୍ବିତ ରାତି। ଅଭିଯୋଗ ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ତଥା ଧରମ ବାପାଙ୍କ ସହ ବାହାରକୁ ଯାଇଥିବା ବବୁଆ ଫେରିଆସିଥିଲା ଏକୁଟିଆ। ଆଉ କବାଟ ଖୋଲିବା କ୍ଷଣି ହଠାତ୍ ଶିଳପୁଆରେ ଆକ୍ରମଣ କଲା ନିଜ ଧରମ ମା’ଙ୍କୁ। ଏହାପରେ ଧରମ ଭଉଣୀକୁ ମୁହଁ ସହ […]

imran
ଅଗଷ୍ଟ ୧୧ରେ ଶପଥ ନେଇପାରନ୍ତି ଇମ୍ରାନ ଖାନ୍

ଇସ୍‌ଲାମାବାଦ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ପାକିସ୍ତାନ ତେହରିକ୍‌ -ଇ-ଇନ୍‌ସାଫ ସୁପ୍ରିମୋ ଇମ୍ରାନ ଖାନ୍। ପାକିସ୍ତାନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ସହ ରେଡିଓ ପାକିସ୍ତାନରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଛି। ପୂର୍ବରୁ ତାଙ୍କ ଦଳର ମୁଖପାତ୍ର ଦେଶର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ସେପଟେ ସଂଖ୍ୟା ଗରିଷ୍ଠତା ପାଇଁ ପିଟିଆଇ ପକ୍ଷରୁ କସରତ ଜାରି […]

yamuna
ବିପଦ ସଙ୍କେତ ଉପରେ ଯମୁନାର ଜଳସ୍ତର

ନୂଆଦିଲ୍ଲୀ : ଏବେ ବି ବିପଦ ସଙ୍କେତ ଉପରେ ରହିଛି ଯମୁନା ନଦୀର ଜଳସ୍ତର   ଯମୁନାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ହରିଅାଣାର ହାଥିନକୁଣ୍ଡ ବ୍ୟାରେଜରୁ ପାଣିଛଡା ଯାଉଥିବାରୁ ଯମୁନାରେ ଜଳସ୍ତର ବିପଜ୍ଜନକ ସ୍ଥିତିରେ ରହିଛି । ସୋମବାର ନଦୀର ଜଳସ୍ତର ୨୦୫.୫ ମିଟର ରହିଛି। ଯମୁନାର ବିପଦ ସଙ୍କେତ ୨୦୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ଦେଢ ମିଟର ଅଧିକ ରହିଛି। ଏହା ଫଳରେ ଦିଲ୍ଲୀରେ ବି ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା […]

delhiiii
ଦିନ ୧୧ଟାରେ ମାଡି ଆସିଲା ରାତି ! ବର୍ଷା ସାଙ୍ଗକୁ କୁଆପଥର ମାଡ଼

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ହଠାତ ପାଗ ବଦଳି ଯାଇଥିଲା। କେଉଁଠି ଥିଲା କେଜାଣି ହଠାତ୍‌ ଧୂଳିଝଡ଼ ସହ ବର୍ଷା ମାଡ଼ି ଆସିଲା। ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯେମିତି ରାତି ଆସିଗଲା  କି ! ଆଜି ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାର ପାଗ ହଠାତ୍‌ ବଦଳି ଯାଇଥିଲା।  ଅନ୍ଧାର ‌ମାଡ଼ି ଆସିବା ସହ ରାସ୍ତାଘାଟ କିଛି ଦେଖା ଯାଇ ନ ଥିଲା। ଚାରିଆଡେ ଧୂଳି ଉଡିବାକୁ ଲାଗିଲା। ପରେ […]

mumbai
ହସ୍ପିଟାଲରେ ନାହିଁ ବେଡ୍‌, ଖାଲିଥିବା ସ୍ଥାନରେ କରାଗଲା କୋଭିଡ-୧୯ ସେଣ୍ଟର

ମୁମ୍ୱାଇ: ମୁମ୍ବାଇରେ କରୋନା ଭାଇରସ୍‌ର ସ୍ଥିତି ଦିନିକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଡାକ୍ତରଖାନାଗୁଡ଼ିକରେ ବେଡ୍‌ର ଅଭାବ ଦେଖାଦେଇଛି । ଏହାର ମୁକାବିଲା ପାଇଁ ବିଏମ୍‌ସି ପ୍ରଶାସନ ଖୋଲାଯାଗାରେ ହସ୍ପିଟାଲ ଓ କ୍ୱାରେଣ୍ଟିନ୍‌ କେନ୍ଦ୍ର ଗୁଡିକ ତିଆରି କରୁଥିବା ଜଣାପଡିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିକେସି(BKC)ର ଏମ୍‌ଏମ୍‌ଆରଡିଏ(MMRDA)ଗ୍ରାଉଣ୍ଡରେ ଭାରତର ପ୍ରଥମ ଗ୍ରାଉଣ୍ଡ ହସ୍ପିଟାଲ ତିଆରି କରୁଥିବା ଜଣାପଡିଛି। ଏହି ଡାକ୍ତରଖାନାଟି MMRDA ଦ୍ୱାରା ନିର୍ମାଣ କରାଯାଉଛି ଏବଂ ଏହି ସ୍ୱତନ୍ତ୍ର […]