• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona
କରୋନାକୁ ଜିତିଲେ ୧୦୦ ବର୍ଷର ବୃଦ୍ଧା, ଘରେ ପହଞ୍ଚିଲାବେଳକୁ ପଡ଼ୋଶୀ କଲେ ଏପରି ସ୍ୱାଗତ

ଇନ୍ଦୋର: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ମଧ୍ୟପ୍ରଦେଶରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାକୁ କୋଭିଡ -୧୯ ର ହଟ୍‌ସ୍ପଟ୍‌ ଅଞ୍ଚଳଭାବେ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସେଠାରୁ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି। ସେଠାରେ ଜଣେ ୧୦୦ବର୍ଷର ବୃଦ୍ଧା କରୋନା ବିରୁଦ୍ଧରେ ଲଢ଼ି ଯୁଦ୍ଧରେ ଜିତିଥିବା ଜଣାପଡିଛି। ଖବର ଅନୁଯାୟୀ, ବୃଦ୍ଧା ଜଣଙ୍କ ଇନ୍ଦୋରର ନେହେରୁ ନଗର ଅଞ୍ଚଳର ବାସିନ୍ଦା। ତାଙ୍କ ନାଁ ଚନ୍ଦାବାଇ ପରମାର। ବୃଦ୍ଧାଙ୍କୁ କରୋନା ହୋଇଥିବା […]

bollywood film
ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଏକା ସାଙ୍ଗେ ୪ ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଚାରିଟି ନୂଆ ଫିଲ୍ମ। ମୁଲ୍କ, ଫନି ଖାନ୍, କାରୱାନ୍‌ ଏବଂ ପିହୁ ସାରା ଦେଶରେ ରିଲିଜ୍ ହୋଇଛି। କିଛି ଦିନର ବ୍ୟବଧାନ ପରେ ଦର୍ଶକଙ୍କ ସାମ୍ନାକୁ ଆସିଛି କୋର୍ଟ ରୁମ୍ ଡ୍ରାମା। ତାପସୀ ପାନ୍ନୁ ଏବଂ ରିଶି କପୁରଙ୍କ ‘ମୁଲ୍କ’ ରିଲିଜ୍ ପୂର୍ବରୁ ବେଶ୍‌ ପ୍ରଂଶସା ସାଉଁଟି ସାରିଛି। ତେବେ ୩୧ ବର୍ଷୀୟ ତାପସୀଙ୍କ ଓକିଲ ଭୂମିକାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ୟଙ୍ଗ୍‌ ଡାଇନାମିକ୍ କ୍ୟାରେକ୍ଟର […]

marraie
ବାହାହେବା ପାଇଁ ୮୦ କି.ମି ଚାଲିଚାଲି ବର ଘରେ ପହଞ୍ଚିଲା କନ୍ୟା

କାନପୁର: କରୋନା ମାହାମାରୀକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ଦେଶରେ ଶୁଭ ମାଙ୍ଗଳିକ କାର୍ଯ୍ୟଗୁଡିକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ କରୋନା ଭାଇରସ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରୁଥିବାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଜଣେ ଯୁବତୀଙ୍କର ବାହାଘର ହେବା ପାଇଁ ମେ’୪ ତାରିଖକୁ ସ୍ଥିର କରାଯାଇଥିଲା। କିନ୍ତୁ ଯୁବତୀଙ୍କର ବାହାଘରଟି ଲକ୍‌ଡାଉନ୍‌ ଯୋଗୁ ବାରମ୍ୱାର ଘୁଞ୍ଚିଥିବାରୁ ସେ ନିଜ ଘର ଛାଡି ୮୦ କିମି […]

marraie
ଲକ୍‌ଡାଉନ୍‌: ବରକୁ ଆସିବାକୁ ମିଳିଲାନି ଅନୁମତି, ଏପରି ହେଲା ବାହାଘର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ କୌଣସି ଶୁଭ କାର୍ଯ୍ୟ କରାଯାଉନଥିବା ଜଣାପଡିଛି। ଯେପରି ବାହାଘର ଭଳି କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। କାରଣ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ସମସ୍ତଙ୍କ ନିକଟରେ ଅପିଲ୍‌ କରିଛନ୍ତି। ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଟିହରିର କୋଠୀ କଲୋନୀରେ। ଲକ୍‌ଡାଉନ୍‌ ଯୋଗୁ ଯେତେବେଳେ ବର-କନ୍ୟାକୁ ଦୁହିଁଙ୍କୁ କେହି କାହାରି ରାଜ୍ୟକୁ […]

virat
ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ

ବର୍ମିହାମ : ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ। ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡ ମାଟିରେ ବିରାଟଙ୍କ ଏହା ପ୍ରଥମ ଶତକ। ଏହାସହ ଟେଷ୍ଟ କ୍ରିକେଟ୍‌ରେ କୋହଲି ୨୨ତମ ଶତକ ହାସଲ କରିଛନ୍ତି। ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଥିବା ବେଳେ କୋହଲି ଏହି ସ୍ମରଣୀୟ ଶତକ ହାସଲ କରିଛନ୍ତି। ୪ ବର୍ଷ ତଳେ ଯେଉଁ ବିରାଟ କୋହଲି ଇଂଲଣ୍ଡ ମାଟିରେ ବିଫଳ ହୋଇଥିଲେ ସେ ଆଜି ସଫଳତାର ସହିତ ଶତକ […]

migrant
ଜୀବନକୁ ବଞ୍ଚାଇବା ପାଇଁ ଏପରି ବାଟ ବାଛିଲେ ପ୍ରବାସୀ ଶ୍ରମିକ

ସହାରନପୁର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ହରିୟାଣା ସୀମାକୁ ମଧ୍ୟ ସିଲ୍ କରାଯାଇଛି। ଉତ୍ତରପ୍ରଦେଶକୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୀମା ପାର କରିବାକୁ ଅନୁମତି ମିଳୁନାହିଁ।  ଏଭଳି ପରିସ୍ଥିତିରେ ୧୨ଜଣ ଶ୍ରମିକ ନିଜ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ରବର ଟ୍ୟୁବ୍‌ ସାହାଯ୍ୟରେ ନଦୀ ପାର ହୋଇ ୟୁପିରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଛୋଟ ପିଲା ଓ ମହିଳା ମଧ୍ୟ ଅଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଯମୁନା ନଦୀରେ ଦେଖିବାକୁ […]

traffic
ଏଡିଜିଙ୍କ ଝିଅଙ୍କୁ ଚାପୁଡା ମାରିଲେ ଟ୍ରାଫିକ୍‌ କନଷ୍ଟେବଲ

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ୍‌ ଏଡିଜିଙ୍କ ଝିଅଙ୍କୁ ମାଡ଼ ଅଭିଯୋଗ। ଏଜି ଛକରେ ଜଣେ ଟ୍ରାଫିକ୍‌ କନଷ୍ଟେବଲ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ନିୟମ ଉଲଂଘନ ଅଭିଯୋଗକୁ ନେଇ ଏଭଳି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିଛି। ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅ ଏକ ଗାଡ଼ିରେ ରାଜମହଲ ଛକରୁ ଏଜି ଛକ ଅାଡକୁ ଅାସୁଥିଲେ। ତେବେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଏଜି ଛକରେ ଥିବା ଜଣେ ଟ୍ରାଫିକ୍ କନଷ୍ଟେବଲଙ୍କ […]

mask222
ଡରାଉଛି ମୃତ୍ୟୁର କରାଳ ରୂପ, ତଥାପି ଥକି ପଡ଼ିନି ସହାୟତାର ହାତ

ଜୟପୁର: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ରୂପ ଡରାଉଛି। ସେ ଡରି ଯାଇଛନ୍ତି ସତ ହେଲେ ଥକି ଯାଇ ନାହାନ୍ତି। କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି।  ଆଖି ଆଗରେ  ରାଜସ୍ଥାନର ଅଜମେର ଜିଲ୍ଲାରେ ‘ମାର୍ବଲ ସିଟି’ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିଥିବା କିଶାନଗଡର ଜଣେ ଶୀକ୍ଷୟତ୍ରି କ୍ୟାନସର ରୋଗରେ ପୀଡିତ । ହେଲେ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛନ୍ତି। କରୋନା ରୋଗୀଙ୍କ ପାଇଁ ମାସ୍କ ନିଜ ହାତରେ ତିଆରି କରୁଛନ୍ତି ଏବଂ ମାଗଣାରେ […]

corona
ଇଟାଲୀକୁ ପଛରେ ପକାଇଲା ଭାରତ, କରୋନା ଆକ୍ଟିଭ କେସ୍‌ରେ ରହିଲା ୫ମ ସ୍ଥାନରେ

ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଇଟାଲିକୁ ଟପି ଭାରତ ଏବେ ୫ମ ସ୍ଥାନରେ ଅଛି।  କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ୱେବସାଇଟ୍‌ ୱାର୍ଲ୍ଡୋମିଟର କହିବା ଅନୁଯାୟୀ, ଭାରତରେ ୬୩,୧୭୦ଟି ଆକ୍ଟିଭ କେସ୍‌ ରହିଛି। ଇଟାଲୀ ଅପେକ୍ଷା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡିଛି। ସୂଚନାଥାଉ କି, ଇଟାଲୀ ହେଉଛି ସେହି ଦେଶ ଯେଉଁଠାରେ ଚୀନ ଅପେକ୍ଷା କରୋନା ଭାଇରସ ଶୀଘ୍ର ବିସ୍ତାର କରିଥିଲା। ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ରେ ୩୨,୩୩୦ ଲୋକଙ୍କର […]

tiger
ବାଘ-ଝିଙ୍କ ଲଢ଼େଇ, ଜିତିଲା କିଏ?

ନୂଆଦଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଲୋକମାନେ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ଚିତାବାଘ ଓ ଝିଙ୍କଙ୍କ ମଧ୍ୟରେ ଯୁଦ୍ଧ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଲୋକମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓଟିକୁ ଭାରତୀୟ ବନ ସେବା ଅଧିକାରୀ ରମେଶ […]

ias
ଯୁବତୀଙ୍କୁ ଚପଲ ପିନ୍ଧାଇଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଏଭଳି ବିପଦ ସମୟରେ ଭଗବାନଙ୍କ ଦେବଦୂତ ସାଜି କେତେକ ବ୍ୟକ୍ତି ସାହାଯ୍ୟ ପାଇଁ ହାତ ମଧ୍ୟ ବଢ଼ାଉଛନ୍ତି। ପ୍ରବାସୀଙ୍କ ପାଖରେ ନାଁ […]

trump
କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ଖାଉଥିଲେ ମ୍ୟାଲେରିଆ ଔଷଧ

ୱାଶିଂଟନ୍‌: ଆମେରିକାର ଭୟଙ୍କର ଭାବେ କ୍ଷତି ଘଟାଇଛି ମହାମାରୀ କରୋନା ଭାଇରସ୍। ଏଠାରେ ଏକ ଲକ୍ଷ ମୁହାଁ ହେଲାଣି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ କରୋନାଠୁ ରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଜିଙ୍କ୍ ସହିତ ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ ଖାଉଛନ୍ତି। ଏନେଇ ନିଜେ ଟ୍ରମ୍ପ ଘୋଷଣା କରିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। ଏହାପୂର୍ବରୁ ଆମେରିକାର ବୈଜ୍ଞାନିକମାନେ କହିଥିଲେ ଯେ ମ୍ୟାଲେରିଆ ଔଷଧ କରୋନା ଭାଇରସ ପାଇଁ ଉଦ୍ଦିଷ୍ଟ ନୁହେଁ। ତଥାପି ଟ୍ରମ୍ପଙ୍କର ଏପରି ଘୋଷଣା […]