• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

dutee-up
ଚମକିଲେ ଦୂତୀ

ଜାକର୍ତ୍ତା : ଜାକର୍ତ୍ତା ଏସିଅାଡ୍‌ରେ ଚମକିଲେ ଓଡିଅା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ମହିଳା ୨ଶହ ମିଟର ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି ଧାବିକା ଦୂତୀ ଚାନ୍ଦ। ୨୦୦ ମିଟର ରେସ୍‌କୁ ସେ ୨୩. ୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ପୂର୍ବରୁ ଶହେ ମିଟର ଦୌଡ଼ରେ ସେ ରୌପ୍ୟ ପଦକ ପାଇଥିଲେ।   ?? CONGRATULATIONS!! SILVER?FOR #INDIA ??!#DuteeChand wins silver in women’s 200 m final. #AsianGames2018 #AsianGames pic.twitter.com/o0JUdn2xBw — Doordarshan […]

jagatsinghpur-up
ଗରିବ ଭୂମିହୀନଙ୍କୁ ଜମି ପଟ୍ଟା ମିଳୁନଥିବା ଅଭିଯୋଗ

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲାରେ ଅାଦିବାସୀ, ହରିଜନ ପରିବାରଙ୍କୁ ମିଳୁନି ନ୍ୟାୟ। ଦୀର୍ଘ ଦିନ ଧରି ଜମି ପଟ୍ଟା ଲାଗି ଅାବେଦନ କଲେ ବି ସରକାର କାହାରିକୁ ଜମି ପଟ୍ଟା ପ୍ରଦାନ କରିନାହାଁନ୍ତି। ସହର ଉପକଣ୍ଠ ମନ୍ତ୍ରାଗାଁ କେନାଳବନ୍ଧ କଡ଼ ବସ୍ତିରେ ରହୁଥିବା ଭୂମିହୀନଙ୍କୁ ମିଳିନି ଜମିପଟ୍ଟା କି ରାଜୀବ ଅାବାସରେ ଘର ଖଣ୍ଡେ। ପ୍ରମାଣପତ୍ର ଅଭାବରୁ ସେମାନଙ୍କ ସନ୍ତାନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଅନେକ ପରିବାର ସ୍ୱାସ୍ଥ୍ୟ ଓ ସରକାରୀ ଯୋଜନାରୁ ବି ବଞ୍ଚିତ ହେଉଥିବା […]

kkr
ଆଇପିଏଲ୍‌ରେ ରସେଲ୍ ଝଡ଼: ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍

ନୂଆଦିଲ୍ଲୀ: ଲଢୁଆ ବ୍ୟାଟିଂ ସତ୍ତ୍ୱେ ହେଲା ପରାସ୍ତ। ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବନାମ୍ ରାୟଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ରସେଲ୍ ଝଡ଼ ପୁଣି ଥରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟୀ କରିଛି। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୨୦୫ ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ ସର୍ବାଧିକ ୮୪ ରନ୍ କରିଥିବାବେଳେ, ଡିଭିଲିୟର୍ସ ୬୩ ରନ୍ କରିଥିଲେ। ୨୦୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି […]

vlcsnap-error007
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ବର୍ଦ୍ଧିତ ୨% ଭତ୍ତା ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ୪୮ଲକ୍ଷ ୪୧ହଜାର କର୍ମଚାରୀ ଓ ୬୨ଲକ୍ଷ ତିନି ହଜାର ପେନସନ ଭୋଗୀ ଉପକୃତ ହେବେ। ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜକୋଷ ଉପରେ ୬ହଜାର ୧୧୨କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

vlcsnap-error997
ଉତ୍ତରାଖଣ୍ଡରେ ଭୂସ୍ଖଳନ, ୪ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବୁଡ଼ା କେଦାର ଅଞ୍ଚଳରେ ବଡଧରଣର ଭୂସ୍ଖଳନ ଘଟି ୪ଜଣଙ୍କ ମୃତ୍ୟୁ ହୋଇଛି। ଭୂସସ୍ଖଳନରେ ଏକାଧିକ ଘର ଭୁଶୁଡ଼ିପଡ଼ିଛି।  ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଫସିରହିଥିବା ସନ୍ଦେହ କରାଯାଉଛି। ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଷ୍ଟେଟ୍‌ ଡିଜାଷ୍ଟର ରେସପନ୍ସ ଫୋର୍ସ ବା SDRF ଏବଂ ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଦିନ ତଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। […]

rupee falls
ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡସ୍ତରକୁ ହ୍ରାସ

ନୂଆଦିଲ୍ଲୀ:ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡସ୍ତରକୁ ହ୍ରାସ ହୋଇଛି। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୩୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଆମେରିକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।