ନୂଆଦିଲ୍ଲୀ: ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ଜଡ଼ିତ ଏକ ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହ କୋର୍ଟ ସଜ୍ଜନଙ୍କୁ ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ ସହ ଦିଲ୍ଲୀ ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ପରେ ଆଜି ଶପଥପାଠ […]
ଜୟପୁର: ୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ। ରାଜସ୍ଥାନର ଗୁଜ୍ଜର୍ ସମ୍ପଦ୍ରାୟଙ୍କୁ ମିଳିଛି ୫ ପ୍ରତିଶତ ସଂରକ୍ଷଣ। ଆଜି ଏନେଇ ଆଗତ ଗୁଜ୍ଜର୍ ସଂରକ୍ଷଣ ବିଲ୍କୁ ବିଧିବଦ୍ଧ ଭାବେ ରାଜସ୍ଥାନ ବିଧାନସଭାରେ ମଞ୍ଜୁରୀ ମିଳିଛି। ଏଣିକି ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ ସରକାରୀ ଯୋଜନାରେ ଗୁଜ୍ଜରଙ୍କୁ ଅଧିକ ଲାଭ ମିଳିବ। କେବଳ ଗୁଜ୍ଜର ନୁହେଁ ଆଉ ଚାରିଟି ସମ୍ପ୍ରଦାୟକୁ ମଧ୍ୟ ସଂରକ୍ଷଣ ପାଇଁ ବିଲକୁ ମଞ୍ଜୁରୀ ମିଳିଛି। ଏହାସହ ଆର୍ଥିକ ଦୁର୍ବଳ ଥିବା ଉଚ୍ଚ ଜାତିର […]
ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମେଣ୍ଟ ଷ୍ଟ୍ରାଟେଜି ଆପଣାଇଛି କଂଗ୍ରେସ। ମହାନ ଦଳ ସହ କଂଗ୍ରେସ ମେଣ୍ଟରେ ୟୁପିରେ ନିର୍ବାଚନ ଲଢ଼ିବ ଦଳ। ଆଜି ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଉତ୍ତର ପ୍ରଦେଶ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଦନ କରି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଗତକାଲି ରାତି ଓ ଆଜି ଦିନ ସାରା ମାରାଥନ୍ […]
ମୁମ୍ବାଇ: ଦେଶ ଓ ଦେଶ ବାହାରେ ବଲିଉଡ୍ ବାଦ୍ଶାହା ଶାହରୁଖ ଖାନ୍ ଯେତିକି ପ୍ରସିଦ୍ଧ, ତାଙ୍କର ‘ମନ୍ନତ’ ବାସଭବନ ମଧ୍ୟ ସେତିକି ପ୍ରସିଦ୍ଧ। ମୁମ୍ବାଇରେ ଶାହରୁଖ୍ଙ୍କ ଏହି ବାସଭବନ ରହିଛି। ଶାହରୁଖ୍ଙ୍କ ନାଁ ଯେମିତି ତାଙ୍କର ଏହି ବାସଭବନ ମଧ୍ୟ ଠିକ୍ ଦେଖିବାକୁ ସେମିତି। ଶାହାରୁଖ୍ଙ୍କ ଏହି ବିଶାଳକାୟ ବାସଭବନକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖକ ଲୋକ ଏଠାକୁ ଆସିଥାନ୍ତି। ଅନେକ ସମୟରେ ଶାହାରୁଖ୍ଙ୍କ ଏହି ଘରକୁ ନେଇ କିଛି ନା କିଛି ଚର୍ଚ୍ଚା […]
ନୂଆଦିଲ୍ଲୀ: ଷୋଡ଼ଶ ଲୋକସଭାର ଶେଷ ଅଧିବେଶନର ଶେଷ ଦିନରେ ବିଦାୟୀ ଭାଷଣ ଦେଇ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ତାଙ୍କ ଶେଷ ଭାଷଣରେ ଚଳିତ ସରକାରଙ୍କ ସଫଳତା ବଖାଣିବା ସହ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିବାକୁ ଭୁଲିନଥିଲେ ମୋଦି। ସରକାରଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଷୋଡ଼ଶ ଲୋକସଭାରେ ଶହେ ପ୍ରତିଶତରୁ ଅଧିକ କାମ ହୋଇଛି। ଏଥିଲାଗି ସେ ନିଜ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ […]
ମିଶିଗନ୍ର ୨୫ ବର୍ଷୀୟ ବୈଦେହୀ ଡୋଙ୍ଗରେ ମିସ୍ ଇଣ୍ଡିଆ ୟୁଏସଏ-୨୦୨୧ (Miss India USA 2021) ମୁକୁଟ ଜିତିଛନ୍ତି। ୨ ନମ୍ବରରେ ରହିଛନ୍ତି ଜର୍ଜିଆର ଅର୍ଶୀ ଲାଲାନୀ।
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲ୍ଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଆହତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଦକ୍ଷିଣ କଶ୍ମୀର ପୁଲୱାମା ଜିଲ୍ଲାର ସିର୍ନୋ ଗାଁରେ କର୍ଡନ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଯାହାର ପାଲଟା ଜବାବରେ ଏନ୍କାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ନୂଆଦିଲ୍ଲୀ: ଏନ୍ଡିଏ ସରକାରଙ୍କ ରାଫେଲ ଡିଲ୍ ୟୁପିଏ ଠାରୁ ୨.୮୬% ଶସ୍ତା। ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ରାଫେଲ ଡିଲ୍ ସମ୍ପର୍କିତ ସିଏଜି ରିପୋର୍ଟରେ ଏଭଳି ଉଲ୍ଲେଖ ରହିଛି। ରାଫେଲ୍ କ୍ରୟ ଏବଂ ପୂର୍ବ ଡିଲ୍ ସଂପର୍କରେ ରିପୋର୍ଟରେ ବିସ୍ତୃତ ତଥ୍ୟ ଦିଆଯାଇଛି। ୟୁପିଏ ସରକାର ଅମଳଠାରୁ ୯ ପ୍ରତିଶତ ଶସ୍ତାରେ ଏହି ଚୁକ୍ତି ହୋଇଥିବା ଦାବି କରୁଥିଲେ ଏନ୍ଡିଏ ସରକାର। ହେଲେ ତାହା ମାତ୍ର ୨.୮୬% ଶସ୍ତା ବୋଲି ଆଜି ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେବେ […]