• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

rahul;
୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରଥମ ପ୍ରର୍ଯ୍ୟାୟର ତାଲିକାରେ ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଜ୍ୟ ଗୁଜରାଟ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଏସ୍‌ପି-ବିଏସ୍‌ପିଙ୍କ ଦୂଆର ବନ୍ଦ୍ ପରେ ‘ଏକ୍‌ଲା ଚଲୋ’ ନୀତି ଆପଣାଇଛି କଂଗ୍ରେସ। ଏହି […]

dna
ଆଜିଠାରୁ ପାକିସ୍ତାନକୁ ଗଡ଼ିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଆଜିଠାରୁ ପୁଣିଥରେ ଚାଲିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍। ଆଜି ଭାରତ ପଟୁ ଅର୍ଥାତ୍ ଦିଲ୍ଲୀରୁ ଏହି ଟ୍ରେନ୍‌ ପାକିସ୍ତାନକୁ ଗଡ଼ିବ। ବାଲାକୋଟ୍‌ରେ ଭାରତୀୟ ବାୟୁ ସେନାଙ୍କ ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ତେବେ ପାକିସ୍ତାନ ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବା ପରେ ଉଭୟ ଦେଶ ମିଳିତ ଭାବେ ଟ୍ରେନ୍‌ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି କରିବାକୁ ସମଝୌତା […]

crt
ପରକୀୟା ପ୍ରୀତିକୁ ନେଇ ଏମିତି ପ୍ରଶ୍ନ କଲେ କୋର୍ଟ

ଚେନ୍ନାଇ: ପରକୀୟା ପ୍ରୀତି ପଛର କାରଣ ଟିଭି ଧାରାବାହିକ ବା ‘ମେଗା ଟିଭି ସିରିଆଲ୍’ କି ନା, ତାହା ଜାଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଇଣ୍ଟରନେଟ୍‌ ଏବଂ ନୂତନ ପରମ୍ପରା ପରକୀୟା ପ୍ରୀତିକୁ ଉସୁକାଉଛି କି ନା, ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପରକୀୟା ପ୍ରୀତିକୁ ନେଇ ମାମଲା ସଂଖ୍ୟା ବଢ଼ିବାରେ ଲାଗିଥିବାରୁ, ଏପରି ବାରମ୍ବାର ଘଟିବା ପଛରେ କ’ଣ କାରଣ ରହିଛି ତାହା […]

New-Indian-Express
ଧୋନି ଓ କେଦାର ଜିତାଇଲେ ମ୍ୟାଚ୍

ହାଇଦ୍ରାବାଦ: କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହିତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭର ଖଳି ୭ ୱିକେଟ୍ ବିନିମୟରେ ୨୩୬ ରନ୍ କରିଥିଲା। ଏହାର ଜବାବରେ ଭାରତ ୪୮.୨ ଓଭରରେ ୪ ୱିକେଟ୍ ହରାଇ ୨୪୦ […]

gold
କମିଲା ସୁନା ଓ ରୁପା ଦର 

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୬୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହାର ସଦ୍ୟତମ ମୂଲ୍ୟ ୩୩,୦୭୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଏବଂ ଘରୋଇ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ହେତୁ ଦର ହ୍ରାସ ପାଇଛି। ସୁନାଦର ହ୍ରାସ ହେବା ସହିତ ରୁପାର କେଜି ପ୍ରତି ଦର ମଧ୍ୟ ୫୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହା ୩୮,୯୮୦ ଟଙ୍କାକୁ ଖସି ଆସିଛି। ସୂଚନା ଅନୁସାରେ, ଦିଲ୍ଲୀରେ […]

yashin
ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ଙ୍କ ବିରୋଧରେ ପିଏସ୍‌ଓ ଆକ୍ଟରେ ମାମଲା ରୁଜୁ

ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲ୍‌ଏଫ୍‌ (ଜମ୍ମୁ ଆଣ୍ଡ କଶ୍ମୀର ଲିବରେସନ ଫଣ୍ଡ୍‌) ପାର୍ଟି ମୁଖିଆ ୟାସିନ୍‌ ମାଲିକଙ୍କୁ ପବ୍ଲିକ ସେଫ୍‌ଟି ଆକ୍ଟ(ପିଏସ୍‌ଏ)ରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ  ଜମ୍ମୁର ଭାଲ୍‌ୱାଲ୍‌ ଜେଲ୍‌କୁ  ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି  ଜେକେଏଲ୍‌ଏଫ୍‌ ପାର୍ଟିର ପ୍ରବକ୍ତା। ତେବେ ଏହି ସେଲ୍‌ରେ ଆଉ କୌଣସି କଏଦୀ ରହିବେ ନାହିଁ କିମ୍ବା ୟାସିନ୍‌ କାହା ସହ କଥା ହୋଇପାରିବେ ନାହିଁ। ପିଏସ୍‌ଏ ଆକ୍ଟ ଏହି ମାମଲା ଯେଉଁ ବ୍ୟକ୍ତିଙ୍କ ବିରୋଧରେ […]

you
ଫେକ୍‌ ନ୍ୟୁଜ୍‌ ଉପରେ ରୋକ୍ ଲଗାଇବା ୟୁ ଟ୍ୟୁବ୍

ନୂଆଦିଲ୍ଲୀ: ଫେସବୁକ୍‌ ପରେ ଏବେ ଭିଡିଓ ସର୍ଚ୍ଚ ଇଞ୍ଜିନ୍‌ ୟୁ ଟ୍ୟୁବ୍‌ ଫେକ୍‌ ନ୍ୟୁଜ୍‌ ଉପରେ ରୋକ ଲଗାଇବ। ଏମିତିକି ଭିଡିଓ ଅପଲୋଡ୍‌ କରିଥିବା ବ୍ୟକ୍ତି ବା ସଂସ୍ଥାର ସମସ୍ତ ତଥ୍ୟ ଦେବ ୟୁ ଟ୍ୟୁବ୍‌। ଏବେ ୟୁ ଟ୍ୟୁବ୍ ଟେଲିଭିଜନ ଭଳି ବ୍ରେକିଂ ନ୍ୟୁଜ୍, ଟପ୍ ନ୍ୟୁଜ୍ ପୋଷ୍ଟ କରାଯିବାର ବ୍ୟବସ୍ଥା କରିଛି। ଭାରତରେ ଏହା ଏବେ ଆରମ୍ଭ ହୋଇଛି। ବଡ଼ ବଡ଼ ଘଟଣା ହେଲେ ଅନେକ ଭିଡିଓ ଅପଲୋଡ୍ ହେଉଛି। ହେଲେ ସଂପୃକ୍ତ ଖବର […]

krta
୧୧୮ ବର୍ଷ ବୟସରେ ହେଲା ସଫଳ ହାର୍ଟ ସର୍ଜରୀ

ଲୁଧିଆନା: ଭାଗ୍ୟ ଟାଣ କୁହନ୍ତୁ କି ବିଜ୍ଞାନର ଚମତ୍କାରିତା। ୧୧୮ ବର୍ଷୀୟା ଜଣେ ମହିଳାଙ୍କର ସଫଳ ହାର୍ଟ ସର୍ଜରୀ ଏବେ ଚର୍ଚ୍ଚାର ହିଷୟ ପାଲଟିଛି। ଏତେ ବୟସରେ ଏପରି ଜଟିଳ ଅପରେସନ ସଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ଆମେ କହୁଛୁ ପଂଜାବର ଜଣେ ବୟସ୍କା କର୍ତାର କୌରଙ୍କ କଥା। ଲୁଧିଆନାର ଏକ ହସ୍‌ପିଟାଲରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଛି। ଏହାପରେ ପେସ୍ ମେକର ଲଗାଯାଇଛି। କର୍ତାର କୌର୍ ଏବେ ପୂରା ସୁସ୍ଥ ଅଛନ୍ତି। କଥାବାର୍ତ୍ତା ମଧ୍ୟ […]

ghg
୧୦ ବର୍ଷ ତଳେ ବାଲାକୋଟ୍ ଆକ୍ରମଣ ପାଇଁ ଯୋଜନା ହୋଇଥିଲା !

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଜେଇଏମ୍ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି। ମୋଦି ସରକାରଙ୍କ ସାହସ ଯୋଗୁ ପୁଲଓ୍ୱାମା ଆକ୍ରମଣର ତତ୍‌କ୍ଷଣାତ ଜବାବ ଦିଆଗଲା ବୋଲି ବିଜେପି କହୁଥିବାବେଳେ, ବାୟୁସେନାର ଜଣେ ଅଧିକାରୀ ଆଶ୍ଚର୍ଯ୍ୟକର ବୟାନ୍‌ ଦେଇଛନ୍ତି। ସେ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଏହି ଆକ୍ରମଣ ପାଇଁ ୨୦୦୮ରୁ ଯୋଜନା ହୋଇଥିଲା। ହେଲେ ପୁଲଓ୍ୱାମା ଆକ୍ରମଣ ଏହାକୁ ଖୋରାକ ଯୋଗାଇଲା ବୋଲି […]

yashir
ଜମ୍ମୁ ଗ୍ରେନେଡ୍‌ ବିସ୍ଫୋରଣ ଘଟଣାରେ ଜଣେ ଗିରଫ୍

ଶ୍ରୀନଗର: ଜମ୍ମୁରେ ଗ୍ରେନେଡ୍ ବିସ୍ଫୋରଣରେ ସଂପୃକ୍ତ ୟାସିର ଭଟ୍ଟକୁ ଗିରଫ କରିଛି ପୁଲିସ। ସିସିଟିଭି ଫୁଟେଜ୍‌ ଓ ପ୍ରତ୍ୟକ୍ଷ ଦର୍ଶୀଙ୍କ ସାହାଯ୍ୟରେ ୟାସିରକୁ ନଗ୍ରୋଟାର ଟୋଲ୍‌ ପ୍ଲାଜାଠାରୁ ଗରିଫ୍‌ କରାଯାଇଛି। ୟାସିର୍‌କୁ ଗ୍ରେନେଡ୍‌ ମାଡ଼ କରିବା ପାଇଁ  କୁଲ୍‌ଗାମର ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଜିଲ୍ଲା କମାଣ୍ଡର୍ ଫାରୁକ୍‌ ଅହମଦ୍ ଭଟ୍ଟ ଅଲିସ୍‌ ଓମାର କହିଥିଲା ବୋଲି ଜମ୍ମୁ ଆଜିପି ମନିଷ କେ ସିହ୍ନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ଜମ୍ମୁ ମୁଖ୍ୟ ବସ୍‌ ଷ୍ଟାଣ୍ଡରେ ଗ୍ରେନେଡ୍‌ ମାଡ଼ ହୋଇଥିଲା। […]

rahul
ରାଫେଲ୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ରାଫେଲ ରାଜିନାମା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭର୍ତ୍ସନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ନୂଆ ଟ୍ୟାଗ୍‌ ଲାଇନ୍‌ ବ୍ୟବହାର କରି ବିଜେପିକୁ କଟାକ୍ଷ କରିଛନ୍ତି ରାହୁଲ। ଦେଶରେ ଏବେ ‘ଗାଏବ ହୋ ଗେୟା’ ନାରା ଚାଲିଛି ବୋଲି କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ରାହୁଲ। ରାଫେଲ୍ କାଗଜପତ୍ର ଚୋରି ହେବା ଘଟଣାର ତଦନ୍ତ ହେବ ଓ ତଥ୍ୟ ପ୍ରକାଶ କରିଥିବା ଖବରକାଗଜ […]

Fortune
ଭକ୍‌ସୱାଗନ ଦେବ ୫୦୦ କୋଟି ଫାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଉଲ୍ଲଙ୍ଘନ କରିଥିବାରୁ ୫୦୦ କୋଟି ଟଙ୍କା ତଣ୍ଡ ଗଣିବାଜର୍ମାନୀ କାର ନିର୍ମାତା କମ୍ପାନୀ ଭକ୍‌ସୱାଗନ। ସିପିସିବି ଆଇନ୍‌କୁ ଜାଣିଶୁଣି ଉଲ୍ଲଙ୍ଘନ କରୁଥିବା ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) କମ୍ପାନୀ ଉପରେ ଏହି ଫାଇନ୍ ଲଗାଇଛି। ଦୁଇ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ଏନ୍‌ଜିଟି। ସୂଚନାଯୋଗ୍ୟ, ଭକ୍‌ସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ […]

hindustan-times
ୱିଙ୍ଗ କମାଣ୍ଡର୍ ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଫେରିବା ପରେ ଦିଲ୍ଲୀସ୍ଥିତି ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଡାକ୍ତରଖାନାରେ ଅଭିନନ୍ଦନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ନିର୍ମଳା। ଏଥିସହିତ ତାଙ୍କର ସାହସୀକତା ଓ ଦୃଢ଼ ପ୍ରତିବଦ୍ଧତା ପାଇଁ ପୂରା ଦେଶ ତାଙ୍କ ଉପରେ ଗର୍ବ କରୁଛି ବୋଲି ନିର୍ମଳା ଅଭିନନ୍ଦନଙ୍କୁ କହିଥିଲେ। ଏହି ଅବସରରେ ଅଭିନନ୍ଦନ ମଧ୍ୟ ପାକିସ୍ତାନରେ ବିତିଥିବା ସମସ୍ତ […]

r-3
କଶ୍ମିରୀ ବେପାରୀଙ୍କୁ ଆତଙ୍କବାଦୀ କହି ପିଟିଲେ

ଲକ୍ଷ୍ନୌ: ଆତଙ୍କବାଦୀ କହି ଦୁଇ କଶ୍ମିରୀ ବେପାରୀଙ୍କୁ ମାଡ଼ ମାରିଲେ ଗେରୁଆ ବସ୍ତ୍ର ପିନ୍ଧିଥିବା କିଛି ଅସାମାଜିକ ବ୍ୟକ୍ତି। ଏଭଳି ଘଟଣା ଘଟିଛି ବିଜେପି ଶାସିତ ଉତ୍ତର ପ୍ରଦେଶରେ। ଲକ୍ଷ୍ନୌର ଦଲିଗଞ୍ଜଠାରେ ଥିବା ଏକ ପୋଲ ଉପରେ ଦୁଇ କଶ୍ମିରୀ ବେପାରୀ ବେପାର କରୁଥିବା ବେଳେ ହଠାତ୍‌ କିଛି ଗେରୁଆ ବସ୍ତ୍ରଧାରୀ ଅସାମାଜିକ ବ୍ୟକ୍ତି ତାଙ୍କୁ ଆଧାର ପରିଚୟ ପତ୍ର ମାଗିଥିଲେ। ବେପାରୀ ଦୁଇଜଣ କଶ୍ମିରୀ ବାସିନ୍ଦା ଜାଣିବା ପରେ ସେମାନେ ତାଙ୍କୁ ମାଡ଼ ମାରିବା ମଧ୍ୟ […]

rail
ଭଦ୍ରକ ଓ ନାରାୟଣଗଡ଼ ମଧ୍ୟରେ ନିର୍ମାଣ ହେବ ତୃତୀୟ ରେଳ ଲାଇନ୍

ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଓ ପଶ୍ଚିମବଙ୍ଗର ନାରାୟଣଗଡ଼ ମଧ୍ୟରେ ନିର୍ମାଣ ହେବ ତୃତୀୟ ରେଳ ଲାଇନ୍। ଏହି ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ଦେଇଛି। ଦକ୍ଷିଣ-ପୂର୍ବ ରେଲ୍‌ୱେ ଅଧୀନରେ ଆସୁଥିବା ଏହି ପ୍ରକଳ୍ପରେ ୧୫୫ କିମି ଦର୍ଘ୍ୟ ବିଶିଷ୍ଟ ରେଳ ଲାଇନ୍ ପାଇଁ ୨ ହଜାର ୩୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ୨୦୨୩-୨୪ ସୁଦ୍ଧା ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ୩୭ ଲକ୍ଷରୁ ଅଧିକ […]

cricket
ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ବିଜୟ, ଶୁଭମନ୍‌ଙ୍କୁ ଚୟନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ କେଏଲ୍‌ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅଲ୍‌ ରାଉଣ୍ଡର ବିଜୟ ଶଙ୍କର ଓ ବ୍ୟାଟ୍ସମ୍ୟାନ୍‌ ଶୁଭମନ୍‌ ଗିଲ୍‌ ସ୍ଥାନ ପାଇଛନ୍ତି। ସେମାନଙ୍କୁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ପଠାଯିବା ନେଇ ଅଲ୍‌ ଇଣ୍ଡିଆ ସିନିଅର୍‌ ସିଲେକ୍ସନ୍‌ କମିଟି ନିଷ୍ପତ୍ତି ନେଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିସହ ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା […]

Capture-13...........
କାଲିଠାରୁ ସିବିଏସ୍ଇ ଦ୍ୱାଦଶ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: କାଲିଠୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ଦେଶର ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।୧୨ଲକ୍ଷ ୮୭ ହଜାର ୩୫୯ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି । ସକାଳ ସାଢେ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବେ। ୧୦ଟା ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ […]

Capture-11....
ପୁଣି ଥରେ ଆତଙ୍କବାଦୀଙ୍କୁ ଟାର୍ଗେଟ କଲେ ମୋଦି

କନ୍ୟାକୁମାରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁର କନ୍ୟାକୁମାରୀରେ ରେଳ, ସଡ଼କପଥର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। କେରଳର ଥିରୁବନନ୍ତପୁରମରୁ ହେଲିକପ୍ଟରରେ ଯାଇ କନ୍ୟାକୁମାରୀରେ ପହଞ୍ଚିଥିଲେ ମୋଦି । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମି ସ୍ୱାଗତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମଦୁରାଇ-ଚେନ୍ନାଇ ମଧ୍ୟରେ ତେଜାସ ଏକ୍ସପ୍ରେସ ଟ୍ରେନର ଲୋକାର୍ପଣ କରିଥିଲେ। ଏହାସହ ରାମେଶ୍ୱରମ ଓ ଧନୁସକୋଡ଼ି ମଧ୍ୟରେ ରେଳପଥର ଶିଳାନ୍ୟାସ କରିଛନ୍ତି ।ସାଧାରଣ ସଭାକୁ ସମ୍ବୋଧନ କରି ମୋଦି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। […]

Capture-3-....
ନାଁ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କଲେ ସୁଷମା

ଆବୁଧାବି :  ଆବୁଧାବିରେ ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କୋପରେସନ ( ଓଆଇସି) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କବାଦ ବିରୁଦ୍ଧରେ ଲଢିବାକୁ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ପାକିସ୍ତାନର ନାଁ ନ ନେଇ ସେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ଜବାବ ଘଟଣାକୁ ପରୋକ୍ଷରେ ଉପସ୍ଥାପନ କରିଛନ୍ତି ସୁଷମା। ସୁଷମାଙ୍କ ଯୋଗଦାନ […]

download..
ଲାଦେନ ପୁଅକୁ ଧରାଇ ଦେଲେ ମିଳିବ ପୁରସ୍କାର

ୱାଶିଂଟନ: ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ଏବେ ଏକାଠି ହୋଇଛନ୍ତି ବିଶ୍ୱ ସମୁଦାୟ। ଏଥିପାଇଁ ଉଦ୍ୟମ ଆରମ୍ଭ କରିସାରିଛି ଆମେରିକା। ଲାଦେନର ପୁଅ ହମ୍‌ଜା ବିନ୍ ଲାଦେନକୁ ଧରିବାକୁ ଅଭିଯାନ ଆରମ୍ଭ କରିଛି ଆମେରିକା। ହମ୍‌ଜାକୁ ଧରାଇ ଦେଲେ ଏକ ମିଲିୟନ ଡଲାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି ଏହି ଶକ୍ତିଶାଳୀ ରାଷ୍ଟ୍ର। ଆମେରିକାର ସୁରକ୍ଷା ସମ୍ପର୍କିତ ଅତିରିକ୍ତ ସଚିବ ଏମ୍‌.ଟି. ଇଭାନ୍‌ ଏହା ଘୋଷଣା କରିଛନ୍ତି। ଅଲ୍‌କଏଦା ପରି ଆତଙ୍କବାଦ ସଙ୍ଗଠନର ପୂର୍ବତନ ମୁଖ୍ୟ ଓସାମା […]

chanda-kochhar.....
ଚନ୍ଦା କୋଚର, ଭେନୁଗୋପାଳ ଧୁତ୍‌ଙ୍କ ଘରେ ଇଡିର ଚଢ଼ାଉ

ଔରଙ୍ଗାବାଦ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ଭିଡିଓକୋନ ଏମ୍‌ଡି ଭେନୁଗୋପାଳ ଧୁତ୍‌ଙ୍କ ଘରେ ଏବଂ ଅଫିସ୍‌ରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଋଣ ସମ୍ପର୍କିତ ଅଧିକ ତଥ୍ୟ ହାସଲ୍ ପାଇଁ ମୁମ୍ବାଇ ଏବଂ ଔରଙ୍ଗାବାଦରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି। ପୂର୍ବରୁ ଚନ୍ଦା କୋଚରଙ୍କ ନାଁରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥଲା। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର୍ ଓ ଭିଡିଓକନ ଗ୍ରୁପ ପ୍ରମୋଟର ବେଣୁଗୋପାଳ […]

Untitled-1
ଫ୍ଲାଇଟ୍‌ ଭିତରେ ଅଭିନନ୍ଦନଙ୍କ ବାପାମାଙ୍କୁ ସ୍ୱାଗତ କଲେ ଅନ୍ୟ ଯାତ୍ରୀ

ନୂଆଦିଲ୍ଲୀ: ନିଜ ମାଟିକୁ ଫେରୁଛନ୍ତି ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ତାଙ୍କୁ ସ୍ୱାଗତ କରିବାକୁ ଅନାଇ ବସିଛି। ନିଜର ବୀର ପୁଅକୁ ସ୍ୱାଗତ କରିବା ପାଇଁ ଆସୁଛନ୍ତି ଅଭିନନ୍ଦନଙ୍କ ବାପାମା। ବାପା ଏସ୍. ବର୍ତ୍ତମାନ ଓ ମାଆ ଶୋଭା ବିମାନରେ ଚେନ୍ନାଇରୁ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆସିବା ବାଟରେ ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ନିଜ ନିଜ ସିଟ୍‌ରେ ଠିଆ ହୋଇ କରତାଳି ଦେବା ସହ ଦମ୍ପତିଙ୍କୁ ଉତ୍ସାହିତ […]