• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

cn
ଏୟାର୍‌ ଷ୍ଟ୍ରାଇକ୍‌ରେ ଜୈଶ କ୍ୟାମ୍ପର କ୍ଷତି ହୋଇନଥିବା ଦାବିକଲା ରୟଟର୍ସ

ନୂଆଦିଲ୍ଲୀ: ବାଲାକୋଟା ଏୟାର୍‌ ଷ୍ଟ୍ରାଇକ୍‌ରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କ୍ୟାମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଦାବି କରିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ। ଏ ନେଇ ଗଣମାଧ୍ୟମ ସଂସ୍ଥା ତାର ରିପୋର୍ଟରେ ସ୍ୟାଟେଲାଇଟ୍‌ ଇମେଜ୍‌ ମଧ୍ୟ ସାର୍ବଜନୀନ କରିଛି। ଏଥିରେ ଉତ୍ତର ପାକିସ୍ତାନରେ ଥିବା ଜୈଶର କ୍ୟାମ୍ପ ପୂର୍ବପରି ଛିଡ଼ା ହୋଇଛି ବୋଲି ରୟଟର୍ସ ରିପୋର୍ଟରେ ଉଲ୍ଲେଖ କରିଛି। ରୟଟର୍ସ ପକ୍ଷରୁ ଏକ ଘରୋଇ ସ୍ୟାଟେଲାଇଟ୍‌ ଅପରେଟର କମ୍ପାନୀ ‘ପ୍ଲାନେଟ୍‌ ଲ୍ୟାବ୍ସ’ ଉଠାଇଥିବା ଛବିକୁ ନେଇ ଭାରତର […]

sdf
ବାଲାକୋଟ ଏୟାର୍ ଷ୍ଟାଇକ୍‌ର ପ୍ରମାଣ ଦେଲା ବାୟୁସେନା

ନୂଆଦିଲ୍ଲୀ: ଏତେ ତର୍କ ବିତର୍କ ପରେ ଭାରତୀୟ ବାୟୁସେନା ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦେଇଛି। ପାକିସ୍ତାନର ମିଛକୁ ପଦାରେ ପକାଇବା ପାଇଁ ସେନା ପକ୍ଷରୁ ଏକ ପ୍ରମାଣ ସମ୍ବଳିତ ଦସ୍ତାବିଜ୍ ସରକାରଙ୍କୁ ଦିଆଯାଇଛି। ଫେବୃଆରୀ ୨୬ରେ ବାୟୁସେନା ମିରାଜ୍‌-୨୦୦୦ ଦ୍ୱାରା ଜୈଶ-ଏ-ମହମ୍ମଦର ସବୁଠାରୁ ବଡ଼ ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ମିରାଜ୍‌ରୁ ବାହାରିଥିବା ବୋମାଗୁଡ଼ିକ ମଧ୍ୟରୁ ୮୦% ଟାର୍ଗେଟକୁ ଧ୍ୱଂସ କରିଦେଇଥିବା ବାୟୁସେନା କେନ୍ଦ୍ର ସରକାରଙ୍କୁ ଦେଇଥିବା ଦସ୍ତାବିଜ୍‌ରେ ଉଲ୍ଲେଖ କରିଥିବା […]

congress
ମେଣ୍ଟ ପାଇଁ କଂଗ୍ରେସକୁ ୧୦ଟି ଆସନ ଦାବି କଲା ଜେଡିଏସ୍‌

ବାଙ୍ଗାଲୁରୁ: କର୍ଣ୍ଣାଟକରେ ଆସନ ବୁଝାମଣା ନେଇ ଜନତାଦଳ ସେକୁଲାର ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବ ଗୌଡ଼ା ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ମଧ୍ୟରେ ଏନେଇ ଆଜି ଦିଲ୍ଲୀରେ ଆଲୋଚନା ହୋଇଛି। ଏହି ଆଲୋଚନା ପରେ କର୍ଣ୍ଣାଟକାର ୨୮ଟି ଆସନରୁ ଜେଡିଏସ୍‌ ୧୦ ଟି ଆସନରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେବ ଗୌଡ଼ା। ତେବେ ପୂର୍ବରୁ ୧୨ଟି ଆସନରେ ନିର୍ବାଚନ ଲଢ଼ିବା ନେଇ ଜେଡିଏସ୍‌ […]

rabdeep
ଥମୁନି ରାଫେଲ୍ ବିବାଦ: ପୁଣି କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍

ନୂଆଦିଲ୍ଲୀ: ରାଫେଲ୍‌ ବିବାଦ ଥମିବାର ନାଁ ନେଉନି। ଆଜି ଏ ପ୍ରସଙ୍ଗକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା। ମୁଖ୍ୟତଃ ୩ଟି ପ୍ରସଙ୍ଗକୁ ନେଇ ମୋଦିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ରଣଦୀପ। ରାଫେଲ୍‌କୁ ନେଇ ରଣଦୀପ କହିଛନ୍ତି, ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟକୁ ଫାଇଦା ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ବ୍ୟବହାର କରାଯାଇଛି। ତେଣୁ ଦୁର୍ନୀତି ନିରୋଧୀ ଆଇନ ବଳରେ ମୋଦିଙ୍କ ନାମରେ ମାମଲା ରୁଜୁ କରାଯିବାକୁ […]

sc
ଅଯୋଧ୍ୟା ଜମି ବିବାଦରେ ଗୁରୁତ୍ୱପୂର୍ଣ୍ଣ ମତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦରେ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା କେବଳ ଏକ ଜମି ବିବାଦ ନୁହେଁ ଏହା ସହିତ ଜଡ଼ିତ ଅଛି ଲୋକଙ୍କ ଆସ୍ଥା ଓ ଭାବପ୍ରବଣତା। ସେହି ଦୃଷ୍ଟିରେ ଏହାକୁ ଦେଖିବା ଉଚିତ୍ ବୋଲି ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି। ଜଷ୍ଟିସ୍ ଏସ୍‌.ଏ ବୋବ୍‌ଡେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅତୀତ ଉପରେ ଆମର ନିୟନ୍ତ୍ରଣ ନାହିଁ। ବିବାଦୀୟ ସ୍ଥଳରେ ମନ୍ଦିର ଥିଲା କି ମସ୍‌ଜିଦ୍ ଥିଲା, […]

rafgel;
ମିନିଷ୍ଟ୍ରି ଫାଇଲ୍‌ରୁ ରାଫେଲ୍‌ ତଥ୍ୟ ଚୋରି କରିଥିଲେ ସରକାରୀ କର୍ମଚାରୀ !

ନୂଆଦିଲ୍ଲୀ: ରାଫେଲ୍‌ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ନେଇ ସୁପ୍ରିକୋର୍ଟରେ ଅଭିଯୋଗ ଆଣିଲେ ସରକାର। କୌଣସି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଏହି ତଥ୍ୟ ଚୋରି ହୋଇଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ବୁଧବାର ସୁପ୍ରିମ୍‌କୋର୍ଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାଫେଲ୍‌ ବିମାନର ମୂଲ୍ୟ ନେଇ ଥିବା ତଥ୍ୟକୁ କେହି ଜଣେ ସରକାରୀ ଫାଇଲ୍‌ରୁ ଚୋରି କରି ନେଇଛନ୍ତି। ଏଥିସହିତ ତଥ୍ୟକୁ ପବ୍ଲିସ୍‌ କରିବା ପାଇଁ ‘ଦ ହିନ୍ଦୁ’ ଖବରକାଗଜକୁ ଦେଇଛନ୍ତି। ଏଥିରେ […]

cricjet
ଫିକା ପଡ଼ିଲା ବିରାଟଙ୍କ ଶତକ: ତୃତୀୟ ୱାନ୍‌ଡେ ହାରିଲା ଇଣ୍ଡିଆ

ରାଞ୍ଚି: ଅଧିନାୟକ ବିରାଟ କୋହଲି (୧୨୩)ଙ୍କ ଲଢୁଆ ଶତକୀୟ ଇନିଂସ୍ ସତ୍ତ୍ୱେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୩୨ ରନରେ ପରାସ୍ତ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତ ଏବେବି ୨-୧ରେ ଆଗୁଆ ରହିଛି। ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉସମାନ ଖ୍ୱାଜା (୧୦୪)ଙ୍କ ଶତକ ଓ ଆରୋନ୍ ଫିଞ୍ଚ (୯୩)ଙ୍କ ଦମଦାର ଇନିଂସ୍ ସହାୟତାରେ ଅଷ୍ଟ୍ରେଲିଆ ୫୦ ଓଭରରେ ୫ ୱିକେଟ୍ ହରାଇ […]

modi
ସଫେଇ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ଫଣ୍ଡରୁ ମୋଦି ଦେଲେ ୨୧ ଲକ୍ଷ

ନୂଆଦିଲ୍ଲୀ: କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏଭଳି ଆର୍ଥିକ ସହାୟତା ସେ ସରକାର ରାଜକୋଷରୁ କରି ନାହାନ୍ତି ବରଂ ନିଜର ବ୍ୟକ୍ତିଗତ ସେଭିଙ୍ଗ୍ ଆକାଉଣ୍ଟରୁ ଦେଇଛନ୍ତି। ଶ୍ରୀ ମୋଦି ନିଜ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା କୁମ୍ଭ ସଫେଇ କର୍ମଚାରୀ କର୍ପସ ଫଣ୍ଡ୍‌(କେଏସ୍‌କେସିଏଫ୍‌)ଙ୍କୁ ଦାନ କରିଛନ୍ତି। ଫେବ୍ରୁଆରୀ ୧୪ ତାରିଖରେ ପ୍ରୟାଗରାଜର ଚାଲିଥିବା କୁମ୍ଭ ମେଳାରେ ଗଙ୍ଗା ଯମୁନା ଓ ସରସ୍ୱତୀର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ […]

indiatvnews
ସାହସ ଅଛି ତ ମୋ ବିରୁଦ୍ଧରେ ମାମଲା କର: ଦିଗ୍‌ବିଜୟ ସିଂହ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏକ ‘ଦୁର୍ଘଟଣା’ ବୋଲି କହିବା ପରେ ବିଜେପି ନେତାମାନେ ତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ତାଙ୍କର ଅନ୍ୟ ମନ୍ତ୍ରୀମାନେ ଦିଗ୍‌ବିଜୟଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି ଘଟଣାରେ ପରେ ପ୍ରତିକ୍ରିୟା ରଖିଛନ୍ତି ଦିଗ୍‌ବଜୟ ସିଂହ। ଏନେଇ ସେ ଆଜି ସକାଳୁ ଗୋଟେ ଗୋଟେ ପରେ ଟ୍ୱିଟ୍‌ କରି କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ସାହସ […]

1
ସ୍କୁଲ୍‌ରେ ପଢ଼ାଯିବ ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ

ଜୟପୁର: ଏଣିକି ସ୍କୁଲ୍‌ରେ ଛାତ୍ରୀଛାତ୍ରୀମାନେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦରଙ୍କ ବୀରତ୍ଵର କାହାଣୀ ପଢ଼ିବେ। ରାଜସ୍ଥାନର ସ୍କୁଲ୍‌ ପିଲାମାନଙ୍କ ପାଠ୍ୟ ପୁସ୍ତକରେ ଅଭିନନ୍ଦନ ବର୍ତମାନଙ୍କ ସଫଳତାର କାହାଣୀ ସ୍ଥାନ ପାଇବ। ଏନେଇ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସ୍ରା ଏକ ପ୍ରସ୍ତାବ ଆଗତ କରିଛନ୍ତି। ପାଇଲଟ୍‌ ଶିକ୍ଷାକୁ ଅଗ୍ରାଧିକାର ଦେଇ ଅଭିନନ୍ଦନଙ୍କ ସାହାସିକତାର କାହାଣୀ ସମ୍ମାନର ସହିତ ରାଜସ୍ଥାନର ସ୍କୁଲ୍‌ ସିଲାବସ୍‌ରେ ସ୍ଥାନ ପାଇବ ବୋଲି ଶିକ୍ଷାମନ୍ତ୍ରୀ ସୋମବାର ଟ୍ୱିଟ୍‌ କରି ଜଣାଇଛନ୍ତି। ସେହିପରି ଏକ […]

k
ବାୟୁସେନାର ମିଗ୍-୨୧ ବାଇସନ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ବିକାନେର: ରାଜସ୍ଥାନର ବିକାନେରରେ ଭାରତୀୟ ବାୟୁସେନାର ମିଗ୍-୨୧ ବାଇସନ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ନାଲ୍ ଏୟାରବେସ୍‌ରୁ ମିଗ୍-୨୧ ଅଭ୍ୟାସ ଉଡ଼ାଣ ପାଇଁ ଅପରାହ୍ଣରେ ବାହାରିଥିଲା। କିଛି ସମୟ ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏୟାରକ୍ରାଫ୍ଟରେ ଏକ ପକ୍ଷୀ ପିଟି ହୋଇଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରତିରକ୍ଷା ବିଭାଗ ମୁଖପାତ୍ର କହିଛନ୍ତି। କିନ୍ତୁ ଦୁର୍ଘଟଣାର କାରଣ ସଂପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। […]

ndvt
ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ ସହର

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ କଥା କହୁଥିବା ଭାରତ କେତେ ପ୍ରଦୂଷଣ ମୁକ୍ତ ଓ ପରିଷ୍କାର ତା’ର ଅସଲ ଚିତ୍ର ସାମ୍ନାକୁ ଆସିଛି। ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛି। ସେହିପରି ବିଶ୍ୱର ୧ ନଂ ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍‌ ପିସ୍‌ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ଅନୁଯାୟୀ, ଦିଲ୍ଲୀର ଦକ୍ଷିଣ ପୂର୍ବ […]

dfdf
ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ସଫଳତା

ନୂଆଦିଲ୍ଲୀ: ସାରା ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ମିଳିଛି ବ୍ୟାପକ ସଫଳତା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଦେଶବ୍ୟାପୀ ଉଜ୍ଜ୍ୱଳା ଯୋଜନାରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ୭ କୋଟିକୁ ଛୁଇଁଛି। ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।   କେନ୍ଦ୍ର ସରକାର ଉଜ୍ଜଳା ଯୋଜନା ଜରିଆରେ ହିତାଧିକାରୀଙ୍କୁ ସ୍ୱଛ ଇନ୍ଧନ ଯୋଗାଇବା ପ୍ରକ୍ରିୟା ଜାରି ରଖିଛନ୍ତି। କେବଳ ଇନ୍ଧନ ନୁହେଁ,  ମହିଳାଙ୍କ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ […]

ndtv
ବାଲାକୋଟ୍‌ ଏୟାର୍ ଷ୍ଟ୍ରାଇକକୁ ନେଇ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବାଲାକୋଟ ଉପରେ ଭାରତର ଏୟାର୍ ଷ୍ଟ୍ରାଇକକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବା ବେଳେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହ। ଏଭଳି ଆକ୍ରମଣ ବେଳେ ଘଟଣାସ୍ଥଳରେ କୌଣସି ବ୍ୟକ୍ତି ଉପସ୍ଥିତ ନଥାନ୍ତି। ଗୁଇନ୍ଦା ରିପୋର୍ଟ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ପଦକ୍ଷେପ ନିଆଯାଇଥାଏ ବୋଲି ଭି.କେ. ସିଂହ କହିଛନ୍ତି। ଭାରତର ଏୟାର୍ ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ମୃତ୍ ହୋଇଥିବା ଆଶଙ୍କା କରାଯାଉଛି ବୋଲି ସ୍ପଷ୍ଟ କରିଛନ୍ତି। ବାଲାକୋଟ ଆକ୍ରମଣରେ କେବଳ ଆତଙ୍କବାଦୀମାନଙ୍କୁ […]

d
ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ୍

ନୂଆଦିଲ୍ଲୀ: ଏଣିକି ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ୍। ଆସନ୍ତା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ଟ୍ରେନ୍ ଟିକେଟ ଉପଲବ୍ଧ ହେବ। ଇଂରାଜୀ ଓ ହିନ୍ଦୀ ଛଡ଼ା ଅନ୍ୟ ଆଞ୍ଚଳିକ ଭାଷାରେ ଟ୍ରେନ୍ ଟିକେଟ୍ ଛାପିବା ନେଇ ରେଲ୍‌ୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଓଡ଼ିଶାରେ ଥିବା ୩୧୭ଟି ଷ୍ଟେସନରେ ମିଳିବ ଓଡ଼ିଆ ଭାଷାରେ ମୁଦ୍ରିତ ହୋଇଥିବା ଟିକେଟ। ରାଜ୍ୟର ବିଭିନ୍ନ ରେଲ୍‌ୱେ କାଉଣ୍ଟରରୁ ଓଡ଼ିଆ ଭାଷା ଥିବା ଅଣସଂରକ୍ଷିତ ଟିକେଟ ମିଳିବ। ଏହାଦ୍ୱାରା ହିନ୍ଦୀ, […]

Arun Jaitley
ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅରୁଣ ଜେଟ୍‌ଲୀ ଆମେରିକା ଗସ୍ତ କରିଥିବା ସୂଚନା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ହଠାତ୍‌ ଆମେରିକା ଗସ୍ତ କରିଥିବା ସୂଚନା ମିଳିଛି। ଗତବର୍ଷ ମେ’ ୧୪ ତାରିଖରେ ତାଙ୍କର ରିନାଲ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ସର୍ଜରୀ ହୋଇଥିଲା। ଗତ ୯ମାସ ହେବ ସେ ବିଦେଶ ଗସ୍ତ କରିନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମେଡିକାଲ୍‌ ଚେକ୍‌ ଅପ୍‌ ପାଇଁ ଜେଟ୍‌ଲୀ ରବିବାର ରାତିରେ ଆମେରିକା ଗସ୍ତ କରିଛନ୍ତି। ଫେବୃଆରୀ ୧ ତାରିଖରେ ଅରୁଣ ଜେଟ୍‌ଲୀ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିବେ। ଏହା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ […]

fd
ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର୍‌: ୬୦ ଘଣ୍ଟାରେ ୫ ସୁରକ୍ଷାକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପୱାଡ଼ା ଜିଲ୍ଲାରେ ତିନି ଦିନ ଧରି ଜାରି ରହିଛି ଆଣ୍ଟି ଟେରୋରିଷ୍ଟ ଅପରେସନ୍। କୁପୱାଡ଼ା ଜିଲ୍ଲାର ବଡ଼ଗାମ ଓ ହଣ୍ଡୱାରାରେ ସିଆର୍‌ପିଏଫ୍, ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍‌ କରାଯିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ତଦନ୍ତ କରି ଯାଞ୍ଚ କରାଯାଉଛି। ଏକାଧିକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ କୁପୱାଡ଼ାକୁ ଏକରକମ ସିଲ୍ କରି ଦେଇଛନ୍ତି ସୁରକ୍ଷାବାହିନୀ। ବର୍ତ୍ତମାନ ସୁଦ୍ଧା ତିନି […]

odia
ଶ୍ରେଷ୍ଠ ଟେଲି ଧାରାବାହିକ ସହିତ ୫ ପୁରସ୍କାର ହାତେଇଲା ତରଙ୍ଗର ‘ନୂଆ ବୋହୂ'

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଷଷ୍ଠ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରେଷ୍ଠ ଟେଲି ଫିଲ୍ମ ପାଇଁ ‘ରଗଡ଼ା’କୁ ପୁରସ୍କୃତ କରାଯାଇଛି। ସେହିଭଳି ନିରୁପାୟ ପାଇଁ ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ ପୁରସ୍କାର ମିଳିଛି। ସେହିଭଳି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସିରିଏଲ ନୂଆବୋହୂକୁ ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର ହାତେଇଛି। ଏହା ସହିତ  ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, […]