• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

akli
ତେଜିଲା ରାଜୀବ ଗାନ୍ଧିଙ୍କ ଭାରତ ରତ୍ନ ଫେରାଇବା ଦାବି

ନୂଆଦିଲ୍ଲୀ: ଗତକାଲି ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ କଳାବୋଳି ଅସମ୍ମାନ କରିବା ପରେ ଏବେ ଦିଲ୍ଲୀରେ ବିକ୍ଷୋଭ କରିଛି ଅକାଳୀ ଦଳ। ନୂଆଦିଲ୍ଲୀ ରାଜୀବ ଚୌକରେ ଦଳର କର୍ମୀ ଏବଂ ୧୯୮୪ ଶିଖ ଦଙ୍ଗା ପୀଡ଼ିତ ପରିବାର ପକ୍ଷରୁ ବିରୋଧ ହୋଇଛି। କର୍ମୀମାନେ ରାଜୀବ ଚୌକରେ ଥିବା ବିଭିନ୍ନ ବୋର୍ଡରେ କଳା ବୋଳିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିରୋଧରେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସ୍ୱର୍ଗତ ରାଜୀବଙ୍କୁ ମିଳିଥିବା ଭାରତ ରତ୍ନ ସମ୍ମାନକୁ […]

NIA
ଆଇଏସ୍‌ଆଇଏସ୍‌ ସହ ଜଡ଼ିତ ନୂଆ ଆତଙ୍କବାଦୀ ସଂଗଠନର ମିଳିଲା ସୁରାକ୍‌

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଜଡ଼ିତ ନୂଆ ଆତଙ୍କବାଦୀ ସଂଗଠନ ଦେଶରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିବା ପରେ ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ୧୬ଟି ଅଞ୍ଚଳରେ ଏନ୍ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଜଡ଼ିତ ଏହି ସଂଗଠନ ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍‌’ ବୋଲି ସୂଚନା ମିଳିଛି। ଗତକିଛି ଦିନ ଧରି ଏହି ସଂଗଠନ […]

namaj
ସର୍ବସାଧାରଣରେ ନମାଜ୍‌ ପାଠ ମନା

ନୂଆଦିଲ୍ଲୀ: ନୋଏଡ଼ା ପୁଲିସ୍‌ର ଅଜବ ନୋଟିସ୍‌କୁ ନେଇ ଏବେ ବିବାଦ ଦେଖାଦେଇଛି। ସର୍ବସାଧାରଣ ତଥା ପାର୍କ୍‌ରେ ନମାଜ୍ ପାଠ ନ କରିବାକୁ ନୋଏଡ଼ା ପୁଲିସ୍‌ ନୋଟିସ୍ ଜାରି କରିଛି। ନୋଏଡ଼ା ସେକ୍ଟର୍ ୫୮ର ଥାନା ଅଧିକାରୀ ଏନେଇ ସମସ୍ତ କମ୍ପାନୀକୁ ଲିଖିତ ଭାବେ ଜଣାଇଛନ୍ତି। ସେହି ଅଞ୍ଚଳରେ ଥିବା କମ୍ପାନୀ ଗୁଡ଼ିକର କର୍ମଚାରୀ ଯେପରି ପାର୍କ କିମ୍ବା ଅନ୍ୟ ଅଞ୍ଚଳରେ ନମାଜ୍‌ ପାଠ ନ କରିବେ ସେନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ କୁହାଯାଇଛି। ଯଦି କୌଣସି କର୍ମଚାରୀ […]

chokashi
କୋର୍ଟରେ ହାଜର ହେବାକୁ ଅରାଜି ମେହୁଲ

ନୂଆଦିଲ୍ଲୀ: ଭାରତରୁ ଫେରାର ବ୍ୟବସାୟୀ ମେହୁଲ ଚୋକସୀ କୋର୍ଟରେ ହାଜର ହେବାକୁ ରାଜି ନୁହନ୍ତି। କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହିତ ସମ୍ପୃକ୍ତ ଏହି ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ  କୋର୍ଟରେ ହାଜର ହୋଇପାରିବେନି ବୋଲି ଜଣାଇଛନ୍ତି। ୪୧ ଘଣ୍ଟା ଧରି ବିମାନ ଯାତ୍ରା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଆଣ୍ଟିଗୁଆରେ ରହୁଥିବା ମେହୁଲ ମୁମ୍ବାଇ ସେସନ୍‌ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେ ଭିଡିଓ କନ୍‌ଫରେସିଂ ଜରିଆରେ ହାଜର ହେବାକୁ କୋର୍ଟ୍‌କୁ […]

md
ମଧ୍ୟପ୍ରଦେଶରେ ଶପଥ ନେଲେ ୨୮ଜଣ ମନ୍ତ୍ରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ଉତ୍ସବରେ ୨୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ୧୭ ତାରିଖରେ ଏକୁଟିଆ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ଅନ୍ୟ ୨୮ ଜଣ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗବିଜୟ ସିଂହଙ୍କ ସହିତ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। କମଲନାଥଙ୍କ ୧୧, ଦିଗବିଜୟଙ୍କ ୯ ଏବଂ ସିନ୍ଧିଆଙ୍କ ସହିତ ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ […]

photo
ଇମ୍ରାନ ଖାନ୍‌ଙ୍କ ମୁହଁ ଢାଙ୍କି ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କ୍ରିକେଟ୍ କ୍ଲବ୍ ଅଫ୍‌ ଇଣ୍ଡିଆ

ମୁମ୍ବାଇ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଅସନ୍ତୋଷ ଓ ଆକ୍ରୋଶ ଭରି ରିହିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ କ୍ୟାଣ୍ଡେଲ୍‌ ମାର୍ଚ୍ଚ କରି ଦେଶବାସୀ ସହିଦଙ୍କୁ ସମ୍ମାନ ଦେଉଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବି ଜଣାଉଛନ୍ତି। ମୁମ୍ବାଇରେ କ୍ରିକେଟ କ୍ଲବ ଇଣ୍ଡିଆ ପକ୍ଷରୁ ଅଭିନବ ଉପାୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସିସିଆଇରେ ରେସ୍ତୋରାଁରେ ଲାଗି ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପାକ୍ କ୍ରିକେଟ ଅଧିନାୟକ ଇମରାନ ଖାନ୍‌ଙ୍କ ଫୋଟକୁ ଆବୃତ କରାଯାଇଛି। ସିସିଆଇରେ ପୂର୍ବତନ […]

Untitled-1
ସିଦ୍ଧୁଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ଚଣ୍ଡିଗଡ଼: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍ ନବଜୋତ ସିଂହ ସିଦ୍ଧୁଙ୍କୁ ଘେରିଛି ବିଜେପି ଯୁବ ମୋର୍ଚ୍ଚା। ଅମ୍ରିତସରରେ ସିଦ୍ଧୁଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା। କେବଳ ସେତିକି ନୁହେଁ ସିଦ୍ଧୁଙ୍କ ବିରୋଧରେ ନାରାବାଜି କରିବା ସହ ପ୍ଲାକାର୍ଡ ଧରି ବିକ୍ଷୋଭ ମଧ୍ୟ କରାଯାଇଛି। ପୁଲଓ୍ୱାମା ଆକ୍ରମଣକୁ ନେଇ ସିଦ୍ଧୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣକୁ ସିଦ୍ଧୁ କଡ଼ା ନିନ୍ଦା କରିଥିଲେ […]

pm modi ..
ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୪ ତମ ଜନ୍ମ ବାର୍ଷିକୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

indian idol
ସଲ୍‌ମାନ୍ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ର ବିଜେତା

ମୁମ୍ବାଇ: ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ରେ ବାଜି ମାରି ନେଇଛନ୍ତି ସଲ୍‌ମାନ୍ ଅଲ୍ଲୀ। ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ର ଟପ୍‌ ୫ରେ ସଲମାନ୍‌ଙ୍କ ସମେତ ଆଉ ୪ଜଣ ପହଞ୍ଚିଥିଲେ। ହେଲେ ସଲମାନ୍‌ ସମସ୍ତଙ୍କୁ ପଛରେ ପକାଇ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ର ଟ୍ରଫି ଜିତି ଥିଲେ। ତାଙ୍କୁ ସବୁଠାରୁ ଅଧିକ ଭୋଟ୍‌ ମିଳିଥିଲା। ସଲମାନଙ୍କୁ ବିଜୟୀ ଘୋଷଣା କରାଯିବ ସହ ‘ଇଣ୍ଡିଆନ୍ ଆଇଡଲ୍‌’ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଓ ଏକ କାର ପ୍ରଦାନ କରାଯାଇଥିଲା। ସଲ୍‌ମାନ୍‌ଙ୍କ ସହ […]

tsunami
ଇଣ୍ଡୋନେସିଆରେ ଭୟଙ୍କର ସୁନାମୀ; ୪୩ ମୃତ, ୬୦୦ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ସୁନାମୀରେ ୪୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୬୦୦ ଜଣ ଆହତ ହୋଇଛନ୍ତି। କେବଳ ସୁନ୍ଦା ଷ୍ଟ୍ରେଟ୍‌ରେ ୪୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୪ଜଣ ଆହତ ହୋଇଛନ୍ତି। ୨ଜଣ ନିଖୋଜ ମଧ୍ୟ ଅଛନ୍ତି। କ୍ରାକ୍‌ଟୋଆ ଆଗ୍ନେୟଗିରିରେ ହଠାତ୍‌ ଆଗ୍ନେୟ ଉଦ୍‌ଗିରଣ ହେବା ଫଳରେ ସମୁଦ୍ର ଭିତରେ ଭୂସ୍ଖଳନ ହୋଇଥିଲା। ଯାହା ଫଳରେ ଭୟଙ୍କର ସୁନାମୀ ଆସିଥିଲା ବୋଲି କୁହାଯାଉଛି। ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ (ସ୍ଥାନୀୟ ସମୟ) ବେଳେ ଦକ୍ଷିଣ ସୁମାତ୍ରା ଓ […]

lalu yadav
IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଅନ୍ତରୀଣ ଜାମିନ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ମୁଖ୍ୟ ଲାଲୁ ଯାଦବଙ୍କୁ ଆଶ୍ୱସ୍ତି। IRCTC ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପକ୍ଷରୁ ଲାଲୁଙ୍କ ବିରୋଧରେ ମାମଲା ହୋଇଥିଲା। ଏହା ପୂର୍ବରୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ କୋର୍ଟ ସେମାନଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ତେବେ ଇଡି […]

President's Rule
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ୬ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ୍‌ରେ ଗତକାଲି ଏହା ନିଷ୍ପତ୍ତି ହୋଇଛି। ପୂର୍ବରୁ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ ଜମ୍ମୁ ଓ କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ସୁପାରିସ ସହ କେନ୍ଦ୍ର ନିକଟକୁ ରିପୋର୍ଟ ପଠାଇଥିଲେ। ଏହାପରେ କେନ୍ଦ୍ର କ୍ୟାବିନେଟ୍‌ ଏହି […]

congress
ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ଦୁଃଖ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆଜି କଂଗ୍ରେସ ପକ୍ଷରୁ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହିତ ଆତଙ୍କ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି ମନମୋହନ। ସେହିପରି ଘଟଣାକୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ କହିଛନ୍ତି ଦଳ ସଭାପତି ରାହୁଲ ଗାନ୍ଧି। ଦେଶର ଏକତାକୁ ଭାଙ୍ଗିବାକୁ  ଆତଙ୍କବାଦୀ ଚେଷ୍ଟା କରୁଛନ୍ତି, ହେଲେ କୌଣସି ବି ଶକ୍ତି […]