ମୁମ୍ବାଇ: ବଲିଉଡ୍ ଅଭିନେତା ମହେଶ ଆନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ। ଏକାଧିକ ବଲିଉଡ୍ ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଥିବା ମହେଶଙ୍କ ମୃତଦେହକୁ ଶନିବାର ଦିନ ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍ କହିନଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମଧ୍ୟ ମିଳିନାହିଁ। ୫୭ ବର୍ଷୀୟ ଏହି ଅଭିନେତାଙ୍କ ମୃତଦେହ ଅନ୍ଧେରୀ ୱେଷ୍ଟର ୟାରି ରୋଡ୍ ସ୍ଥିତ ବାସଭବନରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। ମହେଶଙ୍କୁ ଶେଷଥର ପାଇଁ ଗୋବିନ୍ଦାଙ୍କ […]
କୋଲକାତା : ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାରଙ୍କୁ ଆଜି ମଧ୍ୟ ସିବିଆଇ ଜେରା କରୁଛି।ଗତକାଲି ମେଘାଳୟର ଶିଲଂରେ ରାଜୀବଙ୍କୁ ସିବିଆଇ ଜେରା କରିଥିଲା । ଶାରଦା ଚିଟ୍ଫଣ୍ଡର ତଦନ୍ତ କରୁଥିବା SIT ମୁଖ୍ୟ ଥିଲେ ରାଜୀବ କୁମାର। କିନ୍ତୁ ସେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କରିଥିଲା ସିବିଆଇ। ତାଙ୍କ ଘରକୁ ସିବିଆଇ ଟିମ୍ ଯାଇଥିବାବେଳେ କୋଲକାତା ପୁଲିସ୍ ସହିତ ଗତ ରବିବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ଏହାର […]
ନୂଆଦିଲ୍ଲୀ: ଆଜି ହିନ୍ଦୁ ନବବର୍ଷ। ଏହା ସାରା ବିଶ୍ୱବାରେ ହିନ୍ଦୁ ନବବର୍ଷର ସ୍ୱତନ୍ତ୍ରତା ରହିଛି। ଚୈତ୍ର ମାସର ପ୍ରଥମ ଦିନରେ ମହାରାଷ୍ଟ୍ର, ଗୋଆ ଓ ଦକ୍ଷିଣ ଭାରତରେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପାଳନ ହୋଇଛି ହିନ୍ଦୁ ନବ ବର୍ଷ। ଆନନ୍ଦ ଓ ଉତ୍ସାହର ସହ ଏହାକୁ ପାଳନ କରିବା ସହ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ। ମହାରାଷ୍ଟ୍ରର ମରାଠାମାନେ ଏହାକୁ ଗୁଡ଼ି ପଡଓ୍ୱା ପର୍ବ ଭାବେ ପାଳନ କରିଛନ୍ତି। ସବୁଥର ଭଳି ଚଳିତ ବର୍ଷ ମଧ୍ୟ […]
ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ବା ବିଜେପିର ୩୯ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ବଡ଼ ରାଜନୈତକ ଦଳ ବିଜେପିର କର୍ମକର୍ତ୍ତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୮୦ ଏପ୍ରିଲ୍ ମାସ ଆଜିର ତାରିଖରେ ଭାରତୀୟ ଜନତା ପାର୍ଟିର ଗଠନ କରାଯାଇଥିଲା। ନିଜ ଟ୍ୱିଟର ପେଜ୍ରେ ଏକ ଭିଡିଓ ସେୟାର କରିବା ସହ ଦଳର ତୁଙ୍ଗ ନେତାଙ୍କ ବଳିଦାନ ଓ ଯୋଗଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ମଇଦାନରେ ହେବିୱେଟ୍। ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ସବୁ ଦଳର ହେବିୱେଟଙ୍କ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଭିକ୍ଷା କରୁଛନ୍ତି। ଆଜି ଗୁଜରାଟର ଅହମଦାବାଦରେ ବିଜେପି ସଭାପତି ଅମିତ ଶାହ ରାଲି କରି ପ୍ରଚାର କରିଛନ୍ତି। ସେହିଭଳି ପ୍ରିୟଙ୍କା ଗାନ୍ଧି ପ୍ରଚାର ମଇଦାନରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି […]