• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

wa-6
ଜୁନ୍‌ ୧୭ରେ ବସିବ ଏନ୍‌ଡିଏର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହେବ। ଆରମ୍ଭ ହେଉଥିବା ସଂସଦର ଏହି ବିଜେଟ୍‌ ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ। ଏହି ଅଧିବେଶନ ମଧ୍ୟରେ ଏନ୍‌ଡିଏ-୨ ସରକାର ପୂର୍ଣ୍ଣକାଳୀନ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ଏହା ପୂର୍ବରୁ ଅର୍ଥାତ ଜୁନ୍‌ ୧୯ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ଅସ୍ଥାୟୀ ବାଚସ୍ପତି ହୋଇଥିବା ମାନେକା ଗାନ୍ଧି ଆସନ୍ତା ଗୁରୁବାର […]

Capture
ସୋନିଆ ହେଲେ କଂଗ୍ରେସର ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: କଂଗ୍ରେସର ସଂସଦୀୟ ଦଳ ନେତା ଭାବେ ସୋନିଆ ଗାନ୍ଧି ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ସଂସଦୀୟ ଦଳ ନେତା ଚୟନ ନେଇ ଆଜି ସାଂସଦଙ୍କ ବୈଠକ ବସିଥିଲା। ଏହି ବୈଠକରେ ସୋନିଆ ଗାନ୍ଧିଙ୍କ ନାଁ ମନମୋହନ ସିଂହ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ। ଏହା ଘୋଷଣା ପରେ ସଂସଦରେ ଦଳର ମୁଖିଆ ଦାୟିତ୍ୱ କିଏ ନେବ, ସେ ନେଇ ଲାଗି ରହିଥିବା ସସ୍‌ପେନ୍ସର ଅବସାନ ଘଟିଛି। କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି […]

mamta
'ଜୟ ଶ୍ରୀରାମ' ଶୁଣି ରାଗିଗଲେ ଦିଦି

କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଶ୍ରଦ୍ଧାରେ ସମ୍ବୋଧନ କରାଯାଉଥିବା ଏହି ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଁକି ରାଗରେ ପାଚି ଲାଲ ହୋଇଯାଉଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି। ଗତକାଲି ୨୪ ପ୍ରଗଣା ଅଞ୍ଚଳରେ ମମତା ଗାଡ଼ିରେ ଯାଉଥିବାବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା କିଛି ଲୋକ ‘ଜୟ ଶ୍ରୀରାମ’ ନାରା ଦେଇଥିଲେ। ଏହା ଶୁଣିବା ମାତ୍ରେ ରାଗରେ ତମତମ ହୋଇ […]

modi--
ମୋଦିଙ୍କ ଟିମ୍‌ରେ କିଏ ସରପ୍ରାଇଜ୍‌ ପ୍ୟାକେଜ୍‌, ଜାଣନ୍ତୁ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ସବୁଠାରୁ ବଡ଼ ‘ସରପ୍ରାଇଜ୍‌ ପ୍ୟାକେଜ୍‌’ ହେଉଛନ୍ତି ଏସ୍‌ ଜୟଶଙ୍କର। ମୋଦି-ଶାହ ଯୋଡ଼ି ସମସ୍ତଙ୍କୁ ଚକମା ଦେଇ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବାଛିବା ଓ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ଦେବା। ମୋଦି-୧ ସରକାରରେ ଏସ୍‌ ଜୟଶଙ୍କର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ୧୬ ମାସ ତଳେ ଅବସର ନେଇଥିଲେ। ପ୍ରଥମ ଡିପ୍ଲୋମାଟ୍‌ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। […]

11
ବିଶ୍ୱକପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

ଲଣ୍ଡନ: ଆଇସିସି ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ଇଂଲଣ୍ଡ ଶୋଚନୀୟ ଭାବେ ପରାସ୍ତ କରିଛି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଏହାର ଜବାବ୍‌ରେ ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ମାତ୍ର ୨୦୭ ରନ୍ କରି ଅଲ୍ଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚେର ୨୭ ରନ୍ ଦେଇ ସର୍ବାଧିକ ୩ ଓ୍ୱିକେଟ୍ ନେଇଥିଲେ। ଅନ୍ୟପକ୍ଷେ, […]

10
କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ହକି ସିରିଜ୍‌

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ(FIH) ପୁରୁଷ ହକି ସିରିଜ୍ ଅନୁଷ୍ଠିତ ହେବ। ଏହି ହକି ସିରିଜ୍ ଲାଗି ଭୁବନେଶ୍ୱରରେ  ବିଭିନ୍ନ ଦଳର ଟିମ୍ ପହଞ୍ଚିବାକୁ ଲାଗିଛନ୍ତି। ଆୟୋଜକ ଭାରତୀୟ ଟିମ୍‌ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି। ଆଜି ପୋଲାଣ୍ଡ ଓ ରୁଷିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ସିରିଜ୍‌ରେ ଭାରତ ସମେତ ୮ ଟି ଦଳ ଭାଗ ନେଉଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ […]

55
ଦୁଇ ଦୁଇଥର ମୋଦିଙ୍କ ଶପଥ ଉତ୍ସବରେ କାହିଁକି ସାମିଲ ହେଉନାହାନ୍ତି ମୋଦିଙ୍କ ପରିବାର, ଜାଣନ୍ତୁ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଦେଶ-ଦୁନିଆରୁ ୬୦୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ, ଏତେ ଅତିଥି ଉପସ୍ଥିତ ରହିବେ କିନ୍ତୁ ମୋଦିଙ୍କ ପରିବାରରୁ କାହାକୁ ମଧ୍ୟ ଆମନ୍ତ୍ରିତ କରାଯାଇନାହିଁ। ଆଜିର ଏହି ଶପଥ ଉତ୍ସବରେ ମୋଦିଙ୍କ ପରିବାରରୁ କେବି ବି ସାମିଲ୍‌ ହେବେ ନାହିଁ। […]