• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

333
କାଠ ଘରେ ଲାଗିଗଲା ନିଆଁ

ଶିମ୍‌ଲା: ଗତକାଲି ଶିମଲା ଲକ୍କଡ୍ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ ହେବା ସହ ଧୂଆଁ ବାହାରିଥିଲା। ସୂଚନା ମୁତାବକ, ଲକ୍କଡ ବଜାରର ବସଷ୍ଟାଣ୍ଡ ନିକଟରେ ଥିବା ଏକ କାଠ ତିଆରି ୬ ମହଲା ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଏହା ପାଖରେ ଥିବା ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଏବେ ଭୟଙ୍କର ଥିଲା ଯେ, ୬ ମହଲା ଘରଟି ସଂପୂର୍ଣ୍ଣ ଭୁଶୁଡି ପଡିଛି। ତେବେ ଘରେ […]

msdhonigloves
ଧୋନିଙ୍କ ଗ୍ଲୋଭ୍‌ସକୁ ବିରୋଧ କଲା ଆଇସିସି

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଆଇସିସି ଧୋନିଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଆଇସିସି ବିସିସିଆଇକୁ ଅବଗତ କରାଇଛି। ଧୋନି ତୁରନ୍ତ ନିଜ ଗ୍ଲୋଭସରୁ ଏହି ପ୍ରତୀକ ଚିହ୍ନ ହଟାନ୍ତୁ ବୋଲି ଆଇସିସି ବିସିସିଆଇକୁ ଅନୁରୋଧ କରିଛି। ଧୋନି ପାରା ସ୍ପେଶାଲ ଫୋର୍ସକୁ ସମ୍ମାନ ଦେବା […]

wq-1
ଇସ୍ରାଏଲ ସହ ଡିଲ୍‌ କଲା ଭାରତ, କିଣିବ ଆଉ ୧୦୦ ‘ବାଲାକୋଟ୍‌’ ବୋମା

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ ସମୟରେ ଭାରତ ବ୍ୟବହାର କରିଥିବା ସ୍ପାଇସ ବୋମାକୁ ଏବେ ଅଧିକ ପରିମାଣରେ କିଣାଯିବ। ଆଉ ୧୦୦ଟି ସ୍ପାଇସ ବୋମା କିଣିବାକୁ ଆଜି ଭାରତ ସରକାର ଇସ୍ରାଏଲ୍‌ ସହ ଚୁକ୍ତି କରିଛନ୍ତି। ଏହି ବୋମାକୁ ବ୍ୟବହାର କରି ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା। ବୋମା ପାଇଁ ଇସ୍ରାଏଲ୍‌ ସହ ୩୦୦ କୋଟି ଟଙ୍କାର ଡିଲ୍‌ ହୋଇଛି। ଆସନ୍ତା ୩ମାସ ମଧ୍ୟରେ […]

ur-1
ନିଖୋଜ ବାୟୁସେନା ବିମାନକୁ ଖୋଜିବ ଡ୍ରୋନ୍‌

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ୁଥିବା ବେଳେ ୪ ଦିନ ତଳେ ନିଖୋଜ ହୋଇଥିବା ଏଏନ୍‌-୩୨ ବିମାନର କୌଣସି ପତ୍ତା ମିଳିପାରୁ ନାହିଁ। ବାୟୁସେନା, ସ୍ଥଳ ସେନା ଓ ଇସ୍ରୋ ସର୍ଚ୍ଚ ଅପରେସନ କରୁଛନ୍ତି, ହେଲେ ବିମାନ କିମ୍ବା ଏହା ମଧ୍ୟରେ ଥିବା ୧୩ ଜଣଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଏବେ ନିଖୋଜ ବିମାନ ସନ୍ଧାନରେ ମାନବ ବିହୀନ ଡ୍ରୋନ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ସୋମବାର ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ […]

hovckey
ବୃହତ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ୱର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ହକି ଟିମ୍ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୮-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚରେ ଭାରତ ଉନ୍ନତ ପ୍ରଦର୍ଶନ କରି ରୁଷକୁ ସବୁ ବିଭାଗରେ ପଛରେ ପକାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୨ତମ ଓ ୪୮ତମ) ଓ ଆକାଶଦୀପ ସିଂହ (୪୨ତମ […]

taxpayer_bandit2523
ଟିକସ ନଠକିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ସମୟରେ ସବୁଠାରୁ ଅଧିକ ଟିକସଦାତା ଟିକସ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନିଆରା ପ୍ରୟାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯେଉଁ ଟିକସଦାତାମାନେ ଠିକ୍‌ ସମୟରେ ଟିକସ ପୈଠ କରିବେ ସେମାନଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ସରକାର ଖୁବ୍‌ ଶୀଘ୍ର ଏକ ନୂତନ ସ୍କିମ୍‌ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସାଙ୍ଗରେ ଚା’ […]

2dfn5d3g_virat-kohli-afp_625x300_07_November_18
ବିରାଟ କୋହଲିଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ: ବ୍ୟାଟିଂରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଅଧିନାୟକ ଭାବେ ବିରାଟଙ୍କ ଏହା ଦିନିକିଆ କ୍ୟାରିୟରର ୫୦ତମ ବିଜୟ ଥିଲା। ଏହି ମାମଲାରେ ସେ ପ୍ରଥମ ଏସୀୟ କ୍ୟାପଟେନ୍ ଭାବେ ଦ୍ରୁତ ୫୦ତମ ବିଜୟର ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୧୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ ଭାରତୀୟ […]

Pankaj_Nangia__IMG_2429_0
କ୍ୟାବିନେଟ୍‌ରେ ବଢୁଛି ଅମିତ୍‌ ଶାହଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇ ପଡ଼ିଥିବା ଭଳି ମନେ ହେଉଛି। ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପରେ ସେ ୨ ନଂ କ୍ୟାବିନେଟ୍‌ ମନ୍ତ୍ରୀ। ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦି-୨ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥଙ୍କ ବଦଳରେ ଶାହଙ୍କ ଉପରେ ବେଶୀ ଭରସା […]

y-2
ପୁଣି ରାମ ମନ୍ଦିର ପ୍ରସଙ୍ଗ ଉଠାଇଲେ ସୁବ୍ରମଣ୍ୟମ୍‌ ସ୍ୱାମୀ

ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋଦି ସରକାର ଘୋଷଣା କରନ୍ତୁ ବୋଳି ଆଜି ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଦାବି କରିଛନ୍ତି। ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି ଯେ “ରାମଜନ୍ମଭୂମି ନ୍ୟାସ କିମ୍ବା ଭିଏଚପି ଦ୍ୱାରା ମୋଦି ସରକାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଘୋଷଣା କରନ୍ତୁ। ଏବେ ରାମ ମନ୍ଦିର ନିର୍ମାଣ କରିବାର ସମୟ ଆସିଛି। ଅଯୋଧ୍ୟାରେ ଥିବା ୬୭.୭୦୩ ଏକର […]

Untitled-1
ରେପୋ ରେଟ୍, ରିଭର୍ସ ରେପୋ ରେଟ୍ କ'ଣ ?

ଭୁବନେଶ୍ୱର: ଭାତୀୟ ରିଜର୍ଭ ବ୍ୟାଙ୍କ(ଆର.ବି.ଆଇ) ପ୍ରତି ଦୁଇ ମାସରେ ଥରେ ଏହାର ମୁଦ୍ରାନୀତି ସମୀକ୍ଷା ବୈଠକ କରିଥାଏ। ସେଥିରେ ସୁଧହାର, ବୈଧାନିକ ଜମାରାଶି, ନଗଦ ଜମାରାଶି ଭଳି କେତେକ ପାଣ୍ଠିର ପରିମାଣ ବା ପ୍ରତିଶତ କେତେ ରହିବ, ତାହା ନିର୍ଦ୍ଧାରଣ କରାଯାଏ। ଆପଣ ଅନେକ ସମୟରେ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, କ୍ୟାଶ ରିଜର୍ଭ ରେସିଓ(ସି.ଆର.ଆର୍), ଷ୍ଟାଚ୍ୟୁଟରି ଲିକ୍ୱିଡିଟି ରେସିଓ(ଏସ୍.ଏଲ୍.ଆର୍.) ଭଳି କେତୋଟି ବ୍ୟାଙ୍କ ସମ୍ବନ୍ଧୀୟ ଟର୍ମ ଶୁଣିଥିବେ। ସେହିପରି ରେପୋ ରେଟ୍ ହ୍ରାସ ହେବା […]

Jagan desk smiling
ରାସ୍ତା ମଝିରେ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ଏକ ମନଛୁଆଁ ଏବଂ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ ମୋହନ ସରକାରୀ କାମରେ ବିଶାଖାପଟନମ ଏୟାରପୋର୍ଟ ନିକଟରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଛିଡ଼ା ହୋଇଥିବା କିଛି ପିଲାଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା। ସେ ତୁରନ୍ତ ନିଜ କନଭୟକୁ ରାସ୍ତା ଉପରେ ଅଟକାଇ ପିଲାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିଲାମାନେ ତାଙ୍କ ସହିତ ଥିବା ୧୫ […]

222
ପ୍ରଥମ ଦିନରେ ବକ୍ସ ଅଫିସରେ ହିଟ୍‌ ହେଲା ‘ଭାରତ’

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍‌ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି। ଏଥିସହ ବକ୍ସ ଅଫିସରେ ଫିଲ୍ମଟି ଗୋଟିଏ ଦିନରେ ୪୨. ୩ କୋଟି ଆୟ କରିଛି। ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ […]

janet-5..
ସ୍ୱାମୀଙ୍କ ସ୍ମୃତିରେ ୭୩ ହଜାର ଗଛ ଲଗାଇଲେ ସ୍ତ୍ରୀ

ବେଙ୍ଗାଲୁରୁ: ଜୀବନରେ କିଛି ଲକ୍ଷ୍ୟ ନେଇ ଆଗକୁ ବଢିଲେ, ଯେକୌଣସି ପ୍ରତିକୂଳ ପରିସ୍ଥିତି ମଧ୍ୟ ବାଧା ସୃଷ୍ଟି କରିପାରେ ନାହିଁ। ନିଜ ଇଚ୍ଛାଶକ୍ତିକୁ ଦୃଢ କଲେ ଆପଣ ଯେକୌଣସି ସ୍ଥିତିର ବି ମୁକାବିଲା କରିପାରିବେ। ଏପରି ଜଣେ ମହିଳା ହେଉଛନ୍ତି ବେଙ୍ଗାଲୁରୁର ୬୮ ବର୍ଷୀୟା ଜନେତ୍‌ ୟଗ୍‌ନେଶ୍ୱରନ। ଏ ବୟସରେ ବି ସେ ନିଜ ଅଞ୍ଚଳ ତଥା ରାଜ୍ୟକୁ ସବୁଜିମାରେ ପରିପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିବା […]