• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

samblpur
ବିଦେଶ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖ: ରାଜୀବ ଗୌବା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ବିଦେଶରୁ ଆସିଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ  କ୍ୟାବିନେଟ ସଚିବ ରାଜୀବ ଗୌବା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଦ୍ୱାରା ସତର୍କ କରାଇଛନ୍ତି ଗୌବା। ଜାନୁଆରୀ ୧୮ରୁ ମାର୍ଚ୍ଚ ୨୩ ମଧ୍ୟରେ ବିଦେଶରୁ ୧୫ଲକ୍ଷରୁ ଅଧିକ ଯାତ୍ରୀ ବିମାନ ଦ୍ୱାରା ଭାରତ ଆସିଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ପଞ୍ଜାବକୁ ପ୍ରାୟ ୧୨ ଲକ୍ଷ ୭୦ ହଜାର ଯାତ୍ରୀ […]

corona
ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୧୪୯ ସଂକ୍ରମିତ

ନୂଆଦିଲ୍ଲୀ: ଯେତେ ସତର୍କତା ଆପଣାଇଲେ ମଧ୍ୟ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟାରେ ୧୪୯ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ସୂଚନା ଦେଇଛି। ସେହିପରି ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ  ୬୪୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୭୯ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୭୭ ଜଣ ଆକ୍ରାନ୍ତ […]

cron-VIRUS
ଭାରତରେ କରୋନା ସ୍ଥିତି ଏବେ କେମିତି ଅଛି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪୮ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ  ୭୪୮ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୬୬ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସବୁଠାରୁ ଅଧିକ ୧୩୭ ଜଣ କେରଳରେ ଚିକିତ୍ସିତ ହେଉଛନ୍ତି। ସେହିପରି ମହାରାଷ୍ଟ୍ରରେ ୧୩୦ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ କମ୍ପାନୀଙ୍କୁ ୧୦ ହଜାର ଏବଂ ଭାରତ ଇଲେ୍ରୋନିକ୍ସ ଲିମିଟେଡକୁ ୩୦ ହଜାର […]

60yeras55555
ବୟସ୍କଙ୍କ ପାଇଁ ଏସବୁ ଖାଦ୍ୟ; ବୃଦ୍ଧି କରାଏ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ଠାରେ କରୋନା ଭାଇରସ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ। ବର୍ତ୍ତମାନ ସୁଦ୍ଧା କରୋନରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ୬୦ ବର୍ଷରୁ ଉର୍ଦ୍ଧ୍ୱ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁଯାୟୀ, କରୋନା ଭାଇରସରେ ବୟସ୍କଙ୍କ ମୃତ୍ୟୁ ହାର ୧୪.୮ ପ୍ରତିଶତ ଓ ଯୁବକମାନଙ୍କ ମୃତ୍ୟୁ ହାର ୦.୪ପ୍ରତିଶତ। ବୟସ୍କ ତଥା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରର ରୋଗ […]

c-babau-naidu
କରୋନା ମୁକାବିଲା ପାଇଁ ମୋଦିଙ୍କୁ ଭୁରିଭୁରି ପ୍ରଶଂସା କଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତି: କରୋନା ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ ଏକଜୁଟ୍ ହେବା ଦେଖାଯାଉଛି। ନିକଟରେ ବିରୋଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବା କହିଥିବା ବେଳେ ଆଜି ଟିଡିପି(ତେଲ୍‌ଗୁ ଦେଶମ ପାର୍ଟି) ନେତା ଚନ୍ଦ୍ର ବାବୁ ନାଇଡୁ ମୋଦିଙ୍କ କରୋନା ମକାବିଲା ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏଭିଳି ସ୍ଥିତିର ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା, କୃଷକ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ଠିକ୍‌ ସମୟରେ ୧.୭୫ ଲକ୍ଷ […]

trump
ଚିନ୍ତାରେ ଆମେରିକା: ବିଶ୍ୱର ସବୁଠାରୁ ଅଧିକ ରୋଗୀ ଏଇଠି

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ୍ ଏବେ ଆମେରିକା ପାଇଁ ଚିନ୍ତା ବଢ଼ାଇଛି। ଆମେରିକାରେ ଗୋଟିଏ ଦିନରେ ୧୭ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱରେ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛି ଆମେରିକା। ଚୀନରେ ୮୧ ହଜାରୁ ଅଧିକ ଆକ୍ରାନ୍ତ ଥିବା ବେଳେ ୮୫ ହଜାରରୁ ଅଧିକ ଆକ୍ରନ୍ତ କେବଳ ଆମେରିକାରେ ରହିଛନ୍ତିା ସେହିଭଳି ଗୋଟିଏ ଦିନରେ ଗତକାଲି ୨୬୮ ଜଣଙ୍କ ମୃତ୍ୟୁ ହେବା ସହ ଏବେ ଯାଏ ମୋଟ୍ […]

shaktikant-das
କରୋନା ପାଇଁ ଆର୍‌ବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ସ୍ଥିତି ନିମ୍ନାଗାମୀ ହେଉଥିବାରୁ ଶୁକ୍ରବାର ସବୁଠାରୁ ବଡ଼ ଘୋଷଣା କରିଛି ଆର୍‌ବିଆଇ। ଆର୍‌ବିଆଇର ମନିଟାରୀ ପଲିସି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ମୁଖ୍ୟ ଶକ୍ତିକାନ୍ତ ଦାସ। ଏହି ଘୋଷଣା କ୍ରମେ ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ଏବେ ନୂଆ ରେପୋ ରେଟ୍ ହେଲା ୪.୪% ହୋଇଛି। ସେହିପରି ରିଭର୍ସ ରେପୋ ରେଟ୍ ୯୦ ବେସିସ୍ ପଏଣ୍ଟ ଖସି ୪% […]

panjab
ଲକ୍‌ଡାଉନ୍: ଆମ୍ୱୁଲାନ୍ସ ନ ଆସିବାରୁ ପତ୍ନୀକୁ ସାଇକେଲରେ ବୋହି ମେଡିକାଲ ନେଲେ ସ୍ୱାମୀ

ପଞ୍ଜାବ: କିଲର କରୋନାକୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ଅଟକି ଯାଇଛି ସାରା ବିଶ୍ୱ। ଏହି ଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଘରେ ରୁହ ଆଉ କିଲର କରୋନା ଭାଇରସକୁ ମାତ୍ ଦିଅ। ଏହି ସ୍ଲୋଗାନରେ ଆଜି ସାରା ଦେଶ ଏକ ପ୍ରକାର ଠପ୍ ହୋଇଯାଇଛି। ସବୁଠି ଲାଗିଛି ଲକ୍‌ଡାଉନ୍‌। ଏହି ଲକ୍ ଡାଉନ୍ ପାଇଁ ଜାରି ହୋଇଛି ବିଭିନ୍ନ […]

dadi
ଦାଦି ଜାନକୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଅମଦାବାଦ: ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ଜାନକୀଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା। ସେ ଗତ ଦୁଇ ମାସ ଧରି ଅସୁସ୍ଥ ଥିଲେ।  ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅହମଦାବାଦରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ରାଜସ୍ଥାନର ଆବୁରୋଡ ସ୍ଥିତ ଗ୍ଲୋବାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ରାଜି ୨ଟାରେ ଦାଦି ଜାନକୀ ତାଙ୍କର ପାର୍ଥିବ ଶରୀର ତ୍ୟାଗ କରିଛନ୍ତି। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ […]