କ୍ୟାବିନେଟ୍ ବୈଠକରେ ସାମାଜିକ ଦୂରତ୍ୱ ବା ସୋସିଆଲ୍ ଡିଷ୍ଟାନ୍ସିଂକୁ ଗୁରୁତ୍ୱ। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ 7, ଲୋକକଲ୍ୟାଣ ମାର୍ଗରେ କେନ୍ଦ୍ର କ୍ୟାବିନେଟର ବୈଠକରେ କ୍ୟାବିନେଟ ମନ୍ତ୍ରୀ ଓ ଅଧିକାରୀ ମାନେ ନିଜ ନିଜ ମଧ୍ୟରେ ଦୂରତ୍ୱ ରଖି ବସିଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ରୋକିବାରୁ ପ୍ରଧାନମନ୍ତ୍ରୀ ସୋସିଆଲ ଡିଷ୍ଟାନ୍ସିଂ ଉପରେ ଗୁରୁତ୍ୱ ଦେଇଥିବା ବେଳେ ନିଜ କ୍ୟାବିନେଟ ବୈଠକରେ ଏହାକୁ ଉପଯୋଗ କରିଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ। ବୈଠକରେ କରୋନା ମୁକାବିଲା […]
ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଡାଉନ୍ ଘୋଷଣା ପରେ ଜରୁରୀ ସେବା ପାଇବାକୁ ଗାଇଡଲାଇନ୍ ଜାରି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଗାଇଡ୍ଲାଇନ୍ ଜାରି କରିଛି। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ପ୍ରତିଷ୍ଠାନ, କେନ୍ଦ୍ର ସଶସ୍ତ୍ର ପୋଲିସ ବାହିନୀ କାର୍ଯ୍ୟାଳୟ, ପୁଲିସ, ହୋମଗାର୍ଡ, ବେସାମରିକ ସୁରକ୍ଷା, ଅଗ୍ନିଶମ ଓ ଜରୁରୀ ସେବା କାର୍ଯ୍ୟାଳୟ ଖୋଲା ରହିବ। କୋଷାଗାର, ବିପର୍ଯ୍ୟୟ ପରିଚାଳନା, ଜାତୀୟ ସୂଚନା କେନ୍ଦ୍ର, ଆଗୁଆ ସୂଚନା ଏଜେନ୍ସି, ବିଦ୍ୟୁତ ଉତ୍ପାଦନ ଓ ବିତରଣ ୟୁନିଟ, ପାନୀୟ […]
ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଦୂରତା ପାଇଁ ନିବେଦନ କରିଛନ୍ତି। ୨୧ ଦିନ ଘରେ ରହିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏପରି ସ୍ଥିତିରେ ନବରାତ୍ର ଉପଲକ୍ଷେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ କରିଛନ୍ତି। ଏହାକୁ ନେଇ ବିରୋଧୀ ବେଶ ସମାଲୋଚନା କରିଛନ୍ତି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହି ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି। ଉତ୍ତରପ୍ରଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା […]
ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋସିଆଲ ମିଡିଆରେ ଗଦା ଗଦା ଗୁଜବ । କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ। କିଏ କହୁଛି, ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସମ୍ପର୍କରେ ଅନେକ ତଥ୍ୟ […]
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହେଲା। ସାରା ଦେଶକୁ ଲକ୍ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। ଜନତାଙ୍କୁ କରୋନା ସ୍ଥିତି ନେଇ ସମ୍ବୋଧନ କଲା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ମୋଦି। ଏଥିସହିତ ସ୍ୱାସ୍ଥସେବାକୁ କ୍ଷୀପ୍ର ଗତିରେ ସୁଧାରିବାକୁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲକୁ ପୂର୍ବରୁ ହିଁ ଏପ୍ରିଲ୍ ୧୫ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଆଇପିଏଲର ପରବର୍ତ୍ତୀ ଯୋଜନା ଉପରେ ବିସିସିଆଇ ମଙ୍ଗଳବାର ଟେଲିକନଫରେନ୍ସିଂ ଜରିଆରେ ସବୁ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା କରିବା ପାଇଁ ସ୍ଥିର କରିଥିଲା, କିନ୍ତୁ ଏହାକୁ ଏବେ ରଦ୍ଦ କରାଯାଇଛି। ଏହି ବୈଠକ ବାତିଲ୍ ହେବା ଦ୍ୱାରା ଚଳିତ ବର୍ଷ ଆଇପିଏଲ୍ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଅଧିକ ବଢ଼ିଯାଇଛି। ବୈଠକ ବାତିଲ ହେବା ନେଇ […]
ବେଜିଂ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ୟୁରୋପରେ ଅଧିକ ତାଣ୍ଡବ ରଚିଛି। ଚାଇନାରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ବେକାବୁ ହୋଇଯାଇଛି। ବିଶେଷ କରି ଇଟାଲୀ, ଇରାନ, ସ୍ପେନ ଓ ଆମେରିକା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୬ ହଜାର ପାର ହୋଇଥିବା ବେଳେ ସମଗ୍ର ବିଶ୍ୱରେ କରୋନା ୧୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ବପଦ ବଢ଼ାଇଥିବା ମହାମାରୀ କରୋନା ଭାଇରସ୍କୁ କେମିତି ରୋକିହେବ ସେ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। ଆଇସିଏମଆର ସର୍ଭେରୁ ଏହି କଥା ଜଣାପଡ଼ିଛି। ଯଦି ଭାରତୀୟମାନେ ଗୋଟିଏ କାମକୁ ଭଲ ଭାବେ କରିପାରିବେ, ତା’ହେଲେ କରୋନା ସଂକ୍ରମଣର ଆଶଙ୍କା ପାଖାପାଖି ୬୨% ହ୍ରାସ ପାଇଯିବ। ଆଉ ଏହି କାମଟି ହେଉଛି ସାମାଜିକ ଦୂରତ୍ୱ ବା ସୋସିଆଲ ଡିସଷ୍ଟାସିଂ। ଆଇସିଏମଆରର ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଆଇସିଏମଆର ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ […]
ବେଜିଂ: ଚୀନ୍ରୁ ଆସିଥିବା କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଏବେ ପୁଣି ଏକ ନୂଆ ଚୀନ ଭାଇରସ୍ ଆସିଛି। ଏଥିରେ ଜାଣଙ୍କର ଜୀବନ ବି ଯାଇଛି। ଏବେ ଏହି ଭାଇରସ୍ ବି ସାରା ବିଶ୍ୱର ମୁଣ୍ଡବଥାର କାରଣ ହେଲାଣି। ଏହି ନୂଆ ଭାଇରସ୍ର ନା ହେଲା ‘ହନ୍ତା’। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ […]
ନୂଆଦିଲ୍ଲୀ: କରୋନା ଭାଇରସରର ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି ହିମାଚଳ ପ୍ରଦେଶ ଓ ମଣିପୁର ସରକାର। ପ୍ରଥମେ କରୋନା ପାଇଁ ସମଗ୍ର ରାଜ୍ୟକୁ ଲକ୍ ଡାଉନ ବା ତାଲାବନ୍ଦ ଘୋଷଣା କରିଥିବା ଏହି ଦୁଇ ସରକାର ଆଜି ନୂଆ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇ ରଜ୍ୟରେ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ। କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି […]
ଶ୍ରୀନଗର: ଶ୍ରୀନଗର: ୮ ମାସ ବନ୍ଦୀ ହୋଇ ରହିବା ପରେ ମୁକୁଳିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍ଦୁଲ୍ଲା। ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ମୁକ୍ତ କରିଛି। ଅଟକ ଦଣ୍ଡରୁ ମୁକୁଳିବା ପରେ ଓମାର ପ୍ରଥମ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି, “ଆଜି ଏକ ଭିନ୍ନ ପୃଥିବୀ ଦେଖିବାକୁ ପାଇଛି।” ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ସେବେଠାରୁ ଓମାରଙ୍କ ସମେତ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ […]
ରୋମ: ଇଟାଲୀରେ ମହାମାରୀ କରୋନା ମଣିଷ ସମାଜକୁ ନଷ୍ଟ କରିଦେବା ଦିଗରେ ବ୍ୟାପିଲାଣି। ଏହି ପ୍ରାଣଘାତି ଭାଇରସ୍ ପୁଣିଥରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚିଛି। ଚାଇନା ସ୍ଥିତି ସୁଧୁରୁଥିବା ବେଳେ ଇଟାଲୀ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତଥାପି ରବିବାର ଅପେକ୍ଷା ସୋମବାର ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ […]
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ପୈଠ ସମୟସୀମା ଘୁଞ୍ଚିଲା। ଏହି ସମୟସୀମାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସରକାର ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆଧାର-ପାନ୍ ଲିଙ୍କ ସମୟ ସୀମା ମଧ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ମୁକାବିଲା ନେଇ ସାରା ଦେଶରେ ତାଲାବନ୍ଦ ନିର୍ଦ୍ଦେଶ ଦିଆଯାଇଥିବାରୁ ସମୟସୀମା ଘୁଞ୍ଚାଇ ଦିଆଯାଇଛି। ଏଥିସହିତ ୨୦୨୦ ବର୍ଷ ପାଇଁ ମାର୍ଚ୍ଚ, ଏପ୍ରିଲ୍ ଓ […]
ନୂଆଦିଲ୍ଲୀ: କରୋନା ଭାଇରସ କଟକଣାକୁ ନେଇ ବଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ହୋମ୍ ଆଇସୋଲେସନ୍ରେ ରହୁଛନ୍ତି। ଘରେ ରହି କିଏ ରୋଷେଇ କରୁଚି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖାଯାଇଥାଏ। ନିକଟରେ କ୍ୟାଟ୍ରିନା କୈଫ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଘରେ ରହି ଥାଳି ଧୋଇଥିବାର ନଜର ଆସିଛନ୍ତି। ଏହି ଭିଡିଓଟିକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ବାସନ […]