ନୂଆଦିଲ୍ଲୀ: ଘରେ ବି ମୁହଁ ଘୋଡ଼ାଇ ରୁହନ୍ତୁ। ଯଦି, ଜ୍ୱର, କାଶ, ଥଣ୍ଡା ରହିଛି ଅଥବା ଏଭଳି ରୋଗୀ ଘରେ ଅଛନ୍ତି ତାହା ହେଲେ ମୁହଁ ଘୋଡ଼ାଇବା ନିତ୍ୟାନ୍ତ ଆବଶ୍ୟକ। ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ। ମାସ୍କ ନୁହେଁ ମୁହଁକୁ କୌଣସି ସଫା କପଡ଼ାରେ ଘୋଡ଼ାଇ ରଖିପାରିବେ। ହେଲେ ଘରେ ଥିବା ସବୁ ସଦସ୍ୟଙ୍କ ପାଇଁ ଅଲଗା ଅଲଗା କପଡ଼ା ବ୍ୟବହାର କରନ୍ତୁ। […]
ନୂଆଦିଲ୍ଲୀ: ଦେଶରେ ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଛି।ଦେଶର ମୋଟ ୨୯୦୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଏଥିରୁ ୧୦୨୩ଟି ତବଲିଗି ଜମାତ ସହିତ ଲିଙ୍କ ଅଛି। ମୋଟ ୧୭ଟି ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରାଯାଇଛି। ଏହି ତାଙ୍କ ଲିଙ୍କରେ ୨୨ ହଜାର ଲୋକଙ୍କୁ କ୍ୱାରେଣ୍ଟିନ୍ କରାଯାଇଛି। କୋଭିଡ୍-19 ମୁକାବିଲାକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା […]
କରୋନା ଭାଇରସ୍ ମହାମାରୀକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ନଗଦ ଟଙ୍କା କାରବାର ନକରି ଡିଜିଟାଲ୍ ପେମେଣ୍ଟ କରିବାକୁ ପରାମର୍ଶ ଦେଇଥିଲା। ଆରବିଆଇର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ୍ କହିଥିଲେ ନଗଦ କାରବାର ପାଇଁ ଆପଣଙ୍କୁ ଭିଡ଼ ଜାଗାକୁ ଯାଇପାରନ୍ତି। ଫଳରୋ କରୋନା ସଂକ୍ରମଣ ଆଶଂକା ଦେଖାଦେଇପାରେ। ଆଉ ବର୍ତ୍ତମାନ ପରିସ୍ଥିତିରେ ଏଥିରୁ ବର୍ତ୍ତିବା ଦରକାର। ତେବେ ଆରବିଆଇ ପୂର୍ବରୁ ସିଏଆଇଟି (ଅଖିଳ ଭାରତୀୟ ବ୍ୟାପାରୀ ପରିଷଦ ସଂଘ) ମଧ୍ୟ ନଗଦ ଟଙ୍କା କାରବାର […]
ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କାଉନସିଲ୍ ଅଫ୍ ଜୁରିଷ୍ଟସ୍ ଚାଇନା ବିରୋଧରେ ଜାତିସଂଘ ମାନବ ଅଧିକାର ପରିଷଦର ଦ୍ୱାରସ୍ଥ ହୋଇଛି। ଏଥିରେ ଅଭିଯୋଗ ଅଣାଯାଇଛି ଚାଇନା କୋଭିଡ୍-୧୯ ଭାଇରସ୍କୁ ସାରା ବିଶ୍ୱକୁ ଛାଡ଼ି ‘ଗୁରୁତର ଶାରିରୀକ, ମାନସିକ, ଆର୍ଥିକ ଏବଂ ସାମାଜିକ କ୍ଷତି’ ପହଞ୍ଚାଇଛି। ଆଇସିଜେ ମାନବାଧିକାର ପରିଷଦ ନିକଟରେ ଦାବି କରିଛି, ଏହା ତଦନ୍ତ କରିବା ସହ ଭାରତ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ସହିଥିବା କ୍ଷତିର ଭରଣା ପାଇଁ ଚାଇନାର ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ସରକାରଙ୍କୁ […]
ନୂଆଦିଲ୍ଲୀ: ସାରା ଦେଶରେ ମୋଟ ୬୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍ ଅଞ୍ଚଳରେ ଏହି ସମାରୋହ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍ ଅଗ୍ରୱାଲ କହିଛନ୍ତି, ଏହି ସବୁ ସଂକ୍ରମିତଙ୍କୁ ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଠାବ କରାଯାଇଛି। ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, […]
ଭୁବନେଶ୍ୱର: ସାରା ଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହି ଭାଇରସ୍କୁ ଟ୍ରାକ୍ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି। ଏହି ଆପ୍ର ନାଁ ହେଉଛି ଆରୋଗ୍ୟ ସେତୁ (Aarogya setu)। ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସହ ମିଶି ଏହି ଆପ୍କୁ ତିଆରି କରିଛି। କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଏହି ଆପ୍ ତିଆରି କରାଯାଇଛି। ଯଦି ଆପଣ କୌଣସି […]
ଲକ୍ଷ୍ନୌ: କରୋନା ଭାଇରସକୁ ମାତ୍ ଦେବାପାଇଁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ସମୟରେ ପୋଲିସ ଉପରେ ଆକ୍ରମଣ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି, ଏବେ ଯେଉଁମାନେ ପୋଲିସ ଉପରକୁ ଆକ୍ରମଣ କରିବେ ସେମାନଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ (NSA) ଲାଗୁ କରାଯିବ। ସୂଚନାଥାଉ କି, ଦେଶର ଅନେକ ସ୍ଥାନରେ ପୋଲିସ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ […]
ମୁମ୍ୱାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଭାଇରସ ବିଷୟରେ ନିଜ ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି। ବିଗ୍ ବି ବାରମ୍ୱାର ମହାମାରୀ କରୋନା ଭାଇରସ ବିଷୟରେ ଲୋକମାନଙ୍କୁ ସଚେତନ କରିବାପାଇଁ ନିଜ ଟ୍ୱିଟ୍ରରେ ବିଭିନ୍ନ ତଥ୍ୟ ପୋଷ୍ଟ କରୁଛନ୍ତି। ଏବେ ବଚ୍ଚନ ଟ୍ୱିଟରେ ତାଙ୍କର ବ୍ଳାକ ଆଣ୍ଡ ହ୍ୱାଇଟ୍ର ଏକ ଫଟୋକୁ ସେୟାର କରି ଲୋକମାନଙ୍କୁ କହିଛନ୍ତି ଯେ କରୋନାକୁ ବଢ଼ିବାକୁ ଦିଅ ନାହିଁ। ଅମିତାଭ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଖବରଦାର- ‘ଘରେ ରୁହ,ବାହାରକୁ […]
ଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ଗୁରୁବାର ଦିନ ଦିଲ୍ଲୀ ଏମ୍ସର ଜଣେ କାର୍ଯ୍ୟରତ ଡାକ୍ତର କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଏବେ ତାଙ୍କର ଗର୍ଭବତୀ ପତ୍ନୀଙ୍କର କରୋନା ପଜିଟିଭ ଥିବା ଜଣାପଡ଼ିଛି। ତାଙ୍କୁ ଆଇସୋଲେସନ୍ରେ ରଖାଯାଇଛି। ଦିଲ୍ଲୀ ଏମ୍ସରେ ତାଙ୍କର ପ୍ରସବ କରାଯିବ। ତେବେ ସଂପୃକ୍ତ ଡାକ୍ତର ଜଣକ ବିଦେଶ ଗ୍ରସ୍ତ କରିନିଥିଲେ। ଯେଉଁମାନେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଏମ୍ସର କର୍ତ୍ତୃପକ୍ଷ କହିଛନ୍ତି, […]
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା। ନିଜାମୁଦ୍ଦିନ ଧର୍ମସଭା ପରେ ଦେଶରେ ଭୟଙ୍କର ରୂପ ଧାରଣ କରୁଥିବା କରୋନାରେ ଏବେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ସେହିଭଳି ଗୋଟିଏ ଦିନ ଭିତରେ ଦେଶରେ ୩୨୪ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଅଦ୍ୟାବଧି ଗୋଟିଏ ଦିନ […]
ଭୁବନେଶ୍ୱର/ମୁମ୍ବାଇ: କରୋନା ଭୂତାଣୁ ବିରୋଧ ଲଢ଼େଇରେ ସାମିଲ୍ ହେବାକୁ ସହାୟତା ହାତ ବଢ଼ାଇଛି ରିଲାୟଏନ୍ସ ଇଣ୍ଡଷ୍ଟ୍ରିଜ୍। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପିଏମ କେୟାର ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିବା ସହିତ କୋଭିଡ-୧୯ ବିରୋଧ ଲଢ଼େଇରେ ସହାୟତା ପାଇଁ କମ୍ପାନୀ ପକ୍ଷରୁ ମହାରାଷ୍ଟ୍ର ଓ ଗୁଜରାଟ ସରକାରଙ୍କୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ତା […]
ନୂଆଦିଲ୍ଲୀ: ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଲକ୍ ଡାଉନ୍ରେ ସହଯୋଗ ନେଇ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ କିଛି ରାଷ୍ଟ୍ରରେ ପୁଣି ସଂକ୍ରମଣ ଫେରିବା ଆଶଙ୍କା ଥିବା ମୋଦି କହିଛନ୍ତି। ଆଗାମୀ କିଛି ସପ୍ତାହ ପାଇଁ ଟେଷ୍ଟିଂ, ଟ୍ରେସିଂ, ଆଇସୋଲେସନକୁ ଫୋକସ ଦିଆଯାଉ। କରୋନା ମୁକାବିଲା ପାଇଁ ପୃଥକ ହସ୍ପିଟାଲ ଉପରେ ଗୁରୁତ୍ୱ ଦେବା ସହ ଡାକ୍ତର ଅଭାବ ଦୂର ପାଇଁ ଆୟୁଷ […]
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ପୂର୍ବରୁ ସେ କେଉଁ ଆଡ଼େ ଯାଇନଥିଲେ। ଅର୍ଥାତ ଚିକିତ୍ସା ସମୟରେ ଏପରି ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସେ ମାନସିକ ରୋଗ ଚିକିତ୍ସକ। ସେ ପୂର୍ବରୁ ବିଦେଶ ଯାଇନଥିବା ଜଣାପଡ଼ିଛି। ଦିଲ୍ଲୀର କିଛି ଡାକ୍ତର ଏଭଳି ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପ୍ରୋଟେକ୍ଟିଭ୍ ଗିଅରର ସପ୍ଲାଇ ଏବଂ ମାନ ବୃଦ୍ଧି ପାଇଁ […]
ନୂଆଦିଲ୍ଲୀ: ଚିକିତ୍ସାରେ ସହଯୋଗ କରୁନାହନ୍ତି ମରକଜ୍ ନିଜାମୁଦ୍ଦିନ୍ ଲୋକେ। କରୋନା ଲକ୍ଷଣ ଦେଖାଦେବା ପରେ ମେଡିକାଲ୍ରେ ଭର୍ତ୍ତି ହେବା ହୋଇଥିଲେ। ଡାକ୍ତର ଯାଞ୍ଚ କରିବାରୁ ସେମାନେ ମନା କରୁଛନ୍ତି। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଲୋକନାୟକ ଜୟପ୍ରକାଶ ନାରାୟଣ LNJPN ହସ୍ପିଟାଲ୍ ଅଧ୍ୟକ୍ଷ। ଏଲ୍ଏନ୍ଜେପି ହସ୍ପିଟାଲ୍ ନିର୍ଦ୍ଦେଶକ କିଶୋର ସିଂହଙ୍କ କହିବାନୁସାରେ, ଯେଉଁମାନେ ତବଲୀଗ ଜାମାତରୁ ଆସିଛନ୍ତି ସେମାନେ ଡାକ୍ତରଙ୍କୁ ଚିକିତ୍ସା ପାଇଁ ସହଯୋଗ କରୁନାହାନ୍ତି। ନାନା ଧମକ ଦେଉଛନ୍ତି। କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି। […]
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ସଂକ୍ରମିତ ଲୋକଙ୍କ ପାଇଁ ଆଇସୋଲେସନ୍ ୱାର୍ଡ ଶୀଘ୍ର ତିଆରି କରାଯାଉଛି। ଟ୍ରେନ୍ର ବଗିରେ ଲକ୍ଷେ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ନିର୍ମାଣ କରାଯିବ। ଏହା ପୂର୍ବରୁ ମଧ୍ୟ ଅନେକ ଡାକ୍ତରଖାନା ତିଆରି ସରିଛି ଓ ଅନେକ ମେଡିକାଲକୁ ଅନୁମୋଦନ ମିଳିଛି। ରେଳବିଭାଗ ୨୦ ହଜାର ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରିବ। ଏହି ବଗିଗୁଡ଼ିକରେ ସମୁଦାୟ ୩.୨ ଲକ୍ଷରୁ ଅଧିକ ଶଯ୍ୟାର ବ୍ୟବସ୍ଥା […]
କେରଳ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ଦେଶ ଏବେ ଲକ୍ଡାଉନ୍। ଏହି ଲକ୍ଡାଉନ୍ ପାଇଁ ଲୋକମାନେ ସେମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଏପରିକି ବାହାଘର ଠୁ ଆରମ୍ଭ କରି ବିଭିନ୍ନ ଧାର୍ମିକ କାର୍ଯ୍ୟକୁ ବନ୍ଦ କରାଯାଇଛି । କିନ୍ତୁ ଇଣ୍ଟରନେଟର ଯୁଗରେ ଅନ୍ଲାଇନ୍ ମାଧ୍ୟମରେ ସବୁ କାର୍ଯ୍ୟ ହୋଇପାରୁଛି। ଅନଲାଇନ୍ରେ ସ୍କୁଲ୍-କଲେଜ୍ କାମ କରାଯାଉଛି। ଜରୁରୀ ବୈଠକ ମଧ୍ୟ ଇଣ୍ଟରନେଟ୍ରେ ହୋଇପାରୁଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟର କାମ କରାଯାଉଛି। ଏବେ […]
ମୁମ୍ୱାଇ: ବଲିଉଡ ଅଭିନେତା ଦିଲ୍ଲୀପ କୁମାର ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ କରୋନା ଭାଇରସ ବିଷୟରେ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ବୁଧବାର, ସେ ନିଜ ଟ୍ୱିଟରରେ ୪ଧାଡ଼ିର ଏକ କବିତା ଟ୍ୱିଟ୍ କରି କରୋନା ଭାଇରସ ବିଷୟରେ ଅବଗତ କରାଇଛନ୍ତି। ଦିଲ୍ଲୀପ ତାଙ୍କ ଟ୍ୱିଟରେ ଲେଖିଛନ୍ତି- ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଏହି ମହାମାରୀ କରୋନା ଭାଇରସ ସମୟରେ ଆପଣମାନେ ନିଜ ଘରେ ରହୁନ୍ତୁ। I urge you to #StayHomeSaveLives during this #COVID19pandemic […]
ନୂଆଦିଲ୍ଲୀ:କରୋନା ଭାଇରସ ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳାୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି। ସୁସ୍ଥ ରହିବା ଏବଂ ରୋଗ ସହ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆୟୁଷ ମନ୍ତ୍ରଣାଳୟର ପରାମର୍ଶକୁ ନିଜ ଟ୍ୱିଟରେ ସେୟାର କରିଛନ୍ତି। ମୋଦି ତାଙ୍କ ଟ୍ୱିଟରେ ଏହାକୁ ନିଜ ଜୀବନର ଏକ ଅଂଶ କରିବାପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଥିଲେ, ‘ସୁସ୍ଥ ରହିବା ପାଇଁ ଧ୍ୟାନ ଦିଅନ୍ତୁ। […]