ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚତୁର୍ଥ ଥର ପରୀକ୍ଷା ପରେ ବି କନିକାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ଲୋକେ ଖୁବ୍ ବ୍ୟସ୍ତ ହୋଇପଡ଼ିଛନ୍ତି। କନିକା ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସରେ ଚିକିତ୍ସିତ ହେଉଛନ୍ତି। ଏନେଇ କନିକାଙ୍କ ପରିବାର ଡାକ୍ତରଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ। ମେଡ଼ିକାଲର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, […]
ବେଜିଂ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୬ ଲକ୍ଷରୁ ଅଧିକ ଏବେ ଆକ୍ରାନ୍ତ ରହିଛନ୍ତି। ଯେଉଁଥିରୁ ଚାଇନାର ୮୧, ୪୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ପାଖାପାଖି ୪ ହଜାର ମୃତ୍ୟୁ ବରଣ କରିଛନ୍ତି। ଚାଇନାର ହୁବେଇ ପ୍ରଦେଶର ଉହାନରୁ ଏହି ଭାଇରସ ପ୍ରଥମେ ବ୍ୟାପିଥିଲା। ପାଖାପାଖି ତିନି ମାସ ଧରି ଏହି ହୁବେଇ ଚାଇନାର ଅନ୍ୟ ରାଜ୍ୟ ପାଖରୁ ଅଲଗା ହେବା ପରେ ଏବେ ସ୍ୱାଭାବିକ […]
ଭୁବନେଶ୍ୱର: କରୋନା ଭାଇରସ ବିରୋଧରେ ଚାଲିଥିବା ଲଢ଼େଇ ପାଇଁ ଦେଶବାସୀଙ୍କୁ ସହାୟତା ଓ ସରକାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବଲିଉଡର ବହୁ କଳାକର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଖୋଲାଯାଇଥିବା ’ପିଏମ୍-କେୟାରସ୍ ଫଣ୍ଡ’ କୁ ସେମାନେ ଦାନ କରୁଛନ୍ତି। ଅନ୍ୟମାନଙ୍କ ପରି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ମଧ୍ୟ ପିଏମ୍-କେୟାରସ୍ ଫଣ୍ଡକୁ ୨୧ ଲକ୍ଷଟଙ୍କା ଦାନ କରିଛନ୍ତି। View this post on Instagram There is no better […]
ଭୁବନେଶ୍ୱର: ଚୀନର ଉହାନ ସହରରୁ ଆସିଥିବା ଏହି କରୋନା ଭାଇରସ ବିଶ୍ୱରେ ଆତଙ୍କ ଖେଳାଇଛି। ସାରା ବିଶ୍ୱର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, କରୋନା ଭାଇରସର ଲକ୍ଷଣ ସାଧାରଣତଃ ଥଣ୍ଡା ଭଳି ହୋଇଥାଏ ଯେ ଏହି ଭାଇରସରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିହ୍ନିବା କଷ୍ଟ ହୋଇଥାଏ। ଏହି କାରଣରୁ ଲୋକମାନେ ଶୀଘ୍ର ଏହି କିଲର କରୋନା ଭାଇରସର ଶିକାର ହୋଇଥାନ୍ତି। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସର ଲକ୍ଷଣଗୁଡ଼ିକ ବିଷୟରେ କହିଛନ୍ତି, ଯାହା ଫଳରେ ଆପଣ ଏହି ମାରାତ୍ମକ […]
ଗ୍ୱାଲିଅର: ମଧ୍ୟପ୍ରଦେଶ ଗ୍ୱାଲିୟର୍ ଜିଲ୍ଲା ଟେକାନପୁର ସହର ଥିବା ବିଏସ୍ଏଫ୍ ଏକାଡେମୀର ଜଣେ ଅଫିସର୍ ନୋଭେଲ୍ କରୋନା ଭାଇରସ୍ରେ ସଂକ୍ରମିତ ହେବା ପରେ ଏକାଡେମୀର ପ୍ରାୟ ୫୦ ବିଏସ୍ଏଫ ଯବାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ତେବେ ଆଜି ସୁଦ୍ଧା ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଡିଜି(ଆଡିସନାଲ ଡାଇରେକ୍ଟର ଜେନେରାଲ), ଇନ୍ସ୍ପେକ୍ଟର ଜେନେରାଲ୍ ଏବଂ ବିଏସ୍ଏଫ୍ ଏକାଡେମୀର ଉଭୟ ନିର୍ଦ୍ଦେଶକ ଅନ୍ୟ ଅଫିସର୍ଙ୍କ ସହିତ ସଂକ୍ରମିତ ବ୍ୟକ୍ତି ଯୋଗ ଦେଇଥିବା […]
ଭୁବନେଶ୍ୱର: ଭାରତକୁ ଏଲପିଜି ଯୋଗାଣରେ କୌଣସି ପ୍ରତିବନ୍ଧକ ନାହିଁ। ସାଉଦି ଆରବ ପ୍ରିନ୍ସ ଅବଦୁଲ ଅଜିଜ୍ ଓ ଶକ୍ତିମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିବା ପରେ ଏହା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ତୈଳ ବଜାରର ଉନ୍ନତି ଓ ଭାରତକୁ LPG ଯୋଗାଣ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି। ଏଥିସହ ଏକ ପ୍ରସିଦ୍ଧ ତୈଳ କମ୍ପାନୀର ସିଇଓ ଅମିନ ନାସିରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଭାରତକୁ […]
ନୂଆଦିଲ୍ଲୀ: ସାମାଜିକ ଦୂରତା ବଢ଼ାଅ, ଭାବଗତ ଦୂରତା କମାଅ। ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି ଏଭଳି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସମୟରେ କରୋନା ଭାଇରସ ଯୋଗୁ ଦେଶ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ଏ ପରୀପ୍ରେକ୍ଷୀରେ ମାସିକ କାର୍ଯ୍ୟକ୍ରମ ମନ କି ବାତ୍ର ଆଜିର ସଂସ୍କରଣରେ ଦେଶବାସୀଙ୍କୁ କୋରନା ମୁକାବିଲା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଲକ୍ ଡାଉନକୁ ନେଇ ଦୃଢ଼ ସଂକଳ୍ପ ହିଁ […]
ନୂଆଦିଲ୍ଲୀ: କରୋନା ପ୍ରଭାବିତ ଇରାନରୁ ଉଦ୍ଧାର ହେଲେ ୨୭୫ ଭାରତୀୟ। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ୨୭୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଇରାନରୁ ବାହାରି ଥିବା ଏହି ସ୍ୱତନ୍ତ୍ର ବିମାନ ରାଜସ୍ଥାନ ରବିବାର ସକାଳ ଯୋଧପୁରରେ ପହଞ୍ଚିଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ସମସ୍ତଙ୍କର ପ୍ରାଥମିକ ଭାବେ ସ୍କ୍ରିନିଂ କରାଯାଇଥିଲା। ଏହାପରେ ତାଙ୍କୁ ଯୋଦ୍ଧପୁର ମିଲିଟାରୀ ଷ୍ଟେସନ୍ରେ ଥିବା ବାୟୁସେନାର ୱେଲ୍ନେସ୍ ଫେସିଲିଟି ସେଣ୍ଟରକୁ ନିଆଯାଇଥିଲା। ଏହି ଯାତ୍ରୀମାନଙ୍କ ମଧ୍ୟରୁ ୧୩୩ ମହିଳା […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି। ନ୍ୟାସ୍ନାଲ୍ ଫାର୍ମାସିୟୁଟିକାଲ୍ସ ପ୍ରାଇସିଂ ଅଥରିଟି-NPPA ଏଭଳି ଗାଇଡ୍ଲାଇନ୍ ଜାରି କରିଛନ୍ତି। କରୋନା ପ୍ରତିକାର ପାଇଁ ବ୍ୟବସ୍ଥା ସ୍ୱରୂପ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ଯେପରି ଦୋକାନରେ ଉପଲବ୍ଧ ହେବ, ଏବଂ ଲୋକେ କିପରି ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ। ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ ପ୍ରଥମ ଥର ପାଇଁ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ବାର୍ତ୍ତା ପହଞ୍ଚାଇବେ ମୋଦି। ଦେଶରେ କରୋନା ବ୍ୟାପିବା ପରେ ଏନେଇ ମୋଦି ଦେଶବାସୀଙ୍କୁ ସାହାସ ଓ ଏହାର ମୁକାବିଲା ନେଇ ବାଟ ବତାଇବେ। ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କିଛି ନୂଆ ତଥ୍ୟ ସହ ଲକ୍ଡାଉନ୍ ସମ୍ପର୍କିତ କିଛି ବିଶେଷ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶରେ ୯୦୯ ଜଣ କରୋନାରେ ଚିକିତ୍ସିତ ହେଉଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ରହିଛନ୍ତି। ସେପଟେ ଏବେ ଯାଏ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଗତ ୨୪ ଘଣ୍ଟାରେ ଭାରତରେ ୧୯୪ ନୂଆ ପଜିଟିଭ୍ ରିପୋର୍ଟ ଆସିଛି। ଏହାକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନିଆଯାଇଛି। ଏହାସହ ଘରୋଇ ମେଡିକାଲରେ […]
ନୂଆଦିଲ୍ଲୀ: ଶ୍ରମିକଙ୍କୁ ଦିଲ୍ଲୀ ନଛାଡ଼ିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଶ୍ରମିକଙ୍କ ପାଇଁ ରହିବା ଓ ଖାଇବା ସହ ଅନ୍ୟ ସମସ୍ତ ସୁବିଧା କରାଯାଇଛି। ଏନେଇ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା ହୋଇଥିବା କେଜ୍ରିଓ୍ୱାଲ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହ୍ୱାନ ଦିଆଯାଇଥିବା ଲକ୍ଡାଉନ୍ ଏବେ ଦେଶ ପାଇଁ ନିହାତି ଆବଶ୍ୟକ। ଏଭଳି ସ୍ଥିତିରେ ଦିଲ୍ଲୀ ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ଦ୍ୱାରା କରୋନା ଭାଇରସ ସଂକ୍ରମଣ ସମ୍ଭାବନା […]
ଭୁବନେଶ୍ୱର: ଚୀନ୍ର ଉହାନ ସହରରୁ ଆସିଥିବା ଏହି କରୋନା ଭାଇରସ ପୃଥିବୀର ଅନେକ ଦେଶକୁ ନିଜର କବ୍ଜାକୁ ନେଇସାରିଲାଣି। ଏମିତିକି ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶର ସବୁଆଡ଼େ ଲକ୍ଡାଉନ୍ ହୋଇଥିଲେ ମଧ୍ୟ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୮୭୩ ସଂକ୍ରମଣ ମାମଲା ଆସିଥିଲାବେଳେ ସେଥିମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାରାତ୍ମକ କରୋନା ଭାଇରସ ଆରମ୍ଭ ହେବା ଦିନଠାରୁ ଲୋକମାନେ ସାବୁନ୍ କିମ୍ବା […]