• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

air-pid
କୋଭିଡ୍‌-୧୯ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁ ସେନା ତିଆରି କଲା ଏଇପି

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିର୍ମାଣ କଲା ଏୟାର ଇଭାକୁଏସନ୍ ପଡ୍‌(ଏଇପି) ବା ସ୍ୱତନ୍ତ୍ର ବାକ୍ସ। ଏହା ସାହାଯ୍ୟରେ କରୋନା ରୋଗୀଙ୍କୁ ଏୟାର ଲିଫ୍ଟ କରିହେବ। କୋଚିରେ ଥିବା ଭାରତୀୟ ନୌସେନା ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ଏହି ଏଇପି ସାହାଯ୍ୟରେ ଦୀପ ସମୂହ ଓ ଜାହାଜରେ ଫସି ରହିଥିବା କୋଭିଡ-୧୯ ରୋଗୀଙ୍କୁ ଉଦ୍ଧାର କରାଯାଇପାରିବେ। ଏହା ସମ୍ପୂର୍ଣ୍ଣ ସିଲ୍ ହୋଇଥିବାରୁ ଉଦ୍ଧାରକାରୀ ଦଳ କିମ୍ବା ପାଇଲଟ୍‌ଙ୍କୁ ସଂକ୍ରମଣ ହେବାର ଚାନ୍ସା ନାହିଁ। ଏହି ସ୍ୱତନ୍ତ୍ର ବାକ୍ସ ସାହାଯ୍ୟରେ […]

amedakar
ସମାନତା ଓ ଜ୍ଞାନର ଅନ୍ୟ ନାମ ଆମ୍ବେଦକର

ମୁମ୍ୱାଇ: ଆଜି ହେଉଛି ଭାରତୀୟ ସମ୍ବିଧାନର ଲେଖକ ଡକ୍ଟର ଭୀମ୍‌ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ପ୍ରତିବର୍ଷ ଏପ୍ରିଲ୧୪ ତାରିଖକୁ ଆମ୍ବେଦକର ଜନ୍ମ ଜୟନ୍ତୀ ଭାବେ ପାଳନ କରାଯାଏ। ବାବା ସାହେବ ନାମରେ ଜଣାଶୁଣା ଭାରତ ରତ୍ନ ଆମ୍ୱେଦକର ତାଙ୍କ ଜୀବନସାରା ସମାନତା ପାଇଁ ସଂଘର୍ଷ କରିଥିଲେ। ଏହି କାରଣରୁ ଭାରତରେ ଭୀମ୍‌ ଜୟନ୍ତୀଙ୍କୁ ‘ସମାନତା ଦିବସ’ ଏବଂ ‘ଜ୍ଞାନ ଦିବସ’ ଭାବରେ ପାଳନ କରାଯାଏ। ଡକ୍ଟର ଭୀମ୍‌ରାଓ ଆମ୍ବେଦକର ୧୪ଏପ୍ରିଲ ୧୮୯୧ ରେ ମଧ୍ୟପ୍ରଦେଶର ଏକ ଛୋଟ […]

mann
ଲକ୍‌ଡାଉନ୍‌: ଭୋକ ବିକଳରେ ଖାଦ୍ୟ ପାଇଁ ମଣିଷ ଓ କୁକୁର ପ୍ରତିଯୋଗିତା

ଲକ୍ଷ୍ନୌ: କରୋନା ମହାମାରୀର ସାରା ବିଶ୍ୱକୁ ଦୋହଲେଇ ଦେଇଛି।  ପ୍ରତିଦିନ ହଜାର ହଜାର ମଣିଷଙ୍କର ଜୀବନ ଯାଉଛି। ଭାଇରସ୍‌କୁ ରୋକିବାକୁ ପାଇଁ ସବୁ ଏବେ ଘରେ ବନ୍ଦୀ। ସାରା ବିଶ୍ୱ ସମେତ ଭାରତରେ ବି ଲକ୍‌ଡାଉନ୍‌ ଜାରି ରହିଛି। ଅତି ଜରୁରୀ କାମ ନଥିଲେ କେହି ଘରୁ ବାହାରକୁ ବାହାରୁନାହାନ୍ତି। ଜନଜୀବନ ଏକ ପ୍ରକାର ଅଚଳ ହୋଇଯାଇଛି। ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଶ୍ରେଣୀର ଲୋକେ। ପ୍ରବାବିତ ହୋଇଛି ତାଙ୍କ ଜୀବନ ଜୀବିକା। ଏପରି ସ୍ଥିତିରେ […]

horce
ସର୍କସରୁ ଖସି ପଳାଇଲେ ଘୋଡା ଓ ଜ୍ରେବା, ଆଉ ତା’ ପରେ....

ପ୍ୟାରିସ: ପ୍ୟାରିସରେ ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ପ୍ୟାରିସର ଏକ ସର୍କସରୁ ଜେବ୍ରା ଏବଂ ଦୁଇଟି ଘୋଡା ଖସିଯାଇ ବାହାରକୁ ଚାଲି ଆସିଥିଲେ। ଏମାନେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଲୋକମାନେ ରାସ୍ତାରେ ଘୋଡା ଏବଂ ଜେବ୍ରାକୁ ଦୌଡୁଥିବାର ଦେଖିଲେ, ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ପଶୁମାନେ କାହିଁକି ଖୋଲା ସ୍ଥାନରେ ବୁଲୁଛନ୍ତି, କେହି କିଛି ବୁଝି ପାରୁନଥିଲେ? y’a […]

kaj999999
କାଜୁ ଖାଆନ୍ତୁ, ମିଳିବ ଏହିସବୁ ରୋଗରୁ ଉପଶମ

ଭୁବନେଶ୍ୱର: ଡ୍ରାଏ ଫୁଡ୍‌ ବିଷୟରେ ଆଲୋଚନା କଲେ ପ୍ରଥମେ ମନକୁ ଆସିଥାଏ କାଜୁ । ସାଧାରଣତଃ କାଜୁକୁ ଆମେ ମିଠା, ଖୀରି ଏବଂ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟରେ ବ୍ୟବହାର କରିଥାଉ । କାଜୁ ଏମିତି ଏକ ଜିନିଷ, ଯେ କୌଣସି ଖାଦ୍ୟରେ ମିଶାଇଲେ ତା’ର ସ୍ୱାଦ ବଢ଼ି ଯାଇଥାଏ।  ଏତିକି ନୁହେଁ,  ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବହୁତ ଉପକାରୀ କାଜୁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ… -ଗର୍ଭାବସ୍ଥାରେ ସାଧାରଣତଃ ରକ୍ତହୀନତା ଦେଖାଯାଇଥାଏ। ଏହି […]

saharukhu
କରୋନା ଲଢେଇ ପାଇଁ ପୁଣି ସହାୟତାର ହାତ ବଢାଇଲେ କିଙ୍ଗ ଖାନ୍

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସବୁକିଛି ଠପ୍‌ ହୋଇଯାଇଛି। ଏହି ଅସୁବିଧା ସମୟରେ ବଲିଉଡର କିଙ୍ଗ୍‌ ଖାନ୍‌ ଶାହାରୁଖ ପୂର୍ବରୁ କରୋନାଭାଇରସ୍ ଲଢ଼େଇ ପାଇଁ ରିଲିଫ୍‌ ଫଣ୍ଡକୁ ଅର୍ଥରାଶି ଦାନ କରିବା ସହିତ ଅନେକ ସହାୟତା ଘୋଷଣା କରିଥିଲେ। ବର୍ତ୍ତମାନ ଶାହାରୁଖ କୋଭିଡ-୧୯ ସହିତ ଲଢ଼େଇକରୁଥିବା ମେଡିକାଲ କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ୨୫,୦୦୦ ପିପିଇ(PPE) କିଟ୍‌ ଦାନ କରିଛନ୍ତି। ଏନେଇ ମହାରାଷ୍ଟ୍ର ସ୍ୱାସ୍ଥମନ୍ତ୍ରୀ ରାଜେଶ ଟୋପେ […]

joga dele kamare5555
କାର୍ଯ୍ୟରେ ଯୋଗଦେଲେ କେନ୍ଦ୍ରର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ସବୁକିଛି ଠପ୍‌ ହୋଇଯାଇଛି। ପ୍ରାୟ ମାସେ ପରେ ଆଜିଠୁ ନିଜ ନିଜ ମନ୍ତ୍ରାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ। ଅଫିସିଆଲ ଗାଡି ଥିବା ଅଧିକାରୀଙ୍କୁ ଆଜିଠୁ କାର୍ଯ୍ୟରେ ଯୋଗ ଦେବାକୁ ଗତ ଶୁକ୍ରବାର ନିର୍ଦ୍ଦେଶ ଜାରି ହୋଇଥିଲା। ସେହି ଅନୁଯାୟୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସୂଚନା ଓ ପ୍ରାସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକର, କ୍ରୀଡ଼ା ରାଷ୍ଟ୍ର […]

delhi
ପ୍ରତ୍ୟେକ ଘରେ ‘ହାପିନେସ୍‌ କ୍ଲାସ’ ଆରମ୍ଭ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଲାଗୁ କରାଯାଇଛି। ସମସ୍ତେ ଘରେ ରହିଛନ୍ତି। ଏହି ସମୟ ମଧ୍ୟରେ ପିଲାମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ‘ପ୍ରତ୍ୟେକ ଘର ଏକ ବିଦ୍ୟାଳୟ, ପ୍ରତ୍ୟେକ ପିତାମାତା ଜଣେ ଶିକ୍ଷକ’ ନାମକ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ‘ହାପିନେସ୍‌ କ୍ଲାସ’ ଆୟୋଜନ କରିବାର ଯୋଜନା ରହିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ […]

tiger
ଜଙ୍ଗଲରେ ଲଢୁଥିଲେ କଲରାପତରିଆ-ଅଜଗର, ଆଉ ଶେଷରେ....

ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ସୁଶାନ୍ତ ନନ୍ଦା ଅନେକ ସମୟରେ ବନ୍ୟପ୍ରାଣୀଙ୍କ ନିଆରା ଭିଡିଓ ସବୁ ସୋଶାଲ ମିଡିଆରେ ପୋଷ୍ଟ କରି ବେଶ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରରେ ଭାଇରାଲ ହୋଇଛି।  ଏଥର କଲରାପତରିଆ ‍ବାଘ ଏବଂ ଅଜଗର ମଧ୍ୟରେ ଲାଗିଥିବା ଯୁଦ୍ଧର ଏକ ଭିଡିଓ ସେୟାର କରିଛନ୍ତି। Leopard & Python squaring upto each other. As the python constricts, leopards […]

baranashi
୧୬୦୦ କିମି ଚାଲିଚାଲି ଘରକୁ ଗଲେ, ହେଲେ ମା’ ଖୋଲିଲେନି କବାଟ

ବାରଣାସୀ: ମହାମାରୀ କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ସମସ୍ତେ ନିଜ ନିଜ ଘରେ ରହୁଛନ୍ତି। ନିହାତି ଆବଶ୍ୟକ ହେଲେ ଘରୁ ବାହାରକୁ ଆସଛୁନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସହରକୁ ଟଙ୍କା ରୋଜଗାର କରିବାକୁ ଆସିଥିବା ଲୋକଙ୍କ ସାମ୍ନାରେ ଜୀବିକା ସଙ୍କଟ ଆହୁରି ଗମ୍ଭୀର ହୋଇ ଯାଇଛି। କମ୍ପାନୀ ବନ୍ଦ, ଦରମା ନାହିଁ। ତେଣୁ ଘରଭଡା, ଖାଇବା ଯୋଗାଡ କରିବା କାଠିକର ପାଠ ହୋଇପଡ଼ୁଛି। ଏପଟେ ଲକ୍‌ ଡାଉନ୍‌ ଯୋଗୁ […]

ratan5555
ଖରାଦିନେ ଆଇସକ୍ରିମ୍ ଖାଇବାକୁ ମନାକଲେ ରତନ ରାଜପୁତ

ମୁମ୍ୱାଇ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ସମୟରେ ବଲିଉଡର ଟିଭି ଅଭିନେତ୍ରୀ ରତନ ରାଜପୁତ ନିଜ ଗାଁରେ ଫସିରହିଛନ୍ତି। ଗାଁରେ ରହିଥିବା ଯୋଗୁ ଦେଖିବା ପାଇଁ ରତନଙ୍କ ପାଖରେ ଟିଭି ନାହିଁ। ଏଭଳି ପରିସ୍ଥିତିରେ ସେ ଗାଁରେ ରହି ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରିବା ସହିତ ଫ୍ୟାନମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଉଛନ୍ତି।   View this post on Instagram […]

1pm
ଦିନ ୧ଟା ବେଳର ମୁଖ୍ୟଖବର

1 PM Headlines 12 April 2020 OdishaTV

HYDROXY
ବିପଦରେ ବନ୍ଧୁ ଭାରତ: କେଉଁ ଦେଶକୁ କେତେ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବ୍‌ଲେଟ୍‌ ଯୋଗାଇଲା ପଢ଼ନ୍ତୁ

ନୂଆଦିଲ୍ଲୀ: ଏବେ ବିଶ୍ୱ ପାଇଁ ସାହାଯ୍ୟ ଓ ସାହାରାର ଏକମାତ୍ର ଉତ୍ସ ହେଉଛି ଭାରତ। ମହାମାରୀ କରୋନା ପରେ ସାରା ବିଶ୍ୱକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ପ୍ରଦାନ କରାଯାଇଛି। ତେବେ ପ୍ରଥମେ ଆମେରିକାକୁ ଦିଆଯାଇଛି। ଆଉ ଏହା ଏବେ ଆମେରିକାରେ ପହଞ୍ଚି ସାରିଛି। ପ୍ରଥମ ପର୍ଯ୍ୟାୟରେ ୩୫.୮୨ ଲକ୍ଷ ଟାବଲେଟ୍ ସ୍ୱତନ୍ତ୍ର କାର୍ଗୋ ବିମାନରେ ଆସି ଆମେରିକାର ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିଥିବା ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ […]

CORONA
ବିଶ୍ୱରେ କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଲା

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ସାରା ବିଶ୍ୱରେ ମୃତ୍ୟୁର ଭାଇରସ ସାଜି ହଜାର ହଜାର ମୁଣ୍ଡ ନେଉଛି କରୋନା। ବର୍ତ୍ତମାନ ସୁଧା ବିଶ୍ୱର ୨୧୦ ଦେଶରେ ତାଣ୍ଡବ ରଚୁଛି ଏହି କୋଭିଡ୍ ୧୯। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଛି। କରୋନାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଆମେରିକା। ବର୍ତ୍ତମାନ ସୁଦ୍ଧା ଆମେରିକାରେ ୫ଲକ୍ଷ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଗତ ୨୪ […]

otv-l
ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଆଜି ସକାଳ ସୁଦ୍ଧା ଦେଶରେ ୭ ହଜାର ୩୬୭ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭୧୬ଜଣ ସୁସ୍ଥ ହୋଇଛନ୍ତି। ତେବେ ୨୭୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୯ ଜଣ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୧୭୬୧ ଜଣ ସଂକ୍ରମିତ ଥିବାବେଳେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ […]

online
ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠ ପଢ଼ାର ପ୍ରୟାସ ଆରମ୍ଭ କଲା ୟୁଜିସି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ କିପରି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ସେ ନେଇ ପ୍ରୟାସ ଆରମ୍ଭ କରିଛି ୟୁଜିସି। ଏନେଇ ଦେଶର ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ୟୁଜିସି ଚେୟାରମ୍ୟାନ୍ ଡିପି ସିଂହ। ଲକ୍‌ଡାଉନ୍ ସମୟରେ ପିଲାଙ୍କୁ କିପରି ଅନଲାଇନ୍‌ରେ ପାଠପଢ଼ା ହେବ ସେ ନେଇ ରୂପରେଖ ପ୍ରସ୍ତୁତ ଲାଗି କୁଳପତି, ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କଠାରୁ ପରାମର୍ଶ ଲୋଡ଼ିବାକୁ ଚିଠିରେ କୁହାଯାଇଛି। ଏପ୍ରିଲ ୧୬ ଭିତରେ ନିଜ ପରାମର୍ଶ […]

mamta
ଲକଡାଉନ ମାନୁନାହାନ୍ତି ମମତା ସରକାର: କେନ୍ଦ୍ର ସରକାରଙ୍କର କଡ଼ା ଚେତାବନୀ

କୋଲକାତା: ଦେଶବ୍ୟାପୀ ଲକଡାଉନ ପାଳନ ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ ଲାଇନ ପାଳନ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି। ପରିବା ବଜାର, ମାଛ ଓ ମାଂସ ହାଟ, ଫୁଲ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ ଆଦୌ ପାଳନ କରାଯାଉନଥିବା ସୁରକ୍ଷା ସଂସ୍ଥା ନଜରକୁ ଆସିଛି। ଏପରିକି ରାଜ୍ୟରେ ଅନାବଶ୍ୟକ ଦୋକାନ ଖୋଲା ରହୁଛି। ସେହିଭଳି ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି […]

health
ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି

ନୂଆଦିଲ୍ଲୀ: ଦେଶରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୋଲିସ କମିଶନରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। କରୋନା ସଂକ୍ରମଣ ଚିକିତ୍ସା କରାଯାଉଥିବା ହସ୍ପିଟାଲ ସମେତ କ୍ୱାରେଣ୍ଟିନ କେନ୍ଦ୍ର ମାନଙ୍କରେ ନିୟୋଜିତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ଗୃହ […]