ନୂଆଦିଲ୍ଲୀ: ବିଶ୍ୱ ସହିତ କାନ୍ଧରେ କାନ୍ଧ ମିଳାଇ କରୋନା ଭ୍ୟାକ୍ସିନ୍ ତିଆରି କରିବାରେ କାର୍ଯ୍ୟ କରୁଛି ଭାରତ। ଏ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତ ଭଲ କାମ କରୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରୋନା ବିରୋଧୀ ପ୍ରତିଷେଧକ ବାବଦରେ ସୂଚନା ଦେବା ବେଳେ ଆଜି ଏହା କହିଛନ୍ତି ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ସେ କହିଛନ୍ତି, ଏହି ଅବସରେ କୁହାଯାଇଛି କୋଭିଡ୍-୧୯ର ମୁକାବିଲା ପାଇଁ ପ୍ରଭାବୀ ପ୍ରତିଷେଧକ ବା […]
ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହିତ ଲଢ଼ୁଥିବା ବେଳେ ବେପରୁଆପଣ ଯୋଗୁ କରୋନା ବ୍ୟାପିବା ନେଇ ସାରା ଦେଶରେ ସମାଲୋଚିତ ହୋଇଥିଲା ଇସ୍ଲାମୀୟ ଧାର୍ମିକ ସଂଗଠନ ତବଲିଗୀ ଜମାତ। ଏହାକୁ ନେଇ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିକଟରେ ଭାରତର ଷ୍ଟାର୍ ରେସଲର୍ ବବିତା ଫୋଗାଟ୍ ମଧ୍ୟ ତବଲିଗି ଜମାତକୁ ନେଇ ଏକ ଟ୍ୱିଟ୍ କରିଥିଲେ। ପରେ ଏହି ଟ୍ୱିଟ୍କୁ ନେଇ ବିବାଦ ଉପୁଜିଥିଲା। କିଛି ଲୋକ ତାଙ୍କୁ ପେସ୍ବୁକ୍, ହ୍ୱାଟ୍ସଆପ୍ରେ ମେସେଜ୍ କରି ନାନା […]
ବାଙ୍ଗାଲୁରୁ: କରୋନା ଭାଇରସକୁ ଚିହ୍ନଟ କରିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପଦ୍ଧତିକୁ ଅବଲମ୍ୱନ କରୁଛନ୍ତି। ଯେପରି ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା କରିବା, ପିସିଆର(PCR) ପରୀକ୍ଷା କରିବା ଓ ରୋଗୀଙ୍କୁ ବିଭିନ୍ନ ଉପାୟରେ ପରୀକ୍ଷା କରାଯାଉଛି। ଏପରି କରିବା ଦ୍ୱାରା ବିପଦ ମଧ୍ୟ ରହିଛି। କାରଣ ଏହି ଅନୁସନ୍ଧାନ ସମୟରେ ଡାକ୍ତର କର୍ମଚାରୀମାନେ ସଂକ୍ରମିତ ହେଉଛନ୍ତି। ଆମ ଦେଶର ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବାଙ୍ଗାଲୋରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISC) […]
ଲୁଧିଆନା: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ ସହିତ ଯୁଦ୍ଧ କରୁଛି। ଏହି ମାରାତ୍ମକ ଭାଇରସ ଯୋଗୁଁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲୋକମାନଙ୍କର କାମ ସବୁ ବନ୍ଦ ହୋଇଯାଇଛି, ଘରେ ବନ୍ଦୀ ଜୀବନ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଜଣେ ଯୁବକ ବିବାହ କରିବା ପାଇଁ ସାଇକେଲରେ ଏକ ହଜାର କିଲୋମିଟର ଯିବାକୁ ସ୍ଥିର କରିଥିଲେ। କିନ୍ତୁ ଦୁଃଖର ବିଷୟ ଯୁବକ ଜଣକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା। ଉତ୍ତରପ୍ରଦେଶର […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍ଡାଉନ୍ । ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ସରିବା ପରେ ଦେଶରେ କରୋନାର ସ୍ଥିତିକୁ ଆଖି ଆଗରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଏପ୍ରିଲ ୨୦ରୁ ସରକାର ଇ-କର୍ମସ କମ୍ପାନୀମାନଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କମ୍ପାନୀଗୁଡିକ ସମସ୍ତ ସାମଗ୍ରୀ ବିକ୍ରି କରିପାରିବେ ନାହିଁ, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ। ମୋବାଇଲ୍ ଫୋନ୍, ଟିଭି, ରେଫ୍ରିଜରେଟର, ଲାପଟପ୍ ,ଔଷଧ, ଖାଦ୍ୟ ସମାଗ୍ରୀ […]
ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ଲକ୍ଡାଉନ୍ ସମୟରେ ଜଣେ ମହିଳା ପୋଲିସ୍ ଗାଡ଼ିରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ମା’ ଏବଂ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୯.୩୦ ମିନିଟ୍ ସମୟରେ ମିନି ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଏବଂ ପରିବାରଙ୍କ ସହ ଖିଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ରଘୁବୀର ନଗର ପୋଲିସ ପୋଷ୍ଟରେ ପହଞ୍ଚି ତାଙ୍କୁ ପ୍ରସବ ଯନ୍ତ୍ରଣା ହେଉଥିବା କହିଥିଲେ। ଡାକ୍ତରଖାନାରେ […]
ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ସବୁଆଡେ ଦୁଃଖ ଆଉ ଯନ୍ତ୍ରଣାର ଚିତ୍ର। କରୋନା ପାଇଁ କିଏ ଜୀବିକା ହରାଇଲାଣି ତ କରୋନା କାହାର ଜୀବନ ନେଲାଣି। ପୁଣି କିଏ ଖାଦ୍ୟ ମୁଠାଏ ଯୋଗାଡ କରିବା ପାଇଁ ସଂଘର୍ଷ କରି ଥକି ଗଲାଣି। ଏମିତି ସମୟରେ ଏକ ଖୁସିର ଖବର ସାମ୍ନାକୁ ଆସିଛି। ୟୁପିର ହାପୁଡ଼ ଜିଲ୍ଲାର ଏକ ଗାଁରେ ରହୁଥିବା ମୁସଲମାନ ସଂପ୍ରଦାୟର ଲୋକେ ଲକ୍ଡାଉନ୍ ଯୋଗୁ ଫସି ରହିଥିବା […]
ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ ବୋଲି ଲୋକଙ୍କୁ ଚେତାବନୀ ଦିଆଯାଇଲା। ହେଲେ ଏବେ ଏହି ଜରିମାନକୁ ୧୦ ଗୁଣ ବଢି ଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଲୋକଙ୍କୁ ଦଶ ଗୁଣ କିମ୍ୱା ତା‘ଠୁ ଅଧିକ ଜୋରିମାନା ଭରିବାକୁ ପଡିବ ବୋଲି ଏମସିଡି (MCD)ସାନିଟାରୀ ଅଧିକାରୀ କହିଛନ୍ତି। ସେତିକି ନୁହେଁ, ଯଦି କେହି ହଟସ୍ପଟ୍, କଣ୍ଟେନମେଣ୍ଟ ଜୋନ୍ କିମ୍ୱା କରୋନା ପ୍ରଭାବିତ ଅଞ୍ଚଳରେ ଛେପ ପକାଉଛନ୍ତି, ତେବେ ତାଙ୍କୁ ଜେଲ ଦଣ୍ଡ […]
ନୂଆଦିଲ୍ଲୀ: କରୋନା ଭାଇରସରେ ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧ଲକ୍ଷ ୩୫ ହଜାରରୁ ଅଧିକ ଲୋକ। କେବଳ ଗତ ୨୪ ଘଣ୍ଟା ଭିତରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ପ୍ରାୟ ୨୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ସର୍ବାଧିକ ପ୍ରଭାବିତ ଆମେରିକାରେ ୨୮ ହଜାର ୫୫୪ ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଆମେରିକାରେ ୬ଲକ୍ଷ ୪୪ ହଜାରରୁ ଅଧିକ ଲୋକ କୋଭିଡ୍ ୧୯ରେ […]
ନୂଆଦିଲ୍ଲୀ: ଦେଶରେ ପହଞ୍ଚିଛି ୫ ଲକ୍ଷ କରୋନା ରାପିଡ୍ ଟେଷ୍ଟ କିଟ୍। ଦୁଇଟି ଭିନ୍ନ ଭିନ୍ନ କମ୍ପାନୀ ପକ୍ଷରୁ ୫ ଲକ୍ଷଟି କିଟ୍ ଆସିଛି। ଆଜି ଏନେଇ ସୂଚନା ଦେଇଛନ୍ତି ଆଇସିଏମ୍ଆର୍ ମୁଖ୍ୟ ବୈଜ୍ଞାନିକ ରମଣ ଗଙ୍ଗାଖେଡ଼କର. ଯେଉଁମାନଙ୍କ ପାଖରେ ଲକ୍ଷଣ ଦେଖାଯାଉଥିବ, ସେମାନଙ୍କ କ୍ଷେତ୍ରରେ ଏହି ଟେଷ୍ଟ ହେବ। ତାସହ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ବି ରାପିଡ୍ କିଟ୍ରେ କରାଯିବ। ଏହାଛଡ଼ା ହଟ୍ସପଟ୍ ଜିଲ୍ଲାମାନଙ୍କରେ କାହାର ଲକ୍ଷଣ ଦେଖା ଗଲେ ମଧ୍ୟ […]
ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍। ସୀମାରେ କାର୍ଯ୍ୟରତ ଯବାନଙ୍କ ପାଇଁ ଏହି ଦୁଇଟି ଟ୍ରେନ୍କୁ ଚଲାଯିବ। ଉତ୍ତର ଏବଂ ପୂର୍ବାଞ୍ଚଳ ସୀମା ପାଇଁ ସ୍ୱତନ୍ତ୍ର ଭାବେ ଏହି ଦୁଇଟି ଟ୍ରେନ୍ ଚଳାଚଳ କରିବ। ଉଭୟ ଟ୍ରେନ୍ ବେଙ୍ଗାଲୁରୁରୁ ଚାଲିବାକୁ ଥିବା ବେଳେ ଆସନ୍ତାକାଲି ଏଥିରୁ ଗୋଟିଏ ଟ୍ରେନ୍ ବାହାରିବ। ବେଙ୍ଗାଲୁରୁରୁ ପ୍ରଥମ ଟ୍ରେନ୍ଟି ବାହାରି ଭାୟା ଅମ୍ବାଲା ହେଇ ଜମ୍ମୁରେ ପହଞ୍ଚିବ। ସେହିପରି ଦ୍ୱିତୀୟ ଟ୍ରେନ୍ଟି ୧୮ ତାରିଖ ଦିନ ବେଙ୍ଗାଲୁରୁରୁ […]
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ସବୁଠୁ ଅଧିକ ବିଗିଡ଼ିଛି। ରାଜ୍ୟରେ ଏବେ ସୁଦ୍ଧା ୩ ହଜାର ୧୨୪ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଯାହା ପୁରା ଦେଶରେ ସର୍ବାଧିକ। ସେହିଭଳି ଏବେ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୧୭୮ ଜଣଙ୍କ ମୃତ୍ୟୁ ହେଲାଣି। ପ୍ରତିଦିନ ବଢ଼ୁଥିବା ଅକ୍ରାନ୍ତଙ୍କ ସଂଖ୍ୟା ଏବେ ମହାରାଷ୍ଟ୍ରର ସ୍ଥିତି ଅଧିକ ଜଟିଳ କରିଛି। ମୁଖ୍ୟତଃ ମୁମ୍ବାଇ, ପୁଣେ, ନାଗପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଏହା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ମୁମ୍ବାଇ ଧାରାବୀରୁ […]
ନୂଆଦିଲ୍ଲୀ: zoom app ଆପ୍ ବ୍ୟବହାର କରିବା ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ। ଆଜି ଏନେଇ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। zoom ଭିଡିଓ କନ୍ଫରେସିଂ app ବ୍ୟବହାର କରୁଥିବା ଲୋକେ ଏଣିକି ସାବଧାନ ରହିବେ। କାରଣ ଏଥିରେ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ଲିକ୍ ହେଉଥିବା ନେଇ ଆଶଙ୍କା ପ୍ରକାଶ କରିଛି ମନ୍ତ୍ରଣାଳୟ। ଏହି ଆପ୍ ଦ୍ୱାରା ଗୋଟିଏ ସମୟରେ ଏକାଧିକ ଲୋକେ ଭିଡିଓ କନ୍ଫରେସିଂ ମାଧ୍ୟମରେ କଥାବାର୍ତ୍ତା କରିପାରିବେ। ଏହି ସମୟରେ […]
ଭୁବନେଶ୍ୱର: ବହୁପ୍ରତିକ୍ଷିତ ଆପଲ୍ର ଚର୍ଚ୍ଚିତ ଫୋନ୍ iPhone SE 2020 ଶେଷରେ ଲଞ୍ଚ୍ ହୋଇଛି। ଅନେକ ଦିନ ଧରି ଏହି ଫୋନ୍ ବିଷୟରେ ନାନା ପୂର୍ବାନୁମାନ ଶୁଣିବାକୁ ମିଳୁଥିଲା। କିଏ କହୁଥିଲା ଏହା ଆଇଫୋନ୍-୮ ଭଳି ହେବ ଏହାର ନାଁ ଆଇଫୋନ୍-୯ କିମ୍ବା ଏସ୍ସି-୨ ହେବ। ତେବେ ଗତକାଲି ଏହି ଫୋନ୍ iPhone SE ନାଁରେ ଆମେରିକାରେ ଲଞ୍ଚ୍ ହୋଇଛି। ଏପ୍ରିଲ୍ ୨୪ ତାରିଖରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ। ସବୁଠାର ଭଲ କଥା ହେଲା […]
ଛତିଶଗଡ: ମହାମାରୀ କରୋନା ଭାଇରସ ଭାରତ ସମେତ ସାରା ବିଶ୍ୱକୁ ନିଜ କବ୍ଜାରେ ରଖିଛି। ଭାଇରସ ଯୋଗୁଁ ଭାରତ ସମେତ ଅନେକ ଦେଶରେ ଲକଡାଉନ୍ ଜାରି କରାଯାଇଛି। କିନ୍ତୁ ମେଡିକାଲ୍ କର୍ମଚାରୀମାନେ ଲୋକଙ୍କୁ ଏହି ଭାଇରସଠୁ ରକ୍ଷା କରିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଏପରି କିଛି ଘଟଣା ଅଛି ଯାହା ଆପଣଙ୍କୁ ଭାବପ୍ରବଣ କରିଦେବ। ଘଟଣାଟି ଘଟିଛି ଛତିଶଗଡର ରାଜଧାନୀ ରାୟପୁରରେ। ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସା ହେଉଛନ୍ତି। […]
ହାଇଦ୍ରାବାଦ: ତେଲେଙ୍ଗାନାର ଅନେକ ଗାଁ ଲକ୍ଡାଉନ୍ର ନିୟମକୁ କଡାକଡି ଭାବେ ପାଳନ କରୁଛନ୍ତି। କେତେକ ଗାଁର ଲୋକମାନେ ସେମାନଙ୍କ ଯିବା ଆସିବା ବାଟରେ ବ୍ୟାରିକେଡ୍ ଲଗାଇ ଗାଁକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ସେମାନେ ନା କାହାକୁ ଗାଁରୁ ବାହାରକୁ ଯିବାକୁ ଦେଉଛନ୍ତି ନା କାହାକୁ ଗାଁ ଭିତରକୁ ପଶିବାକୁ ଦେଉଛନ୍ତି। ହାଇଦ୍ରାବାଦାର ସାଙ୍ଗାରେଡି ଗ୍ରାମରେ ଲକ୍ଡାଉନ୍ ନିୟମକୁ ନେଇ ସେଠାକାର ସରପଞ୍ଚ ଏତେ କଠୋର ଯେ ଗାଁର ବହାରକୁ ଯାଇଥିବା ନିଜ ମା’ଙ୍କୁ ମଧ୍ୟ ଗାଁ ଭିତରକୁ […]
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଜାରି ହୋଇଛି ଲକ୍ଡାଉନ୍। ହେଲେ ଏହି ଲକ୍ଡାଉନ ଯୋଗୁ ସବୁଠାରୁ ବେଶି ପ୍ରଭାବିତ ହୋଇଛି ପ୍ରବାସୀ ଶ୍ରମିକମାନଙ୍କର ଜୀବନ ଜୀବିକା । ଏସବୁ ଭିତରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଭୋକିଲା ପେଟରେ ଆଉ ପାଉଟ ହେଉଥିବା ପ୍ରବାସୀ ଶ୍ରମିକମାନେ ମଶାଣିରେ ପଡ଼ି ଖରାରେ ଶଢ଼ି ଯାଇଥିବା କଦଳୀ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ଯମୁନା ନଦୀ କୂଳରେ ଦୀର୍ଘ ଦିନ ହେଲା ପଡ଼ି […]
କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ବନ୍ଦୀ ଜୀବନ ବିତାଉଥିବାବେଳେ,ଡାକ୍ତରମାନେ ସେମାନଙ୍କ ପରିବାରଠାରୁ ଦୂରରେ ରହି ରୋଗୀଙ୍କ ସେବା କରୁଛନ୍ତି । ଏହି ସୁପରହିରୋମାନେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ସହିତ ପରିବାରକୁ ମଧ୍ୟ ସମୟ ଦେଇପାରୁ ନାହାନ୍ତି। This has made me real sad pic.twitter.com/mkY8GvuCmb — Madhur (@ThePlacardGuy) April 15, 2020 କିଛି ଡାକ୍ତରମାନେ ଡାକ୍ତରଖାନାରେ ରହୁଥିବାବେଳେ କେତେଜଣ କାରକୁ ନିଜ ଘର […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଜଣ ରୋଗୀ କରୋନା ଭାଇରସ୍ରେ ମୃତ୍ୟୁ ବରଣ କରିଥିବାବେଳେ ୧୭ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଜଣେ ପିଜା ଡେଲିଭରି କରୁଥିବା ଯୁବକ ସରକାରଙ୍କ ନିଦ ହଜାଇ ଦେଇଛନ୍ତି। ଦକ୍ଷିଣ ଦିଲ୍ଲୀ ଅଞ୍ଚଳର ଏହି ୧୯ ବର୍ଷର ପିଜା ଡେଲିଭରି କରୁଥିବା ଯୁବକ କରୋନା ଆକ୍ରାନ୍ତ। ନମୂନା ପରୀକ୍ଷା ପୂର୍ବରୁ ସେ ୭୨ ଜଣଙ୍କ ଘରକୁ ପିଜା ଡେଲିଭରି କରିଥିଲେ। […]