ବଣାଇ: ଆଜି ଦୀପାବଳି। ହେଲେ ଦୁଇ ପୁଅଙ୍କୁ ହରାଇ ଘରେ ଖେଳି ଯାଇଛି ଶୋକର ଛାୟା। ସୁନ୍ଦରଗଡ କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଭାଇଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ତାଙ୍କ ଭାଇ ଅଜୟ ମାଝୀ ଗତକାଲି ରାତିରେ ଦୁଇ ଭାଇ କୌଣସି କାର୍ଯ୍ୟରେ ବାଇକ ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିଲେ। ବାଲିଝୁଡି […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୨୩ ଓ ୩୭୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୩୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାରୁ । ଏଠାରେ ଆଜି ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ସୁନ୍ଦରଗଡ଼ । ଏଠାରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୫ କରୋନା ରୋଗୀ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ୧୫୧୦ ଆକ୍ରାନ୍ତ ଆଖି ବୁଜିଲେ। ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଭୁବନେଶ୍ୱରରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ମୟୂରଭଞ୍ଜରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଜଗତ୍ସିଂପୁର, କନ୍ଧମାଳ, ଖୋର୍ଦ୍ଧା,ପୁରୀ, ବାଲେଶ୍ୱରରୁ ଜଣେ ଲେଖାଏ ଆଖି […]
ବଲାଙ୍ଗିର: ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସକୁ ମିଳୁଛି ନୂଆ ଖିଅ। ଗଣହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ବାହାର ଜିଲ୍ଲାର ଆଉ କିଛି ଲୋକଙ୍କୁ ଆଣି ପୋଲିସ ପଚରାଉଚରା କରୁଛି । ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।ଗତକାଲି ଦୁଇଜଣଙ୍କୁ ଅଟକ ରଖାଯାଇଥିଲା। ପୋଲିସ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା […]
ନବରଙ୍ଗପୁର: ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନମଣ୍ଡଳୀର ବିଧାୟକ ମନୋହର ରନ୍ଧାରୀ । ନିଜର ନିଆରା କାର୍ଯ୍ୟ ଶୈଳୀ ସକାଶେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ନିଜ ଜମିରେ ଦାଆ ଧରି ଶ୍ରମିକମାନଙ୍କ ସହ ମିଶି ଧାନ କାଟୁଥିବା ଭିଡିଓ ଭାଇରଲ ହେବାପରେ ସବୁରି ମୁହଁରେ ତାଙ୍କର ପ୍ରଶଂସା। ଗତ ଅଗଷ୍ଟ ମାସରେ ମଧ୍ୟ ବିଧାୟକ ଉକ୍ତ ଜମିରେ ହଳ କରିବା, ଧାନ ରୋଇବା, ହିଡ଼ ସଜାଡ଼ିବା, ଖତ ମାରିବା ଭଳି ଅନେକ […]
କଟକ: ପୁଣି ଏକ ନକଲି ମସଲା କାରଖାନା ଠାବ। କଟକ ଜଗତପୁର ଶିଳ୍ପାଞ୍ଚଳରେ ହଳଦୀ ଓ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ ହୋଇଛି। ୫୦ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି। ନାମୀଦାମୀ କଂପାନୀ ଷ୍ଟିକର ସହ ବିପୁଳ କଞ୍ଚାମାଲ୍ ଓ ମେସିନ୍ ଜବତ କରିଛି। ପୋଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି ପୋଲିସ। ଗତ ଦୁଇ ଦିନ […]
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପେନସନ୍ ତଥା ପରିବାର ପେନସନଭୋଗୀମାନଙ୍କୁ ହାତ ପାହାନ୍ତରେ ସେବା ଯୋଗାଇବା ପାଇଁ ରାଜ୍ୟସରକାରଙ୍କ ଅର୍ଥବିଭାଗ ତରଫରୁ ସୁବିଧା କରାଯାଇଛି। ଟ୍ରେଜେରିକୁ ନଯାଇ ପେନସନ୍ ତଥା ପରିବାର ପେନସନଭୋଗୀମାନେ IFMS ପୋର୍ଟାଲରୁ ଫର୍ମ ୧୬( ଆୟକର ଟିକସ) ଅନଲାଇନରେ ଡାଉନଲୋଡ କରିପାରିବେ। ପେନସନଭୋଗୀମାନେ ବରିଷ୍ଠ ନାଗରିକ ହୋଇଥିବାରୁ ସଂକ୍ରମଣ ଭୟଥିବାରୁ ଘରେ ରହି ଅନଲାଇନରେ ଫର୍ମ ପାଇପାରିବେ। ଏହି ସୁବିଧା ରାଜ୍ୟ ସରକାରଙ୍କ ସମସ୍ତ ପେନସନ୍ ତଥା ପରିବାର ପେନସନଭୋଗୀ ଏବଂ ଓଡିଶାର […]
ଭୁବନେଶ୍ୱର: ଶିଶୁ ଦିବସ ଓ ଦୀପାବଳି ଅବସରରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ”କରୋନା ପାଇଁ ପିଲାମାନେ ତୁମେ ନାଚ, ଗୀତ, ଖେଳକୁଦ କରିପାରିଲ ନାହିଁ। ପିଲାମାନେ ମନ ଊଣା କର ନାହିଁ, ଟିକା ଆସିଲେ ଆର ବର୍ଷ ମଜାରେ ପାଳିବ।” ସେ ଆହୁରି କହିଛନ୍ତି ଯେ ”ଆଜି ମଧ୍ୟ ଦୀପାବଳିରେ ଘରେ ରହି ନିରାପଦରେ ଦୀପ ଜାଳି ପର୍ବ ପାଳନ୍ତୁ। ତୁମମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ସ୍କୁଲ୍ ବନ୍ଦ କରି ଦିଆଯାଇଛି। ଟିକା […]
ପାରଳାଖେମୁଣ୍ଡି: ରାସ୍ତା ଉପରେ ପ୍ରସବ କଲେ ମହିଳା। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜନହର ସାମନା ମୁଖ୍ୟ ରାସ୍ତାରେ ମହିଳା ଜଣକ ଭିକ୍ଷାବୃତ୍ତି କରୁଥିବା ସୂଚନା ମିଳିଛି। ପ୍ରସବ ବେଦନା ଆରମ୍ଭ ହେବାରୁ ମେଡିକାଲ ଅଭିମୁଖେ ବାହାରିଥିବା ବେଳେ ସେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି। ତେବେ ରାସ୍ତାରେ ଏପରି ଗୁରୁତର ଅବସ୍ଥାରେ ଦେଖି କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକେ ମହିଳାଙ୍କୁ ସହଯୋଗ କରିଥିଲେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରସବ […]
ଭୁବନେଶ୍ୱର: ପ୍ରସ୍ତୁତ ହେବ ଚାଷୀଙ୍କ ଡାଟାବେସ୍। ମିଳିବ ପରିଚୟ ପତ୍ର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରଶ୍ନ, କିଭଳି ଓ କେଉଁ ତଥ୍ୟକୁ ନେଇ ପ୍ରସ୍ତୁତ ହେବ ଡାଟାବେସ୍? ଏବେ ପ୍ରଚଳିତ କାଳିଆ ଓ ବଳରାମ ଯୋଜନା ଲାଗି ସରକାରଙ୍କ ପାଖରେ ତାଲିକା ରହିଛି। ତାଛଡ଼ା ଧାନ ସଂଗ୍ରହ ପାଇଁ ଅଲଗା ତାଲିକା ଏବଂ ଋଣ ନେଉଥିବା ଚାଷୀଙ୍କର ତଥ୍ୟ ବି ରହିଛି। ଏସବୁ ତାଲିକାକୁ ନେଇ ଚାଷୀଙ୍କର ଏକ ବୃହତ ଡାଟାବେସ୍ କରିବାକୁ ସରକାର […]
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୨୭୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସୂଚନାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୯୬୫୧୬ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆଜିର ସୁସ୍ଥ ସୂଚନା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୬, ବାଲେଶ୍ୱରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୋଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡ଼ରୁ ୫୫, କଳାହାଣ୍ଡିରୁ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୭୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୪୩୪ ଓ୩୧୯. ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୩୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲାରୁ । ଏଠାରେ ଆଜି ୭୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା । ଏଠାରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୫୨୭ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭଗ ପକ୍ଷରୁ କୁହାଯାଇଛି। ଆଜି ସୁନ୍ଦରଗଡ ଓ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଲେଖାଏ କରୋନାରେ ଆଖି ବୁଜିଥିବାବେଳେ ବରଗଡରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ସମ୍ବଲପୁରରୁ ୩ ଜଣ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡରୁ ଜଣେ ଲେଖାଏ […]
ଭଦ୍ରକ: କଥା ଛଳରେ ଆମେ କହୁ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ହେଲେ ଭଦ୍ରକରେ ଏଇ କଥା ଯେମିତି ସତ ହୋଇ ଯାଇଛି। ପାର୍କ ପାଇଁ ପଡ଼ିଆ ସମତୁଲ କରିବାବେଳେ ବାହାରିଛନ୍ତି ମହାଦେବ। ତା‘ ପୁଣି ଦୀପାବଳି ଅମାବାସ୍ୟା ରାତିରେ। ମାଟିତଳୁ ଶିବଲିଙ୍ଗ ବାହାରିଥିବା ଦେଖି ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଟଣା ଘଟିଛି ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତ ବଳଦିଆ ପଦାରେ। ପାର୍କ ନିର୍ମାଣ ଲାଗି ମାଟି ଖୋଳି ସମତୁଲ କରାଯାଉଥିଲା। ଟ୍ରାକ୍ଟରରେ […]
ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରାୟଗଡ଼ା: ରାୟଗଡା ଜିଲ୍ଲା ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ମା‘ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁହିଁଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶୀତଦିନ ହୋଇଥିବାରୁ ପାଣି ଗରମ କରିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଆସନ୍ତା ୧୮ରେ ବସିବ ସର୍ବଦଳୀୟ ବୈଠକ। କରୋନା ମହାମାରୀ ସମୟ ହୋଇଥିବାରୁ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, ସେନେଇ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବୁଧବାର ଦିନ ବିଧାନସଭା ପରିସରରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବାଚସ୍ପତି। ଶୀତ ଅଧିବେଶନରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ କି ନାହିଁ, ସେନେଇ ମତ ନିଆଯିବ। ତେବେ ଆସନ୍ତା ଅଧିବେଶନରେ ଗୋଟିଏ ପ୍ରସଙ୍ଗରେ ୨ଟି […]
କଟକ: ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର। କଟକ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ୍ ତାଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କରାଯିବା ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନଙ୍କ ସହ ନଦୀରୁ ଉଦ୍ଧାର ହୋଇଥିବା ତାଙ୍କ ପତ୍ନୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ସେନେଇ ପୋଲିସ୍ ତଦନ୍ତ […]
ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଠାବ ହୋଇଛି। ବଡ଼ ବଜାର ପୋଲିସ ବସ୍କୁ ଠାବ କରିଥିଲେ ବି ଚୋର ଧରା ପଡ଼ି ନାହିଁ। ବ୍ରହ୍ମପୁର ପୋଲିସ ଗାଡ଼ିକୁ ଜଗି ରହିଛି। ତେବେ ବସ୍ଟିକୁ କିଏ ଚୋରି କରିଛି, କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା, ତାହାର ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ବରମୁଣ୍ଡାରୁ ବାରମ୍ବାର ବସ୍ ଚୋରି କରି ଦୂର ଦୂରାନ୍ତ ଜାଗାରେ ଛାଡ଼ି ପଳାଉଥିବା ସେହି ଦୁର୍ବୃତ୍ତର କାମ କି ଅନ୍ୟ ଚୋରି କରିଥିଲା […]
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଜିଲ୍ଲାପାଳଙ୍କ ସହ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାମଲା ହୋଇଛି। ଏଇଠୁ ମିଳିଥିଲା ମୃତଦେହ: ଗତ ୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର […]
ଭୁବନେଶ୍ୱର: ୨୦୨୦ରେ ଖୋଲିବନି ସ୍କୁଲ୍। ଶିକ୍ଷା ବର୍ଷ ସରିବାକୁ ଆଉ ମାତ୍ର ଦୁଇ ମାସ ହେଲେ ଏଯାଏ ମିଳୁନି ସମାଧାନର ବାଟ। ଚିନ୍ତାରେ ମାଟ୍ରିକ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ। ମାଟ୍ରିକ୍ ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ? କେଉଁ ମାସରେ ହେବ ପରୀକ୍ଷା? ଏଭଳି ଅନେକ ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଙ୍କି ମାରୁଛି। ଅନ୍ ଲାଇନ୍ ଶିକ୍ଷା କେବେଳ କିଛି ବର୍ଗକୁ […]
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରର ପ୍ରସ୍ତାବିତ ଏୟାରଷ୍ଟ୍ରିପ୍। ରନୱେ ପ୍ରସ୍ତୁତ, ଏଟିସି ତୟାର, ଯାତ୍ରୀଙ୍କୁ ସ୍ୱାଗତ ପାଇଁ ଟର୍ମିନାଲ୍ ବିଲ୍ଡିଂ ବି ଅପେକ୍ଷାରେ। ହେଲେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଏହି ଏୟାରଷ୍ଟ୍ରିପ୍ରେ ନା ଲ୍ୟାଣ୍ଡିଂ କରୁଛି କୌଣସି ଯାତ୍ରୀବାହୀ ବିମାନ, ନା ଟେକ୍ଅପ୍ କରୁଛି। ଦୀର୍ଘ ଦିନ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନି। ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏରେ ଆବେଦନ କରିଛି ଜିଲ୍ଲା ପ୍ରଶାସନ। ଅଥଚ ଏଯାଏଁ ମିଳିନି ଗ୍ରୀନ୍ […]
କଟକ: ବହୁ ଚର୍ଚ୍ଚିତ କଟକ ଯୋବ୍ରା ଅଞ୍ଚଳର ତପନ ନାୟକ ହତ୍ୟା ଘଟଣାର ଦୀର୍ଘ ଦେଢ ବର୍ଷ ପରେ ୨ ଅଭିଯୁକ୍ତଙ୍କୁ ମାଲଗୋଦାମ ପୋଲିସ୍ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ୍। ୨୦୧୯ ଜୁନ ୬ରେ ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ଯୋବ୍ରା ଅଞ୍ଚଳର ତପନ ନାୟକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ […]
କଟକ: ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅମ୍ଲାନଙ୍କ ପତ୍ନୀ। ସେ କହିଛନ୍ତି, ଓପାସ ଥିଲା,ତେଣୁ ଦୁର୍ବଳ ଲାଗୁଥିଲା। ମୁଣ୍ଡ ବି ବୁଲାଉଥିଲା। ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ଡ ବୁଲାଇ ଦେଲା। ଯେହେତୁ ମୁଁ ହାଇ ହିଲ୍ ପିନ୍ଧିଥିଲି, ତେଣୁ ଗୋଡ଼ ଖସିଗଲା ଓ ମୁଁ ନଦୀରେ ପଡ଼ି ଯାଇଥିଲି।’ ସେ ଆହୁରି କହିଛନ୍ତି, ଏହି କଥାକୁ ନେଇ ଗୁଜବ ପ୍ରଚାର କରାଯାଇ ମୋ ପରିବାର ଓ […]
ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୭ କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବାବାବେଳେ ୩୧୨ ଜଣ ଲୋକାଲ କେସ ଥିବା ଜଣାଯାଇଛି। ଆଜି ବି କରୋନା ତାଲିକାର ଉପରେ ରହିଛି ଖୋର୍ଦ୍ଧା। ତା ପଛକୁ ରହିଛି ମୟୂରଭଞ୍ଜ। ଖୋର୍ଦ୍ଧାରୁ ସର୍ବାଧିକ ୮୮ କରୋନା ରୋଗୀ ଚିହ୍ନଟ କରାଯାଇଛି। ମୟୂରଭଞ୍ଜରୁ ୭୮ ଏବଂ ସୁନ୍ଦରଗଡରୁ ୫୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ […]