ସମ୍ୱଲପୁର: ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ବଢ଼ିଛି ହୀରାକୁଦର ଜଳସ୍ତର। ଏବେ ହୀରାକୁଦରେ ଯେତିକି ପାଣି ନିଷ୍କାସିତ ହେଉଛି ତାଠୁ ଦୁଇ ଗୁଣ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳ ଭଣ୍ଡାରରେ ପ୍ରବେଶ କରୁଛି ୫ ଲକ୍ଷ ୨୪ ହଜାର ୨୮୧ ଘନଫୁଟ୍। ତେବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି ୨ ଲକ୍ଷ ୪୮ ହଜାର ୧୧୯ ଘନଫୁଟ୍। ଏବେ ହୀରାକୁଦରେ ମୋଟ୍ ୧୬ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୬ଟି ଗେଟ୍ […]
ଭଦ୍ରକ: ଯାଜପୁର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ଆଜି ପ୍ରକାଶ ପାଇଥିଲା। ତେବେ ଏହି ଭିଡିଓଟି ଆଜିର ନୁହେଁ। ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ। ସେହି ଭିଜୁଆଲଟି ସୋଶାଲ୍ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଅନ୍ୟ ରାଜ୍ୟର। ଏନେଇ ଯାଜପୁର ରୋଡ୍ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି-“ବୈତରଣୀ ନଦୀ ବନ୍ଧରେ ଘାଇ ହୋଇ କୁମ୍ଭୀର ଆସିଥିବା ଖବର ମିଳିଛି। ଆମ ଟିମ୍ ସେଠାକୁ ଯାଇଛି। ଘଟଣା ନେଇ ଅନୁଧ୍ୟାନ […]
ଭୁବନେଶ୍ୱର: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଜଳକା ବିପଦ ଉପରେ ରହିଛି। ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬, ଦିନ ୧୨ଟାରେ ୪୦.୦୯ ଫୁଟ ରହିଥିବା ବେଳେ ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମି, ଦିନ ୪ଟାରେ ୧୯.୯୦ ମି ରହିଛି। ବୁଢ଼ାବଳଙ୍ଗ NH5 ଠାରେ ବିପଦ ସଂକେତ ୮.୧୩, ଦିନ ୧୨ଟାରେ ୮.୪୦, […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ୩୮୬ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୦୩ ରହିଛି। ସେହିପରି ୨୧୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। କେଉଁ ଅଞ୍ଚଳରୁ କେତେ :- ଗଙ୍ଗନଗର ଏସୟୁଏଚ୍ରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଆଇଡି ମାର୍କେଟର ଏକ ସରକାରୀ ଅଫିସରୁ ୧୫ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରୁ ୧୨, ସପ୍ତମ ବାଟାଲିଅନରୁ […]
ଭୁବନେଶ୍ୱର: କମିଲା ସିଲାବସ୍। ହେଲେ କମିଲାନି ସମସ୍ୟା। କମିବା ବଦଳରେ ବଢ଼ିଲା ଚାପ। ମହାମାରୀ କରୋନା କଟକଣା ପିଲାଙ୍କ ପାଠପଢ଼ାରେ ଗୁରୁତର ସଙ୍କଟ ସୃଷ୍ଟି କରିବା ପରେ ଚଳିତ ବର୍ଷର ସିଲାବସକୁ ୩୦ ପ୍ରତିଶତ କାଣ୍ଟଛାଣ୍ଟ କରିଥିଲେ ରାଜ୍ୟ ସରକାର। ସିବିଏସଇ ଓ ଆଇସିଏସଇ ଢାଞ୍ଚାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ। ପିଲାଙ୍କ ଅଭିଯୋଗ, ଗଲା ତିନି ମାସ ଧରି ଅନଲାଇନରେ ଯେଉଁ ପାଠ ପଢିଥିଲେ, କଟିଥିବା ସିଲାବସରେ […]
ଭୁବନେଶ୍ୱର: ଲଗାଣ ବର୍ଷା ପରେ ଓଡ଼ିଶାକୁ ମାଡ଼ି ଆସୁଛି ବନ୍ୟା। ଓଡ଼ିଶାର ୫ଟି ନଦୀ ଏବେ ବିପଦ ସଙ୍କେତ ଉପରେ। ବର୍ଷା ଓ ବନ୍ୟା ଯୋଗୁ ଗତ ୩ ଦିନରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେଥିରେ ମୟୂରଭଂଜରେ ୪, କେନ୍ଦୁଝରରେ ୨ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଅଛନ୍ତି। ବନ୍ୟା ଜଳରେ ଭାସିଯାଇ ଆଉ ୨ ଜଣ ନିଖୋଜ ଥିବା ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି। ସେ କହିଛନ୍ତି-“ମହାନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି। […]
ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ। RMRCର ଟେକ୍ନିକାଲ ଓ BMCର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ। BMCର ୨୫ଟି ୱାର୍ଡରେ ଦ୍ୱିତୀୟ ପଯର୍ୟାୟ ସେରୋ ସର୍ଭେ କରିବେ ୫ଟି ଟିମ୍। ୨ଟି ଗ୍ରୁପ କମ୍ୟୁନିଟିି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ। ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ନେଇ BMC ସୂଚନା ଦେଇଛି। ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସରେ […]
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୨୧୫୦ କରୋନା ଆକ୍ରାନ୍ତ। ଏହାକୁ ମିଶାଇ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୬୫,୩୨୩କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ୪୩୫, ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ୱରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡ଼ରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗିରରୁ ୫୧, […]
କଟକ: ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମହାନଦୀ ଅବହାହିକାରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) କହିଛନ୍ତି। ମହାନଦୀର ମୁଣ୍ଡଳି ଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଇବ୍ ଏବଂ ଭେଡେନ୍ ନଦୀରୁ ବହୁ ପରିମାଣର ଜଳ […]