• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

vigilance
ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଯୋଗାଣ ଅଧିକାରୀ : ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଯୋଗାଣ ଅଧିକାରୀ। ଜୟପୁରର ଜଣେ ମିଲର ପି ସନ୍ନମୁଖା ବାବୁଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୋଗାଣ ଅଧିକାରୀ ବଲ୍ଲଭ ଚନ୍ଦ୍ର ଦାସ। ମିଲର ଜଣକ ୨୦୧୨ ଓ ୧୩ ବର୍ଷରେ କଷ୍ଟମ ବିଲ୍‌ ବାବଦକୁ ୨୨ ଲକ୍ଷ ଟଙ୍କା ପାଇବାର ଥିଲା। ତେବେ ଏହି ଚେକ୍‌ ଦେବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ତାଙ୍କୁ ୫୦ ହଜାର ଟଙ୍କାର  ଲାଞ୍ଚ ମାଗିଥିଲେ।  […]

girl
ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର୍‌ !

ମୋହନା (ମିହିରି ଯତି) : ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ଯୁବତୀଙ୍କୁ ପ୍ରତାରଣ ଅଭିଯୋଗ। ବିବାହର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖିବା ପରେ ଯୁବତୀ ଗର୍ଭବତୀ ହେବା ଜାଣି ଯୁବକ ଜଣକ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଅଡବା ଥାନା ମିଞ୍ଜପଙ୍କା ଗାଁର ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା […]

  • Friday, 16 July 2021
bus strike
ସରକାରଙ୍କ ସହ ଆଲୋଚନାରୁ ବାହାରିଲାନି ନିଷ୍କର୍ସ : ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ

ଭୁବନେଶ୍ୱର: ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍ ଚଳାଚଳ ସକାଳ ୬ଟାରୁ ଠପ୍ ହୋଇଯିବ। ଯେଉଁ ସବୁ ଦାବି ନେଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି ସେଥିମଧ୍ୟରେ ରହିଛି ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସ୍‌ […]

pmg
ଶିକ୍ଷା ସହାୟକଙ୍କ ଆନ୍ଦୋଳନକୁ ନେଇ ଆରୋପ ପ୍ରତ୍ୟାରୋପ :  ରାଜ୍ୟର ୪୦ପ୍ରତିଶତ ଅନୁଦାନ ଘୋଷଣାରେ ରାଜନୀତିର ଗନ୍ଧ ବାରିଲା ବିଜେପି

ଭୁବନେଶ୍ୱର : ଲୋୟର ପିଏମ୍‌ଜିରେ ଆନ୍ଦୋଳନ ତ ଚାଲିଛି ହେଲେ ଆଜି କିନ୍ତୁ ବଦଳିଯାଇଛି ଶିକ୍ଷା ସହାୟକଙ୍କ ଆଭିମୁଖ୍ୟ। ଗତକାଲି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଥିଲେ। ଆଉ ଆଜି କେନ୍ଦ୍ର ଆଡ଼କୁ ବୁଲି ଯାଇଛି ଦାବିର ତୀର। ସଂଘର ୭ଟି ପ୍ରମୁଖ ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ପୂରଣ କରିବାକୁ ପ୍ରତିଶୃତି ଦେବା ପରେ ଏବେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି। ସର୍ବଶିକ୍ଷା ଅଭିଯାନରେ କାର୍ଯ୍ୟରତ ଶିକ୍ଷା ସହାୟକଙ୍କୁ ସପ୍ତମ ବେତନ କମିସନ୍ ହାରରେ ଦରମା […]

  • Friday, 16 July 2021
naveen
ଆଗରୁ ନା, ଏବେ ହଁ : ମୋଦିଙ୍କ ପ୍ରଭାରୀ ଅଫିସରଙ୍କୁ ନେଇ ରାଜ୍ୟ ସରକାରଙ୍କ ୟୁ ଟର୍ଣ୍ଣ

ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସରଙ୍କୁ ନେଇ ବାଦବିବାଦପରେ ନବୀନ ସରକାର ନେଲେ ୟୁଟର୍ଣ୍ଣ। ଏବେ କିଛି ସର୍ତ୍ତ ରଖି ରାଜ୍ୟ ସରକାର, ପ୍ରଭାରୀ ଅଫିସର ପ୍ରସ୍ତାବକୁ ଗ୍ରୀନ୍‌ ସିଗ୍‌ନାଲ୍ ଦେଇଛନ୍ତି। ସଂଶୋଧିତ ପ୍ରସ୍ତାବ ନୀତି ଆୟୋଗ ପାଖକୁ ପଠାଯାଇଛି। ଆଉ ଏସବୁ ସର୍ତ୍ତ ଗ୍ରହଣ ହେଲେ ମୋଦୀଙ୍କ ପ୍ରଭାରୀ ଅଫିସର୍ କାର୍ଯ୍ୟକ୍ରମରେ ଓଡ଼ିଶା ସାମିଲ ହେବ। କେନ୍ଦ୍ର ତାଲିକାରେ ଥିବା ଓଡ଼ିଶାର ୮ ପଛୁଆ ଜିଲ୍ଲା ତାଲିକାରେ ସାମନ୍ୟ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ଢେଙ୍କାନାଳକୁ ବାଦ […]

  • Friday, 16 July 2021
cm
ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକିଥିବା ୨ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଫୁଲବାଣୀ ବିଧାନସଭା ଆସନରୁ ଅଙ୍ଗଦ କହଁର ଓ ବୀରମିତ୍ରପୁରରେ ମଖଲୁ ଏକ୍କାଙ୍କୁ ପ୍ରାର୍ଥୀ କରାଯାଇଥିବା ଦଳ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଗତକାଲି ୯ଟି ବିଧାନସଭା ଆସନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ବଲାଙ୍ଗିରରୁ ଅର୍କେଶ ନାରାୟଣ ସିଂଦେଓ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀ ଓ […]

  • Friday, 16 July 2021
congress-bhawan
୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : ଆଜି କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଜି.ଉଦୟଗିରିରୁ ଶ୍ୟାମଘନ ପ୍ରଧାନ, ରାଉରକେଲାରୁ ବୀରେନ ସେନାପତି, ପାଟଣାଗଡ଼ରୁ ରମେଶ ପୁରୋହିତ ଓ ହିଂଜିଳିରୁ ଶମ୍ଭୁନାଥ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ରର ଦାଖଲର ଶେଷ ଦିନ ରହିଛି। ତେବେ ଆଜି ସନ୍ଧ୍ୟାରେ ତରବରିଆ ଭାବେ କଂଗ୍ରେସ ଏହି ୪ ଜଣଙ୍କ ନାମ ଘୋଷଣା କରିଛି। ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବଦଳାଯାଇ ବୀରେନ ସେନାପତି ନାମ […]

  • Friday, 16 July 2021
snake
ଘର ଭିତରୁ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଗଂଜାମ : ଘର ଭିତରେ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଂଜାମ ବୁଗୁଡ଼ା ବ୍ଲକ୍‌ ଭଗବାନପୁର ଗାଁର ପ୍ରଫୁଲ ସାହୁଙ୍କ ଘରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ। ସାପଟି ପ୍ରଫୁଲଙ୍କ ଘର ଆଟୁରେ ଚଢୁଥିବା ଦେଖି ଘର ଲୋକେ ସ୍ନେକ୍ ହେଲ୍‌ପଲାଇନ୍‌କୁ ଖବର ଦେଇଥିଲେ। ତେବେ ସାପଟିକୁ ଧରିବାକୁ ପ୍ରାୟ ଅଧଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥିଲା। ଉଦ୍ଧାର ପରେ ଅହିରାଜକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।

  • Friday, 16 July 2021
arrest5
ରାଜଧାନୀରେ ଥମୁନି ଲୁଟେରାଙ୍କ ରାଜ୍‌

ଭୁବନେଶ୍ୱର : ରାଜଧାନୀରୁ ପୁଣି ଲୁଟ୍। ଗୋଟିଏ ପଟେ ଡକାୟତି ଯୋଜନା ପଣ୍ଡ। ଅନ୍ୟପଟେ ଲୁଟ୍। ସୋମବାର ଏଭଳି ଘଟଣା ନଜରକୁ ଆସିଛି। ରାଜଧାନୀରେ ସୂଚନା ଅନୁସାରେ ଭୁବନେଶ୍ୱର ବରଗଡ଼ ଅଂଚଳରେ ୪ଜଣ ଡକାୟତ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ ପିସିଆର୍‌ ଭ୍ୟାନ୍‌ ଅତର୍କିତ ଚଢ଼ାଉ କରିବା ସହ ୪ଜଣ ଡକାୟତଙ୍କୁ ଗିରଫ କରିଥିଲା। ପୁଲିସର ସୂଚନା ଅନୁସାରେ ଏହି ଲୁଟେରାମାନେ ଭୟ ଦେଖାଇବା ପାଇଁ ପ୍ରଥମେ ନକଲି ବନ୍ଧୁକ ଦେଖାନ୍ତି କିମ୍ବା […]

  • Friday, 16 July 2021
medical
ନୟାଗଡ଼ ଦଶପଲ୍ଲା ବଣିରେ ଅଜଣା ଜ୍ୱରର ଆତଙ୍କ

ନୟାଗଡ଼ : ନୟାଗଡ଼ ଦଶପଲ୍ଲା ବଣିରେ ଅଜଣା ଜ୍ୱରର ଆତଙ୍କ ପରେ ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ରକ୍ତନମୁନା ସଂଗ୍ରହ କରିଛି। ତାସହ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଇଛି। ଗତ ୧୫ ଦିନ ହେଲା ଏହି ଗାଁର କିଛି ଲୋକଙ୍କୁ ଜ୍ୱର ସହ ଥଣ୍ଡା କାଶ, ଆଣ୍ଠୁଗଣ୍ଠି ଦରଜ ଲାଗିରହିଛି। ରୋଗୀଙ୍କ ଠାରୁ ସଂଗୃହିତ ରକ୍ତ ନମୁନା ମ୍ୟାଲେରିଆ ନେଗେଟିଭ ଥିବା ନେଇ ସୂଚନା ଦେଇଛନ୍ତି ସିଡିଏମ୍‌ଓ। ଏପଟେ କୁଜମେଣ୍ଢୀ ପଞ୍ଚାୟତରେ ଡାକ୍ତରଖାନା ରହିଛି, ହେଲେ […]

  • Friday, 16 July 2021
nomination
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ

ବ୍ରହ୍ମପୁର : ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଏହି ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି- ବିଜେପି- କଂଗ୍ରେସ।  କିଏ ରଥ ଗାଡ଼ିରେ ତ ଆଉ କିଏ କର୍ମୀଙ୍କ ସହ ଚାଲିଚାଲି ଆସିଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର […]

  • Friday, 16 July 2021
low quality
ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ଝାରସୁଗୁଡା : ଏମ୍‌ସିଏଲ୍ ତରଫରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭେଜିକୁଦ-ପଦପାଲି ପର୍ଯ୍ୟନ୍ତ କରାଯାଉଥିବା କଂକ୍ରିଟ୍ ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି। କମ୍ପାନୀ ତରଫରୁ ଟେଣ୍ଡର କରାଯାଇ କଣ୍ଟ୍ରାକ୍ଟର ଜରିଆରେ ଭେଜିକୁଦ ଆର୍‌ଡି ରାସ୍ତାରୁ ପଦପାଲି ପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଛି। କିନ୍ତୁ ନିମ୍ନମାନର କାମ ଯୋଗୁଁ ଗୋଟିଏ ପଟେ କାମ ଚାଲିଥିବାବେଳେ ଅନ୍ୟପଟେ ରାସ୍ତା ଫାଟି ଆଁ କଲାଣି। କମ୍ପାନୀ କର୍ତ୍ତୃପକ୍ଷ ରାସ୍ତା କାମର ତଦାରଖ […]

  • Friday, 16 July 2021
scb
ଏସ୍‌ସିବିରେ ଜୀବନ ହାରିଲେ ସାଲେପୁର ଦୁଷ୍କର୍ମ ପୀଡ଼ିତା

କଟକ : ସାଲେପୁରରେ ଅଭାବନୀୟ ଘଟଣା। ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା। ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ତୁଣପୁର ଅଞ୍ଚଳର ଏହି ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କୋଲ୍ଡ ଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ସେହି ସମୟର ଫଟୋ ଉଠାଇ ବ୍ଲାକ୍‌ମେଲ କରୁଥିଲେ ଅଭିଯୁକ୍ତ। ଏଥିରେ ମର୍ମାହତ ହୋଇ ପୀଡ଼ିତା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କିରଛନ୍ତି। ଆଜି ଘଟଣାର ୬ଦିନ […]

school-stike
ସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ସୋରୋ (ଶଶିକାନ୍ତ ବେହେରା) : ହାଇସ୍କୁଲ ସହ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ। ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ଗାଁ ଲୋକେ ହାଇସ୍କୁଲ ସହ ପ୍ରାଥମିକ ସ୍କୁଲ ମିଶ୍ରଣକୁ ବିରୋଧ କରି ସ୍କୁଲରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ଫଳରେ ସ୍କୁଲ ଆସି ବାହାରେ ବସି ଫେରୁଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ପିଲାଙ୍କ ପାଠପଢ଼ା ବି ବ୍ୟାଘାତ ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା […]

  • Friday, 16 July 2021
jakab
କଂଗ୍ରେସ ନେତୃତ୍ୱକୁ ଚେତାବନୀ ଦେଲେ ବିଧାୟକ ଜାକବ ପ୍ରଧାନ

ପାରଳାଖେମୁଣ୍ଡି : କଂଗ୍ରେସ ନେତା ତଥା ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ଚେତାବନୀ। ଦଳ ଟିକେଟ ନ ଦେଲେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଜାକବ କହିଛନ୍ତି। ହେଲେ ସେ ଅନ୍ୟ ଦଳକୁ ଯିବେନି ବୋଲି କହିଛନ୍ତି। ସେପଟେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ମଧ୍ୟ ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର ଟିକେଟ ବଣ୍ଟାରେ ଅଣରାଜନୈତିକ ବ୍ୟକ୍ତିଙ୍କ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ବାବଦରେ ଅବଗତ କରାଇବାକୁ […]

  • Friday, 16 July 2021
cm nomination
ବିଜେପୁରରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼( ଦୀପକ ଶର୍ମା) : ଆଜି ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଭରିଛନ୍ତି ନବୀନ। ବିଜେଡି ସଭାପତି ଏଥର ହିଞ୍ଜିଳି ସହ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ଗତ ୨୦ ତାରିଖରେ ସେ ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା […]

  • Friday, 16 July 2021
dala samanta
କଟକ ଗୁଳିକାଣ୍ଡ ଘଟଣା : ୩ ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ, କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ : କଟକ ସୁଭଦ୍ରାପୁର ବିଜୟ ପାଲ ଗୁଳିକାଣ୍ଡ ମାମଲା। ୩ ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ ଓ କଟକ ମହାନଗର ନିଗମ କର୍ପୋରେଟର ରଞ୍ଜିତା ବିଶ୍ୱାଳ। ଆଜିଠୁ ଉଭୟଙ୍କୁ ରିମାଣ୍ଡରେ ନେବ ସଦର ଥାନା ପୋଲିସ। ଏ ନେଇ ଜେଏମ୍ଏଫସି ରୁରାଲ ଅନୁମତି ଦେଇଛନ୍ତି। ଗତ ୭ ତାରିଖରେ କର୍ପୋରେଟର ରଞ୍ଜିତାଙ୍କୁ ଗିରଫ କରିଥିଲା ପୋଲିସ୍‌। ଡି ବ୍ରଦର୍ସଙ୍କ ସହ ସଂପୃକ୍ତି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା।  

23
ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ବିଜେଡିର ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୪ ବିଧାୟକଙ୍କ ଟିକେଟ୍‌ କଟିଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଓ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଟିକେଟ୍‌ କଟିଛି।

  • Friday, 16 July 2021
vaveen -3
୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଧାନସଭା ନର୍ବାଚନ ପାଇଁ  ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବଲାଙ୍ଗିରରୁ ଅର୍କେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀ,ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ। ଝରିଗାଁ ବିଧାନସଭା ଆସନରୁ ପ୍ରକାଶ ଚନ୍ଦ୍ର ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବ୍ରଜରାଜନଗରରୁ କିଶୋର ମହାନ୍ତି, ପଟାଙ୍ଗିରୁ […]

  • Friday, 16 July 2021
police DG
ପୋଲିସ-ପବ୍ଲିକ୍ ସଂପର୍କ ଦୃଢ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର:  ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ପୋଲିସ-ପବ୍ଲିକ୍ ସଂପର୍କକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଡିଜି ଆର ପି ଶର୍ମା କହିଛନ୍ତି, ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ମଧ୍ୟ ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ୍। ଏଥିସହ ଡିଜି କହିଛନ୍ତି, […]

raid
ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭଦ୍ରକ: ଭଦ୍ରକରେ ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍।  ସାଳନ୍ଦୀ ଡିଭିଜନର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।  କମଳାକାନ୍ତଙ୍କ ଗବସାହି ସ୍ଥିତ ବାସଭବନ, ରାହାଞ୍ଜରେ ପୈତୃକ ଘର, ଭଦ୍ରକ ସ୍ଥିତ କାର୍ଯ୍ୟାଳୟ ଏବଂ ମୟୂରଭଞ୍ଜ ମୋରଡ଼ାରେ ଶ୍ୱଶୂର ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

naveen 2
ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ

ନୟାଗଡ଼  : ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇନି ଏଣେ ୧୯ ମହାସମର ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ନୟାଗଡ଼ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଆଜି ଯୋଗ ଦେଇଥିଲେ। କେନ୍ଦ୍ରରେ ସରକାର ଗଠନ ଲାଗି କୌଣସି ଜାତୀୟ ଦଳକୁ ବହୁ ମତ ମିଳିବ ନାହିଁ। ସେ ଦୃଷ୍ଟିରୁ ଆଗାମୀ ଦିନରେ ଓଡ଼ିଶାର ବଡ଼ ଭୂମିକା ରହିବ ବୋଲି ନବୀନ କହିଛନ୍ତି। ସେପଟେ ନବୀନ ପୁଣି […]

  • Friday, 16 July 2021
baisakhi melka
୨୯ ତାରିଖରୁ କଟକରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା

କଟକ( ବିଶ୍ୱଜିତ୍‌ ଆଚାର୍ଯ୍ୟ) : ଆସନ୍ତା ୨୯ ତାରିଖରୁ କଟକର ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବାକୁ ଯାଉଛି ୧୫ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ମେଳା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଭିନ୍ନ ବ୍ୟବସାୟୀଙ୍କ ଭିଡ଼ ସହ କର୍ପୋରେଟ୍‌ ହାଉସ୍‌ ଗୁଡ଼ିକ ମଧ୍ୟ ଷ୍ଟଲ୍ ଲଗାଇଥାନ୍ତି। ଏଥର ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କର ପ୍ରାୟ ୪୫୦ରୁ ଅଧିକ ଷ୍ଟଲ ଏବଂ […]

  • Friday, 16 July 2021
similipal
ନିଆଁ ଘେରରେ ଶିମିଳିପାଳ ଜଙ୍ଗଲ

ମୟୂରଭଞ୍ଜ: ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ। ୬ରୁ ୭ ଦିନ ହେବ ୨୪ ଘଣ୍ଟା ନିଆଁ ଘେରରେ ରହିଛି ଶିମିଳିପାଳ। ଜଳି ପୋଡି ପାଉଁଶ ହୋଇଯାଉଛି ବହୁ ଔଷଧୀୟ ବୃକ୍ଷ। ଅନବରତ ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରିକି ନିଆଁର ପ୍ରକୋପ ଯୋଗୁଁ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି। ସେପଟେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛିା

arrest 3
କୁଚିଣ୍ଡାରୁ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଜଣ ଗିରଫ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଲଇକେରାର ନରେନ୍ଦ୍ର ପିଙ୍ଗ, ଦେବଗଡ଼ ରିଆମାଳର ମନଫୁଲ ପ୍ରଧାନ ଓ ଜମାଖେରାର ଅକ୍ଷୟ ଭୋଇ। ଅଭିଯୁକ୍ତ ମାନଙ୍କୁ କୁଚିଣ୍ଡା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ। ଏହି ଗିରଫ ଅଭିଯୁକ୍ତମାନେ ବାଘ ଚମଡ଼ାକୁ ବେଆଇନ୍ ଭାବେ ଚାଲାଣ କରିଥାନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ […]

  • Friday, 16 July 2021